ନରମାନ କଜିନସ୍ ନାମକ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ପ୍ରସିଦ୍ଧ ଚିନ୍ତକ ଯେତେବେଳେ କୌଣସି ଦୁରସାଧୢ ରୋଗଗ୍ରସ୍ତ ହୋଇ ମୃତ୍ୟୁ ସହିତ ଅନ୍ତିମ ଯୁଦ୍ଧ କରୁଥିଲେ ସେତେବେଳେ ସେ ଜଣେ ମନସ୍ତତ୍ତ୍ବବିତ୍ଙ୍କ ପରାମର୍ଶ ନେଇ ଏକ ଅସାଧାରଣ ନିଷ୍ପତ୍ତି ନେଲେ। ନିଷ୍ପତ୍ତି ଅନୁଯାୟୀ ସେ ତତ୍କ୍ଷଣାତ୍ ଘର ଛାଡ଼ିଦେଲେ, ପେସା ଛାଡ଼ିଦେଲେ, ହସ୍ପିଟାଲ ଛାଡ଼ିଦେଲେ, ଔଷଧ ଛାଡ଼ିଦେଲେ ଓ ଏକ ଗେଷ୍ଟ ହାଉସ୍ରେ ରହି ଏକା ଏକା ହାସ୍ୟରସର ଆନନ୍ଦରେ ବୁଡ଼ି ରହିଲେ। ସକାଳୁ ରାତି ପର୍ଯ୍ୟନ୍ତ ନା ରୋଗର ଆଲୋଚନା ନା ଔଷଧର ତାଲିକା ନା ଚିକିତ୍ସକମାନଙ୍କ ସହ କଥାବାର୍ତ୍ତା, କେବଳ ହସ, ଖୁସି ଓ ଆନନ୍ଦ। ଆଶ୍ଚର୍ଯ୍ୟର କଥା, ଏହା ଦ୍ବାରା ସେ କେବଳ ତାଙ୍କ ଯନ୍ତ୍ରଣାରୁ ମୁକ୍ତି ପାଇଲେ ନାହିଁ ବର˚ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ଦୀର୍ଘ ଦିନ ଧରି ବଞ୍ଚିବା ସହିତ ପ୍ରମାଣ କରି ଦେଲେ ଯେ ଚିକିତ୍ସା ବିଜ୍ଞାନରେ ଆନନ୍ଦ ହିଁ ମହୌଷଧି।
Sambad is now on WhatsApp
Join and get latest news updates delivered to you via WhatsApp
ବନ୍ଧୁଗଣ, ଆଜି ଆମେ ମଧୢ ଏକ ଯନ୍ତ୍ରଣାଦାୟକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛେ। ପ୍ରତିଦିନ ହଜାର ହଜାର ସ˚ଖ୍ୟାରେ କରୋନାଗ୍ରସ୍ତ ମୃତ୍ୟୁର କରାଳ ରୂପ ଦର୍ଶନ କରୁଛେ। ଏଥିରୁ ରକ୍ଷା ପାଇବା ପାଇଁ ଆମେ ଏକାନ୍ତ ବାସ କରୁଛେ; କିନ୍ତୁ ଏହି ଏକାନ୍ତ ବାସ ଯଦି ଆମକୁ ବିଷାଦଗ୍ରସ୍ତ କରି ପୁନଶ୍ଚ ରୋଗଗ୍ରସ୍ତ କରିଦିଏ ତେବେ ଭାବି ନେବାକୁ ପଡ଼ିବ ଯେ ଏହି ଯେଉଁ ସଉଦା ଆମେ କଲେ ଏଥିରେ ଆମର କ୍ଷତି ହେଲା ଆଉ ଆମେ ମହର୍ଗରୁ ଯାଇ କାନ୍ତାରରେ ପଡ଼ିଲେ।
ଥରେ ଭାବନ୍ତୁ କରୋନାକୁ ମୁକାବିଲା କରିବାକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧରେ ସ˚ଗରୋଧ କରାଯାଇଛି। ସୂର୍ଯ୍ୟରୋଧ ତ କରାଯାଇ ନାହିଁ, ବାୟୁରୋଧ ତ କରାଯାଇ ନାହିଁ, ଆକାଶରୋଧ ତ କରାଯାଇ ନାହିଁ। ସମୟକୁ ତ ଅବରୋଧ କରାଯାଇ ନାହିଁ। ଏହାର ସୁଯୋଗ ନେଇ ବହିଟିଏ ପଢ଼ୁନାହାନ୍ତି କାହିଁକି? ବାଡ଼ିରେ ଗଛଟିଏ ଲଗଉ ନାହାନ୍ତି କାହିଁକି? କାଗଜ କଲମ ନେଇ ଗପଟିଏ ଲେଖୁନାହାନ୍ତି କାହିଁକି? ସ୍କୁଲ୍ରେ ପଢ଼ିଲା ବେଳେ ବ୍ଲାକ୍ବୋର୍ଡରେ ସାର୍ମାନଙ୍କ କାର୍ଟୁନ ତ ଖୁବ୍ ସୁନ୍ଦର କରୁଥିଲେ। ଏବେ ଚିତ୍ରଟିଏ ଆଙ୍କୁ ନାହାନ୍ତି କାହିଁକି? ନବମ ଶ୍ରେଣୀର ଝିଅ ସୁରଭିକୁ ଦେଖି ‘‘ତେରୀ ପ୍ୟାରୀ ପ୍ୟାରୀ ସୁରତ….’’ ଗୀତଟି ଗାଇ ଦେଇଥିବାରୁ ମାଗୁଣି ସାର୍ଙ୍କ ହାତରୁ ଦି ଚାପୁଡ଼ା ଖାଇଥିଲେ। ଏବେ କ’ଣ ସେ ମାଡ଼ ଆଉ ମନେ ଅଛି? ହାରମୋନିୟମ ଧରି ସୁରରେ ଗୀତଟିଏ ଗାଉ ନାହାନ୍ତି କାହିଁକି? କଲେଜ ପିକ୍ନିକ୍ରେ ଆପଣଙ୍କ ହାତରନ୍ଧା ରୋଷେଇ ଖାଇ ସାଙ୍ଗମାନେ ଆଙ୍ଗୁଠି ଚାଟି ପକଉଥିଲେ। ଏବେ ଗୋଟେ ବଢ଼ିଆ ତରକାରି କରି ପୁଅ ବୋହୂଙ୍କୁ ଖାଇବାକୁ ଦେଉ ନାହାନ୍ତି କାହିଁକି? ଏହା ହିଁ ସ˚ଗରୋଧ ଓ ଏହି ଅପ-ସମୟର ଆନନ୍ଦ। ଏହି ସୁଯୋଗକୁ କର ଛଡ଼ା କରୁଛନ୍ତି କାହିଁକି?
ଏହାର ଅର୍ଥ ନୁହେଁ ଯେ କରୋନାର ଭୟାଭୟତାକୁ ହେୟ ଜ୍ଞାନ କରନ୍ତୁ। କରୋନା ସମ୍ପର୍କରେ ରୁହନ୍ତୁ କିନ୍ତୁ କରୋନା ସହିତ ସମ୍ପର୍କ ବାନ୍ଧନ୍ତୁ ନାହିଁ। କରୋନାକୁ ଉପଭୋଗ କରି ହୁଏନା, କିନ୍ତୁ କରୋନାର ଉପରୋଗ୍ୟ ହୁଅନ୍ତୁ ନାହିଁ। ହ୍ବାଟ୍ସଆପ୍ ଆପଣଙ୍କୁ ଡରଉଛି, ଭୂତଉଛି ଆଉ ହସଉଛି ମଧୢ। ବିଭିନ୍ନ ଚଳଚ୍ଚିତ୍ର ଭୟାନକ ଦୃଶ୍ୟ ସବୁ ଯୋଡ଼ା ଯୋଡ଼ି କରି ଆପଣଙ୍କୁ ଡରଉଛି। ଡାହାଣ ଗୋଡ଼ ବୁଢ଼ା ଆଙ୍ଗୁଠିରେ ହଳଦୀ ବୋଳି ଦେଲେ କରୋନା ଆଉ ହେବ ନାହିଁ ବୋଲି କହି ଆପଣଙ୍କୁ ଭୂତଉଛି। ଛୋଟ ଛୋଟ ଟିକ୍ ଟିକ୍ ଭିଡିଓ ମାଧୢମରେ ଆପଣଙ୍କୁ ହସଉଛି ମଧୢ। ବାଛିବା କାମ ହେଉଛି ଆମର। ଆସନ୍ତୁ ହସ ଆଉ ଖୁସିକୁ ବାଛିବା। ଟିକ୍ ଟିକ୍ ଭିଡିଓରେ ଚାରିପାଞ୍ଚ ବର୍ଷର କୁନି ଝିଅଟିଏ ତା’ ଦଶବାର ବର୍ଷ ବୟସର ବଡ଼ ଭାଇକୁ ଖଟେର ଶୋଇଥିବା ଲୋକଟିକୁ ଦେଖେଇ ପଚାରୁଛି ‘‘ଭାଇ, ଏ ଲୋକଟି କିଏ, ଯିଏ ଆଠ ଦଶ ଦିନ ହେଲା ଆମ ଘରେ ରହୁଛି, ଖାଉଛି ଆଉ ଆମ ଖଟରେ ଶୋଉଛି? ଭାଇ କହିଲା ‘‘ଆଲୋ ବୋକୀ, ଇୟେ ପରା ଆମ ବାପା।’’ ଏହି ଛୋଟିଆ କଥାଟି ଆପଣଙ୍କୁ ହସେଇବା ସହିତ ଏକ ବିରାଟ ସତ୍ୟର ସାମ୍ନାସାମ୍ନି କରଉ ନାହିଁ କି? ଜୀବନର ମୂଷା ଦୌଡ଼ରୁ ଫୁରସତ ନେଇ ଟିକେ ଘର ବାହୁଡ଼ା ହୋଇଯାଆନ୍ତୁ। ଏହି ଛୋଟ ଛୋଟ ଅନୁଭୂତି ହିଁ ଆପଣଙ୍କ ଜୀବନରେ ଆନନ୍ଦର ସୂତ୍ର ବତେଇ ଥାଏ।
ଆସନ୍ତୁ ସ˚ଗରୋଧରୁ ଏହିପରି ଏକ ଆନନ୍ଦର ସୂତ୍ର ପ୍ରସିଦ୍ଧ ଗାଳ୍ପିକ ଆଣ୍ଟୋନ ଚେକଭଙ୍କର ଗୋଟିଏ କଥାରୁ ଜାଣିବା। ସହରର ଜଣେ ଶିଳ୍ପପତି ତାଙ୍କର ଓକିଲ ବନ୍ଧୁଙ୍କ ସହ ଏକ ସର୍ତ୍ତ ରଖିଲେ, ସର୍ତ୍ତ ହେଉଛି ଓକିଲ ବନ୍ଧୁ ଯଦି ଗୋଟିଏ ଘର ଭିତରେ ଏକା ଏକା ସ˚ଗରୋଧ ହୋଇ ପାଞ୍ଚ ବର୍ଷ ରହିପାରିବେ ତେବେ ସେ ତାଙ୍କୁ ପଚାଶ ଲକ୍ଷ ଟଙ୍କା ଦେବେ। ଓକିଲ ବନ୍ଧୁ ଅଭାବରେ ଥିଲେ ତେଣୁ ସେ ଏହି ସର୍ତ୍ତକୁ ଗ୍ରହଣ କରି ଗୋଟିଏ ଘର ଭିତରେ ନିଜକୁ ସ˚ଗରୋଧ କରି ଦେଲେ। ସର୍ତ୍ତ ରହିଲା ଯେ ତାଙ୍କୁ କେବଳ ଦୈନିକ ଭୋଜନ ଓ ବିଭିନ୍ନ ବିଷୟରେ ଶତାଧିକ ପୁସ୍ତକ ଦିଆଯିବ ଓ ସେ ଯେଉଁଦିନ ଚାହିଁବେ ସର୍ତ୍ତ ମଧୢ ଭଙ୍ଗ କରି ଦେଇ ପାରିବେ। ପ୍ରଥମ ବର୍ଷ ଓକିଲ ବନ୍ଧୁଙ୍କୁ ଏକାନ୍ତ ବାସ ଅତ୍ୟନ୍ତ ଅସହ୍ୟ ମନେ ହେଲା କିନ୍ତୁ ପଚାଶ ଲକ୍ଷ ଟଙ୍କାର ଆକର୍ଷଣ ଯୋଗୁଁ ଧୈର୍ଯ୍ୟ ଧରି ଘର ଭିତରେ ଚୁପଚାପ ରହିଲେ। ତା’ପରେ ତାଙ୍କୁ ଦିଆଯାଇଥିବା ଗୋଟିଏ ପରେ ଗୋଟିଏ ପୁସ୍ତକ ପଢ଼ିବାକୁ ଲାଗିଲେ। ପୁସ୍ତକ ପଢ଼ି କେତେବେଳେ ଆନନ୍ଦରେ ଭାବ ବିହ୍ବଳ ହୋଇ ପଡ଼ୁଥାନ୍ତି ତ କେତେବେଳେ ହସି ହସି ଗଡ଼ିଯାଉଥାନ୍ତି। ଦିନକୁ ଦିନ ଜୀବନର ଆନନ୍ଦକୁ ଅନୁଭବ କରି ଖୁସିରେ ଆତ୍ମହରା ହୋଇପଡ଼ୁଥାନ୍ତି। ଏମିତି ଏମିତି ହୋଇ ପାଞ୍ଚ ବର୍ଷ ବିତିଯିବାକୁ ବସିଲା। ୟା’ ଭିତରେ ଶିଳ୍ପପତି ବନ୍ଧୁ ଜଣକ ବ୍ୟବସାୟରେ ପ୍ରଚୁର କ୍ଷତି ସହି ଆଉ ସର୍ତ୍ତ ଅନୁଯାୟୀ ପଚାଶ ଲକ୍ଷ ଟଙ୍କା ଦେବା ଅବସ୍ଥାରେ ନ ଥାନ୍ତି। ପାଞ୍ଚବର୍ଷ ପୂରା ହେବା ପାଇଁ ଆଉ ମାତ୍ର ଦିନଟାଏ ବାକି ଥାଏ। ଶିଳ୍ପପତି ବନ୍ଧୁ ଜଣକ ଲଜ୍ଜାରୁ ବଞ୍ଚିବା ପାଇଁ ବନ୍ଧୁଙ୍କୁ ଜୀବନରେ ମାରି ଦେବାକୁ ସ୍ଥିର କଲେ ଓ ଗୋଟିଏ ବନ୍ଧୁକ ନେଇ ସେଦିନ ରାତିରେ ସେ ଘର ଭିତରେ ପ୍ରବେଶ କଲେ। ଆଶ୍ଚର୍ଯ୍ୟ ହୋଇ ଦେଖିଲେ ବନ୍ଧୁ ଘର ଭିତରେ ନାହାନ୍ତି। ଚିଠିଟିଏ ଟେବୁଲ ଉପରେ ଥୁଆ ହୋଇଛି। ଚିଠିଟି ପଢ଼ିଲେ, ଲେଖା ହୋଇଛି ‘‘ବନ୍ଧୁ, ଗତ ପାଞ୍ଚ ବର୍ଷ ଭିତରେ ବିଭିନ୍ନ ପୁସ୍ତକ ଅଧୢୟନ ଓ ଗଭୀର ଆତ୍ମଚିନ୍ତନ ମୋତେ ଏତେ ଖୁସି ଦେଇଛି ଯେ ମୁଁ ଜୀବନର ଆନନ୍ଦରେ ଆତ୍ମହରା ହୋଇପଡ଼ିଛି। ମୋ’ର ତୁମ ପଚାଶ ଲକ୍ଷ ଟଙ୍କାର ଆଉ ଆବଶ୍ୟକତା ନାହିଁ, ତେଣୁ ମୁଁ ନିଜେ ସର୍ତ୍ତ ଭଙ୍ଗ କରି ଦିନକ ପୂର୍ବରୁ ଏ ଘର ଛାଡ଼ି ଚାଲିଯାଉଛି।’’
୯୭ ଜନପଥ, ଭୁବନେଶ୍ବର
ମୋ- ୯୪୩୭୦୬୭୫୬୭