ଅତୀତରୁ ଆଉ ଏକ ଶିକ୍ଷା

ସାଂପ୍ରତିକୀ - ରାମଚନ୍ଦ୍ର ଗୁହା

ଯଦି ‘କୋଭିଡ୍‌-୧୯’, ବିଭାଜନ ପରେ ଭାରତ ସାମନା କରୁଥିବା ଦ୍ବିତୀୟ ଗୁରୁତର ସ˚କଟ, ଏହାର ସଫଳ ମୁକାବିଲା ପାଇଁ ମୋଦୀ-ଶାହ, ନେହରୁ-ପଟେଲଙ୍କ ମାର୍ଗ ଗ୍ରହଣ କରିବେ କି? ପୂର୍ବତନ ଅଭିଜ୍ଞ ବିତ୍ତ ମନ୍ତ୍ରୀ, ଯେଉଁମାନଙ୍କର ସ˚କଟ ପରିଚାଳନାର କ୍ଷମତା ଅଛି, ସେମାନେ କ˚ଗ୍ରେସ୍‌ ଦଳୀୟ ହେଲେ ବି ସା˚ପ୍ରତିକ ସ୍ଥିତିରେ ସେମାନଙ୍କର ପରାମର୍ଶ ବାଞ୍ଛନୀୟ। ପ୍ରଧାନମନ୍ତ୍ରୀ ତାହା ନ କଲେ ସ୍ଥିତି ଅଧିକ ବିଗିଡ଼ିଯାଇପାରେ।

ବହୁ ବର୍ଷ ତଳେ ନୂଆ ଦିଲ୍ଲୀସ୍ଥିତ ଅଭିଲେଖାଗାରରେ କାମ କରୁଥିବା ବେଳେ ଜଵାହରଲାଲ ନେହରୁ, ଚକ୍ରବର୍ତ୍ତୀ ରାଜଗୋପାଲଚାରୀଙ୍କୁ ଲେଖିଥିବା ଏକ ସ˚କ୍ଷିପ୍ତ, ହାତ-ଲେଖା ପତ୍ର ଦେଖିଥିଲି। ସେଥିରେ ତାରିଖ ଥିଲା ୩୦ ଜୁଲାଇ ୧୯୪୭ ଏବ˚ ଲେଖାଥିଲା: ‘‘ପ୍ରିୟ ରାଜାଜୀ, ଆପଣଙ୍କୁ ଶୀଘ୍ର ଶନମୁଖମ ଚେଟ୍ଟୀଙ୍କୁ ଭେଟିବାକୁ ହେବ; ଏହା ସ୍ମରଣ କରାଇଦେବା ପାଇଁ ପତ୍ର ଲେଖୁଛି। ଆମ୍ବେଦକରଙ୍କୁ ମଧ୍ୟ କହିଛି ଏବ˚ ସେ ସମ୍ମତ ହୋଇଛନ୍ତି। ଇତି, ଜଵାହରଲାଲ।’’

ଏବର ପାଠକଙ୍କ ପାଇଁ ଉକ୍ତ ଚିଠି ଏକ ବ୍ୟାଖ୍ୟା ଲୋଡ଼େ। ୩୦ ଜୁଲାଇ ୧୯୪୭ରେ ଭାରତ ସ୍ବାଧୀନତାଠାରୁ ମାତ୍ର ଦୁଇ ସପ୍ତାହ ଦୂରରେ ଥିଲା। ପ୍ରଧାନମନ୍ତ୍ରୀ ନେହରୁ ନିଜର କ୍ୟାବିନେଟ୍‌ ଗଠନ ପ୍ରସ୍ତୁତି ଚଳାଇଥିଲେ। ପ୍ରଥମ ନାମ ଭାବେ ସେଥିରେ ଅନ୍ତର୍ଭୁକ୍ତ ହୋଇଥିଲେ ବଲ୍ଲଭଭାଇ ପଟେଲ। ସେ ହେବାର ହିଁ ଥିଲା। ନେହରୁଙ୍କ ନିଜ ଭାଷାରେ- ‘କ୍ୟାବିନେଟ୍‌ର ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭ।’ ସେଥିରେ ସାମିଲ ହେବା ପାଇଁ ଅନ୍ୟ ସବୁ ସ୍ବାଭାବିକ ନାମ ଥିଲା- କ˚ଗ୍ରେସ୍‌ ନେତା ମୌଲାନା ଅବୁଲ କଲାମ ଆଜାଦ, ରାଜେନ୍ଦ୍ର ପ୍ରସାଦ, ରାଜକୁମାରୀ ଅମୃତ କୌର ଆଦି।

ତେବେ, ପଟେଲଙ୍କ ସହ ଆଲୋଚନା ଏବ˚ ସେମାନଙ୍କର ସାଧାରଣ ଉପଦେଷ୍ଟା ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ, ସ୍ବାଧୀନ ଭାରତର ପ୍ରଥମ କ୍ୟାବିନେଟ୍‌ର ପରିସର ବ୍ୟାପକ କରିବାକୁ ଏବ˚ ସେଥିରେ କ˚ଗ୍ରେସ୍‌ ପାର୍ଟି ସହ ରାଜନୈତିକ ସ˚ପର୍କ ନ ଥିବା ଅନ୍ୟ ବିଚକ୍ଷଣ ବ୍ୟକ୍ତିବିଶେଷଙ୍କୁ ସାମିଲ କରିବା ନିମନ୍ତେ ନେହରୁ ନିଷ୍ପତ୍ତି ନେଇଥିଲେ। ବ୍ରିଟିସ୍‌ମାନେ ଛାଡ଼ିଥିବା ଭାରତର ଅବସ୍ଥା ଭଲ ନ ଥିବା ବିଷୟ ନେହରୁ ଓ ପଟେଲ ଉଭୟେ ଭଲ ଭାବେ ଅବଗତ ଥିଲେ। ନୂଆ କ୍ୟାବିନେଟ୍‌ ଅନେକ ଆହ୍ବାନର ସାମନା କରିବାକୁ ଥିଲା- ଧାର୍ମିକ କନ୍ଦଳ, ଶରଣାର୍ଥୀ ସମସ୍ୟା, ଖାଦ୍ୟାଭାବ, ଅମାନିଆ ଗଡ଼ଜାତ ତଥା ଏକ ନୂଆ ସମ୍ବିଧାନର ପ୍ରସ୍ତୁତି। ସଫଳତାର ସହ ଏ ଭଳି ବିବିଧ ଆହ୍ବାନର ସମ୍ମୁଖୀନ ହେବା ପାଇଁ କ୍ୟାବିନେଟ୍‌ ପ୍ରସ୍ତୁତି ବେଳେ କେବଳ ସ୍ବଦଳକୁ ଦୃଷ୍ଟିରେ ରଖି ଆଗେଇବା ଅନୁଚିତ ବୋଲି ଉଭୟେ ବୁଝିଥିଲେ।

୧୯୩୦-୪୦ ମଧ୍ୟରେ ଡ. ବିଆର‌୍‌ ଆମ୍ବେଦକର କ˚ଗ୍ରେସ୍‌ର ତିକ୍ତ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଥିଲେ। ଏପରିକି ୧୯୪୬ରେ ଏକ ପ୍ରକାଶିତ ପୁସ୍ତକ ମାଧ୍ୟମରେ ସେ କ˚ଗ୍ରେସ୍‌ ଦଳ ଓ ଏହାର ମୁଖ୍ୟ ନେତୃବର୍ଗଙ୍କ ଉପରେ ତୀବ୍ର ଆକ୍ରମଣ କରିଥିଲେ। ପୁସ୍ତକଟି ଥିଲା- ଗାନ୍ଧୀ ଓ କ˚ଗ୍ରେସ୍‌ ଅଛୁଅାଁଙ୍କ ଲାଗି କ’ଣ କରିଛନ୍ତି (What Gandhi and the Congress have done to the Untouchables)। ଏବେ ଖଣ୍ତ-ବିଖଣ୍ତିତ ଏକ ଦେଶ ଏକତ୍ର ହେବାର ବେଳ। ତେଣୁ, କ˚ଗ୍ରେସ୍‌ ଆମ୍ବେଦକରଙ୍କ ପାଖରେ ପହଞ୍ଚିବା ସହ ତାଙ୍କୁ ଆଇନ ମନ୍ତ୍ରୀ ପଦର ପ୍ରସ୍ତାବ ଦେଇଥିଲା। ଆମ୍ବେଦକରଙ୍କ ସମ୍ମତି ମିଳିବା ପରେ ନିଜର ତାମିଲ ସାଥୀ ଆର‌୍‌କେ ଶନମୁଖମ ଚେଟ୍ଟୀଙ୍କୁ କ୍ୟାବିନେଟ୍‌ରେ ଯୋଗଦେବା ନିମନ୍ତେ ପ୍ରବର୍ତ୍ତାଇବା ପାଇଁ ନେହରୁ, ରାଜଗୋପାଲଚାରୀଙ୍କୁ ଅନୁରୋଧ କରିଥିଲେ। ଜଷ୍ଟିସ୍‌ ପାର୍ଟିର ନେତା ଭାବେ ଚେଟ୍ଟୀ କ˚ଗ୍ରେସ୍‌ ପ୍ରତି ଅତ୍ୟଧିକ ବିମୁଖ ଥିଲେ। ସେ କାଳରେ ଆମ୍ବେଦକର ଯେପରି ଭାରତର ଜଣେ ଶ୍ରେଷ୍ଠ ଆଇନ ବିଶାରଦ ଥିଲେ, ଠିକ୍‌ ସେହି ପରି ଚେଟ୍ଟୀ ଥିଲେ ଅନ୍ୟତମ ଶ୍ରେଷ୍ଠ ଅର୍ଥନୀତିଜ୍ଞ। ପୁରୁଣା ଶତ୍ରୁତାକୁ ଜଳାଞ୍ଜଳି ଦେଇ ଚେଟ୍ଟୀ ଭାରତର ପ୍ରଥମ ବିତ୍ତ ମନ୍ତ୍ରୀ ହେବାକୁ ସମ୍ମତ ହୋଇଥିଲେ।

ସ୍ବାଧୀନ ଭାରତର ପ୍ରଥମ କ୍ୟାବିନେଟ୍‌ରେ ହିନ୍ଦୁ ମହାସଭାର ଏସ୍‌ପି ମୁଖାର୍ଜୀ ଏବ˚ ଅକାଳୀ ଦଳର ବଳଦେବ ସି˚ହଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ଦୁହେଁ କ˚ଗ୍ରେସ୍‌-ନେତୃତ୍ବାଧୀନ ସ୍ବାଧୀନତା ଆନ୍ଦୋଳନର ତୀବ୍ର ବିରୋଧୀ ଥିଲେ। ଉଦ୍ୟୋଗପତି ସିଏଚ୍‌ ଭାଭା ଏବ˚ ପ୍ରଶାସକ ଏନ୍‌ ଗୋପାଳସ୍ବାମୀ ଆୟେଙ୍ଗାରଙ୍କୁ ମଧ୍ୟ ନିଆଯାଇଥିଲା, ଯେଉଁମାନଙ୍କର କ˚ଗ୍ରେସ୍‌ ଦଳ ସହ ପୂର୍ବରୁ କୌଣସି ସ˚ପର୍କ ନ ଥିଲା।

ପୁରୁଣା ଇତିହାସ ମୁଁ ଏବେ କାହିଁକି ମନେପକାଉଛି? କାରଣ, ଏହା ସିଧାସଳଖ ଏବର ସ୍ଥିତି ବାବଦରେ କହୁଛି। ବୋଧହୁଏ, ବିଭାଜନ ପରେ ଦେଶ ଏବେ ସବୁଠାରୁ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛି ଏବ˚ ତାହା ହେଉଛି- ‘କୋଭିଡ୍‌-୧୯’। ଆମ ଉପରେ ଏହି ଭୂତାଣୁର ମାଡ଼ ପୂର୍ବରୁ ଅର୍ଥନୀତି ଦୁର୍ବଳ ହୋଇସାରିଥିଲା। ଏବେ ଏହା ଅଧିକରୁ ଅଧିକ ଦୁର୍ବଳ ହୋଇଚାଲିବ। ଭ୍ରମଣ ଓ ପର୍ଯ୍ୟଟନ ଶିଳ୍ପ ନଷ୍ଟ-ଭ୍ରଷ୍ଟ ହୋଇଯିବ। ବନ୍ଦ ବା ଲକ୍‌ଡାଉନ୍‌ର ଗୁରୁତର ପ୍ରଭାବ ଉଭୟ ଉତ୍ପାଦନ ଶିଳ୍ପ ଓ କୃଷି କ୍ଷେତ୍ର ଉପରେ ପଡ଼ିବ। ଏହି ମହାମାରୀ ମଣିଷକୁ ଯଥେଷ୍ଟ ଯନ୍ତ୍ରଣା ଦେଇସାରିଲାଣି। ତେବେ, ଏହାର ଅନ୍ତ ହୋଇନାହିଁ; ଆଗକୁ ଆହୁରି ଦେବ; ବହୁଗୁଣିତ ମଧ୍ୟ ହୋଇପାରେ। ଏହି ଦୁଃସ୍ଥିତିରେ ସାମାଜିକ ବିଶ୍ବାସର ପୁନରୁଦ୍ଧାର ସହ ଅର୍ଥନୀତିର ପୁନଃ-ନିର୍ମାଣ, ଜଣେ ବ୍ୟକ୍ତି ଏବ˚ ତାଙ୍କର କ୍ଷୁଦ୍ର ବିଶ୍ବସନୀୟ ପରାମର୍ଶଦାତା ମାନଙ୍କ କ୍ଷମତା ବାହାରେ।

ଅତୀତର ଆଉ ଏକ ଶିକ୍ଷା ଏଠାରେ ପ୍ରଣିଧାନ୍ୟଯୋଗ୍ୟ। ୧୯୩୦-୪୦ ମଧ୍ୟରେ ନେହରୁ ଓ ପଟେଲ ଔପନିବେଶ ଅମଲାତନ୍ତ୍ର ସହ ସ˚ପୃକ୍ତ ଥିବା ଭାରତୀୟ ସଦସ୍ୟମାନଙ୍କୁ ଭଲପାଉ ନ ଥିଲେ। କାରଣ, ସେହି ଅଣ-ଗୋରାମାନେ ବ୍ରିଟିସ୍‌ ରାଜତ୍ବର ସମର୍ଥକ ଥିଲେ; ସ୍ବାଧୀନତା ଆନ୍ଦୋଳନକୁ ବିରୋଧ କରୁଥିଲେ; ହଜାର ହଜାର ସ˚ଖ୍ୟକ ଦେଶବାସୀଙ୍କୁ କାରାଗାରରେ ଭର୍ତ୍ତି କରିଥିଲେ। ତଥାପି ସ୍ବାଧୀନତା ପରେ ନେହରୁ ଓ ପଟେଲ, ସେମାନଙ୍କ ମଧ୍ୟରୁ କିଛି ବିଚକ୍ଷଣ ଓ ପାରଙ୍ଗମ ବ୍ୟକ୍ତିଙ୍କୁ ନିଜ ସହ ରଖିଥିଲେ। ଦେଶକୁ ଏକତାର ସୂତ୍ରରେ ବାନ୍ଧିବା ଏବ˚ ଏକ ଗଣତାନ୍ତ୍ରିକ ରୂପ ଦେବା ପାଇଁ ତାହା ଆବଶ୍ୟକ ଥିଲା। ପୂର୍ବରୁ ବିିଭିନ୍ନ ବ୍ରିଟିସ୍‌ ଭାଇସ୍‌ରାୟଙ୍କ ପ୍ରତି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଥିବା ଚାରି ଜଣ ଭାରତୀୟ ପ୍ରଶାସକ, ପରବର୍ତ୍ତୀ କାଳରେ ସାଧାରଣତନ୍ତ୍ର ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ସେମାନେ ଥିଲେ ବିଏନ୍‌ ରାଉ- ଯିଏ ସମ୍ବିଧାନ ପ୍ରଣୟନରେ ସହାୟତା କରିଥିଲେ; ଭିପି ମେନନ- ଗଡ଼ଜାତ ମିଶ୍ରଣରେ ଯାହାଙ୍କର ଭୂମିକା ଥିଲା; ସୁକୁମାର ସେନ- ଯିଏ ପ୍ରଥମ ସାଧାରଣ ନିର୍ବାଚନ ସୁଚାରୁ ରୂପେ ପରିଚାଳନା କରିଥିଲେ; ଏବ˚ ତରଲୋକ ସି˚ହ- ଯିଏ ପଶ୍ଚିମ ପାକିସ୍ତାନରୁ ଆସିଥିବା ଶରଣାର୍ଥୀଙ୍କ ଥଇଥାନ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ।

ମହାତ୍ମାଙ୍କ ତୀବ୍ର ସମାଲୋଚନା କରିଥିବା କାରଣରୁ ଯଦି ଆମ୍ବେଦକରଙ୍କୁ ପ୍ରଥମ କ୍ୟାବିନେଟ୍‌ରେ ନିଆଯାଇ ନ ଥାଆନ୍ତା, କ’ଣ ହୋଇଥାଆନ୍ତା? ଯଦି ନେହରୁ ଓ ପଟେଲ, ରାଉ ଏବ˚ ମେନନଙ୍କୁ ଅବଧି ପୂର୍ବରୁ ଇସ୍ତଫା ଦେବା ପାଇଁ ନିର୍ଦେଶ ଦେଇଥାଆନ୍ତେ? ଏ ଦୁହେଁ ଥିଲେ ବ୍ରିଟିସ୍‌ମାନଙ୍କର ବିଶ୍ବସ୍ତ, ଯେତେ ବେଳେ ନେହରୁ ଓ ପଟେଲ କାରାଗାରରେ ଅଟକ ଥିଲେ। ଯଦି ନେହରୁ ଓ ପଟେଲ ନିଜ ଦଳ ଓ ନିଜ ଲୋକଙ୍କୁ ପ୍ରାଧାନ୍ୟ ଦେଇଥାଆନ୍ତେ, ଶସ୍ତା ରାଜନୀତି କରିଥାଆନ୍ତେ, ବିଭାଜନ ଜନିତ ସମସ୍ୟା ଭୟଙ୍କର ରୂପ ଧାରଣ କରି, ସାରା ଦେଶକୁ ଅନେକ ଦିନ ଯାଏ ଅସ୍ତ-ବ୍ୟସ୍ତ କରିଥାଆନ୍ତା। ହୁଏ ତ ସାଧାରଣତନ୍ତ୍ର ହିଁ ଆଦୌ ଗଠିତ ହୋଇପାରି ନ ଥାଆନ୍ତା।

ଯଦି ‘କୋଭିଡ୍‌-୧୯’, ବିଭାଜନ ପରେ ଭାରତ ସାମନା କରୁଥିବା ଦ୍ବିତୀୟ ଗୁରୁତର ସ˚କଟ, ଏହାର ସଫଳ ମୁକାବିଲା ପାଇଁ ମୋଦୀ-ଶାହ, ନେହରୁ-ପଟେଲଙ୍କ ମାର୍ଗ ଗ୍ରହଣ କରିବେ କି? ପୂର୍ବତନ ଅଭିଜ୍ଞ ବିତ୍ତ ମନ୍ତ୍ରୀ, ଯେଉଁମାନଙ୍କର ସ˚କଟ ପରିଚାଳନାର କ୍ଷମତା ଅଛି, ସେମାନେ କ˚ଗ୍ରେସ୍‌ ଦଳୀୟ ହେଲେ ବି ସା˚ପ୍ରତିକ ସ୍ଥିତିରେ ସେମାନଙ୍କର ପରାମର୍ଶ ବାଞ୍ଛନୀୟ। ପ୍ରଧାନମନ୍ତ୍ରୀ ତାହା ନ କଲେ ସ୍ଥିତି ଅଧିକ ବିଗିଡ଼ିଯାଇପାରେ। ପୂର୍ବତନ ଅଭିଜ୍ଞ ବିତ୍ତ ବିଭାଗୀୟ ସଚିବ ଏବ˚ ରିଜର୍ଭ‌୍‌ ବ୍ୟାଙ୍କ୍‌ର ଗଭର୍ନର‌୍‌ ଆଦିଙ୍କ ପରାମର୍ଶ ମଧ୍ୟ ଜରୁରୀ। ସରକାର ସ୍ବେଚ୍ଛାକୃତ ଭାବେ ଜାଁ ଡ୍ରେଜ୍‌ ଓ ରୀତିକା ଖେରାଙ୍କ ଭଳି ବିଦ୍ବାନ୍‌ଙ୍କ ପରାମର୍ଶ ଗ୍ରହଣ କରିବା ପାଇଁ ଆଗେଇଆସିବା ଉଚିତ, ଯେଉଁମାନେ ନର୍ଥ‌୍‌ ବ୍ଲକ୍‌ରେ ସ˚ପ୍ରତି କାମ କରୁଥିବା ଅର୍ଥଶାସ୍ତ୍ରୀଙ୍କ ତୁଳନାରେ ଭାରତର କୃଷକ ଓ ଶ୍ରମିକଙ୍କ ପ୍ରକୃତ ଅବସ୍ଥା ବାବଦରେ ଅଧିକ ଜାଣନ୍ତି। ପୁଣି, ସ୍ବାସ୍ଥ୍ୟ ମନ୍ତ୍ରାଳୟର ପୂର୍ବତନ ଅଭିଜ୍ଞ ସଚିବଙ୍କ ସହାୟତା ମଧ୍ୟ ଲୋଡ଼ାଯିବା ଉଚିତ, ଯେଉଁମାନେ ଭାରତରେ ଏଡ୍‌ସ, ଏଚ୍‌ ୧ ଏନ୍‌ ୧ ଭୂତାଣୁ ଆଦି ରୋକିବା ଏବ˚ ପୋଲିଓର ସ˚ପୂର୍ଣ୍ଣ ବିନାଶ ଦିଗରେ ଭେଷଜ ବିଜ୍ଞାନୀ ଓ ଚିକିତ୍ସକଙ୍କ ସହ ମିଶି କାର୍ଯ୍ୟ କରିଥିଲେ।

ନେହରୁ ଓ ପଟେଲ ସେତେ ବେଳେ ଗଢ଼ିିଥିବା ଧରଣର ଜାତୀୟ ସରକାର ଗଠନ ବୋଧହୁଏ ଏବେ ସମ୍ଭବ ନୁହେଁ। ତେବେ, ଏହି ସରକାର ସହାୟତା ଓ ଉପଦେଶ ପାଇଁ ହାତ ବଢ଼ାଇବାରେ କୌଣସି ସମସ୍ୟା ନାହିଁ। ଏହା ଅନ୍ୟ ଦଳର ଅଭିଜ୍ଞ ବିଦ୍ବାନ୍‌ଙ୍କ ସାହାଯ୍ୟ ନେଇପାରିବ। ଅତୀତରେ ସରକାରକୁ ଉଲ୍ଲେଖନୀୟ ସାହାଯ୍ୟ କରିଥିବା ଅର୍ଥଶାସ୍ତ୍ରୀ, ପ୍ରଶାସକଙ୍କ ଉପଦେଶ ଗ୍ରହଣ କରିପାରିବ। ଏକ ଜାତୀୟ ସ˚କଟ ବେଳେ ମୋଦୀ ସରକାର ଗର୍ବ ଓ ପକ୍ଷ ପରିତ୍ୟାଗ କରିବାର ସାହସ ଦେଖାଇବା ଉଚିତ- ଯାହା ୧୯୪୭ରେ କ˚ଗ୍ରେସ୍‌ ସରକାର କରିଥିଲା।

ସମ୍ବନ୍ଧିତ ଖବର