ସାହିତ୍ୟ ଓ ରାଜନୀତି

ଆମ ଘରର ହାଲଚାଲ / ସୌମ୍ୟର˚ଜନ ପଟ୍ଟନାୟକ

ଆଜି ‘ସାହିତ୍ୟ ଘର’ର ଷଷ୍ଠ ରାଜ୍ୟସ୍ତରୀୟ ସମ୍ମିଳନୀ ରେଭେନ୍‌ସା ବିଶ୍ବବିଦ୍ୟାଳୟର ସହଭାଗିତାରେ ନବ ନିର୍ମିତ କନ୍‌ଭେନ୍‌ସନ୍‌ ସେଣ୍ଟର‌୍‌ରେ ଅନୁଷ୍ଠିତ ହେଉଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଆସିଥିବା ସବୁ ପ୍ରତିନିଧି ଭାଇ ଭଉଣୀଙ୍କୁ ‘ସମ୍ବାଦ’ ପରିବାର ତରଫରୁ ଆନ୍ତରିକ ସ୍ବାଗତ ଓ ଅଭିନନ୍ଦନ ଜଣାଉଛି। ‘ସାହିତ୍ୟ ଘର’ର ଏହି ସମାବେଶଟି ସମ୍ଭବତଃ ଏକମାତ୍ର ସମାବେଶ ଯାହା ସାରା ଓଡ଼ିଶାର ପ୍ରତିନିଧିତ୍ବ କରେ। ଏ ଦୃଷ୍ଟିରୁ ଏହା ଅନନ୍ୟ। ଏ ପର୍ଯ୍ୟନ୍ତ ୩୪୦ଟି ଶାଖା ଗଠନ କରି ୧୭,୦୦୦ ସଭ୍ୟସଭ୍ୟା ପଞ୍ଜିକୃତ ହୋଇଛନ୍ତି। ରେଭେନ୍‌ସା ପରିସରରେ ଏହି ସମାବେଶ ହେଉଥିବାରୁ ଆମେ ଅଧିକ ଆନନ୍ଦିତ। ଏ ବର୍ଷର ଉଦ୍‌ଘାଟନୀ ଉତ୍ସବର ଦୁଇ ଅତିଥିଙ୍କ କଥା ବିଚାରକୁ ନେଲେ ଏହାର ପ୍ରାସଙ୍ଗିକତା ଆହୁରି ଅଧିକ ବଢ଼ିଯାଉଛି। ଉଭୟ ଏହି ମହାବିଦ୍ୟାଳୟରେ ଅଧୢୟନ କରୁଥିବା ସମୟରେ ନିଜର ଲେଖକୀୟ ଜୀବନ ଆରମ୍ଭ କରିଥିଲେ। ଆଜି ଓଡ଼ିଆ ଭାଷା ଓ ସାହିତ୍ୟକୁ ଯେଉଁ କେତେ ଜଣ ଓଡ଼ିଶା ବାହାରେ ଓ ଦେଶ ବିଦେଶରେ ପରିଚିତ କରାଇଛନ୍ତି ସେମାନଙ୍କ ମଧୢରୁ ମନୋଜ ଦାସ ଏବ˚ ଜୟନ୍ତ ମହାପାତ୍ର ସବୁବେଳେ ଉଲ୍ଲେଖନୀୟ ହୋଇ ରହିବେ। ସେମାନଙ୍କର ଯୋଗଦାନ ତାଙ୍କୁ ତାଙ୍କର ରେଭେନ୍‌ସା ଦିନର କଥା କେବଳ ସ୍ମରଣ କରାଇ ଦେବ ନାହିଁ, ଆମ୍ଭମାନଙ୍କୁ ମଧୢ ଉତ୍ସାହିତ କରିବ।

ଏହି ସମାବେଶରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ଆମେ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ଆଲୋଚନା କରିଥାଉ। ବିଗତ ବର୍ଷଗୁଡ଼ିକରେ ‘ପ୍ରତି ଘର ହେଉ ସାହିତ୍ୟ ଘର’, ‘ମାତୃଭାଷା ହେଉ ରାଜଭାଷା’ ଏବ˚ ‘ଶିଶୁ ସାହିତ୍ୟର ଆହ୍ବାନ’ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଆଜିର ପ୍ରସଙ୍ଗ ରହିଛି ‘ସାହିତ୍ୟ ଓ ରାଜନୀତି’। ଆଜିର ଏହି ପ୍ରସଙ୍ଗକୁ ନେଇ କେଜାଣି କାହିଁକି କିଛି ସାହିତ୍ୟିକ ବନ୍ଧୁ ଅସ୍ବସ୍ତି ଅନୁଭବ କରୁଛନ୍ତି। ଆମ ସମୟର କାର୍ଯ୍ୟରତ ପ୍ରଶାସକ ଏବ˚ ବୁଦ୍ଧିଜୀବୀମାନେ ଏ ପ୍ରସଙ୍ଗକୁ ଦେଖି ନାସିକାକୁଞ୍ଚନ କରୁଛନ୍ତି। ଏଭଳି ଏକ ପ୍ରସଙ୍ଗର ଆଲୋଚନାରେ ଭାଗ ନେବା ପାଇଁ ସ˚କୋଚ ମଧୢ କରୁଛନ୍ତି। ଅଧିକରୁ ଅଧିକ ପ୍ରଶାସକ ବନ୍ଧୁମାନେ ଅବସର ପରେ ବା ଅବସର ନେଇ ରାଜନୀତିରେ ଭାଗ ନେବା ପାଇଁ ରୁଚି ରଖୁଥିବା ବେଳେ, କାର୍ଯ୍ୟରତ ପ୍ରଶାସକମାନଙ୍କର ଅସ୍ବସ୍ତି ଅନୁଭବ ଏକ ବିଡ଼ମ୍ବନା ନୁହେଁ କି? ଆମ ବିଚାରରେ ସାହିତ୍ୟ ଓ ରାଜନୀତି ମଧୢରେ ଥିବା ସ˚ପର୍କକୁ ନେଇ କିଛିଟା ବିଚାର ବିଭ୍ରାଟ ନିଶ୍ଚୟ ରହିଛି। ଏ ବିଚାର ବିଭ୍ରାଟକୁ ଦୂର ନ କଲେ ଆଜିର ଆଲୋଚନା ଫଳପ୍ରଦ ହେବ ନାହିଁ। ଆମ ବିଚାରରେ ସାହିତ୍ୟ ଓ ରାଜନୀତିର ଅନ୍ତିମ ଲକ୍ଷ୍ୟ ସମାନ। ସମୂହ ହିତ ସାଧନ ପାଇଁ ଉଭୟ ସ˚କଳ୍ପବଦ୍ଧ। ଏହାକୁ ହାସଲ କରିବା ପାଇଁ ମାର୍ଗ ଅଲଗା ଅଲଗା ହୋଇପାରେ। ରାଜନୈତିକ ବ୍ୟକ୍ତି ସମୂହ ହିତ ସାଧନ କରିବା ପାଇଁ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସ˚ଖ୍ୟାଧିକ ଲୋକଙ୍କର ସମର୍ଥନ ଜୁଟାଇ କ୍ଷମତା ହାସଲ କରିବାକୁ ଚେଷ୍ଟା କରେ। ଏହି କ୍ଷମତା ଦୌଡ଼ରେ ବିଜୟଲାଭ କରାଇବାର ସାମର୍ଥ୍ୟ ରଖୁଥିବାରୁ ରାଜନୈତିକ ଦଳଗୁଡ଼ିକ ଆଜି ଅତ୍ୟନ୍ତ ଶକ୍ତିଶାଳୀ ଅନୁଷ୍ଠାନ ହୋଇ ମୁଣ୍ତ ଟେକିଛନ୍ତି।

ସେହିପରି ଭାଷା ଓ ଭାବକୁ ନେଇ ଯେଉଁ ଖେଳ ଖେଳାଯାଏ, ତାହା ହିଁ ଆମ ବିଚାରରେ ସାହିତ୍ୟ। ମଣିଷ ଭାଷା ବିନା ତିଷ୍ଠିପାରିବ ନାହିଁ ଏବ˚ ଭାବବିହୀନ ମଣିଷ ମଣିଷ ପଦବାଚ୍ୟ ମଧୢ ହେବ ନାହିଁ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସ˚ଖ୍ୟାର ଖେଳରେ ଭାଷା ଓ ଭାବର ଭୂମିକା ଯଥେଷ୍ଟ ଅଧିକ ହେବା କଥା। ତେବେ ଲକ୍ଷ୍ୟ କରାଯାଉଛି ଯେ ମଣିଷର ଭାଷା ଏବ˚ ତାହାର ବ୍ୟବହାର ପଦ୍ଧତି ଦୁର୍ବଳ ହେବାରେ ଲାଗିଛି ତ ଭାବର ଅଭାବରେ ସେହି ମଣିଷ ମଧୢ ସ˚କୁଚିତ ହେବାକୁ ବସିଛି। କିଛି କିଛି ସାହିତ୍ୟିକ ବନ୍ଧୁମାନେ ଏପରି ଦ୍ବନ୍ଦ୍ବରୁ ମୁକ୍ତି ପାଇବା ପାଇଁ ନିଜକୁ ରାଜନୀତିରୁ ଊର୍ଦ୍ଧ୍ବକୁ ନେଇ ନିରାପଦ ମଣୁଛନ୍ତି। କିନ୍ତୁ ଆମ ବିଚାରରେ ଏହା ନିରାପତ୍ତା ନୁହେଁ, ବର˚ ଏକ ସାମାଜିକ ବିପତ୍ତିକୁ ଆମନ୍ତ୍ରଣ। ଗଣତନ୍ତ୍ରରେ ଭାଷାର ଭୂମିକାକୁ କେହି ଅସ୍ବୀକାର କରିପାରିବେ ନାହିଁ। ମଣିଷର ଭାବ ବିନିମୟ ପାଇଁ ଭାଷା ଏକାନ୍ତ ପ୍ରୟୋଜନ। ଭାବର ଉତ୍ତମ ବିନିମୟ ହେଲେ ସମଭାବାପନ୍ନ ବ୍ୟକ୍ତିମାନଙ୍କୁ ନେଇ ସହମତି ତିଆରି ହୋଇଥାଏ। ସ˚ଖ୍ୟାଖେଳରେ ସ˚ଖ୍ୟାଗରିଷ୍ଠ ବିଜୟୀ ହେଲେ ମଧୢ ସ˚ଖ୍ୟାଲଘୁକୁ ଅବହେଳା କରିବା ଆଦୌ ସ୍ପୃହଣୀୟ ନୁହେଁ। ସହମତି ନିର୍ମାଣରେ ଭାଷାର ବହୁଳ ବ୍ୟବହାର ଓ ଭାବର ଅବାଧ ଆଦାନପ୍ରଦାନ ଏକାନ୍ତ ପ୍ରୟୋଜନ। ଏଇଠି ସାହିତ୍ୟ ଓ ରାଜନୀତିର ସ˚ପର୍କ କେତେ ନିବିଡ଼ ତାହା ସହଜରେ ଅନୁମାନ କରାଯାଇପାରେ। ଆଜି କିଛି ରାଜନୈତିକ ବ୍ୟକ୍ତି ଭାଷାକୁ ଦୁର୍ବଳ କରି, ଭାବ ରାଜ୍ୟକୁ ଭାଗ ଭାଗ କରି, ନିଜ ପାଇଁ ସୁରକ୍ଷା ବଳୟଟିଏ ସୃଷ୍ଟି କରିବାରେ ବ୍ୟସ୍ତ। ରାଜନୀତିର ଭାଷା ଆଜି ସର୍ବନିମ୍ନ ଶାଳୀନତାଠାରୁ ଦୂରେଇଯାଇଛି ତ ସହନଶୀଳତା ଅଭାବରେ ଆମର ଭାବରାଜ୍ୟ ଦୁର୍ବଳ ହେବାରେ ଲାଗିଛି। ଭାଷା ଓ ଭାବକୁ ବ୍ୟବହାର କରି ସୃଜନଶୀଳ ସାହିତ୍ୟରେ ବ୍ରତୀ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏହା ଏକ ଆହ୍ବାନ। ସହମତି ଅଭାବରେ ସ˚ଖ୍ୟାଗରିଷ୍ଠତାର ଅହ˚କାର ଆମ ସାମାଜିକ ଏବ˚ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଛିନ୍ନଭିନ୍ନ କରିଦେବ। ସାହିତ୍ୟିକ ବନ୍ଧୁ ଏପରି ସମୟରେ ନିରବ ରହିବା ଆଦୌ ସମୀଚୀନ ନୁହେଁ। ସାହିତ୍ୟିକ ବନ୍ଧୁମାନଙ୍କର ରାଜନୀତି ପ୍ରତି ଅରୁଚି ବା ଅନାଗ୍ରହ ସାଙ୍ଗକୁ ଆଧୁନିକ ବିଜ୍ଞାନ ଓ କାରିଗରୀ କୌଶଳ ସାହିତ୍ୟର ପ୍ରଭାବ କ୍ଷେତ୍ରକୁ ଆହୁରି ସ˚କୁଚିତ କରୁଛି। କାଗଜ ଓ କାଳିର ମୁଦ୍ରିତ ଅକ୍ଷର ସାହିତ୍ୟର ପାରମ୍ପରିକ ବାହକ ହୋଇଥିବା ବେଳେ ଏହାର ଚାହିଦା ବୃହତ୍ତର ସ˚ଖ୍ୟାଗରିଷ୍ଠ ସମାଜରେ କମି କମି ଯାଉଛି। ଏ ବିଲକ୍ଷଣକୁ ମଧୢ ସାହିତ୍ୟିକ ବନ୍ଧୁମାନେ ବିକଳ୍ପ କୌଶଳ ଆପଣେଇ ଦୂର କରିବା ପାଇଁ ଚେଷ୍ଟା କରିବା ଦରକାର। ରାଜନୀତି କହିଲେ କେବଳ ନିର୍ବାଚନକୁ ବୁଝାଏ ନାହିଁ। ଦଳୀୟ ସଭ୍ୟଭୁକ୍ତ ହୋଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଅତିରିକ୍ତ ଆହୁରି ଅନେକ ଭୂମିକା ଅଛି, ଯାହାକୁ ସାହିତ୍ୟିକ ବନ୍ଧୁମାନେ ସହଜରେ ଆପଣେଇ ପାରିବେ। ଆସନ୍ତୁ ଆଜି ଏହି ବିକଳ୍ପ କୌଶଳ ଓ ସାହିତ୍ୟିକମାନଙ୍କର ବିବିଧ ଭୂମିକା ସମ୍ପର୍କରେ ଅଧିକ ଆଲୋଚନା କରିବା ଏବ˚ ସହମତି ନିର୍ମାଣରେ ସହାୟକ ହେବା।

ସମ୍ବନ୍ଧିତ ଖବର