ପ୍ରାଣଘାତୀ କରୋନା ଭୂତାଣୁ

ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

ଚୀନ୍‌ରୁ ଆରମ୍ଭ ହୋଇ ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା ପ୍ରାଣଘାତୀ କରୋନା ଭୂତାଣୁ ସ˚କ୍ରମଣକୁ ନେଇ ଏବେ ସବୁଠି ଚର୍ଚ୍ଚା। କରୋନା ଭୂତାଣୁ ବା ଭାଇରସ ଏକ ନୂଆ ଭୂତାଣୁ ଯାହା ଚୀନ୍‌ରେ ୧୦୬ ଜଣଙ୍କ ଜୀବନ ନେଇ ସାରିଲାଣି। ତେବେ ସବୁଠାରୁ ଗୁରୁତର ବିଷୟ ହେଲା ଏହି ଭୂତାଣୁକୁ ପ୍ରତିହତ କରିବା ପାଇଁ ଟୀକା ବା ଔଷଧ ଏଯାବତ୍‌ ପ୍ରସ୍ତୁତ ହୋଇନାହିଁ। ପର୍ଯ୍ୟଟନ ଋତୁରେ ଭ୍ରମଣପ୍ରିୟ ଚୀନ୍‌ବାସୀ ବିଭିନ୍ନ ଦେଶକୁ ଯାଉଥିବାରୁ ଏହା ବିଶ୍ବର ବିଭିନ୍ନ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ରହିଛି। ତେବେ, ଚୀନ୍‌ ସରକାର ପ୍ରତିଷେଧ ବ୍ୟବସ୍ଥା ଭାବେ ଏହି ସ˚କ୍ରମଣ ଆରମ୍ଭ ହୋଇଥିବା ୟୁହାନ ସହର ସମେତ ପ୍ରାୟ ଦଶଟି ସହରକୁ ପ୍ରାୟ ବନ୍ଦୀ କରି ରଖାଯାଇଛି।

ଏହି ଭୂତାଣୁ ନିଃଶ୍ବାସ ପ୍ରଶ୍ବାସ ବ୍ୟବସ୍ଥାକୁ ସ˚କ୍ରମିତ କରୁଥିବା ‘ସାର୍ସ’ ଓ ‘ମେର୍ସେ’ ଭୂତାଣୁ ପରିବାରର। ଚୀନ୍‌ର ଯେଉଁମାନେ ପ୍ରାଥମିକ ଭାବେ ଏହି ଭୂତାଣୁ ଦ୍ବାରା ଅସୁସ୍ଥ ହୋଇଥିଲେ, ସେମାନେ ସମସ୍ତେ ଜୀବନ୍ତ ପଶୁ ଓ ସାମଗ୍ରିକ ଖାଦ୍ୟ ପ୍ରଭାବରୁ ଆକ୍ରାନ୍ତ ହୋଇଥିଲେ। ଜଳବାୟୁ ପରିବର୍ତ୍ତନର ମଧୢ ଏଥିରେ ଏକ ଭୂମିକା ରହିଛି। ଦେଖାଯାଇଛି ଯେ ଉଷ୍ମ ବାୟୁମଣ୍ତଳ କେତେକ ଜୀବାଣୁ ଓ ଭୂତାଣୁକୁ ଅଧିକ ଦିନ ବଞ୍ଚିବାରେ ସାହାଯ୍ୟ କରୁଛି। ସେଗୁଡ଼ିକ ସକ୍ରିୟ ରହୁଥିବାରୁ ସେମାନଙ୍କ ଜରିଆରେ ରୋଗ ବ୍ୟାପୁଛି।

ଏହି ଭାଇରାସର ନାମ ‘ସିଭିଅର ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ତ୍ରୋମ’। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ତଥ୍ୟ ଅନୁଯାୟୀ ଉପରୋକ୍ତ ଭୂତାଣୁ ଦ୍ବାରା ସ˚କ୍ରମିତ ହେଉଥିବା ରୋଗୀଙ୍କ ଲାଗି ନିଃଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ଦେଖାଦିଏ। ଏହି ସମୟରେ ଚଳିତ ଶତାବ୍ଦୀର ପ୍ରାରମ୍ଭିକ ସମୟରେ ଏଚ୍‌-୧ ଏନ୍‌-୧ (ସ୍ବାଇନ୍‌ ଫ୍ଲୁ) ଓ ‘ସାର୍ସ’ ଭୂତାଣୁ ୨୦୦୯ରେ ମହାମାରୀର ରୂପ ନେଇଥିବା କଥା ମନେ ପଡ଼ିଯାଏ।

ବିଲେଇ, ବାଦୁଡ଼ି ସମେତ କିଛି ଗୃହପାଳିତ ପଶୁ (ଓଟ)ଙ୍କ ଶରୀରରେ ଏହି ଭୂତାଣୁ ରହିଥିବାର ଦେଖାଯାଏ। ଏହି ଭୂତାଣୁ ସ˚କ୍ରମଣର ପ୍ରାଥମିକ ଲକ୍ଷଣ ଗୁଡ଼ିକ ହେଲେ, ଜ୍ବର, କାଶ ଓ ଗଳାରେ ଯନ୍ତ୍ରଣା। ପରବର୍ତ୍ତୀ ସମୟରେ ଏହା ବଢ଼ି ନିମୋନିଆରେ ପରିଣତ ହୋଇପାରେ ବା ଏହାର ପ୍ରକୋପରେ ବୃକ୍କ ଓ ଲିଭର‌୍‌ ମଧୢ କ୍ଷତିଗ୍ରସ୍ତ ହୋଇପାରେ। ଏଥିରେ ମୁଣ୍ତବିନ୍ଧା ସହ ଛାତି ବିନ୍ଧା ସହିତ ପ୍ରବଳ ଛିଙ୍କ ଓ କାଶ ହୋଇଥାଏ। ଏହି ଭୂତାଣୁ ସ˚କ୍ରମିତ ରୋଗୀ ପାଖରେ ରହୁଥିବା ଚିକିତ୍ସକ, ସ୍ବାସ୍ଥ୍ୟ ସହାୟକ ଓ ଅନ୍ୟ କର୍ମଚାରୀ ତଥା ପରିବାର ସଦସ୍ୟ ବା ଅନ୍ୟ ଯେ କେହି ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏଥିରୁ ରକ୍ଷା ପାଇବା ଲାଗି ମୁଖା ବ୍ୟବହାର କରାଯିବା ଅନିବାର୍ଯ୍ୟ।

ନିଶାଦ୍ରବ୍ୟ ସେବନ କରୁଥିବା ବା ମଦ୍ୟପାନ କରୁଥିବା ବ୍ୟକ୍ତିବିଶେଷ ଓ ବଜାରରେ ଫାଷ୍ଟଫୁଡ୍‌ ଖାଉଥିବା ତଥା କେତେକ କ୍ଷେତ୍ରରେ ସାମୁଦ୍ରିକ ମାଛ ଓ କଙ୍କଡ଼ା ଆଦି ଖାଉଥିବା ଲୋକେ ଏହା ଦ୍ବାରା ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ରହିଛି। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଏହାକୁ ଗମ୍ଭୀରତାର ସହ ବିଚାର କରି ଏହି ଭୂତାଣୁକୁ ‘୨୦୨୦ ଏନ୍‌କୋଭି’ ଭାବେ ଆଖ୍ୟାୟିତ କରିଛି। କରୋନା ଭୂତାଣୁ ସ˚କ୍ରମିତ ବ୍ୟକ୍ତିବିଶେଷଙ୍କ ସହିତ ଚଳପ୍ରଚଳ କରୁଥିବା ଲୋକେ କିଛି ଆବଶ୍ୟକ ସତର୍କତା ଗ୍ରହଣ କରିବା ଜରୁରୀ। ଏଭଳି ସ୍ଥଳେ କେବଳ ଗୋଟିଏ ପ୍ରତିକାର ହେଉଛି ସତର୍କତା; ଅନ୍ୟ କିଛି ନୁହେଁ।

ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ
ଏସ୍‌ସିବି ମେଡିକାଲ କଲେଜ, କଟକ ଦୂରଭାଷ:୯୪୩୭୦୫୧୯୫୭

ସମ୍ବନ୍ଧିତ ଖବର