ଦର୍ପଣ: ଅସୁରକ୍ଷିତ ପଦଚାରୀ

ଆମ ଦେଶରେ ସଡ଼କ ଦୁର୍ଘଟଣାରେ ପଦଚାରୀମାନଙ୍କ ମୃତ୍ୟୁ ସ˚ଖ୍ୟାରେ ୨୦୧୪ ତୁଳନାରେ ୨୦୧୮ରେ ୮୪% ବୃଦ୍ଧି ପାଇଛି। ଜଣାପଡ଼ିଛି ଯେ ୨୦୧୪ରେ ଆମ ଦେଶରେ ପ୍ରତିଦିନ ୩୪ ଜଣ ପଦାତିକଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦୧୮ରେ ଦୈନିକ ୬୨ ଜଣ ପଦାତିକ ମୃତ୍ୟୁ ବରଣ କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ପରିସ˚ଖ୍ୟାନ ଉପଲବ୍‌ଧ।

ଏହି ପରିସ˚ଖ୍ୟାନ ଅନୁସାରେ ୨୦୧୪ରେ ୧୨୩୩୦ ଜଣ ପଦଚାରୀ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ୨୦୧୫ରେ ଏମାନଙ୍କ ସ˚ଖ୍ୟା ବୃଦ୍ଧି ପାଇ ପହଞ୍ଚି ଥିଲା ୧୩୮୯୪ରେ। ତା ପର ତିନି ବର୍ଷ ଅର୍ଥାତ୍‌ ୨୦୧୬, ୨୦୧୭ ଏବ˚ ୨୦୧୮ରେ ଏମାନଙ୍କ ସ˚ଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି, ଯାହା ଯଥାକ୍ରମେ ୧୫୭୪୬, ୨୦୪୫୭ ଏବ˚ ୨୨୬୫୬। ଏହି ରିପୋର୍ଟରୁ ଆହୁରି ମଧୢ ଜଣାପଡ଼ିଛି ଯେ ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ଭିତରେ ପଦଚାରୀ ଏବ˚ ସାଇକେଲ ଆରୋହୀଙ୍କ ହାର ହେଉଛି ଯଥାକ୍ରମେ ୧୫% ଓ ୨.୪%।

ସେହି ପରିସ˚ଖ୍ୟାନ ଅନୁସାରେ ପଶ୍ଚିମବଙ୍ଗର ସଡ଼କରେ ପଦଚାରୀମାନେ ସବୁଠାରୁ ଅଧିକ ଅସୁରକ୍ଷିତ। ଏଠାରେ ପ୍ରତିବର୍ଷ ୨୬୧୮ ଜଣ ପଦଚାରୀ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି। ତା ପଛକୁ ରହିଛି ମହାରାଷ୍ଟ୍ର (୨୫୧୫ ଜଣ) ଏବ˚ ତୃତୀୟ ସ୍ଥାନରେ ଅଛି ଆନ୍ଧ୍ର ପ୍ରଦେଶ(୧୫୫୯ ଜଣ)। ଆମ ରାଜଧାନୀ ଦିଲ୍ଲୀରେ ପ୍ରତିବର୍ଷ ୪୨୦ ଜଣ ପଦଚାରୀ ଦୁର୍ଘଟଣାରେ ପ୍ରାଣ ହରାନ୍ତି, ଯାହା ଦିଲ୍ଲୀରେ ଘଟୁଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ଏକ ଚତୁର୍ଥା˚ଶରୁ ଅଧିକ। ସାରା ପୃଥିବୀରେ ପଦଚାରୀମାନେ ହେଉଛନ୍ତି ସବୁଠାରୁ ଅସୁରକ୍ଷିତ ସଡ଼କ ବ୍ୟବହାରକାରୀ। କ୍ରମେ ସେମାନେ ଯାନବାହନ ଆଦି ଦ୍ବାରା ସଡ଼କରୁ ସୀମାନ୍ତରିତ ହେବା ଅବସ୍ଥାକୁ ଆସିଗଲେଣି। ସଡ଼କରେ ସେମାନେ ଚାଲିବା ସକାଶେ ସ୍ଥାନର ଅଭାବ ସେମାନଙ୍କୁ ଅନେକ ସମୟରେ ଦୁର୍ଘଟଣାଜନିତ ବିପଦ ସହିତ ସାମନାସାମନି କରୁଛି।

ସମ୍ବନ୍ଧିତ ଖବର