ଭଗତ ସିଂହଙ୍କ ଭୁଲ୍ ଚିତ୍ରଣ

ଅରୁଣ କୁମାର ପଣ୍ତା

ଦିଲ୍ଲୀ ବିଶ୍ବବିଦ୍ୟାଳୟର ଇତିହାସ ପାଠ୍ୟକ୍ରମରେ ସ˚ଯୁକ୍ତ ଏକ ପୁସ୍ତକରେ ସହିଦ ଭଗତ ସି˚ହଙ୍କୁ ‘କ୍ରାନ୍ତିକାରୀ ଆତଙ୍କବାଦୀ’ ବୋଲି ଉଲ୍ଲେଖ କରାଯାଇଛି। ବାମପନ୍ଥୀ ବିଚାରଧାରାର ଇତିହାସକାରଙ୍କ ଦ୍ବାରା ଲିଖିତ ‘ଭାରତର ସ୍ବତନ୍ତ୍ରତା ସ˚ଗ୍ରାମ’ ଶୀର୍ଷକ ପୁସ୍ତକର ବି˚ଶତମ ଅଧୢାୟରେ ସହିଦ୍‌ ଭଗତ ସି˚ହ, ଚନ୍ଦ୍ରଶେଖର ଆଜାଦ୍‌, ସୂର୍ଯ୍ୟ ସେନ ଏବ˚ ଅନ୍ୟ ବିପ୍ଳବୀମାନଙ୍କୁ ‘କ୍ରାନ୍ତିକାରୀ ଆତଙ୍କବାଦୀ’ ବୋଲି ଲେଖାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ପାଖାପାଖି ଦୁଇ ଦଶକରୁ ଅଧିକ ସମୟ ଧରି ଏହି ପୁସ୍ତକ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ ଥିଲା। ଏହି ପୁସ୍ତକରେ ପ୍ରସିଦ୍ଧ ଚଟ୍ଟଗ୍ରାମ ଆନ୍ଦୋଳନକୁ ମଧୢ ଆତଙ୍କବାଦୀଙ୍କ କାର୍ଯ୍ୟ ଏବ˚ ଅତ୍ୟାଚାରୀ ବ୍ରିଟିସ ପୁଲିସ ଅଧିକାରୀ ଜନ୍‌ ସଣ୍ତର୍ସର ହତ୍ୟାକୁ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି କୁହାଯାଇଛି। ତେବେ, ମଜାର କଥା ହେଲା ‘ଅକ୍‌ସଫୋର୍ଡ ୟୁନିଭରସିଟି ପ୍ରେସ‌୍’ ଦ୍ବାରା ପ୍ରକାଶିତ ଏହି ପୁସ୍ତକର ପ୍ରଥମ ସ˚ସ୍କରଣରେ ଏହି ମହାନ ସହିଦମାନଙ୍କୁ ସିଧାସଳଖ ‘ଆତଙ୍କବାଦୀ’ ବୋଲି ଅଭିହିତ କରାଯାଇଥିଲା। ପରେ ଏ ନେଇ ବିବାଦ ସୃଷ୍ଟି ହେବା କାରଣରୁ ଲେଖକ ଇତିହାସକାରଗଣ ‘ଆତଙ୍କବାଦୀ’ ଶବ୍ଦ ପୂର୍ବରୁ ‘କ୍ରାନ୍ତିକାରୀ’ ଶବ୍ଦ ଯୋଡ଼ି ଦେଇଥିଲେ। ସ୍ବାଧୀନତାର ୭୧ ବର୍ଷ ପରେ ଦେଶକୁ ଇ˚ରେଜ ଶାସନ କବଳରୁ ମୁକ୍ତ କରିବା ପାଇଁ ଚରମ ବଳିଦାନ ଦେଇଥିବା ବିପ୍ଳବୀମାନଙ୍କ ପାଇଁ ‘କ୍ରାନ୍ତିକାରୀ ଆତଙ୍କବାଦୀ’ ପରି ଶବ୍ଦର ପ୍ରୟୋଗ ଏକ ବିଡ଼ମ୍ବନା। ଆତଙ୍କବାଦୀ ଶବ୍ଦଟି ସହିଦ ଭଗତ ସିଂହଙ୍କୁ ଓସମା ବିନ୍‌ ଲାଦେନ ବା ଜର୍ନେଲ ସିଂହ ଭିନ୍ଦରନ୍‌ଵାଲା ଇତ୍ୟାଦିଙ୍କ ସହିତ ଗୋଟିଏ ବନ୍ଧନୀରେ ସ୍ଥାନିତ କରିଛି।

ଏ ନେଇ ଯେତେବେଳେ ବିବାଦ ଆରମ୍ଭ ହେଲା, ସେତେବେଳେ ଏହି ଇତିହାସକାରଙ୍କୁ ସମର୍ଥନ କରୁଥିବା ବୁଦ୍ଧିଜୀବୀମାନେ ଏହାକୁ ତୁରନ୍ତ ‘ଅସହିଷ୍ଣୁତା’ ବୋଲି ଆକ୍ଷେପ କରି ମତ ଦେଇଥିଲେ। ଏହି ସଂଦର୍ଭରେ ଉପରୋକ୍ତ ବିବାଦର ଠିକ୍‌ ପୂର୍ବରୁ ପ୍ରକାଶିତ ଏକ ପୁସ୍ତକ ‘ଡାର୍କ କମ୍ୟୁନିଜମ୍‌-କ୍ରାଇମ୍‌, ଟେରର‌୍‌ ରିପ୍ରେସନ୍‌’ ସମ୍ପର୍କରେ ଏଠାରେ ଉଲ୍ଲେଖ କରିବା ସମୀଚୀନ ମନେ ହୁଏ। ସେହି ପୁସ୍ତକରେ ବର୍ଣ୍ଣିତ ଅଛି କିଭଳି ରୁଷିଆ, ଚୀନ, ପୋଲାଣ୍ତ, ଉତ୍ତର କୋରିଆ ଆଦି ଭଳି ଦେଶର ବାମପନ୍ଥୀ ସରକାର ବା ଶାସକଗଣ ସେମାନଙ୍କ ଅତ୍ୟାଚାର ବିରୋଧରେ ମତ ବ୍ୟକ୍ତ କରୁଥିବା ବ୍ୟକ୍ତିମାନଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏଭଳି ନିପୀଡ଼ନକୁ ଅଙ୍ଗେ ନିଭାଇଥିବା ବିଶିଷ୍ଟ ବ୍ୟକ୍ତିବି‌େଶଷଙ୍କ ଲେଖା ଏହି ପୁସ୍ତକରେ ସନ୍ନିବେଶିତ। ତେଣୁ ‘ଅସହିଷ୍ଣୁତା’ର ଆକ୍ଷେପ ଲଗାଉଥିବା ବାମପନ୍ଥୀ ବୁଦ୍ଧିଜୀବୀମାନେ ଟିକିଏ ଆତ୍ମ ସମୀକ୍ଷା କରିବା ଆବଶ୍ୟକ। ସହିଦ ଭଗତ ସି˚ହ ମଧୢ ସାମ୍ୟବାଦୀ-ବାମପନ୍ଥୀ ବିଚାରଧାରାର ସମର୍ଥକ ଥିଲେ। କିନ୍ତୁ କୌତୂହଳର କଥା ହେଲା, ତାଙ୍କ ବିଚାର ଧାରା ସହିତ ସମତୁଲ ବିଚାର ରଖୁଥିବା ଲୋକେ ଏବେ ତାଙ୍କୁ ‘କ୍ରାନ୍ତିକାରୀ ଆତଙ୍କବାଦୀ’ ବୋଲି ଆଖ୍ୟା ଦେଇଛନ୍ତି। ଏଠାରେ ଉଲ୍ଲେଖ ଥାଉ କି ଭଗତ ସି˚ହଙ୍କୁ ଫାଶୀ ଦିଆଯିବା ପରେ ଦେଶର ପ୍ରାୟ ସବୁ ଗଣମାଧୢମ ତାଙ୍କୁ ଏବ˚ ତାଙ୍କର ସାଥୀମାନଙ୍କୁ ସହିଦର ମାନ୍ୟତା ଦେଇଥିଲେ। ‌ତେଣୁ ସ୍ବାଧୀନ ଭାରତରେ ଏହି ସହିଦମାନଙ୍କୁ ‘କ୍ରାନ୍ତିକାରୀ ଆତଙ୍କବାଦୀ’ ଭାବେ ଚିତ୍ରଣ କରାଯିବା ସ୍ବାଧୀନତା ସଂଗ୍ରାମର ଇତିହାସ ସହିତ ଏକ ପରିହାସ ନୁହେଁ କି?

ସହିଦ ଭଗତ ସି˚ହ ନିଜ ଜୀବନ କାଳରେ ଏକ କିଂବଦନ୍ତିରେ ପରିଣତ ହୋଇଥିଲେ। ତାଙ୍କ ଫାଶୀ ସମ୍ପର୍କୀୟ ଖବର ପ୍ରକାଶିତ ହେବା ପରେ ସମଗ୍ର ଦେଶ ହାହାକାର କରିଥିଲା। ଭଗତ ସି˚ହ ସହିଦ ହେବା ପରେ ବିତିଗଲାଣି ପ୍ରାୟ ନଅ ଦଶନ୍ଧି। ଏବେ ବି ସେ ଦେଶର ଯୁବ ପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। ଏ ପରିପ୍ରେକ୍ଷୀରେ ଆମେ ଆଶା କରିବା ଯେ କେବଳ ପାଠ୍ୟ ପୁସ୍ତକରେ ନୁହେଁ ଅନେକଙ୍କ ଚେତନାରେ ପ୍ରତିପାଳିତ ହୋଇ ରହିଥିବା ଏହି ତ୍ରୁଟିର ମାର୍ଜନା ଯଥାଶୀଘ୍ର ଏବଂ ଯଥୋଚିତ ଭାବେ ହେଉ।
୧୩୪୮/୪-ସି, ସେକ୍ଟର-୬,
ସିଡିଏ, କଟକ-୧୪
ମୋ: ୯୪୩୭୨୨୦୬୦୫

ସମ୍ବନ୍ଧିତ ଖବର