ନିଯୁକ୍ତିି ମରୁଡ଼ିର ଗଣିତ

0 528

ଦେଶରେ ବେକାରି ସମସ୍ୟା ଉତ୍କଟରୁ ଉତ୍କଟତର ହୋଇ ସ୍ଥିତି ଅସମ୍ଭାଳ ହେବା ଆଡ଼କୁ ମୁହାଁଇଛି। ଏ ଉଦ୍‌ବେଗପୂର୍ଣ୍ଣ ସତର୍କ ସ˚କେତ ମିଳିଛି ସିଏମ୍‌ଆଇଇ (ସେଣ୍ଟର ଫର ମନିଟରି˚ ଇଣ୍ତିଆନ୍‌ ଇକନୋମି) ସଦ୍ୟ ଜାରି କରିଥିବା ନିଯୁକ୍ତି ସ˚କ୍ରାନ୍ତ ତଥ୍ୟରୁ। ସିଏମ୍‌ଆଇଇର ତାଜା ରିପୋର୍ଟ ଅନୁଯାୟୀ ଦେଶର ବେକାରି ହାର ଗତ ଅକ୍ଟୋବରରେ ୬.୯ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ବିଗତ ଦୁଇବର୍ଷରେ ସର୍ବାଧିକ। ୨୦୧୭ ଅକ୍ଟୋବରରେ ୪୦ କୋଟି ୭୦ ଲକ୍ଷଙ୍କ ପାଖରେ ନିଯୁକ୍ତି ଥିଲା। ଗତ ଅକ୍ଟୋବର, ୨୦୧୮ ବେଳକୁ ଏହି ସ˚ଖ୍ୟା ୩୯ କୋଟି ୭୦ ଲକ୍ଷକୁ କମି ଆସିଛି। ଗତବର୍ଷ ଜାନୁଆରିରେ ୧ କୋଟି ୪୦ ଲକ୍ଷ ଲୋକ ନିଯୁକ୍ତି ତଲାସରେ ଥିବା ବେଳେ ୧୯ ମାସ ପରେ ସେ ସ˚ଖ୍ୟା ପ୍ରାୟ ଦ୍ବିଗୁଣିତ ହୋଇ ୨ କୋଟି ୧୬ ଲକ୍ଷକୁ ବୃଦ୍ଧି ପାଇଛି। ନିଯୁକ୍ତି କ୍ଷେତ୍ରରେ ମରୁଡ଼ି କାହାଣୀର ଗୋଟିଏ ବିଡ଼ମ୍ବିତ ଦିଗ ହେଉଛି ସା˚ପ୍ରତିକ ନିରାଶାଜନକ ସ୍ଥିତି ସହ ଦୁଇବର୍ଷ ପୂରୁଥିବା ୨୦୧୬ ନଭେମ୍ବର ୮ର ବିମୁଦ୍ରାୟନ ନିଷ୍ପତ୍ତିର ସ˚ପର୍କ। ଗୋଟିଏ ପଟେ ମୋଦୀ ସରକାର ଦାବି କରଛନ୍ତି ‘ବିମୁଦ୍ରାୟନ’ ଈପ୍‌ସିତ ସଫଳତା ହାସଲ କରିଛି। ଅଥଚ, ଅନ୍ୟପଟେ ସା˚ପ୍ରତିକ ଉତ୍କଟ ବେକାରି ସମସ୍ୟା ବିମୁଦ୍ରାୟନର ପରିଣତି ବୋଲି ସିଏମ୍‌ଆଇଇର ତଥ୍ୟ ସ୍ପଷ୍ଟ କରୁଛି। ନିଯୁକ୍ତି ସୁଯୋଗ ସ˚କୋଚନ ଜନିତ ନିରାଶାର ମାତ୍ରା ଏତେ ତୀବ୍ର ଯେ, କାମଧନ୍ଦା ପ୍ରତି ଆଗ୍ରହୀଙ୍କ ଭାଗ ଶ୍ରମ ଶକ୍ତିରେ ବିମୁଦ୍ରାୟନ ପୂର୍ବବର୍ତ୍ତୀ ଜାନୁଆରି, ୨୦୧୬ର ୪୭-୪୮%ରୁ ଅକ୍ଟୋବର, ୨୦୧୮ରେ ୪୨.୪ ପ୍ରତିଶତକୁ କମି ଆସିଛି। ନିକଟରେ କର୍ମଚାରୀ ଭବିଷ୍ୟନିଧି ଯୋଜନାରେ ନୂଆ ସଦସ୍ୟତାର ସ˚ଖ୍ୟା ଦେଖାଇ ସରକାର ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ଦାବି କରିଥିଲେ। କିନ୍ତୁ ପରବର୍ତ୍ତୀ ପରିସ˚ଖ୍ୟାନରୁ ବର୍ଷକ ମଧୢରେ ଇପିଏଫ୍‌ଓର ସଦସ୍ୟତା ସ˚ଖ୍ୟା ପାଖାପାଖି ୪୦ ଲକ୍ଷ ହ୍ରାସ ପାଇଥିବା ଜଣା ପଡ଼ିଛି। ସିଏମ୍‌ଆଇଇର ତାଜା ତଥ୍ୟ ମଧୢ ନିଯୁକ୍ତି ସ˚କୋଚନର ସୂଚନା ଦେଉଛି। ଚଳିତ ୨୦୧୮ର ଜାନୁଆରିରେ ପ୍ରାୟ ୪୦ କୋଟି ୭୦ ଲକ୍ଷ ନିଯୁକ୍ତିରେ ଥିଲେ। ଆଠ ମାସ ପରେ ଅକ୍ଟୋବର ବେଳକୁ ତାହା ୪୦ କୋଟି ୪୦ ଲକ୍ଷକୁ କମି ଆସିଛି। ଅର୍ଥାତ୍‌, ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ପରିବର୍ତ୍ତେ ନିଯୁକ୍ତି ସୁଯୋଗର ସ˚କୋଚନ ଫଳରେ ପ୍ରାୟ ୩୦ ଲକ୍ଷ ଶ୍ରମିକ କାମଧନ୍ଦା ହରାଇଛନ୍ତି।

ଲୋକସ˚ଖ୍ୟାର କ୍ରମବର୍ଦ୍ଧିଷ୍ଣୁ ଧାରା ପରିପ୍ରେକ୍ଷୀରେ ଭାରତର ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଏହା ଏକ ବିଡ଼ମ୍ବିତ ଦୃଶ୍ୟପଟ। ଜାତିସ˚ଘ ରିପୋର୍ଟ ଅନୁଯାୟୀ, ୨୦୫୦ ପର୍ଯ୍ୟନ୍ତ କ୍ରମବର୍ଦ୍ଧିଷ୍ଣୁ ନିଯୁକ୍ତି ଆଶାୟୀଙ୍କ ସ˚ଖ୍ୟା ଦୃଷ୍ଟିରୁ ଦେଶରେ ବାର୍ଷିକ ଅନ୍ୟୂନ ୧ କୋଟି ୨୦ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆବଶ୍ୟକ। ନିକଟରେ ବିଶ୍ବର ଅନ୍ୟତମ ବିଶ୍ବସନୀୟ ନିଯୁକ୍ତି ପରାମର୍ଶଦାତା ‘ପ୍ରାଇସ୍‌ ଵାଟର’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ମଧୢ ଏ ବିଷୟ ଦୋହରାଯାଇଛି। ‘ପ୍ରାଇସ୍‌ ଵାଟର’ର ଆକଳନ ହେଲା, ଆଗାମୀ ଦଶ ବର୍ଷରେ ଭାରତରେ ଅନ୍ୟୂନ ୧୦ କୋଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ଏକାନ୍ତ ଆବଶ୍ୟକ। ତେବେ ବିଡ଼ମ୍ବନା ହେଲା, ବାର୍ଷିକ ହାରାହାରି କୋଟିଏ ନୂଆ ନିଯୁକ୍ତି ସୃଷ୍ଟି ହେବା ଆବଶ୍ୟକ ଥିବା ବେଳେ ଗତ ଗୋଟିଏ ଦଶକରେ କୌଣସି ଗୋଟିଏ ବର୍ଷ ବି ଏହାର ଏକ ଦଶମା˚ଶ ସୁଦ୍ଧା ନୂଆ ନିଯୁକ୍ତି ସୃଷ୍ଟି ହୋଇ ପାରିନାହିଁ। ଅନ୍ୟପକ୍ଷରେ ଲଗାତାର ନୂଆ ନିଯୁକ୍ତି ସ˚ଖ୍ୟା ନିମ୍ନଗାମୀ ହୋଇ ଚାଲିଛି। ଶ୍ରମ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ୨୦୦୯ରୁ ୨୦୧୧ ମଧୢରେ ଦେଶରେ ବାର୍ଷିକ ୮ ଲକ୍ଷରୁ ୧୨ ଲକ୍ଷ ପର୍ଯ୍ୟନ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିଲା। ଏହାପରେ ୨୦୧୪ ପର୍ଯ୍ୟନ୍ତ ବାର୍ଷିକ ସୃଷ୍ଟି ହୋଇଥିବା ନିଯୁକ୍ତି ସ˚ଖ୍ୟା ଥିଲା ହାରାହାରି ୩ ଲକ୍ଷରୁ ୪ ଲକ୍ଷ। ପରବର୍ତ୍ତୀ ୨୦୧୫ରେ ନୂଆ ନିଯୁକ୍ତି ସ˚ଖ୍ୟା ୧ ଲକ୍ଷ ୫୫ ହଜାରକୁ ହ୍ରାସ ପାଇ ପରବର୍ତ୍ତୀ ୨୦୧୬ରେ ୨ ଲକ୍ଷ ୩୧ ହଜାରକୁ ବୃଦ୍ଧି ପାଇଥିଲେ ସୁଦ୍ଧା, ୨୦୦୯-୧୧ ତୁଳନାରେ ବହୁ ତଳେ ରହିଯାଇଥିଲା। ବିଗତ ଦୁଇ ବର୍ଷରେ ମଧୢ ସ୍ଥିତିରେ କୌଣସି ଉନ୍ନତିର ଲକ୍ଷଣ ଦେଖାଯାଉ ନାହିଁ। ଅକ୍ଟୋବରରେ ବେକାରି ହାର ଏବ˚ ଆଠ ମାସରେ ୩୦ ଲକ୍ଷ ନିଯୁକ୍ତି ସ˚କୋଚନ, ଏହାର ପ୍ରମାଣ।
ଅନ୍ୟଥା ଉଚ୍ଚ ଅଭିବୃଦ୍ଧି ସହ ବିଶ୍ବର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି କୁହାଯାଉଥିବା ଭାରତୀୟ ଅର୍ଥନୀତିର ଏ ନିଯୁକ୍ତିି ମରୁଡ଼ି ଏକ ଯନ୍ତ୍ରଣାଦାୟକ ଦିଗ। ଅର୍ଥନୈତିକ ଅଭିବୃଦ୍ଧି ଅନୁପାତରେ ନିଯୁକ୍ତି ଅଭିବୃଦ୍ଧି ଅତ୍ୟନ୍ତ ନୈରାଶ୍ୟଜନକ। ୨୦୦୪ରୁ ୨୦୦୯ ମଧୢରେ ଦେଶର ଜିଡିପି ହାରାହାରି ୮.୭% ହାରରେ ବୃଦ୍ଧି ପାଇଥିଲା। ଅଥଚ, ଏହି ପାଞ୍ଚବର୍ଷରେ ନିଯୁକ୍ତି କ୍ଷେତ୍ରରେ ହାରାହାରି ଅଭିବୃଦ୍ଧି ହାର ଥିଲା ମାତ୍ର ୦.୧%। ୨୦୦୯-୨୦୧୧ ଓ ୨୦୧୧-୧୫ ଅବଧିରେ ମଧୢ ଜିଡିପି ଓ ନିଯୁକ୍ତି ଅଭିବୃଦ୍ଧି ମଧୢରେ ବିରାଟ ଦୂରତ୍ବ ରହିଥିଲା। ୨୦୦୯-୧୧ରେ ୭.୪% ଜିଡିପି ଅଭିବୃଦ୍ଧି ହାର ତୁଳନାରେ ନିଯୁକ୍ତି ଅଭିବୃଦ୍ଧି ହାର ଥିଲା ମାତ୍ର ୧.୬% ଓ ୨୦୧୧-୧୫ରେ ଏ ଅନୁପାତ ଥିଲା ୬.୮%: ୦.୬%।

ଜିଡିପି ବନାମ ନିଯୁକ୍ତି ଅଭିବୃଦ୍ଧିର ଏ ଗଣିତ ଏହାର ଦୁଃଖଦ ସୂଚକ ଯେ, ଅର୍ଥନୈତିକ ଅଭିବୃଦ୍ଧି ଆନୁପାତିକ ଭାବେ ନିଯୁକ୍ତିର ଚାହିଦା ପୂରଣ କରିପାରୁନାହିଁ। ନିଯୁକ୍ତି ବଜାରରେ ଚାହିଦା ଓ ଯୋଗାଣ ମଧୢରେ ଏ ବିଷମତାର ବ୍ୟବଧାନ ସଙ୍କୁଚିତ ହେବା ପରିବର୍ତ୍ତେ ଓସାରିଆ ହୋଇ ଚାଲିଛି। କେବଳ ଅର୍ଥନୀତି ଉପରେ ନୁହେଁ, ଏହାର ସାମାଜିକ ଓ ରାଜନୈତିକ ପ୍ରଭାବ ପ୍ରତି ଅଣଦେଖା କରାଯାଇ ନ ପାରେ। ସ˚ପ୍ରତି ଦେଶର ବିଭିନ୍ନ ସ୍ଥାନରେ ଘଟୁଥିବା ହି˚ସା, ଅଶାନ୍ତି, ଉତ୍ତେଜନା, ପଛରେ ଗୋଟିଏ ମୁଖ୍ୟ କାରଣ ଯେ ଯୁବ ବର୍ଗଙ୍କ ମଧୢରେ ଉତ୍କଟ ବେକାରି ଜନିତ ନିରାଶା, ଏହାର ଉଲ୍ଲେଖ ଅନାବଶ୍ୟକ। ଦେଶର ଲୋକସ˚ଖ୍ୟାରେ ଯୁବବର୍ଗଙ୍କ ବହୁଳତାରେ ଭାରତକୁ ମିଳିଥିବା ପୁଞ୍ଜି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ଅଥଚ ଏ ବିପୁଳ ପୁଞ୍ଜିର ସକାରାତ୍ମକ ବିନିଯୋଗ ହୋଇ ପାରୁନାହିଁ। ଦେଶର ଲୋକସ˚ଖ୍ୟାର ୨୫ ବର୍ଷରୁ କମ୍‌ ବୟସ ଗୋଷ୍ଠୀଙ୍କ ଭାଗ ୫୦% ଏବ˚ ୦-୧୪ ବୟସ ଗୋଷ୍ଠୀଙ୍କ ଭାଗ ୨୭.୭୮%। ଅର୍ଥାତ୍‌ ଆଗାମୀ ତିନି ଦଶକ ପର୍ଯ୍ୟନ୍ତ ଲୋକ ସ˚ଖ୍ୟାରେ ଯୁବ ବର୍ଗଙ୍କ ପ୍ରାଧାନ୍ୟ ଜାରି ରହିବ। ଏ ପରିପ୍ରେକ୍ଷୀରେ ବାର୍ଷିକ କୋଟିଏରୁ ଅଧିକ ଯୁବକ ନିଯୁକ୍ତି ବଜାରରେ ପ୍ରବେଶ କରିବାର ସମ୍ଭାନା ରହିଛି। ତେବେ, ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ସକ୍ରିୟ ସକାରାତ୍ମକ ଅ˚ଶ ଗ୍ରହଣ ଲାଗି ସେମାନଙ୍କୁ ଯଦି ସୁଯୋଗ ନ ମିଳେ, ତେବେ ଏହାର ନକାରାତ୍ମକ ପ୍ରଭାବରେ ସାମାଜିକ ସମସ୍ୟା ସୃଷ୍ଟି ହେବ। ଅନେକ ବିଶେଷଜ୍ଞଙ୍କ ମତରେ ନିଯୁକ୍ତି ମରୁଡ଼ି ଭାରତ ପାଇଁ ଏକ ‘ଟାଇମ୍‌ ବୋମା’ ସଦୃଶ, ଯେ କୌଣସି ସମୟରେ ଏହାର ବିସ୍ଫୋରଣ ଘଟିପାରେ। ତେଣୁ ଏହି ବିସ୍ଫୋରଣକୁ ଏଡ଼ାଇବା ରାଜନୈତିକ ନେତୃତ୍ବ, ନୀତି ନିର୍ଦ୍ଧାରକ ଓ ବିଶେଷଜ୍ଞ ମାନଙ୍କ ସକାଶେ ଏକ ବଡ଼ ଆହ୍ବାନ। ‘ମେକ୍‌ ଇନ୍‌ ଇଣ୍ତିଆ’, ଷ୍ଟାର୍ଟ ଅପ୍‌ ଇଣ୍ତିଆ ଆଦି ସ୍ଲୋଗାନଧର୍ମୀ କାର୍ଯ୍ୟକ୍ରମ ସମସ୍ୟାର ମୁକାବିଲାରେ ଯେ ନିଅଣ୍ଟିଆ ପଡ଼ିଛି, ତାହା ପ୍ରମାଣିତ ହୋଇସାରିଛି। ସମସ୍ୟାର ମୁକାବିଲା ସକାଶେ କିଛି ନୂଆ ବିକଳ୍ପ, ଅଭିନବ ରଣ କୌଶଳ ଉପରେ ଗୁରୁତ୍ବର ସହ ଚିନ୍ତନ ଆବଶ୍ୟକ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.