ଚାଷୀ ପ୍ରସଙ୍ଗ- ଆଲୋଚନା ହେଉ

ତିନିଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ସହ ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିବା ନବ ନିର୍ମାଣ କୃଷକ ସ˚ଗଠନ ସାନି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଘୋଷଣା କରିଛି। ପୂର୍ବରୁ ବହୁବାର ସରକାରୀ କଳ ସହ ବିଫଳ କଥାବାର୍ତ୍ତାର ପୃଷ୍ଠଭୂମିରେ ପୁଣି ଆଲୋଚନାର ପ୍ରସ୍ତାବକୁ ‘ଧୋକା’ ଅବିହିତ କରି ସ˚ଗଠନ ପକ୍ଷରୁ ପ୍ରଥମେ ଚାଷୀଙ୍କ ପାଇଁ ପେନ୍‌ସନ୍‌ ଘୋଷଣା ଦାବି କରାଯାଇଛି। ଅତୀତର ତିକ୍ତ ଅଭିଜ୍ଞତା ପରିପ୍ରେକ୍ଷୀରେ ପୁଣି ଆଲୋଚନା ଆଉ ଏକ ନିଷ୍ଫଳ କସରତରେ ପରିଣତ ହେବା ଆଶଙ୍କାରେ ମନ୍ତ୍ରୀସ୍ତରୀୟ କମିଟି ସହ କଥାବାର୍ତ୍ତା ପ୍ରସ୍ତାବ ଆନ୍ଦୋଳନକାରୀ ସ˚ଗଠନର ନେତୃତ୍ବକୁ ସନ୍ତୁଷ୍ଟ କରି ନ ଥାଇ ପାରେ, କିନ୍ତୁ ‘ପ୍ରାଇସ୍‌ ପ୍ରେଷ୍ଟିଜ୍‌ ପେନ୍‌ସନ୍‌’ ଦାବିରେ ଚାଲିଥିବା ଆନ୍ଦୋଳନର ଏହା ଏକ ବଡ଼ ଉପଲବ୍ଧି। ରାଜ୍ୟରେ ପୃଥକ୍‌ ଏକ କୃଷି କ୍ୟାବିନେଟ୍‌ ଅଛି। ଭାଗ ଚାଷୀ ଅଧିକାର ନେଇ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଥିଲା। କିନ୍ତୁ ସାମଗ୍ରିକ ଭାବେ ଚାଷୀ ସମସ୍ୟା ଉପରେ ଅନୁଧୢାନ ଓ ଆଲୋଚନା ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ ଏହା ପ୍ରଥମ। ଚାଷ ଓ ଚାଷୀ ପ୍ରସଙ୍ଗରେ ସରକାରଙ୍କ ଉଦାସୀନତାପୂର୍ଣ୍ଣ ନିଦ୍ରା ଭଙ୍ଗର ଯଦି ଏହା ଏକ କ୍ଷୁଦ୍ର ସ˚କେତ ମନେ କରାଯାଏ, ତେବେ ତା’ର ଶ୍ରେୟ ନବନିର୍ମାଣ କୃଷକ ସ˚ଗଠନକୁ ଯିବ। ଆଗରୁ ମୁଖ୍ୟ ଶାସନ ସଚିବ କିମ୍ବା ସରକାରଙ୍କ ଅନ୍ୟ ପ୍ରତିନିଧିଙ୍କ ସହ ଆଲୋଚନା ଠାରୁ ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ଭିନ୍ନ ଓ ସ୍ବତନ୍ତ୍ର ଗୁରୁତ୍ବ ରଖେ। ଚାଷୀଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦେଇ ସରକାରୀ ଆଭିମୁଖ୍ୟ ବଦଳୁଥିବାର ଏହା ଏକ କ୍ଷୀଣ ସ˚କେତ।

କଥାବାର୍ତ୍ତା ପ୍ରସଙ୍ଗରେ ଆନ୍ଦୋଳନକାରୀ ଚାଷୀ ସ˚ଗଠନର କଠୋର ଆଭିମୁଖ୍ୟ ନିର୍ବିଶେଷରେ ଏହା ଅନସ୍ବୀକାର୍ଯ୍ୟ ଯେ, ଦୁର୍ଦଶାରେ ଥିବା ରାଜ୍ୟର ଚାଷୀକୁଳ ଓ ବିପର୍ଯ୍ୟସ୍ତ କୃଷି କ୍ଷେତ୍ରକୁ ଆକ୍ରାନ୍ତ କରି ରଖିଥିବା ଅସୁମାରି ସମସ୍ୟା ଗଭୀର ଅନୁଧୢାନ ଓ ବ୍ୟାପକ ଆଲୋଚନାର ଅପେକ୍ଷା ରଖୁଛି। ତେବେ ବିଡ଼ମ୍ବନା ହେଲା, ମନ୍ତ୍ରୀସ୍ତରୀୟ କମିଟି ଗଠନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମଧୢ ଆଲୋଚନା ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ମନ୍ତ୍ରୀସ୍ତରୀୟ କମିଟି ନିଜ ଆଡୁ ଆଲୋଚ୍ୟ ବିଷୟର ଚିଠା ସୂଚି ପ୍ରସ୍ତୁତ କରି କଥାବାର୍ତ୍ତା ପ୍ରକ୍ରିୟା ଆରମ୍ଭ କରିବାରେ କୌଣସି ବାଧା ନାହିଁ। ଅନ୍ୟଥା ପୁଣି ସେହି ପୁରୁଣା ଧାରଣା ସୃଷ୍ଟି ହେବ ଯେ ସରକାର ଚାଷୀଙ୍କ ସମସ୍ୟା ନେଇ ସମ୍ବେଦନଶୀଳ ନୁହଁନ୍ତି, କଥାବାର୍ତ୍ତା ପ୍ରସ୍ତାବ ଉପରଠାଉରିଆ। ଯାହା କୃଷକ ସ˚ଗଠନର ଅଭିସଯୋଗକୁ ଯଥାର୍ଥ ପ୍ରତିପାଦିତ କରିବ। ମନ୍ତ୍ରୀସ୍ତରୀୟ କମିଟି ପକ୍ଷରୁ ଆନ୍ଦୋଳନକାରୀ ନବନିର୍ମାଣ ସ˚ଗଠନକୁ ପୁଣି ଥରେ ଆମନ୍ତ୍ରଣ ସହ ରାଜ୍ୟର ଅନ୍ୟ ଚାଷୀ ସ˚ଗଠନର ପ୍ରତିନିଧି ତଥା କୃଷି ବିଶେଷଜ୍ଞ ମାନଙ୍କୁ କଥାବାର୍ତ୍ତା ପ୍ରକ୍ରିୟାରେ ସାମିଲ କରାଯାଉ। ଫଳରେ ଆଲୋଚନା ଏକ ଅର୍ଥପୂର୍ଣ୍ଣ କସରତରେ ପରିଣତ ହୋଇପାରିବ। ଉଲ୍ଲେଖନୀୟ ଯେ, ରାଜ୍ୟର ପଶ୍ଚିମାଞ୍ଚଳରେ ମଧୢ ଅନ୍ୟ କେତେକ ଦାବି ଉପରେ ଚାଷୀ ସ˚ଗଠନ ପକ୍ଷରୁ ଆନ୍ଦୋଳନ ଚାଲୁଛି। ଆଲୋଚନା ଦ୍ବାରା ରାତାରାତି ଚାଷୀ ଓ ଚାଷକୁ ଆକ୍ରାନ୍ତ କରି ରଖିଥିବା ସମସ୍ୟା ଗୁଡ଼ିକର ସମାଧାନ ବାଟ ବାହାରି ନପାରେ। କିନ୍ତୁ ସେ ଦିଗରେ ଆଲୋଚନା ଅବଶ୍ୟ ଏକ କ୍ଷୁଦ୍ର ଅଥଚ ସକାରାତ୍ମକ ପ୍ରୟାସ।

ମନ୍ତ୍ରୀ ସ୍ତରୀୟ କମିଟିରେ ଚାଷ ଓ ଚାଷୀଙ୍କ ସମସ୍ୟା ସହ ଯୋଡ଼ି ହୋଇଥିବା ଅନେକ ପ୍ରଶ୍ନ ଆଲୋଚନାର ଅପେକ୍ଷା ରଖୁଛି। ତେବେ କେବଳ ଓଡ଼ିଶା ନୁହେଁ, ସାରା ଦେଶର ଚାଷୀକୁଳଙ୍କ ଦୁର୍ଦଶା ମୋଚନ ସକାଶେ ଯେଉଁ ଗୋଟିଏ ମୌଳିକ ପ୍ରଶ୍ନର ଉତ୍ତର ଖୋଜାଯିବା ପ୍ରାଥମିକତା ଆଶା କରେ ତାହା ହେଲା ଚାଷୀର ଆୟ ବଢ଼ିବ କେମିତି? ଗୋଟିଏ ପଟେ ଚାଷ ବାବଦ ଖର୍ଚ୍ଚ ବଢ଼ି ଚାଲିଛି। ଅନ୍ୟପଟେ କିନ୍ତୁ ଚାଷରୁ ସମାନୁପାତିକ ଭାବେ ଆୟ ବଢ଼ୁ ନାହିଁ। କୃଷିଜାତ ସାମଗ୍ରୀର କ୍ରମବର୍ଦ୍ଧିଷ୍ଣୁ ଉତ୍ପାଦନ ଖର୍ଚ୍ଚକୁ ବିକ୍ରି ମୂଲ୍ୟ ଭରଣା କରିବା ଲାଗି ପର୍ଯ୍ୟାପ୍ତ ହେଉ ନାହିଁ। ଏହା ଉପରେ ଘନ ଘନ ପ୍ରାକୃତିକ ବିପର୍ଯ୍ୟୟର ମାଡ଼ ଚାଷୀର ଆର୍ଥିକ ମେରୁଦଣ୍ତକୁ ଭାଙ୍ଗି ଦେଉଛି। ପରିଣତି, ଜୀବିକା ଭାବେ ଚାଷ ଆଉ ପୋଷାଉ ନାହିଁ। ବୃତ୍ତି ଭାବେ ଚାଷ ମର୍ଯ୍ୟାଦା ହରାଇ ବସିଛି। ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଏ ହୀନିମାନିଆ ଅବସ୍ଥାରୁ ମୁକୁଳିବା ସକାଶେ ପ୍ରଧାନ ବାଟ ହେଲା- ଚାଷୀର ଆୟ ବୃଦ୍ଧି। କେନ୍ଦ୍ରର ମୋଦୀ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଯେ, ଆସନ୍ତା ୨୦୨୨ ବେଳକୁ ଦେଶର ଚାଷୀଙ୍କ ଆୟ ଦୁଇଗୁଣ ହେବ। କିନ୍ତୁ ପ୍ରଶ୍ନ ଉଠୁଛି ଏ ଲକ୍ଷ୍ୟ କେମିତି ପୂରଣ ହେବ? ଚାଷୀର ଆୟ ବଢ଼ିବ କେମିତି?

ସର୍ବନିମ୍ନ ସହାୟକ ମୂଲ୍ୟ ନୁହେଁ, ଚାଷ ଲାଭଜନକ ହେବ କେମିତି? ସରକାରୀ ହେଉ କି ବେସରକାରୀ ହେଉ, କୌଣସି ସର୍ଭେ ଚାଷ ଲାଭଜନକ ହେଉଥିବାର ପ୍ରମାଣ ଦେଉ ନାହିଁ। ଏ ପ୍ରସଙ୍ଗରେ ଓଡ଼ିଶା ଚାଷୀଙ୍କ ଆୟ କଥା ଆଲୋଚନା କରାଯାଉ। ନିକଟରେ ‘ନାବାର୍ଡ’ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ଅନୁଯାୟୀ ୨୦୧୬ରେ ଓଡ଼ିଶାରେ ଗୋଟିଏ ଚାଷୀ ପରିବାରର ହାରାହାରି ମାସିକ ଆୟ ଥିଲା ୭୭୩୧ ଟଙ୍କା। ଏହା ଜାତୀୟ ସ୍ତରରେ କୃଷି ପରିବାର ପିଛା ହାରାହାରି ୮,୯୩୧ ଟଙ୍କା ଆୟରୁ କମ୍‌। ଏନ୍‌ଏସ୍‌ଏସ୍‌ଓର ୨୦୦୩ର ଆକଳନ ଅନୁଯାୟୀ ଓଡ଼ିଶା ଚାଷୀ ପରିବାରଙ୍କ ହାରାହାରି ମାସିକ ଆୟ ଥିଲା ୪,୮୩୮ ଟଙ୍କା। ଏହି ଆୟ ତୁଳନାରେ ‘ନାବାର୍ଡ’ ସର୍ଭେରେ ଉଲ୍ଲେଖ ଥିବା ମାସିକ ହାରାହାରି ୭୭୩୧ ଟଙ୍କା ଓଡ଼ିଶା ଚାଷୀଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧିର ସୂଚନା ଦେଇପାରେ। କିନ୍ତୁ ଏହା ଏକ ଭ୍ରମ। ଚାଷୀ ପରିବାରର ଆୟରେ ଯେଉଁ ବୃଦ୍ଧି ହୋଇଛି, ତାହା ଚାଷରୁ ଅଧିକ ରୋଜଗାର ପାଇଁ ନୁହେଁ, ବର˚ ଅନ୍ୟ ଅଣ-କୃଷି ସୂତ୍ରରୁ ଆୟ ଯୋଗୁ। ୨୦୦୩ରେ ଚାଷୀ ପରିବାରର କୃଷିରୁ ଆୟ ଥିଲା ୨,୧୨୦ ଟଙ୍କା, ଯାହା ୨୦୧୬ରେ ୨୫୦୧ ଟଙ୍କାରେ ପହଞ୍ଚିଛି। ଯଦି ଗତ ତେରବର୍ଷର ମୁଦ୍ରାସ୍ଫୀତି ଓ ଟଙ୍କାର ମୂଲ୍ୟକୁ ବିଚାର କରାଯାଏ, ତେବେ ଚାଷୀ ପରିବାରଙ୍କ ଚାଷରୁ ଆୟ ବଢ଼ି ନାହିଁ, ବର˚ ଛିିଡ଼ିଛି। ଫଳରେ ରାଜ୍ୟର ଅଧାରୁ ଅଧିକ ଚାଷୀଙ୍କ ଉପରେ ଋଣ ବୋଝ ଓ ଏହାର କରୁଣ ପରିଣତି ରାଜ୍ୟରେ ଚାଷୀ ଆତ୍ମହତ୍ୟାର ଦୁର୍ଭାଗ୍ୟଜନକ କ୍ରମ। ଏହା ଛଡ଼ା ଚାଷର ବିପର୍ଯ୍ୟସ୍ତ ଅବସ୍ଥା ପଛର ମଞ୍ଜି କାରଣ ହେଲା ଘନ ଘନ ପ୍ରାକୃତିକ ବିପର୍ଯ୍ୟୟର ମାଡ଼। କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିରେ ଏହା ବଡ଼ ବାଧକ। ରାଜ୍ୟ କୃଷି ବିଭାଗର ତଥ୍ୟ ଅନୁଯାୟୀ ବିଗତ ୫୨ ବର୍ଷରେ କେବଳ ୧୨ଟି ବର୍ଷକୁୁ ଛାଡ଼ି ନେଲେ ଅବଶିଷ୍ଟ ୪୦ ବର୍ଷ ଓଡ଼ିଶାର ଚାଷୀଙ୍କୁ ଦୈବୀ ଦୁର୍ବିପାକର ଦାଉ ସହିବାକୁ ପଡ଼ିଛି। ପ୍ରାୟ ପ୍ରତ୍ୟେକ ବର୍ଷ ଚାଷ ପ୍ରତି ପ୍ରାକୃତିକ ବିପର୍ଯ୍ୟୟ ଜନିତ ବିପଦର ୭୫% ଆଶଙ୍କା ଥାଏ। ଏହି ଧାରାରେ ଗତ ଚାରି ବର୍ଷ ମଧୢରୁ ତିନି ବର୍ଷ- ୨୦୧୫ର ମରୁଡ଼ି, ୨୦୧୭ରେ ପୁଣି ମରୁଡ଼ି ସହ ଚକଡ଼ା ଓ ଅଦିନିଆ ବର୍ଷା ବିତ୍ପାତ ଏବ˚ ଚଳିତ ୨୦୧୮ରେ ଗୋଟିଏ ଅଞ୍ଚଳରେ ‘ତିତ୍‌ଲି’ର ମାଡ଼ ତ ଆଉ ଗୋଟିଏ ଅଞ୍ଚଳରେ କରାଳ ମରୁଡ଼ି ଚାଷୀଙ୍କ ପାଇଁ କାଳ ହୋଇଛି। ସରକାରୀ ସହାୟତା ଚାଷୀଙ୍କ କ୍ଷତି ଭରଣା ପାଇଁ ସମୁଦ୍ରକୁ ଶଙ୍ଖେ। ଫସଲ ବୀମା ଯୋଜନାରେ ବିଭ୍ରାଟ ଦୁର୍ଦିନରେ ଚାଷୀଙ୍କ ଦୁର୍ଦଶା ମୋଚନ ପରିବର୍ତ୍ତେ ଏହାକୁ ଦ୍ବିଗୁଣିତ କରୁଛି।

ତେବେ, ଓଡ଼ିଶା ଚାଷୀଙ୍କ ବିଡ଼ମ୍ବିତ ଭାଗ୍ୟର କରୁଣ କାହାଣୀ ଏତିକିରେ ସରୁ ନାହିଁ। ଚାଷ ଓ ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ଆଉ ଏକ୍‌ ଉତ୍ପୀଡ଼କ ପ୍ରଶ୍ନ ହେଲା- ପ୍ରକୃତ ଚାଷୀ କିଏ? ଜମିର ମାଲିକ ନା ଜମିରେ ଫସଲ ଅମଳ କରୁଥିବା ଚାଷୀ? ଯେତେବେଳେ ବି ଚାଷୀଙ୍କ ପାଇଁ କୌଣସି ସହାୟତା ଘୋଷଣା କରାଯାଏ, ସେତେବେଳେ ଏହି ପ୍ରଶ୍ନ ନେଇ ବିବାଦର ଝଡ଼ ଉଠେ। ଜଣେ ପୂର୍ବତନ କୃଷି ମନ୍ତ୍ରୀ ଏକାଧିକ ଥର ଏହା ସ୍ବୀକାର କରିଛନ୍ତି ଯେ ଅଣ-ଚାଷୀମାନେ ଜମି ଦେଖାଇ କୃଷି ଋଣ ଉଠାଉଛନ୍ତି, ଅଥଚ ତାହା କୃଷିରେ ବିନିଯୋଗ ହେଉନାହିଁ। ଏବେ ପ୍ରଶ୍ନ ଉଠୁଛି, ଯଦି ବା ସରକାର ଚାଷୀଙ୍କୁ ପେନ୍‌ସନ୍‌ ପ୍ରଦାନର ନିଷ୍ପତ୍ତି ନିଅନ୍ତ, ତେବେ, ତା’ର ହିତାଧିକାରୀ କିଏ ହେବେ? କୁହାଯାଉଛି ବାଘ, ପକ୍ଷୀ ଆଦି ଗଣନା ହୋଇ ପାରୁଛି, ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରାଯାଇ ପାରିବ ନାହିଁ କାହିଁକି? ବିଷୟ ଏତେ ସରଳ ନୁହେଁ, ବେଶ ଜଟିଳ। ‘ପ୍ରକୃତ ଚାଷୀ’ ଚିହ୍ନଟ ପାଇଁ ମାପକାଠି ନିର୍ଦ୍ଧାରଣ ସକାଶେ ଆଲୋଚନା ଆବଶ୍ୟକ। ଏହି ଜଟିଳ ପ୍ରଶ୍ନର ସମାଧାନ ଦିଗରେ ଭାଗଚାଷୀ ଆଇନ ପ୍ରସ୍ତାବ ଗୋଟିଏ ପ୍ରୟାସ ଥିଲା। କିନ୍ତୁ ଅଡୁଆରେ ଛନ୍ଦି ହୋଇ ଏହା ପ୍ରସ୍ତାବରେ ହିଁ ଅଲ୍‌ଝି ଯାଇଛି। ଅବଶ୍ୟ ଏମିତି ନୁହେଁ ଯେ, ଏହାର ସମାଧାନ ପନ୍ଥା ବାହାରି ପାରିବ ନାହିଁ। ଅନ୍ୟ କେତେକ ରାଜ୍ୟରେ ଏହା ସମ୍ଭବ ହୋଇପାରିଛି। କିନ୍ତୁ ଏଥିପାଇଁ ବ୍ୟାପକ ବିଚାରବିମର୍ଶ ଆବଶ୍ୟକ। ଏହା ବ୍ୟତୀତ କୃଷିଋଣ ଛାଡ଼ ଠାରୁ ଆରମ୍ଭ କରି ଜଳସେଚନର ସ˚ପ୍ରସାରଣ, ଅନ୍ୟ କୃଷି ଭିତ୍ତିଭୂମିର ବିକାଶ, କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶ, ଖାଦ୍ୟ ପ୍ରକ୍ରିୟାକରଣ ପର୍ଯ୍ୟନ୍ତ- ଚାଷର ବିକାଶ ଓ ଚାଷୀଙ୍କ କଲ୍ୟାଣ ନେଇ ଆହୁରି ଅନେକ ପ୍ରସଙ୍ଗ ରହିଛି। ରାଜ୍ୟର ଦୁଇ ତୃତୀୟା˚ଶ ଲୋକଙ୍କ ଜୀବନ ଜୀବିକା ଦୃଷ୍ଟିିରୁ ଗୁରୁତ୍ବପୂର୍ଣ୍ଣ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ଓ ଅନୁଧୢାନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଏକ ସାନି ସୁଯୋଗ। ସବୁ ପକ୍ଷଙ୍କ ସକରାତ୍ମକ ଓ ଗଠନମୂଳକ ଆଭିମୁଖ୍ୟ ରହିଲେ, ଏ ସୁଯୋଗର ସଦୁପଯୋଗ ହୋଇପାରିବ; ଯାହା ସମସ୍ୟାର ସମାଧାନ ଦିଗରେ କିଛି ଆଲୋକ ଦେଖାଇ ପାରିବ।

ସମ୍ବନ୍ଧିତ ଖବର