କେନ୍ଦ୍ରୀୟ ବ୍ୟାଙ୍କ୍ ଗଭର୍ନର୍ମାନଙ୍କ ସମ୍ବନ୍ଧରେ ଏକ ବହୁଳ ପ୍ରସାରିତ ଜୋକ୍ ହେଉଛି ଏହି ପରି। ‘‘ପ୍ରଶ୍ନ: ଗୋଟିଏ ବିଜୁଳି ବଲ୍ବକୁ ତା’ର ହୋଲ୍ଡର୍ରେ ମୋଡ଼ି ମୋଡ଼ି ଖଞ୍ଜିବା ପାଇଁ କେତେଜଣ କେନ୍ଦ୍ରୀୟ ବ୍ୟାଙ୍କ୍ ଗଭର୍ନର୍ ଆବଶ୍ୟକ? ଉତ୍ତର: ଜଣେ ମାତ୍ର- ସିଏ କେବଳ ବଲ୍ବଟିକୁ ଧରିବେ, ସାରା ଦୁନିଆ ତାଙ୍କ ଚାରିକଡେ଼ ଘୂରି ଚାଲିବ ଯାହା ଫଳରେ ବଲ୍ବଟି ହୋଲ୍ଡର୍ରେ ଖଞ୍ଜି ହୋଇଯିବ।’’ ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍ ରିଜର୍ଭ ବ୍ୟାଙ୍କ୍ ଏବ˚ କେନ୍ଦ୍ର ସରକାରଙ୍କ ମଧୢରେ ଯେଉଁ ଭଳି ଟଣାଓଟରା ଲାଗି ରହିଛି, ତାହା ଦେଖି ମନେ ହେଉଥିଲା ସୋମବାର ଦିନ ଅନୁଷ୍ଠିତ ହୋଇଥିବା ରିଜର୍ଭ ବ୍ୟାଙ୍କ୍ର ବୋର୍ଡ ଅଫ୍ ଡିରେକ୍ଟର୍ସ ମିଟି˚ରେ ଗଭର୍ନର୍ ଉର୍ଜିତ ପଟେଲ ନିଜ ଜିଦ୍ରେ ଅଟଳ ରହି କେବଳ ବଲ୍ବଟିକୁ ଜାବୁଡ଼ି ଧରି ଛିଡ଼ା ହେବେ ଏବ˚ ସରକାରଙ୍କର ପ୍ରତିନିଧିତ୍ବ କରୁଥିବା ନିର୍ଦ୍ଦେଶକମାନଙ୍କୁ ତାଙ୍କ ଚାରିକଡେ଼ ଘୂରାଇବାକୁ ଚେଷ୍ଟା କରିବେ। ନିର୍ଦ୍ଦେଶକମାନେ ଯଦି ଏପରି ଘୂରିବାକୁ ରାଜି ନହୁଅନ୍ତେ ତେବେ ଦେଶ ପାଇଁ ଏକ ଅର୍ଥନୈତିକ ସ˚କଟ ସୃଷ୍ଟି ହୁଅନ୍ତା- ବଲ୍ବଟି ହୋଲ୍ଡର୍ରେ ଖଞ୍ଜା ଯାଇ ପାରନ୍ତା ନାହିଁ। ପରିଣତି ହୁଅନ୍ତା ଅର୍ଥନୈତିକ ଅନ୍ଧାର। ଅନ୍ଧାରରେ ସମସ୍ତେ ଝୁଣ୍ଟନ୍ତେ।
ଆଶ୍ବସ୍ତିର କଥା ସୋମବାର ମିଟି˚ ଦୀର୍ଘ ନ’ଘଣ୍ଟା ଧରି ଚାଲିବା ସମୟରେ ଉଭୟ ପକ୍ଷ ପରସ୍ପରର ଜିଦ୍କୁ କେତେକ ମାତ୍ରାରେ କୋହଳ କରିବା ଦେଖାଯାଇଛି ଯାହା ପରସ୍ପର ସହଯୋଗରେ ବଲ୍ବ ଖଞ୍ଜା ଯାଇ ଅନ୍ଧାର ଦୂର ହେବାର ସମ୍ଭାବନାକୁ ଉଜ୍ଜ୍ବଳ କରିଛି। କେନ୍ଦ୍ର ସରକାରଙ୍କର ବିତ୍ତ ମନ୍ତ୍ରଣାଳୟ ବିଶ୍ବାସ କରୁଛି ଯେ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟିର ସମ୍ଭାବନା ବହନ କରୁଥିବା ଅଣ-ବ୍ୟାଙ୍କ୍ ବିତ୍ତୀୟ ଅନୁଷ୍ଠାନ ମାନ (ଏନ୍ବିଏଫ୍ସି)- ଯେଉଁମାନେ ‘ଛାୟାବ୍ୟାଙ୍କ୍’ ରୂପେ ଅଭିହିତ- ଏବ˚ ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ଓ କ୍ଷୁଦ୍ର ବ୍ୟବସାୟ(ଯାହା ଛାୟାବ୍ୟାଙ୍କ୍ମାନଙ୍କ ଉପରେ ନିବେଶ ପୁଞ୍ଜି ସ˚ଗ୍ରହ ପାଇଁ ଅନେକା˚ଶରେ ନିର୍ଭରଶୀଳ) ବର୍ତ୍ତମାନ ଏକ ମୁଦ୍ରା ମରୁଡ଼ି (ଲିକ୍ବିଡିଟି ସର୍ଟେଜ୍)ର ସମ୍ମୁଖୀନ। ସରକାର ଚାହାଁନ୍ତି ପରିସ୍ଥିତିରେ ସୁଧାର ଆଣିବା ପାଇଁ ବ୍ୟାଙ୍କ୍ମାନେ ଏ କ୍ଷେତ୍ରକୁ ଯେପରି ଅଧିକ ଋଣ ପ୍ରଦାନ କରିପାରିବେ ତାହା ନିଶ୍ଚିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ସେମାନଙ୍କ ପ୍ରତି ଲାଗୁ ହୋଇଥିବା କଟକଣା କୋହଳ କରୁ। ସୋମବାର ମିଟି˚ରେ ରିଜର୍ଭ ବ୍ୟାଙ୍କ୍ ଅବଶ୍ୟ ସରକାରଙ୍କ ପ୍ରସ୍ତାବରେ ସହମତ ହୋଇନାହିଁ, କିନ୍ତୁ ଘୋଷଣା କରିଛି ଯେ ନଭେମ୍ବର ୨୨ ତାରିଖ ଦିନ ପୁଞ୍ଜି ବଜାରରୁ ଋଣପତ୍ର କ୍ରୟ ମାଧୢମରେ (ଓପନ୍ ମାର୍କେଟ୍ ଅପରେସନ୍ସ) ଅର୍ଥନୀତିରେ ୮,୦୦୦ କୋଟି ଟଙ୍କାର ନୂତନ ମୁଦ୍ରା ଭର୍ତ୍ତି କରିବ। ଏହା ମଧୢ ସୂଚନାଯୋଗ୍ୟ ଯେ ଗତ ମାସରେ ଦେଶର ବୃହତ୍ତମ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ଘୋଷଣା କରିଥିଲା ଯେ ଏହା ଛାୟାବ୍ୟାଙ୍କ୍ମାନଙ୍କ ଠାରୁ ୪୫,୦୦୦ କୋଟି ଟଙ୍କାର ଋଣପତ୍ର କ୍ରୟ କରିବ। ରିଅଲ୍ ଇଷ୍ଟେଟ୍ କ୍ଷେତ୍ରକୁ ଋଣ ଯୋଗାଣକାରୀ ସ˚ସ୍ଥାମାନଙ୍କୁ ସାହାଯ୍ୟ କରିବା ପାଇଁ ନେସନାଲ୍ ହାଉସି˚ ବ୍ୟାଙ୍କ୍ର ରିଫାଇନାନ୍ସ ସୀମାକୁ ମଧୢ ୩୦,୦୦୦ କୋଟି ଟଙ୍କାକୁ ବୃଦ୍ଧି କରିଦିଆ ଯାଇଛି। ଏ ସମସ୍ତ ପଦକ୍ଷେପ ମିଶି ବିତ୍ତ ମନ୍ତ୍ରଣାଳୟର ନଗଦ ମରୁଡ଼ି ଚିନ୍ତା ଅନେକା˚ଶରେ ଲାଘବ କରିବେ ବୋଲି ଆଶା କରାଯାଏ।
ଋଣ ପରିଶୋଧରେ ଗୋଟିଏ ଦିନର ବିଳମ୍ବ ହେଲେ ମଧୢ ତୁରନ୍ତ ଖିଲାପି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ରିଜର୍ଭବ୍ୟାଙ୍କ୍ ବ୍ୟାଙ୍କ୍ମାନଙ୍କୁ ଦେଇଥିବା ନିର୍ଦ୍ଦେଶରେ ଏପର୍ଯ୍ୟନ୍ତ ଅଟଳ ରହି ଆସିଛି। ଏହା କ୍ଷୁଦ୍ର ଏବ˚ ମଧୢମ ଧରଣର ବ୍ୟବସାୟମାନଙ୍କ ପାଇଁ ବିଶେଷ ଅସୁବିଧା ସୃଷ୍ଟି କରୁଛି। ସରକାର ଏହାକୁ କୋହଳ କରିବା ଚାହାନ୍ତି। ସୋମବାର ଦିନ ବୋର୍ଡ ଏହି କଟକଣା କୋହଳ କରିବା ପାଇଁ ରିଜର୍ଭବ୍ୟାଙ୍କ୍କୁ ଉପଦେଶ ଦେଇଛି। ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧୢମ ଆକାରର ଉଦ୍ୟୋଗମାନ (ଏମ୍ଏସ୍ଏମ୍ଇ)ନେଇଥିବା ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପରିଶୋଧରେ ବିଳମ୍ବ ଘଟିଲେ ସେଭଳି ଋଣର ପୁନର୍ଗଠନ କରିବା ପାଇଁ ଋଣ ପ୍ରଦାନକାରୀ ବ୍ୟାଙ୍କ୍ମାନଙ୍କୁ ଅନୁମତି ପ୍ରଦାନ କରିବା ପାଇଁ ବୋର୍ଡ ରିଜର୍ଭବ୍ୟାଙ୍କ୍କୁ ଦେଇଥିବା ଏହି ଉପଦେଶର ଅ˚ଶବିଶେଷ। ବିଭିନ୍ନ ଉଦ୍ଦେଶ୍ୟରେ ବିଭିନ୍ନ ଏକାଉଣ୍ଟରେ ରହିଥିବା ରିଜର୍ଭବ୍ୟାଙ୍କ୍ର ବଳକା ସମ୍ବଳର ଏକ ଅ˚ଶ ସରକାରଙ୍କୁ ଏକ ସ୍ପେଶାଲ୍ ଡିଭିଡେଣ୍ତ ଆକାରରେ ଦେଇ ଦେବା ପାଇଁ ସରକାର ବିଗତ ଦିନ ମାନଙ୍କରେ ରିଜର୍ଭ ବ୍ୟାଙ୍କ୍ ଉପରେ ଚାପ ପକାଇ ଚାଲିଛନ୍ତି, ଯାହାକୁ ରିଜର୍ଭ ବ୍ୟାଙ୍କ୍ ବିରୋଧ କରି ଆସିଛି। ବୋର୍ଡ ମିଟିଙ୍ଗ୍ରେ ଏହାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧୢରେ ଖଣ୍ତ ଯୁଦ୍ଧ ଘଟିବା ଆଶଙ୍କା କରାଯାଉଥିଲା। କିନ୍ତୁ ଏକ ପୁରୁଣା ଅମଲାତାନ୍ତ୍ରିକ କୌଶଳ ପ୍ରୟୋଗ ଦ୍ବାରା ବର୍ତ୍ତମାନ ପରିସ୍ଥିତିକୁ ସମ୍ଭାଳି ଦିଆଯାଇଛି। ପ୍ରସଙ୍ଗଟିକୁ ବିଚାର ଓ ନିଷ୍ପତ୍ତି ପାଇଁ ଏକ ବିଶେଷଜ୍ଞ କମିଟି ହାତରେ ସମର୍ପଣ କରାଯିବ। କେଉଁମାନେ କମିଟିର ସଦସ୍ୟ ହେବେ, ତାହା ଉଭୟ ସରକାର ଓ ରିଜର୍ଭବ୍ୟାଙ୍କ୍ ମିଳିତ ଭାବରେ ସ୍ଥିର କରିବେ। କମିଟି ପ୍ରସଙ୍ଗର କେଉଁ କେଉଁ ଦିଗ ସମ୍ବନ୍ଧରେ ବିଚାର କରିବ, ତାହା ମଧୢ ଉଭୟ ପକ୍ଷ ମିଳିତ ଭାବରେ ନିର୍ଦ୍ଧାରଣ କରିବେ।
ବ୍ୟାଙ୍କ୍ ମାନଙ୍କ ପାଖରେ କେତେ ଅନୁପାତରେ ପୁଞ୍ଜି ରହିବା ଉଚିତ (କ୍ୟାପିଟାଲ୍ ଆଡିକ୍ବେସି ରେସିଓ) ସେ ସମ୍ବନ୍ଧରେ ମଧୢ ସରକାର ଓ ରିଜର୍ଭବ୍ୟାଙ୍କ୍ ମଧୢରେ ମତ ପାର୍ଥକ୍ୟ ରହିଛି। ବାସେଲ୍- III ମାନଦଣ୍ତ ଅନୁସାରେ ଏହି ଅନୁପାତକୁ ସର୍ବନିମ୍ନ ସମ୍ଭବ ସ୍ତରକୁ ଖସାଇବା ପାଇଁ ହେଉଥିବା ଦାବିକୁ ବୋର୍ଡ ଅଗ୍ରାହ୍ୟ କରି ଦେଇଛି। ତେବେ ପୁଞ୍ଜି ଅନୁପାତରେ ଉନ୍ନତି ଆଣିବା ପାଇଁ ବୋର୍ଡ ଆଉ ଏକ ବର୍ଷ ସମୟ ପ୍ରଦାନ କରିଛି। ରିଜର୍ଭବ୍ୟାଙ୍କ୍ ଓ ସରକାରଙ୍କ ମଧୢରେ ଆଉ ଏକ ବିବାଦୀୟ ପ୍ରସଙ୍ଗ ହେଉଛି ତଥାକଥିତ ‘ପ୍ରମ୍ପ୍ଟ ଆଣ୍ତ୍ କରେକ୍ଟିଭ୍ ଆକ୍ସନ୍’ ‘(ପିସିଏ)’ କାର୍ଯ୍ୟବିଧିର ପ୍ରୟୋଗ। ଏହି ଅନୁଯାୟୀ ଚିହ୍ନିତ ସମସ୍ୟାଗ୍ରସ୍ତ ବ୍ୟାଙ୍କ୍ ମାନଙ୍କର ଋଣ ପ୍ରଦାନରୁ ଜମା ଗ୍ରହଣ ପର୍ଯ୍ୟନ୍ତ ସ୍ବାଧୀନତାକୁ ଗୁରୁତର ଭାବରେ ସଙ୍କୁଚିତ କରି ଦିଆଯାଇଥାଏ। ଚିନ୍ତାଜନକ ଭାବରେ ୨୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ମାନଙ୍କ ମଧୢରୁ ୧୧ ଏବେ ‘ପିସିଏ’ର ସମ୍ମୁଖୀନ ହୋଇଛନ୍ତି। ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ମାନଙ୍କୁ ‘ପିସିଏ’ରୁ ଛାଡ଼ କରାଯାଉ ବୋଲି ଚାହୁଁଛନ୍ତି, କାରଣ ଏହା ଯୋଗୁଁ କ୍ଷୁଦ୍ର ଓ ମଧୢମ ଆକାରର ବ୍ୟବସାୟ କ୍ଷେତ୍ରକୁ ଋଣ ପ୍ରବାହ ସ˚କୁଚିତ ହୋଇ ଯାଉଛି। ସୋମବାର ବୋର୍ଡ ମିଟିଙ୍ଗ୍ରେ ଏହି ପ୍ରସଙ୍ଗକୁ ମଧୢ ସମାଧାନ ନିମିତ୍ତ ଏକ କମିଟିକୁ ପଠାଇ ଦିଆଯାଇଛି।
ଡିସେମ୍ବର ୧୪ ତାରିଖରେ ପରବର୍ତ୍ତୀ ବୋର୍ଡ ମିଟିଙ୍ଗ୍ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ସେ ମଧୢରେ କମିଟି ମାନଙ୍କର ରିପୋର୍ଟ ଆସି ସାରିଥିବ କି ନାହିଁ, ଜଣା ନାହିଁ। କିନ୍ତୁ ବର୍ତ୍ତମାନ ଯାହା ଜଣାପଡୁଛି, ଉଭୟ ପକ୍ଷ ଯୁଦ୍ଧ˚ ଦେହି ଠାଣି ପରିତ୍ୟାଗ କରିଛନ୍ତି ଏବ˚ କୌଣସି କମିଟି କେବେ ଯୁଦ୍ଧ ସପକ୍ଷରେ କାର୍ଯ୍ୟ କରେ ନାହିଁ। ଅତଏବ ନିକଟ ଭବିଷ୍ୟତରେ ବଲ୍ବ ଲାଗି ନ ପାରି ଅନ୍ଧାର ମାଡ଼ି ଆସିବାର ସମ୍ଭାବନା ନାହିଁ। ବବ୍ ଡିଲାନଙ୍କ ପ୍ରସିଦ୍ଧ ଗୀତ ‘‘ନଟ୍ ଡାର୍କ ୟେଟ୍’’(‘‘ହୋଇନି ଅନ୍ଧାର’’)ର ଏହି ଧାଡ଼ି ‘‘ଇଟ୍୍ସ ନଟ୍ ଡାର୍କ ୟେଟ୍, ବଟ୍ ଇଟ୍ସ ଗେଟିଙ୍ଗ୍ ଦେଆର୍’’ (‘‘ଏବେ ହୋଇନାହିଁ, କିନ୍ତୁ ମାଡ଼ି ଆସେ ଗହନ ଅନ୍ଧାର’’) ଏହି ପ୍ରସଙ୍ଗରେ ଆମ ପାଇଁ ଆଉ ଭୟ ସୃଷ୍ଟି କରୁନାହିଁ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର