ଧର୍ମକୈନ୍ଦ୍ରିକ ରାଜନୀତି

ଡିସେମ୍ବର ୬ ତାରିଖ। ଅଯୋଧ୍ୟାରେ ଛବିଶ ବର୍ଷ ତଳେ ଘଟିଥିବା ଦୁର୍ଭାଗ୍ୟଜନକ ବାବ୍ରୀ ମସଜିଦ୍‌ ଭଙ୍ଗା ଘଟଣାର ବାର୍ଷିକୀ। ୧୯୯୨ର ସେହିଦିନ ଭାରତୀୟ ରାଜନୀତି ଯେଉଁ ବିପଜ୍ଜନକ ରାସ୍ତାରେ ପାଦ ଦେଇଥିଲା, ସେହି ରାସ୍ତା ଅଧିକରୁ ଅଧିକ ବିପଜ୍ଜନକ ହୋଇ ଚାଲିଛି। ଅଥଚ, ବିଡ଼ମ୍ବନା ଯେ ସେହି ବିପଜ୍ଜନକ ରାସ୍ତାରେ ଯାତ୍ରୀମାନଙ୍କ ଭିଡ଼ ବଢ଼ି ଚାଲିଛି। ଭାରତୀୟ ସମ୍ବିଧାନ ଦେଶବାସୀଙ୍କୁ ଧର୍ମନିରପେକ୍ଷତାର ରାଣ ଖୁଆଇଛି, ଅଥଚ ରାଜନୈତିକ ଦଳଙ୍କ ମଧୢରେ ପ୍ରତିଦ୍ବନ୍ଦ୍ବିତା ମୂଳକ ହିନ୍ଦୁତ୍ବ ସା˚ପ୍ରତିକ ରାଜନୀତିରେ ଏକ ଧାରା ପାଲଟି ଯାଇଛି।

ଧର୍ମକୁ କେନ୍ଦ୍ର କରି ଚାଲିଥିବା ଏ ରାଜନୀତିର ପରିଣାମ ଯେ କେତେ ଭୟଙ୍କର, ଉତ୍ତର ପ୍ରଦେଶର ବୁଲନ୍ଦସହର ହି˚ସା, ତା’ର ଆଉ ଏକ ଦୁଃଖଦ ଉଦାହରଣ। ଗୋ-ସୁରକ୍ଷା ଆଳରେ ହି˚ସାରେ ଗତ ଚାରିବର୍ଷରେ ଅତି କମ୍‌ରେ ୪୦ ଜଣଙ୍କ ପ୍ରାଣ ଯାଇଛି। ଦୁଇ ଦିନ ତଳେ ବୁଲନ୍ଦସହରରେ ଗୋ-ସୁରକ୍ଷା ନାମରେ ଘଟିଥିବା ଆଉ ଏକ ଭିଡ଼ ହି˚ସାରେ ଦୁଇଜଣ ପ୍ରାଣ ହରାଇଛନ୍ତି। ହି˚ସାର ଶିକାର ମୃତକଙ୍କ ମଧୢରେ ଅଛନ୍ତି ଜଣେ ପୁଲିସ୍‌ ଅଧିକାରୀ। ମୃତ ପୁଲିସ ଇନିସ୍‌ପେକ୍ଟର ସୁବୋଧ କୁମାର ସି˚ହଙ୍କ ପୃଷ୍ଠଭୂମି, ଅନ୍ୟ ପାରିପାର୍ଶ୍ବିକ ଅବସ୍ଥା ଏବ˚ ହି˚ସାରେ ସ˚ପୃକ୍ତ ବ୍ୟକ୍ତିମାନଙ୍କ ରାଜନୈତିକ ସମ୍ପର୍କ ଓ ଆଦର୍ଶଗତ ଦୃଷ୍ଟିକୋଣକୁ ଯଦି ବିଚାର କରାଯାଏ, ତେବେ ଗୋ-ସୁରକ୍ଷା ନାମରେ ବୁଲନ୍ଦସହରର ତଥାକଥିତ ‘ଭିଡ଼ ହି˚ସା’ ଯେ ଏକ ପୂର୍ବ-ପରିକଳ୍ପିତ ଷଡ଼୍‌ଯନ୍ତ୍ର ପ୍ରସୂତ ଜଘନ୍ୟ ହି˚ସା, ଏଥିରେ କୌଣସି ସନ୍ଦେହ ରହୁନାହିଁ। ଇନିସ୍‌ପେକ୍ଟର ସି˚ହ ୨୦୧୫ରେ ଉତ୍ତର ପ୍ରଦେଶ ଦାଦ୍ରୀଠାରେ ଘଟିଥିବା ଗୋ-ସୁରକ୍ଷା ଆଳରେ ପ୍ରଥମ ହି˚ସା ଘଟଣାର ଥିଲେ ପ୍ରଧାନ ତଦନ୍ତକାରୀ ଅଧିକାରୀ। ଏହି ହି˚ସା ଘଟଣାରେ ଘରେ ଗୋ-ମା˚ସ ରଖିବା ଅଭିଯୋଗରେ ସ˚ଖ୍ୟାଲଘୁ ସ˚ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରି ଦିଆଯାଇଥିଲା। ଘଟଣାର ତଦନ୍ତ କରି ଇନିସ୍‌ପେକ୍ଟର ସି˚ହ ବିଭିନ୍ନ ‘ହିନ୍ଦୁତ୍ବ’ ସ˚ଗଠନ ସହ ଯୋଡ଼ି ହୋଇଥିବା ୧୮ ଜଣଙ୍କୁ ଗିରଫ କରିଥିଲେ। ଅବଶ୍ୟ, ଏହା ଏକ ଭିନ୍ନ କଥା ଯେ, ଇନିସ୍‌ପେକ୍ଟର ସି˚ହଙ୍କୁ ପରେ ଦାଦ୍ରୀ ଘଟଣାର ତଦନ୍ତରୁ ହଟାଇ ଅନ୍ୟତ୍ର ବଦଳି କରାଯାଇଥିଲା ଏବ˚ ତାଙ୍କ ବଦଳି ପରେ ଅଭିଯୁକ୍ତମାନେ ଜାମିନରେ ମୁକୁଳିଥିଲେ। ବର୍ତ୍ତମାନ ବି କୋର୍ଟରେ ମାମଲା ବିଚାରାଧୀନ ରହିଛି। ଘଟଣାରେ ନ୍ୟାୟ ମିଳିନାହିଁ। ବୁଲନ୍ଦସହର ଘଟଣାକୁ ଭିଡ଼ ହି˚ସା କୁହାଯାଉଥିଲେ ମଧୢ ବାସ୍ତବରେ ଇନିସ୍‌ପେକ୍ଟର ସି˚ହଙ୍କ ଜୀବନ ପଥର ମାଡ଼ କିମ୍ବା ଲାଠି ମାଡ଼ରେ ଯାଇ ନ ଥିଲା। ଆହତ ହୋଇ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ସି˚ହଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହା ସ୍ବତଃ ତଥାକଥିତ ଭିଡ଼ ହି˚ସା ଯେ ପୂର୍ବ-ପରିକଳ୍ପିତ ଷଡ଼୍‌ଯନ୍ତ୍ରର ଗୋଟିଏ ଅ˚ଶ ଥିଲା, ତା’ର ପ୍ରମାଣ ଦେଉଛି। ଯେଉଁମାନେ ଏହି ଘଟଣାର ପ୍ରମୁଖ ସନ୍ଦିଗ୍‌ଧ, ସେମାନେ ପ୍ରାୟ ସମସ୍ତେ ବଜରଙ୍ଗଦଳ, ବିଶ୍ବ ହିନ୍ଦୁ ପରିଷଦ ଭଳି ସ˚ଗଠନ ଗୁଡ଼ିକ ସହ ସକ୍ରିୟ ଭାବେ ସ˚ପୃକ୍ତ।

ବୁଲନ୍ଦସହରର ତଥାକଥିତ ଭିଡ଼ ହି˚ସା ହେଉ ଅବା ଏହା ପୂର୍ବରୁ ଅନ୍ତତଃ ଚାଳିଶ ଜଣଙ୍କ ଜୀବନ ନେଇଥିବା ଗୋ-ସୁରକ୍ଷା ଆଳରେ ହି˚ସାର କ୍ରମ ହେଉ, ପ୍ରତ୍ୟେକଟି ହି˚ସା ଘଟଣା ବିପଜ୍ଜନକ ଧର୍ମକୈନ୍ଦ୍ରିକ ରାଜନୀତିର ଦୁର୍ଭାଗ୍ୟଜନକ ପରିଣାମ। ଏହାର ଅଧିକ ପ୍ରମାଣ ଭାବେ ଉତ୍ତର ପ୍ରଦେଶର ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମହୋଦୟଙ୍କ ବୟାନକୁ ଉଲ୍ଲେଖ କରାଯାଇ ପାରେ। ଗୋ-ହତ୍ୟା ନିଶ୍ଚିତ ଭାବେ ଉତ୍ତର ପ୍ରଦେଶରେ ଏକ ବେଆଇନ କାର୍ଯ୍ୟ। ଗୋ-ବଧ ରାଜ୍ୟରେ ନିଷିଦ୍ଧ। ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମହୋଦୟଙ୍କ ବିିଚାରରେ ଆଇନ ଉଲ୍ଲ˚ଘନକାରୀ ଗୋ-ହତ୍ୟା ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯେତିକି ଗୁରୁତ୍ବପୂର୍ଣ୍ଣ, ଜଣେ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କ ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ। ବୁଧବାର ମୁଖ୍ୟମନ୍ତ୍ରୀ ଗୋ-ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରତି ଗୁରୁତ୍ବ ଆରୋପ କଲେ। ଅଥଚ, ଇନିସ୍‌ପେକ୍ଟର ସି˚ହଙ୍କ ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସେ ନିରବ ରହିଥିଲେ। ଏହା ହିଁ ସୂଚନା ଦେଉଛି ଯେ, ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ପ୍ରାଥମିକତା କ’ଣ? ମଣିଷ ମାରିଥିବା ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଶାସନର ଦାୟିତ୍ବଠାରୁ ବୋଧହୁଏ ଗୋ-ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କ ଦାୟିତ୍ବ ଅଧିକ। ଶାସନର ଏହି ମାନସିକତା ହିଁ ଗୋ-ସୁରକ୍ଷା ଆଳରେ ହି˚ସାକୁ ପ୍ରୋତ୍ସାହନ ଦେଉଛି। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ‘ଇଣ୍ତିଆ ସ୍ପେଣ୍ତ୍‌’ର ଏକ ରିପୋର୍ଟ ଅନୁଯାୟୀ ଦେଶର ରାଜ୍ୟମାନଙ୍କ ମଧୢରେ ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ସ˚ଖ୍ୟକ ଗୋ-ସୁରକ୍ଷା ଆଳରେ ହି˚ସାତ୍ମକ ଘଟଣା ଘଟିଛି।

ଅବଶ୍ୟ କେବଳ ଉତ୍ତର ପ୍ରଦେଶ ନୁହେଁ, ଅନ୍ୟ ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ କ୍ଷମତାସୀନ ଦଳର ରାଜ‌େନୖତିକ ଆଭିମୁଖ୍ୟ ଗୋ-ସୁରକ୍ଷା ଆଳରେ ହି˚ସାକୁ ପ୍ରଶ୍ରୟ ଦେଉଛି। ରାଜସ୍ଥାନରେ ଗତ ୨୦୧୭ରେ ଗୋ-ସୁରକ୍ଷା ଆଳରେ ଲାଗ ଲାଗ ତିନିଟି ହି˚ସା ଘଟଣାରେ ସ˚ଖ୍ୟାଲଘୁ ସ˚ପ୍ରଦାୟର ତିନିଜଣଙ୍କ ପ୍ରାଣ ଯାଇଥିଲା। ଗୁଜରାଟରେ ମଧୢ ଗୋ-ସୁରକ୍ଷା ନାମରେ ହି˚ସାରେ ଦଳିତମାନେ ଶିକାର ହୋଇଥିଲେ। ‘ଇଣ୍ତିଆ ସ୍ପେଣ୍ତ୍‌’ର ହିସାବ ଅନୁଯାୟୀ ଛଅଟି ବିଜେପି ଶାସିତ ରାଜ୍ୟରେ ଗୋ-ସୁରକ୍ଷା ଆଳରେ ଘଟିଥିବା ୫୮ଟି ହି˚ସା ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ପରିସ˚ଖ୍ୟାନ ଏହାର ଦୁଃଖଦ ସୂଚକ ଯେ, କେନ୍ଦ୍ରରେ ଓ ଅଧିକା˚ଶ ରାଜ୍ୟରେ ବର୍ତ୍ତମାନ ଶାସନରେ ଥିବା ‘ହିନ୍ଦୁତ୍ବ’ ପ୍ରତି ସମର୍ପିତ ବିଜେପିର ରାଜନୈତିକ ଆଭିମୁଖ୍ୟ ଗୋ-ସୁରକ୍ଷା ଆଳରେ କ୍ରମବର୍ଦ୍ଧିଷ୍ଣୁ ହି˚ସାର ମୁଖ୍ୟ କାରଣ। ଏହାର ଏକ ଅତିରିକ୍ତ ବଳିଷ୍ଠ ପ୍ରମାଣ ହେଲା, ଝାଡ଼ଖଣ୍ତର ଜଣେ ଅକ୍ସଫୋର୍ଡ ଶିକ୍ଷିତ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ହି˚ସା ଅଭିଯୁକ୍ତଙ୍କୁ ଫୁଲମାଳ ପିନ୍ଧାଇ ସମ୍ବର୍ଦ୍ଧନା ଜ୍ଞାପନ। ଏହା ମଧୢ ଦେଖାଯାଇଛି ଯେ, ସମ୍ବିଧାନ ପ୍ରତି ଆନୁଗତ୍ୟ ଘୋଷଣା କରି ଶାସନର ଦଣ୍ତ ଧରିଥିବା ବିଜେପି ମନ୍ତ୍ରୀମାନେ ଗୋ-ହତ୍ୟା ଆଳରେ ହି˚ସା ବିରୋଧରେ ମୁହଁ ଖୋଲିବାକୁ ସବୁ ବେଳେ କୁନ୍ଥକୁନ୍ଥ। ଅନେକ ସମୟରେ ସେମାନେ ଆଦୌ ମୁହଁ ଖୋଲନ୍ତି ନାହିଁ କିମ୍ବା ବହୁ ବିଳମ୍ବରେ ଘଟଣାର ନିନ୍ଦା କରନ୍ତି, ଯାହା ଖାଲି ଏକ ଔପଚାରିକତା ଭଳି ମନେହୁଏ। ଏହା ପଛରେ ନା ଥାଏ ନିଷ୍ଠା ନା ଆନ୍ତରିକତା। ଦାଦ୍ରୀ ଘଟଣାକୁ ପ୍ରଥମେ ଦେଶର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିନ୍ଦା କରିଥିଲେ। ଏହା ପରେ ଯାଇ ବହୁ ବିଳମ୍ବରେ ପ୍ରଧାନମନ୍ତ୍ରୀ ମୋଦୀ ଦାଦ୍ରୀ ଘଟଣାର ନିନ୍ଦା କରିଥିଲେ। ଗୋ-ସୁରକ୍ଷାକୁ ପୃଷ୍ଠପୋଷକତା ବାହାନାରେ ଏହା ହି˚ସାକୁ ପ୍ରଶ୍ରୟ ନୁହେଁ ତ ଆଉ କ’ଣ? ତେଣୁ ବୁଲନ୍ଦସହର କିମ୍ବା ଏହା ପୂର୍ବର ଗୋ-ସୁରକ୍ଷା ଆଳରେ ହି˚ସା ଏକ ଆଇନ ଶୃଙ୍ଖଳା ସମସ୍ୟା ମାତ୍ର ନୁହେଁ। ଆଇନ ଶୃଙ୍ଖଳା ସମସ୍ୟା ହୋଇଥିଲେ, ହି˚ସା ବିରୋଧରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଜାରି କରିଥିବା ମାର୍ଗ ନିର୍ଦ୍ଦେଶାବଳୀ ନିଶ୍ଚୟ ଅନ୍ତତଃ କିଛି ମାତ୍ରାରେ ପ୍ରଭାବଶାଳୀ ହୋଇଥାନ୍ତା।

ନିଃସନ୍ଦେହ, ଗୋ-ସୁରକ୍ଷା ଆଳରେ ହି˚ସା ରୋକିବା ଲାଗି ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ ରହିଛି। ଏହା ପୁଲିସ ଓ ପ୍ରଶାସନିକ ନିଷ୍ଠାର ନିଅଣ୍ଟିଆରେ ପ୍ରତିଫଳିତ ହେଉଛି। ଗୋ-ସୁରକ୍ଷା ଆଳରେ ନିଃସନ୍ଦେହ, ଏହି ହି˚ସାର ମଞ୍ଜି ହେଉଛି ଧର୍ମକୈନ୍ଦ୍ରିକ ରାଜନୀତି। ଧର୍ମକୈନ୍ଦ୍ରିକ ରାଜନୈତିକ ବାତାବରଣ ହିଁ ଗୋ-ସୁରକ୍ଷା ଆଳରେ ହି˚ସାକୁ ଖାଲି ପ୍ରଶ୍ରୟ ଦେଉ ନାହିଁ,ଏହାର ସ˚କ୍ରମଣକୁ ମଧୢ ପ୍ରୋତ୍ସାହିତ କରୁଛି।

ଧର୍ମନିରପେକ୍ଷ ଭାରତରେ ଏ ପ୍ରକାର ଧର୍ମକୈନ୍ଦ୍ରିକ ରାଜନୀତି ବାସ୍ତବିକ ଏକ ଦୁର୍ଭାଗ୍ୟଜନକ ବିଡ଼ମ୍ବନା। ତେବେ, ଆହୁରି ଅଧିକ ଦୁର୍ଭାଗ୍ୟପୂର୍ଣ୍ଣ ବିଡ଼ମ୍ବନା ହେଲା, ଧର୍ମନିରପେକ୍ଷ ଆଦର୍ଶ ପ୍ରତି ନିଜର ଅଙ୍ଗୀକାର ଘୋଷଣା କରି ଆସୁଥିବା ରାଜନୈତିକ ଦଳମାନେ ଏହି ଧର୍ମକୈନ୍ଦ୍ରିକ ରାଜନୀତିର ପ୍ରତିରୋଧ କରିବା ପରିବର୍ତ୍ତେ ସେହି ରାସ୍ତାର ସହଯାତ୍ରୀ ହେବାକୁ ପସନ୍ଦ କରୁଛନ୍ତି। ଏ ପ୍ରସଙ୍ଗରେ ସର୍ବପୁରାତନ ଦଳ କ˚ଗ୍ରେସ ପ୍ରତିଦ୍ବନ୍ଦ୍ବୀ ବିଜେପିର ‘ହନୁକରଣ’ରେ ‘ନରମ ହିନ୍ଦୁତ୍ବ’ ମାର୍ଗ ଧରିବା ବିଶେଷ ଉଲ୍ଲେଖନୀୟ। ପରିଣତି କ˚ଗ୍ରେସ ବନାମ ବିଜେପି ପ୍ରତିଦ୍ବନ୍ଦ୍ବିତାମୂଳକ ହିନ୍ଦୁତ୍ବ। ଗୁଜରାଟରେ ବିଧାନସଭା ନିର୍ବାଚନ ଅବସରରେ ପ୍ରଥମେ ଦେଶବାସୀ ଜାଣିଲେ ଯେ କ˚ଗ୍ରେସ ଅଧୢକ୍ଷ ଜଣେ ପଇତାଧାରୀ। ରାଜସ୍ଥାନ ନିର୍ବାଚନ ବେଳେ ଚର୍ଚ୍ଚାକୁ ଅଣାଗଲା ରାହୁଲଙ୍କ ଗୋତ୍ର। ସ˚ପ୍ରତି ବିଜେପି ଓ କ˚ଗ୍ରେସ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଥିବା ମଧୢପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନରେ ବିକାଶ ଅପେକ୍ଷା ଜାତି ଗୋତ୍ର, ଧର୍ମ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇପଡ଼ିଛି। ଏହା ଧର୍ମକୈନ୍ଦ୍ରିକ ରାଜନୀତିର ବିଷାକ୍ତ ବାତାବରଣ ଆହୁରି ଉଗ୍ର ଓ ବ୍ୟାପକ ରୂପ ନେଉଥିବାର ଅଶୁଭ ଲକ୍ଷଣ। ଦେଶରେ ଧର୍ମକୁ କେନ୍ଦ୍ର କରି ଚାଲିଥିବା ରାଜନୀତିର ଏ ଅସୁସ୍ଥ-ଅ-ଧର୍ମ ନିରପେକ୍ଷ ଧାରା ବନ୍ଦ ନହେଲେ ଗୋ-ସୁରକ୍ଷା ଆଳରେ ହି˚ସା ବନ୍ଦ ହେବ ନାହିଁ କି ସା˚ପ୍ରଦାୟିକତାର ବିଷ ବଳୟରୁ ଭାରତ ମୁକୁଳି ପାରିବ ନାହିଁ।

ସମ୍ବନ୍ଧିତ ଖବର