ଦେଶରେ ଅପସ˚ସ୍କୃତିର ଅନ୍ୟତମ ଦେବତା (ନା ସ˚ସ୍କୃତିର ଅପଦେବତା)କରନ୍ ଜୋହର୍ଙ୍କର ମନସ୍କାମନା ପୂରଣ ହୋଇଛି- ଦୁଇ ଜଣ ଉଦୀୟମାନ ଯୁବ କ୍ରିକେଟର୍ ତାଙ୍କ ବେଦିରେ ବଳି ପଡ଼ିଛନ୍ତି। ଯେଉଁମାନେ ହାର୍ଦ୍ଦିକ ପାଣ୍ତ୍ୟା ଓ କେ ଏଲ୍ ରାହୁଲ୍ଙ୍କୁ କରନ୍ ଜୋହର୍ଙ୍କ ଅପସ˚ସ୍କୃତି ମନ୍ଦିର ରୂପକ ‘କାର୍ଯ୍ୟକ୍ରମ କଫି ଉଇଥ୍ କରନ୍’ରେ ଅ˚ଶ ଗ୍ରହଣ କରିବା ଦେଖିଥିବେ, ସେମାନେ ନିଶ୍ଚିତ ରୂପେ ଯାହା ଦେଖିଥିବେ ତାହା ହେଲା ଅରୁଚିକର ଅଶ୍ଳୀଳତାକୁ ଚାକଚକ୍ୟପୂର୍ଣ୍ଣ ବେଶ ପିନ୍ଧାଇ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ପାଇଁ ସେ ଦୁଇଜଣ ଭକ୍ତ ଓ ତାଙ୍କ ଭଗବାନଙ୍କ ମଧୢରେ ପ୍ରତିଯୋଗିତା। ପରବର୍ତ୍ତୀ ସମୟରେ ବିବାଦ ଘେରରୁ ମୁକୁଳିବା ଉଦ୍ଦେଶ୍ୟରେ ନିଜର ଆଚରଣ ପାଇଁ କ୍ଷମା ପ୍ରାର୍ଥନା କରିବା ଅବସରରେ ପାଣ୍ତ୍ୟା ଯେଉଁ କହିଛନ୍ତି ଯେ କରନ୍ ଜୋହରଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ସେଠାକାର ପରିବେଶ ଦ୍ବାରା ପ୍ରଭାବିତ ହୋଇ ତାଙ୍କ ପାଟିରୁ ଏପରି ଗର୍ହିତ ମନ୍ତବ୍ୟମାନ ବାହାରି ଆସିଥିଲା, ସେଥିରୁ ସ୍ପଷ୍ଟ ହୋଇଥାଏ ଯେ ଦେବତା ଚାହୁଁଥିବା ଭଳି ହିଁ ଭକ୍ତମାନେ ଆଚରଣ ପ୍ରଦର୍ଶନ କରିଥିଲେ। ଜୋହର୍ ଏଥିରେ ସେମାନଙ୍କୁ ଉତ୍ସାହିତ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଦେବତା କେଉଁ ଭକ୍ତଜଣକ ଉପରେ ଅଧିକ ପ୍ରସନ୍ନ, ଦର୍ଶକମାନେ ତାହା ମଧୢ ଠଉରାଇବା କଷ୍ଟକର ନଥିଲା। ସେ ପ୍ରିୟ ଭକ୍ତଜଣକ ଥିଲେ ପାଣ୍ତ୍ୟା। ରାହୁଲ୍ କାର୍ଯ୍ୟକ୍ରମରେ ଯେଉଁ ଭୂମିକା ନିର୍ବାହ କରିବା ଦେଖାଯାଇଥିଲା ତାହା ଏକ ସହାୟକ ଭୂମିକା ମାତ୍ର ଥିବା ଭଳି ମନେ ହେଉଥିଲା। ପାଣ୍ତ୍ୟାଙ୍କ ଉପରେ ଜୋହର୍ଙ୍କ ବିଶ୍ବାସ ସମ୍ପୂର୍ଣ୍ଣ ଯଥାର୍ଥ ପ୍ରତିପାଦିତ ହୋଇଥିଲା କାର୍ଯ୍ୟକ୍ରମରେ ତାଙ୍କର ପ୍ରଭାବଶାଳୀ ଅଭିନୟ ଦ୍ବାରା ଯାହା ଷ୍ଟୁଡିଓ ଓ କାର୍ଯ୍ୟକ୍ରମର ଉପଭୋକ୍ତାମାନଙ୍କୁ ଅତିକ୍ରମ କରି କ୍ରିକେଟ୍ ପଡ଼ିଆରୁ ବୃହତ୍ତର ସମାଜ ପର୍ଯ୍ୟନ୍ତରେ ଏବ˚ ଶେଷରେ କ୍ରିକେଟ୍ ପ୍ରଶାସନ ମହଲରେ ଅଭୂତପୂର୍ବ ଆଲୋଡ଼ନ ସୃଷ୍ଟି କରିଛି।
ହାର୍ଦ୍ଦିକ ପାଣ୍ତ୍ୟାଙ୍କର ସେ କାର୍ଯ୍ୟକ୍ରମରେ ପ୍ରଦର୍ଶନ ସମ୍ବନ୍ଧରେ ଏକ ସମ୍ୟକ ଧାରଣା କରିବାକୁ ହେଲେ, ତାଙ୍କର ପୃଷ୍ଠଭୂମି ସମ୍ବନ୍ଧରେ କିଛି ଧାରଣା କରିବା ମଧୢ ଆବଶ୍ୟକ। ଗୁଜରାଟର ସୁରତରେ ଜନ୍ମିତ ହାର୍ଦ୍ଦିକଙ୍କ ନିମ୍ନ ମଧୢବିତ୍ତ ପିତା ମୂଳରୁ ତାଙ୍କର ଦୁଇ ପୁଅମାନଙ୍କ ପାଇଁ ଶିକ୍ଷା ଅପେକ୍ଷା କ୍ରିକେଟ୍ ଖେଳକୁ ଅଧିକ ଗୁରୁତ୍ବ ପ୍ରଦାନ କରିଥିଲେ। ଏଣୁ ସେ ସୁରତ ଛାଡ଼ି ବରୋଦାକୁ ଉଠି ଆସିଥିଲେ ଏବ˚ ସେଠାରେ ପୂର୍ବତନ ଭାରତୀୟ ଵିକେଟ୍ କିପର୍ କିରଣ ମୋରେଙ୍କ ଦ୍ବାରା ସ୍ଥାପିତ କ୍ରିକେଟ୍ ଏକାଡେମିରେ ତାଙ୍କ ପୁଅମାନଙ୍କୁ ଭର୍ତ୍ତି କରିଥିଲେ। ପାଠପଢ଼ାକୁ କୌଣସି ଗୁରୁତ୍ବ ଦେଉ ନଥିବା ହାର୍ଦ୍ଦିକ କଷ୍ଟେମଷ୍ଟେ ନବମ ଶ୍ରେଣୀରେ ପହଞ୍ଚିବା ପରେ ପାଠ ପଢ଼ା ପୂରାପୂରି ଛାଡ଼ି ଦେଇଥିଲେ, ଯାହା ସେ ଜୋହର୍ଙ୍କ କାର୍ଯ୍ୟକ୍ରମରେ ସଗର୍ବରେ ପ୍ରକାଶ ମଧୢ କରିଥିଲେ। ଶ୍ରେଣୀ ଗୃହରେ ତାଙ୍କର ବିଫଳତା ସହିତ ତାଳ ଦେବା ଭଳି କ୍ରିକେଟ୍ରେ ତାଙ୍କୁ ଯେ ମିଳିଛି ସଫଳତା, ଏହା ଦେଶର ସମସ୍ତ କ୍ରିକେଟ୍ପ୍ରେମୀ ମାନଙ୍କୁ ଜଣା। କିନ୍ତୁ ଏ ଦୁଇ କ୍ଷେତ୍ରରେ ତାଙ୍କର ଉପଲବ୍ଧିରେ ଥିବା ଚରମ ଅସମତୁଲ ଅବସ୍ଥା ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଦ୍ବାରା ଜୋହର୍ଙ୍କ ସମ୍ମୁଖରେ ପ୍ରଦର୍ଶିତ ମନସ୍ତତ୍ତ୍ବ ପାଇଁ ଦାୟୀ କି ନୁହେଁ, କିମ୍ବା ଯଦି ଦାୟୀ, ତା’ହେଲେ କେତେଦୂର ଦାୟୀ, ତାହା ମନସ୍ତତ୍ତ୍ବବିଦ୍ମାନେ ସ୍ଥିର କରିବେ। କିନ୍ତୁ ଖେଳ ପଡ଼ିଆ ବାହାରେ ଘଟିଥିଲେ ବି, କରନ୍ ଜୋହର୍ଙ୍କ ଷ୍ଟୁଡିଓରେ ପାଣ୍ତ୍ୟା ସେଦିନ ନିଜ ଚରିତ୍ରର ଯେଉଁ ଦିଗ ଖୋଲି ଦେଖାଇଥିଲେ ତାହା ଯେ ନା ଏକଦା ଭଦ୍ରଲୋକଙ୍କ ଖେଳ ରୂପେ ପରିଚିତ କ୍ରିକେଟ୍, ନା ଏକ ସର୍ବନିମ୍ନ ରୁଚିସମ୍ପନ୍ନ ଭଦ୍ର ସମାଜ ସହିତ ଖାପ ଖାଇଥାଏ- ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।
ପ୍ରାୟ ୪୭ ମିନିଟ୍ ବ୍ୟାପୀ କାର୍ଯ୍ୟକ୍ରମରେ ଯାହା ମୁଖ୍ୟ ବିଷୟବସ୍ତୁ ରୂପେ ଆବିର୍ଭୂତ ହୋଇଥିଲା, ତାହା କ୍ରିକେଟ୍ ନୁହେଁ, ଏକ ନିଷିଦ୍ଧ ସିନେମାର ବିଷୟବସ୍ତୁ ଭଳି- ସେକ୍ସି (କ୍ରିକେଟ୍ ସମ୍ବନ୍ଧରେ ସେ ଦିନ ଏ ଦୁଇଜଣ ଯେଉଁ ସଚେତନତା ପ୍ରଦର୍ଶନ କରିଥିଲେ, ତାହା ମଧୢ କମ୍ ଆଶ୍ଚର୍ଯ୍ୟଜନକ ନଥିଲା: ଯେମିତି ବିରାଟ କୋହଲୀ ହେଉଛନ୍ତି ସଚିନ ତେନ୍ଦୁଲକରଙ୍କଠାରୁ ଅଧିକ ମହାନ୍ ବ୍ୟାଟ୍ସମ୍ୟାନ୍, ଭାରତର ଦିନିକିଆ କ୍ରିକେଟ୍ କ୍ୟାପଟେନ୍ମାନଙ୍କ ତାଲିକାରେ କପିଳ ଦେବଙ୍କ ଅନୁପସ୍ଥିତି, ଇତ୍ୟାଦି।) ତେବେ କ୍ରିକେଟ୍ ଅପେକ୍ଷା ସେମାନଙ୍କ ଅଧିକ ଆଗ୍ରହ ପ୍ରଦର୍ଶିତ ହୋଇଥିଲା ନିଜର ବ୍ୟକ୍ତିଗତ ଯୌନ ଜୀବନକୁ ନେଇ। ସେମାନଙ୍କ ମୁହଁରେ ସେ ଦିନ ‘ସ୍କୋର୍’ ଶବ୍ଦର ଅର୍ଥ ନଥିଲା ବ୍ୟାଟ୍ସମ୍ୟାନ୍ କରିଥିବା ରନ୍ ସ˚ଖ୍ୟା, ତାହା ଥିଲା ସେମାନଙ୍କ ଶଯ୍ୟାସଙ୍ଗିନୀମାନଙ୍କ ସ˚ଖ୍ୟା। ପାଣ୍ତ୍ୟାଙ୍କର ବ୍ୟାଟି˚ ଶୈଳୀ ଅପେକ୍ଷା ସେ ଦିନ ଆଲୋଚନା ପାଇଁ ଯାହା ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା, ତାହା ହେଲା ତାଙ୍କର ‘ଶିକାର’ ଶୈଳୀ (ସେ ନାରୀମାନଙ୍କର ଚାଲିବା ଠାଣି ଦେଖି ‘ଶିକାର’ ବାଛିଥାନ୍ତି।) ଖେଳ ପଡ଼ିଆରେ ଥିବା ବେଳେ ଚିଅର୍ ଲିଡର୍ (ଆଜିକାଲି ଆଇପିଏଲ୍ର ଅ˚ଶ ପାଲଟିଥିବା ନର୍ତ୍ତକୀମାନେ) ମାନଙ୍କ ଦ୍ବାରା ପାଣ୍ତ୍ୟାଙ୍କର କିପରି ଧୢାନଭଗ୍ନ ହୁଏ ନାହିଁ (କାରଣ ରାହୁଲ୍ କହିବା ଅନୁସାରେ ପାଣ୍ତ୍ୟା ପୂର୍ବରୁ ସେମାନଙ୍କୁ ସମସ୍ତଙ୍କୁ ଶଯ୍ୟାସଙ୍ଗିନୀ କରି ସାରିଛନ୍ତି)- ସେ ରହସ୍ୟ ଉନ୍ମୋଚିତ ହେବା ଥିଲା ଅଧିକ ଜରୁରୀ। ଚିଅର୍ ଲିଡର୍ମାନଙ୍କୁ ସେମାନେ ସେ ଦିନ ବସ୍ତୁତଃ ଗଣିକା ବୋଲି ଘୋଷଣା କରିଥିଲେ। ସେତିକି ନୁହେଁ ପାଣ୍ତ୍ୟା ତାଙ୍କର ଏପରି ଯୌନ ଉଚ୍ଛୃଙ୍ଖଳତା ସ୍ବାଭାବିକ ବୋଲି ଦର୍ଶାଇବାକୁ ଯାଇ କହିଥିଲେ ଯେ ସେ କୃଷ୍ଣକାୟ ହୋଇଥିବାରୁ ଏପରି କରୁଛନ୍ତି- ଅର୍ଥାତ୍ କ୍ୟାରିବିଆନ୍ (େଵଷ୍ଟଇଣ୍ତିଜ୍) ପୁରୁଷମାନଙ୍କ ଭଳି। ସେ ଅଞ୍ଚଳର ସ˚ସ୍କୃତି ସମ୍ପର୍କରେ ଅଜ୍ଞତାର ଏହା ଏକ ପ୍ରମାଣ। ଆଶ୍ଚର୍ଯ୍ୟର କଥା ଭାରତ ଭଳି ସିନେମା ଓ କ୍ରିକେଟ୍ ପାଗଳ ଦେଶରେ ଜଣେ ଲୋକପ୍ରିୟ ବଲିଉଡ୍ ଚରିତ୍ର ଓ ଦୁଇଜଣ କ୍ରିକେଟ୍ ତାରକା ମିଶି ନାରୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଏପରି ଉପଭୋଗ୍ୟ ବସ୍ତୁ ରୂପେ ପ୍ରଦର୍ଶିତ କରିଥିଲେ ହେଁ ଦେଶର କୌଣସି ମହିଳା ସ˚ଗଠନ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଦେଖାଯାଇ ନାହିଁ, ଯଦିବା ‘ମି ଠୁ’ ଆନ୍ଦୋଳନ ପ୍ରଭାବରେ ନିକଟ ଅତୀତରେ ନିଜର ବ୍ୟକ୍ତିଗତ ଶୋଷଣ ବିରୁଦ୍ଧରେ କେହି କେହି ମୁହଁ ଖୋଲିବା ଦେଖାଯାଇଥିଲା।
ଏ ଘଟଣା ପ୍ରକାଶ ପାଇବା ପରେ ଭାରତରେ କ୍ରିକେଟ୍ର ସର୍ବୋଚ୍ଚ ନିୟନ୍ତ୍ରକ ସ˚ସ୍ଥା ‘ବିସିସିଆଇ’ କ୍ଷତି ନିୟନ୍ତ୍ରଣ ପାଇଁ ତତ୍ପରତା ପ୍ରଦର୍ଶନ କରି ଦୁଇ କ୍ରିକେଟର୍ଙ୍କୁ ଅଷ୍ଟ୍ରେଲିଆରୁ ଫେରାଇ ଆଣିଛି। କ୍ରିକେଟର୍ ଦ୍ବୟ ମଧୢ କୃତକର୍ମ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସାମୟିକ ନିଲମ୍ବନ ପରେ ପୁଣି ଖେଳିବାକୁ ଅନୁମତି ମିଳିବା ପ୍ରାୟ ନିଶ୍ଚିତ। ହୁଏତ ସେମାନଙ୍କର ଅପରିପକ୍ବ ବୟସ ହେତୁ ଏ ଘଟଣାରୁ ମିଳିଥିବା ଶିକ୍ଷା ସେମାନଙ୍କୁ ଭବିଷ୍ୟତରେ ସୁଧୁରିବାରେ ସହାୟକ ହେବ। ଇତି ମଧୢରେ କିନ୍ତୁ ଏହି ଘଟଣାକୁ କେନ୍ଦ୍ର କରି ବିସିସିଆଇର ଦୁଇ ତୁଙ୍ଗ ପ୍ରଶାସକ ବିନୋଦ ରାଏ ଏବ˚ ଡାଏନା ଏଦୁଲଜୀଙ୍କ ମଧୢରେ ଯେଉଁଭଳି ଖୋଲାଖୋଲି ଝଗଡ଼ା ଆରମ୍ଭ ହୋଇଯାଇଛି ତାହା ଆଉ ଏକ ଅରୁଚିକର ପରିସ୍ଥିତି ସୃଷ୍ଟି କରିଛି। ବିନୋଦ ରାଏ ପାଣ୍ତ୍ୟା-ରାହୁଲ ଘଟଣାର ଦ୍ରୁତ ଅନୁସନ୍ଧାନ ଓ ସମାଧାନ ଚାହୁଁଥିବା ବେଳେ ଡାଏନା ଏଦୁଲ୍ଜୀ ଏହାର ପ୍ରକ୍ରିୟା ବିଶଦ ଓ ଦୀର୍ଘ ହେବା ଚାହୁଁଛନ୍ତି। ବୋଧହୁଏ ରାଏ ଚାହୁଁଥିବା ଭଳି ଏ ବିବାଦର ଯେତେ ଶୀଘ୍ର ସମାପ୍ତି ଘଟିବ ଭାରତୀୟ କ୍ରିକେଟ୍ ଓ ସେ ଦୁଇ କ୍ରିକେଟର୍ମାନଙ୍କ ପାଇଁ ତାହା ସେତେ ମଙ୍ଗଳପ୍ରଦ ହେବ।