ରାହୁଲଙ୍କ ଗସ୍ତର ବାର୍ତ୍ତା

କ˚ଗ୍ରେସ ଅଧୢକ୍ଷ ରାହୁଲ ଗାନ୍ଧୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗୋଟିଏ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରି ଯାଇଛନ୍ତି। ରାହୁଲ ଆସିଲେ, ଓଡ଼ିଶାରେ ଦଳ ପାଇଁ ନିର୍ବାଚନ ପ୍ରଚାରର ବିଗୁଲ୍‌ ଫୁଙ୍କିଲେ। ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ କ˚ଗ୍ରେସ କେଉଁ ସବୁ ପ୍ରସଙ୍ଗକୁ ଭୋଟରଙ୍କ ପାଖକୁ ନେଇ ଜନାଦେଶ ଲୋଡ଼ିବ, ସେ ସମ୍ପର୍କରେ ମଧୢ ବିସ୍ତୃତ ସୂଚନା ଦେଲେ। ଏତିକିରେ କିନ୍ତୁ ରାହୁଲଙ୍କ ଦିନିକିଆ ଓଡ଼ିଶା ଗସ୍ତର ଗୁରୁତ୍ବ ସୀମିତ ରହୁ ନାହିଁ। ସାଧାରଣ ଭାବେ ରାଜ୍ୟ ରାଜନୀତି ଉପରେ ରାହୁଲଙ୍କ ଗସ୍ତର ପ୍ରଭାବ ଯେତିକି, ରାଜ୍ୟ କ˚ଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାାର ଉପରେ ଏହାର ପ୍ରଭାବ ତା’ ଠାରୁ ବହୁ ଗୁଣ ଅଧିକ। ଓଡ଼ିଶାରେ ସର୍ବପୁରାତନ ଦଳ ସ˚ପ୍ରତି ସମ୍ମୁଖୀନ ହେଉଥିବା ସ˚କଟଜନକ ପରିସ୍ଥିତି ପରିପ୍ରେକ୍ଷୀରେ କ˚ଗ୍ରେସ ଅଧୢକ୍ଷଙ୍କ ଗସ୍ତ ବହୁଗୁଣ ଅଧିକ ଗୁରୁତ୍ବ ବହନ କରେ।

କ˚ଗ୍ରେସର ମଙ୍ଗ ଧରିବା ପରେ ରାହୁଲଙ୍କ ଏହା ଥିଲା ପ୍ରଥମ ଓଡ଼ିଶା ଗସ୍ତ। ନିର୍ବାଚନ ମୁଣ୍ତ ଉପରେ, ଅଥଚ କ˚ଗ୍ରେସ ତଥାପି ରାଜ୍ୟରେ ପୁନରୁଦ୍ଧାର ବାଟ ପାଉ ନଥିବା ବେଳେ ଅଧୢକ୍ଷଙ୍କ ଗସ୍ତ ପାଇଁ ଅନ୍ୟ କୌଣସି ସମୟ ବୋଧହୁଏ ଏହା ଠାରୁ ଅଧିକ ଉପଯୋଗୀ ହୋଇପାରି ନଥାନ୍ତା। ରାଜ୍ୟରେ ଦଳ ବର୍ତ୍ତମାନ ଯେଉଁ ପ୍ରକାର ଗୁରୁତର ସମସ୍ୟା ଦେଇ ଗତି କରୁଛି, ସେ ଦୃଷ୍ଟିରୁ କ˚ଗ୍ରେସ ଅଧୢକ୍ଷଙ୍କ ଓଡ଼ିଶା ଆଗମନ ଅତ୍ୟନ୍ତ ଜରୁରୀ ଥିଲା। ରାହୁଲ ଏପରି ଏକ ସମୟରେ ଓଡ଼ିଶା ଆସିଛନ୍ତି, ଯେତେବେଳେ ଦଳର ଜଣେ ବିଧାୟକ ତଥା ରାଜ୍ୟ ଶାଖାର ଅନ୍ୟତମ କାର୍ଯ୍ୟକାରୀ ସଭାପତି ଦଳ ଛାଡ଼ି ଶାସକ ଶିବିରରେ ଯୋଗ ଦେଇଛନ୍ତି। ଦଳ ତ୍ୟାଗ ବିଷୟ ସ୍ପଷ୍ଟ କଲା ପରେ ଆଉ ଜଣେ ବିଧାୟକ ବହିଷ୍କୃତ ହୋଇଛନ୍ତି। ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇଥିବା ଜଣେ ବିଧାୟକ ଓ ଅନ୍ୟ ଜଣେ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିତାଡ଼ିତ କରାଯାଇଛି। ଗୋଟିଏ ରାଜନୈତିକ ଦଳ ପାଇଁ ଏହା ଠାରୁ ଅଧିକ ଅଶାନ୍ତ ଓ ଅସ୍ଥିର ସମୟ ଆଉ କ’ଣ ହୋଇପାରେ? ପୁଣି, ରାଜ୍ୟରେ କ˚ଗ୍ରେସ ପାଇଁ ଏ ସବୁ ଅଘଟଣ ସେତେବେଳେ ଘଟିଛି, ଯେତେବେଳେ ତିନିଟି ରାଜ୍ୟରେ ଦୀର୍ଘ ବର୍ଷର ବ୍ୟବଧାନ ପରେ ଜନାଦେଶ ପାଇ ସରକାର ଗଠନ ଯୋଗୁ ଦଳରେ ସାମୂହିକ ଆନନ୍ଦ ଓ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି। ପ୍ରତିପକ୍ଷ ବିଜେପି ଶାସିତ ତିନିଟି ରାଜ୍ୟରେ ବିଜୟ ଦେଶବାସୀଙ୍କୁ କ˚ଗ୍ରେସ ପୁନରୁଦ୍ଧାର ରାସ୍ତାରେ ଆଗେଇ ଚାଲିଥିବାର ଉଜ୍ଜ୍ବଳ ସ˚କେତ ଦେଉଥିବା ବେଳେ ଓଡ଼ିଶାରେ ଠିକ୍‌ ବିପରୀତ ଘଟିଛି। ଅବଶ୍ୟ, ଆଜି ଓଡ଼ିଶାରେ ୧୩୪ ବର୍ଷ ପୁରୁଣା ଜାତୀୟ ଦଳର ଯେଉଁ ନିରାଶାଜନକ ସ୍ଥିତି, ସେଥିପାଇଁ କ˚ଗ୍ରେସର କେନ୍ଦ୍ରୀୟ ନେତୃତ୍ବକୁ ସି˚ହଭାଗ ଦାୟିତ୍ବ ମୁଣ୍ତାଇବାକୁ ପଡ଼ିବ। ନେତୃତ୍ବ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଟାଳଟୁଳ ଲାଗି ରହିଲା। ଶେଷରେ ପିସିସି ସଭାପତି ପରିବର୍ତ୍ତନ ପରେ ବି ତୁଷ୍ଟୀକରଣ ନୀତିରେ ବହୁ ପଦ ସୃଷ୍ଟି କରି ଏକ ‘ଜୁମ୍ବୋ ଟିମ୍‌’ ଗଠନ ଯେଉଁ ବିଭ୍ରାନ୍ତିକର ସ˚କେତ ଓ ସନ୍ଦେଶ ଦେଲା, ତା’ର ପରିଣତି ବିଶୃଙ୍ଖଳା, ଅନିଶ୍ଚିତତା ଓ ଅସ୍ଥିରତା, ଯାହା ରାଜ୍ୟରେ ଦଳ ମଧୢରେ ଦେଖାଦେଇଥିବା ନିରାଶାଜନକ ସ୍ଥିତିର କାରଣ। ଏକାଧିକ କ୍ଷମତା କେନ୍ଦ୍ର କୌଣସି ବି ସ˚ଗଠନ ପାଇଁ ଏକ ସକାରାତ୍ମକ ସ˚କେତ ନୁହେଁ।

ଏପରି ଏକ ନିରାଶାଜନକ ସ୍ଥିତିରେ କ˚ଗ୍ରେସ ଅଧୢକ୍ଷ ରାହୁଲ ଗାନ୍ଧୀଙ୍କ ଗସ୍ତ ନିଶ୍ଚୟ ଓଡ଼ିଶାରେ ଦଳ ପାଇଁ ଚେନାଏ ଆଶାର କିରଣ। ରାହୁଲଙ୍କ ଗସ୍ତ ଓଡ଼ିଶା କ˚ଗ୍ରେସ ପକ୍ଷରେ ଆଶାର କିରଣ କାହିଁକି? ଏହାର ଗୋଟିଏ ନୁହେଁ, ଏକାଧିକ କାରଣ ରହିଛି। ପ୍ରଥମ, ରାହୁଲଙ୍କ ଗସ୍ତ ପ୍ରଦେଶ କ˚ଗ୍ରେସର ବର୍ତ୍ତମାନର ନେତୃତ୍ବ ପ୍ରତି କ˚ଗ୍ରେସ ‘ହାଇକମାଣ୍ତ’ଙ୍କ ସ˚ପୂର୍ଣ୍ଣ ଆସ୍ଥା ଓ ବିଶ୍ବାସ ରହିଥିବାର ସ˚କେତ ଦେଉଛି। ନିକଟ ଅତୀତରେ ରାଜ୍ୟରେ ଦଳୀୟ ନେତୃତ୍ବ ଶୃଙ୍ଖଳା ରକ୍ଷା ପାଇଁ ନେଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ମଧୢ ଏହା ହାଇକମାଣ୍ତଙ୍କ ଅନୁମୋଦନର ଏକ ମୋହର। ଦଳରେ ଯଦି ଅନ୍ୟ କୌଣସି ନେତା ବିଦ୍ରୋହର ଯୋଜନା କରୁଥାନ୍ତିି, ତେବେ ସେମାନଙ୍କ ପାଇଁ ଏହା ଏକ ସତର୍କ ସ˚କେତ ଯେ, କୌଣସି ପରିସ୍ଥିତିରେ ସୁଦ୍ଧା ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ରାହୁଲଙ୍କ ଗସ୍ତ ନିଶ୍ଚିତ ଭାବେ ଦଳ ମଧୢରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପତିଆରା ଓ ମର୍ଯ୍ୟାଦା ବୃଦ୍ଧିରେ ସହାୟକ ହେବ। ପରିସ୍ଥିତି ଅନୁଯାୟୀ ରଣକୌଶଳ ସ୍ଥିର କରି ନିଷ୍ପତ୍ତି ନେବା ଲାଗି ଏହା ପିସିସି ନେତୃତ୍ବର ହାତମୁଠାକୁ ଟାଣ କରିବ। ରାଜ୍ୟ ନେତୃତ୍ବକୁ ଏହା ଯଥେଷ୍ଟ ଆଶ୍ବସ୍ତ କରି ଦଳ ମଧୢରେ ଆତ୍ମବିଶ୍ବାସ ସୃଷ୍ଟି କରିଥିବ। ବିଧାନସଭା ଓ ଲୋକସଭା ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଏହା ରାଜ୍ୟ ନେତୃତ୍ବକୁ ଯଥେଷ୍ଟ ସ୍ବାଧୀନତା ଦେଇପାରେ। ଦ୍ବିତୀୟ, ଧାରାବାହିକ ଭାବେ ଦଳୀୟ ନେତାଙ୍କ ଦଳ ତ୍ୟାଗ ଫଳରେ ଦଳୀୟ କର୍ମୀଙ୍କ ମଧୢରେ ଊଣା ପଡ଼ିଯାଇଥିବା ନୈତିକ ମନୋବଳକୁ ରାହୁଲଙ୍କ ଗସ୍ତ ଅନ୍ତତଃ କିଛି ମାତ୍ରାରେ ଭରଣା କରିଥିବ। ନିର୍ବାଚନ ମଇଦାନକୁ ଲଢେ଼ଇ ପାଇଁ ଓହ୍ଲାଇବା ପୂର୍ବରୁ କର୍ମୀଙ୍କ ମନୋବଳରେ ନିଅଣ୍ଟିଆ ଦୂର ହେବା ଏକାନ୍ତ ଜରୁରୀ। କ˚ଗ୍ରେସ ଅଧୢକ୍ଷଙ୍କ ଗସ୍ତ କ˚ଗ୍ରେସ କର୍ମୀଙ୍କୁ ହଠାତ୍‌ ଏକ ଲଢ଼ୁଆ ବାହିନୀରେ ପରିଣତ କରି ନପାରେ, କିନ୍ତୁ ସେମାନଙ୍କ ମଧୢରେ ରହିଥିବା ଦ୍ବନ୍ଦ୍ବ, ବିଭ୍ରାନ୍ତି ଜନିତ ଦୁର୍ବଳତା ଓ ନିରାଶାକୁ କିଛି ମାତ୍ରାରେ ଦୂର କରିବାରେ ଏହା ନିଶ୍ଚୟ ସହାୟକ ହେବ।

ରାହୁଲଙ୍କ ଓଡ଼ିଶା ଗସ୍ତର ତୃତୀୟ ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାରଣ ହେଲା, ସେ ଦେଇଥିବା ରାଜନୈତିକ ବାର୍ତ୍ତା। ପଞ୍ଚାୟତ ନିର୍ବାଚନ ଓ ପରବର୍ତ୍ତୀ ଉପ-ନିର୍ବାଚନ ଗୁଡ଼ିକରେ ଅନ୍ୟତମ ବିରୋଧୀ ବିଜେପି ଅପେକ୍ଷା କ˚ଗ୍ରେସର ପ୍ରଦର୍ଶନ ଭଲ ହୋଇ ନାହିଁ। ରାଜ୍ୟ ରାଜନୀତିରେ ଦ୍ବିତୀୟ ଓ ତୃତୀୟ ସ୍ଥାନ ବିଜେପି ଓ କ˚ଗ୍ରେସ ମଧୢରେ ପରସ୍ପର ଅଦଳ ବଦଳ ହୋଇ ଯାଇଛି। ଏହା ସତ୍ତ୍ବେ କ˚ଗ୍ରେସ ରାଜ୍ୟର ମୁଖ୍ୟ ବିରୋଧୀ ରାଜନୈତିକ ଶକ୍ତି ଏବ˚ କ୍ଷମତାସୀନ ବିଜେଡିର ପ୍ରଧାନ ରାଜନୈତିକ ବିକଳ୍ପ। ରାହୁଲ ତାଙ୍କ ଗସ୍ତ ସମୟରେ ଏହି ବାର୍ତ୍ତା କେବଳ ଦଳୀୟ କର୍ମୀଙ୍କୁ ନୁହେଁ, ଓଡ଼ିଶାର ମତଦାତାଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି। ଉଭୟ ସାଧାରଣ ସଭା ଓ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ ଅବସରରେ କ˚ଗ୍ରେସ ଅଧୢକ୍ଷ ଗୋଟିଏ ବିଷୟ ପ୍ରତି ବାରମ୍ବାର ଧୢାନ ଆକର୍ଷଣ କରିଛନ୍ତି ଯେ, ବିଜେଡି ଓ ଅନ୍ୟତମ ବିରୋଧୀ ବିଜେପି ପରସ୍ପରର ପ୍ରତିଦ୍ବନ୍ଦ୍ବୀ ନୁହନ୍ତି, ବର˚ ପରସ୍ପରର ସହଯୋଗୀ। ବିଜେଡି ଓ ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭାବେ ଉପସ୍ଥାପନ କରି, ନୀତି ଓ ବିଚାର ଦୃଷ୍ଟିରୁ ଉଭୟଙ୍କ ବିପକ୍ଷରେ କ˚ଗ୍ରେସକୁ ବିକଳ୍ପ ଭାବେ ଦେଖାଇବାକୁ ରାହୁଲ ଚେଷ୍ଟା କରିଥିଲେ। ଭ୍ରଷ୍ଟାଚାର ପ୍ରସଙ୍ଗରେ ରାଫେଲ ବିଷୟ ଉଠାଇବା ବେଳେ ରାହୁଲ ଓଡ଼ିଶାର ଚିଟ୍‌ଫଣ୍ତ୍‌ ଠକେଇ ମାମଲାରେ ଶାସକ ଦଳର ସ˚ପୃକ୍ତି ପ୍ରତି ଅଙ୍ଗୁଳି ଦେଖାଇବାକୁ ଭୁଲି ନଥିଲେ। ଚାଷ, ଚାଷୀଙ୍କ ସମସ୍ୟା ଓ ବେକାରି ପ୍ରସଙ୍ଗରେ ରାହୁଲ ଉଭୟ କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟରେ ନବୀନ ସରକାରଙ୍କୁ କାଠଗଡ଼ାରେ ଠିଆ କରାଇଥିଲେ। ନୀତି ଓ ବିଚାର ଦୃଷ୍ଟିରୁ ମଧୢ ବିଜେଡି ଓ ବିଜେପିକୁ ଏକାଠି ଯୋଡ଼ିବା ପଛରେ ରାହୁଲଙ୍କ ଉଦ୍ଦେଶ୍ୟ ଥିଲା କ˚ଗ୍ରେସକୁ ଭିନ୍ନ ଭାବେ ଦର୍ଶାଇ ମୁଖ୍ୟ ବିକଳ୍ପ ଭାବେ ଉପସ୍ଥାପନ।

ତତ୍ତ୍ବ ଦୃଷ୍ଟିରୁ ଅନ୍ୟ ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ନିଜକୁ ପୃଥକ୍‌ କରି କ˚ଗ୍ରେସକୁ ମୁଖ୍ୟ ବିକଳ୍ପ ଭାବେ ଉପସ୍ଥାପନ ଲାଗି ଏହା ରାହୁଲଙ୍କ ଏକ ଚତୁର କୌଶଳ ହୋଇପାରେ। ଭୋଟ ଗଣିତରେ କିନ୍ତୁ ଏହାକୁ ରୂପାନ୍ତର କରିବା ରାଜ୍ୟ କ˚ଗ୍ରେସ ପକ୍ଷରେ ଏତେ ସହଜ ହୋଇ ନପାରେ। ବିଗତ ଦୁଇ-ଅଢେ଼ଇ ବର୍ଷର ସା˚ଗଠନିକ ଶିଥିଳତା, କ˚ଗ୍ରେସ ପାଇଁ ବେଶ୍‌ ମହଙ୍ଗା ପଡ଼ିଛି। ବିଧାନସଭାରେ ଦଳ ମୁଖ୍ୟ ବିରୋଧୀ ଆସନରେ ଥିଲେ ସୁଦ୍ଧା, ୨୦୧୭ ଫେବ୍ରୁଆରିରୁ ୨୦୧୮ ଶେଷ ପର୍ଯ୍ୟନ୍ତ କୌଣସି ଗୋଟିଏ ବି ପ୍ରତ୍ୟକ୍ଷ ଭୋଟ ଲଢେ଼ଇରେ କ˚ଗ୍ରେସ ଭାଗରେ ପଡ଼ିଥିବା ଭୋଟ ସ˚ଖ୍ୟାରେ ଏହା ପ୍ରତିଫଳିତ ହୋଇ ନାହିଁ। ବିଜେପୁର ହେଉ କି ବିଜାତଳା, ସବୁଠି ବିଜେପି ଆଗରେ, କ˚ଗ୍ରେସ ପଛରେ।

ତେଣୁ, ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଦିନିକିଆ ଓଡ଼ିଶା ଗସ୍ତ ଅବସରରେ ତାତ୍ତ୍ବିକ ଦୃଷ୍ଟିରୁ ମୁଖ୍ୟ ବିକଳ୍ପ ଭାବେ ରାହୁଲଙ୍କ ଏ ଦାବି ଓ ରଣନୀତିକୁ ଭୋଟରେ ରୂପାନ୍ତରିତ କରିବାରେ ରାଜ୍ୟ କ˚ଗ୍ରେସ କେତେ ସଫଳ ହେବ? ଏହାର ଉତ୍ତର ପାଇଁ ଆସନ୍ତା ନିର୍ବାଚନ ଫଳାଫଳ ପ୍ରକାଶ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। କିନ୍ତୁ ବର୍ତ୍ତମାନ ପାଇଁ ଗୋଟିଏ ବିଷୟ ନିଶ୍ଚୟତାର ସହ କୁହାଯାଇପାରେ ଯେ ରାହୁଲଙ୍କ ଗସ୍ତ ନିଶ୍ଚୟ ରାସ୍ତା ଖୋଜୁଥିବା ରାଜ୍ୟ କ˚ଗ୍ରେସକୁ ବାଟ ଦେଖାଇଛି ଓ କିଛି ମାତ୍ରାରେ ଦଳ ଭିତରେ ଆଶା ମଧୢ ସଞ୍ଚାର କରିଛି।

ସମ୍ବନ୍ଧିତ ଖବର