ପ୍ରଶ୍ନହୀନ ପଇସା

ପ୍ରାୟ ସାତ ବର୍ଷ ତଳେ ତୈଳ ସବ୍‌ସିଡିରେ ଲଗାମ ଦେଇ ଦେଶର ରାଜକୋଷୀୟ ନିଅଣ୍ଟକୁ ନିୟନ୍ତ୍ରଣ ମଧୢରେ ରଖିବା ଉଦ୍ଦେଶ୍ୟରେ ଡିଜେଲ୍‌ ଦରରେ ୫ ଟଙ୍କା ବୃଦ୍ଧି ଘଟାଇବାକୁ ଓ ରିହାତି ପ୍ରାପ୍ତ ଏଲ୍‌ପିଜି ସିଲିଣ୍ତର‌୍‌ ସ˚ଖ୍ୟାକୁ ଛ’ଟିରେ ସୀମିତ ରଖିବାକୁ ନିଷ୍ପତ୍ତି ନେବାକୁ ବାଧୢ ହେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର‌୍‌ ମନମୋହନ ସି˚ହ ତାଙ୍କର ଗଭୀର ଅର୍ଥନୀତି ଜ୍ଞାନର ପରିଚୟ ଦେଇ ଏକ ବିରଳ ଟେଲିଭିଜନ୍‌ ବାର୍ତ୍ତା ମାଧୢମରେ ଦେଶବାସୀଙ୍କୁ ସତର୍କ କରାଇ ଦେଇଥିଲେ: ‘‘ପଇସା ଗଛରେ ଫଳେ ନାହିଁ। ଆମେ ଯଦି ପଦକ୍ଷେପ ନେଇ ନଥାନ୍ତୁ, ପରିଣତି ହୁଅନ୍ତା ଏକ ଆହୁରି ବିଶାଳ ରାଜକୋଷୀୟ ନିଅଣ୍ଟ।’’ ମନମୋହନ ସି˚ହ କେବଳ ଯୁବରାଜ ରାହୁଲ ଗାନ୍ଧୀଙ୍କ ପାଇଁ ଆସନକୁ ଉଷୁମ କରି ରଖିଥିଲେ ବୋଲି ତାଙ୍କର ନିନ୍ଦୁକମାନେ ସର୍ବଦା ଅଭିଯୋଗ କରି ଆସୁଥିଲେ। ବର୍ତ୍ତମାନ ବିଧିବଦ୍ଧ ଭାବରେ ଭାବୀ ପ୍ରଧାନମନ୍ତ୍ରୀ ହେବାକୁ ଅପେକ୍ଷା କରିଥିବା ରାହୁଲ ତେଣୁ ତାଙ୍କର ସମ୍ଭାବ୍ୟ ସରକାରର ଏ ସମ୍ପର୍କିତ ଏକ ଆଭିମୁଖ୍ୟ ସମ୍ବନ୍ଧରେ ପ୍ରଦାନ କରିଥିବା ଏକ ତାଜା ମନ୍ତବ୍ୟ ଡକ୍ଟର‌୍‌ ସି˚ହଙ୍କୁ ନିଜର ସମସ୍ତ ଆନୁଗତ୍ୟ ସତ୍ତ୍ବେ ନିଶ୍ଚୟ କିଛିଟା ଅସ୍ବସ୍ତିକର ମନେ ହେଉଥିବ।
ସୋମବାର ଦିନ ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି ଯେ ୨୦୧୯ ନିର୍ବାଚନ ପରେ ଯଦି ତାଙ୍କ ସରକାର କ୍ଷମତାକୁ ଆସେ ତେବେ ଦେଶର ସମସ୍ତ ଗରିବ ଲୋକଙ୍କ ପାଇଁ ଏକ ସର୍ବନିମ୍ନ ଆୟ ନିଶ୍ଚିତ କରିବା ପାଇଁ ସେ ପ୍ରତିଶ୍ରୁତି ଦେଉଛନ୍ତି। ଏହି କାର୍ଯ୍ୟକ୍ରମର ବାସ୍ତବ ରୂପରେଖ କିପରି ହେବ, ରାହୁଲ ସେ ସମ୍ବନ୍ଧରେ କିଛି ସ୍ପଷ୍ଟ କରି ନାହାନ୍ତି, କିନ୍ତୁ ତାଙ୍କର ମୁଖ୍ୟ ରଣକୌଶଳ କୃଷିଋଣ ଛାଡ଼ ସହିତ ଏହି ସାର୍ବଜନୀନ ଆୟ ସୃଷ୍ଟି କାର୍ଯ୍ୟକ୍ରମ ମିଶିଗଲେ ଯେ ଏକ ଅସହ୍ୟ ଆକାରର ବିଶାଳ ରାଜକୋଷୀୟ ନିଅଣ୍ଟ ଜନ୍ମ ନେଇପାରେ, ସେଇ ଚିନ୍ତା ମନମୋହନଙ୍କୁ ଘାରୁ ଥାଇପାରେ ବୋଲି ମନେ ହେବା ସ୍ବାଭାବିକ୍‌। ସେ ହୁଏତ ଭାବିଥାଇ ପାରୁଥାନ୍ତି ଯେ ଏଭଳି ନିଅଣ୍ଟ ସୃଷ୍ଟି ହୁଅନ୍ତା ନାହିଁ ଯଦି ପଇସା ସତରେ ଗଛରେ ଫଳୁଥାନ୍ତା।
ତେବେ ପଇସା ଗଛରେ ଫଳୁ କି ନଫଳୁ, କିଛି ପଇସା ଯେ ଆଗାମୀ ଦିନରେ ସର୍ବନିମ୍ନ ଆୟ ଆକାରରେ ଲୋକଙ୍କ ପକେଟ୍‌କୁ ଯିବାକୁ ବାଧୢ, ଏଥିରେ ପ୍ରାୟ କୌଣସି ସନ୍ଦେହ ନାହିଁ- ଯିଏ ବି କ୍ଷମତାକୁ ଆସନ୍ତୁ ନା କାହିଁକି, ମୋଦୀ ହୁଅନ୍ତୁ କି ରାହୁଲ ହୁଅନ୍ତୁ। ବାସ୍ତବରେ ରାହୁଲଙ୍କ ବର୍ତ୍ତମାନର ଘୋଷଣା ପଛରେ ଯେ ମୋଦୀଙ୍କର ହାତ ରହିଛି, ତାହା କାହାରିକୁ ଅଛପା ନୁହେଁ। କାରଣ ନିର୍ବାଚନ ପୂର୍ବରୁ ମୋଦୀ ଠିକ୍‌ ଏହି ଭଳି ଏକ ଘୋଷଣା କରିବାକୁ ଯାଉଛନ୍ତି ବୋଲି ଦେଶର ଗଣମାଧୢମରେ ବେଶ୍‌ କିଛି ଦିନ ହେବ ବ୍ୟାପକ କଳ୍ପନାଜଳ୍ପନା ପ୍ରକାଶ ପାଇ ଆସୁଥିଲା। ରାହୁଲ ଏବେ ମୋଦୀଙ୍କ ତୁଣ୍ତରୁ ତାହା ଛଡ଼ାଇ ନେଇ ଆଗତୁରା ଘୋଷଣା କରି ମୋଦୀଙ୍କୁ ପଛରେ ପକାଇ ଦେଇଛନ୍ତି ବୋଲି ପର୍ଯ୍ୟବେକ୍ଷକମାନେ କହୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ମୋଦୀ ସରକାରଙ୍କର ତତ୍କାଳୀନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଥିବା ଅରବିନ୍ଦ ସୁବ୍ରମଣ୍ୟନ୍‌ ପ୍ରାୟ ଦୁଇ ବର୍ଷ ତଳେ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ବେକ୍ଷଣରେ ଏହି ଭଳି ଏକ ସାର୍ବଜନୀନ ସର୍ବନିମ୍ନ ଆୟ ସୃଷ୍ଟି ପାଇଁ ପ୍ରସ୍ତାବ ଦେଇଥିଲେ ଏବ˚ ସେଇ ସୋମବାର ଦିନ ହିଁ ଏକ ଜାତୀୟ ଅର୍ଥନୈତିକ ସମ୍ବାଦପତ୍ରରେ ପ୍ରକାଶିତ ଅନ୍ୟ ତିନି ଜଣ ଗବେଷକଙ୍କ ସହିତ ମିଶି ସେ ରଚନା କରିଥିବା ଏକ ନିବନ୍ଧରେ ପୁଣି ଥରେ ଦେଶରେ ଏକ ‘ଆ˚ଶିକ-ସାର୍ବଜନୀନ ମୌଳିକ ଗ୍ରାମ୍ୟ ଆୟ’ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଯିବା ନିମିତ୍ତ ଆହ୍ବାନ ଦେବା ସହିତ ଏହାର ଏକ ସ˚କ୍ଷିପ୍ତ କାର୍ଯ୍ୟକ୍ଷମ ରୂପରେଖ ପ୍ରଦାନ କରିଛନ୍ତି। ସେମାନେ ଆଙ୍କିଥିବା ନକ୍‌ସା ଅବଲମ୍ବନ କଲେ ସେଥିପାଇଁ ଆବଶ୍ୟକ ସମ୍ବଳ ମିଳିବା ପାଇଁ ଗଛରେ ପଇସା ଫଳିବା ଦରକାର ହେବ ନାହିଁ ବୋଲି ସେମାନେ ପରୋକ୍ଷରେ ଦାବି କରିଛନ୍ତି।
ଏଠାରେ କିନ୍ତୁ କହିରଖିବା ଦରକାର ଯେ ସୁବ୍ରମଣ୍ୟନ୍‌ ବା ତାଙ୍କର ସାଥୀମାନେ ବର୍ତ୍ତମାନ ସାର୍ବଜନୀନ ମୌଳିକ ଆୟର ଏଭଳି ଦୃଢ଼ ପ୍ରବକ୍ତା ରୂପେ ଆବିର୍ଭୂତ ହୋଇଥିଲେ ହେଁ, ଏହା ସେମାନଙ୍କର ମୌଳିକ ଚିନ୍ତାଧାରା ନୁହେଁ। ନବ ଚେତନା (ଏନ୍‌ଲାଇଟେନ୍‌ମେଣ୍ଟ୍‌) ଦାର୍ଶନିକମାନେ ଏହି ଚିନ୍ତାଧାରାର ମୂଳ ପ୍ରବର୍ତ୍ତକ ହୋଇଥିଲେ ହେଁ ଏହା ଅଳ୍ପଦିନ ତଳ ପର୍ଯ୍ୟନ୍ତ କାଁ ଭାଁ ଆଲୋଚିତ ହେବା ଦେଖା ଯାଉଥିଲା। ୨୦୦୮ର ବିଶ୍ବବ୍ୟାପୀ ବିତ୍ତୀୟ ସ˚କଟର ପରବର୍ତ୍ତୀ ସମୟରେ ‘ଟେସ୍‌ଲା’ର ପ୍ରତିଷ୍ଠାତା ଭବିଷ୍ୟଦ୍ରଷ୍ଟା ଉଦ୍ୟୋଗୀ ଏଲନ୍‌ ମସ୍କ୍‌ଙ୍କ ଭଳି ସିଲିକନ୍‌ ଭ୍ୟାଲି ଟେକ୍‌ ଗୁରୁମାନଙ୍କର ସକ୍ରିୟ ସମର୍ଥନ ଲାଭ କଲା ପରେ ହଠାତ୍‌ ମୌଳିକ ଆୟ ବିଭିନ୍ନ ଦେଶରେ ସରକାରୀ କାର୍ଯ୍ୟକ୍ରମର ମୁଖ୍ୟ ସ୍ରୋତରେ ପ୍ରବେଶ କରିବା ଆରମ୍ଭ କରିଛି। ଏହି ନବ ଚେତନାର ସାର ମର୍ମ ହେଉଛି ଲୋକଙ୍କୁ କୌଣସି ପ୍ରଶ୍ନ ନ ପଚାରି ପଇସା ଧରାଇ ଦେବା (‘କ୍ୟାସ୍‌ ଵିଦାଉଟ୍‌ କ୍ବେଶ୍ଚିନ୍‌ ବା ପ୍ରଶ୍ନହୀନ ପଇସା’) ଏବ˚ ବିଶ୍ବାସ କରିବା ଯେ ସେମାନେ ଏହାର ସର୍ବୋତ୍ତମ ସମ୍ଭବ ଉପଯୋଗ କରିବେ। କର୍ମକ୍ଷେତ୍ରରେ କୃତ୍ରିମ ବୁଦ୍ଧି ଓ ଯନ୍ତ୍ର ମାନବ ଆଦିର ପ୍ରବେଶ ଯୋଗୁଁ ବ୍ୟାପକ ବେକାରି ସୃଷ୍ଟି ହେବା ଯେପରି ଅବଶ୍ୟମ୍ଭାବୀ ହୋଇ ପଡ଼ିଲାଣି, ସାର୍ବଜନୀନ ମୌଳିକ ଆୟ ଆକାରରେ ପ୍ରଶ୍ନହୀନ ପଇସା ବଣ୍ଟନ ହିଁ ଶେଷରେ ମାନବ ସମାଜ ତିଷ୍ଠି ରହିବା ପାଇଁ ଏକମାତ୍ର ଉପାୟ ବୋଲି ମସ୍କଙ୍କ ଭଳି କୃତ୍ରିମ ବୁଦ୍ଧି ଉପାସକମାନେ ବିଶ୍ବାସ କରନ୍ତି।
କିନ୍ତୁ ଏପରି ମୌଳିକ ଆୟ ବଣ୍ଟନ ଦ୍ବାରା ସାମାଜିକ ନ୍ୟାୟ ସାଧନ ମଧୢ ଅଧିକ ନିଶ୍ଚିତ ହୋଇ ପାରିବ, ଅନେକ ଦେଶରେ ଏହା ବିଶ୍ବାସ କରି ପରୀକ୍ଷାମୂଳକ ଭାବରେ କାର୍ଯ୍ୟକ୍ରମ ଆରମ୍ଭ ହେବା ଦେଖାଗଲାଣି। ଫିନ୍‌ଲ୍ୟାଣ୍ତ୍‌ରୁ ଆରମ୍ଭ କରି କାନାଡ଼ାର ଅଣ୍ଟାରିଓ, କାଲିଫର୍ଣ୍ଣିଆର ଷ୍ଟକ୍‌ଟନ୍‌ ଓ ଆଫ୍ରିକାର କେନିଆ ପର୍ଯ୍ୟନ୍ତରେ ଏହି ମୌଳିକ ଆୟ ବଣ୍ଟନ କୌଶଳର ସୀମିତ ପ୍ରୟୋଗ ମାନ ଆରମ୍ଭ ହୋଇ ଗଲାଣି। ପ୍ରାୟ ଏଭଳି ପ୍ରତ୍ୟେକ ପରୀକ୍ଷା କିନ୍ତୁ ସୀମିତ ସ˚ଖ୍ୟକ ଲୋକଙ୍କୁ ନେଇ ଏବ˚ ମାତ୍ର ଅଳ୍ପ କେତେ ବର୍ଷ ପାଇଁ ଅନୁଷ୍ଠିତ ହୋଇଛି। ତେଣୁ ଏହାର ଦୀର୍ଘକାଳୀନ ବ୍ୟାପକ ପ୍ରୟୋଗ କେତେ ପ୍ରଭାବଶାଳୀ ହେବ କାହାରିକୁ ଜଣାନାହିଁ। ଏହାର ସଫଳତା ମାପିବା ପାଇଁ ଗବେଷକମାନେ ଏ ପର୍ଯ୍ୟନ୍ତ କୌଣସି ନିର୍ଭୁଲ ମାପକାଠି ମଧୢ ପ୍ରସ୍ତୁତ କରିପାରି ନାହାନ୍ତି।
ଏହି ପୃଷ୍ଠଭୂମିରେ ଏହା ବୋଧହୁଏ ଯଥାର୍ଥ ଯେ ଅରବିନ୍ଦ ସୁବ୍ରମଣ୍ୟନ୍‌ ଓ ତାଙ୍କ ସାଥୀମାନେ ସେମାନଙ୍କ ଯୋଜନାର ନାମକରଣ କରିଛନ୍ତି ‘ଆ˚ଶିକ-ସାର୍ବଜନୀନ ମୌଳିକ ଗ୍ରାମ୍ୟ ଆୟ’ (‘କ୍ୟୁବ୍ରି’)- ଏହା ସମ୍ପୂର୍ଣ୍ଣ ଭାବେ ସାର୍ବଜନୀନ ନୁହେଁ ଏବ˚ କେବଳ ଗ୍ରାମାଞ୍ଚଳ ମଧୢରେ ସୀମିତ। ପରିବାର ପିଛା ବାର୍ଷିକ ୧୮,୦୦୦ ଟଙ୍କାର ଆୟ ସୃଷ୍ଟି ପାଇଁ ଲକ୍ଷ୍ୟ ରଖିଥିବା ସେମାନଙ୍କର ଏହି ନକ୍‌ସା ଅନୁସାରେ ଏହାର ଅର୍ଧେକ ବୋଝ କେନ୍ଦ୍ର ସରକାର ବହନ କରିବେ ଏବ˚ ବାକି ଅର୍ଧେକ ସମ୍ପୃକ୍ତ ରାଜ୍ୟ ସରକାର ବହନ କରିବେ। ଯୋଜନାର ତିନିଗୋଟି ମୁଖ୍ୟ ଆଧାର ହେଲା: ଗ୍ରାମ୍ୟ ପରିବାରକୁ ସିଧାସଳଖ ପଇସା ହସ୍ତାନ୍ତର କରାଯିବ (କେବଳ କୃଷକ ପରିବାର ନୁହେଁ); ସ୍ବଚ୍ଛଳ ଗ୍ରାମ୍ୟ ପରିବାରମାନେ ଏଥିରୁ ବାଦ୍‌ ପଡ଼ିବେ; ହସ୍ତାନ୍ତରିତ ଅର୍ଥ ପରିମାଣ ପରିବାରର ମୌଳିକ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ହେବ। ସେମାନଙ୍କ ହିସାବ ଅନୁସାରେ ଉପରୋକ୍ତ ପରିମାଣର ଅର୍ଥ ପ୍ରାୟ ୭୫% ଗ୍ରାମ୍ୟ ପରିବାରର ଏଭଳି ଆବଶ୍ୟକତା ପୂରଣ କରିପାରିବ।
କିନ୍ତୁ ରାଜକୋଷୀୟ ନିଅଣ୍ଟ ଉପରେ ଚାପ ନ ପକାଇବା ପାଇଁ ସେମାନେ ସୁପାରିସ କରିଛନ୍ତି ଯେ ବର୍ତ୍ତମାନ ଚାଲିଥିବା ଫସଲ ବୀମା ଯୋଜନା, ସାର ରିହାତି, ସୁଧ ରିହାତି ଭଳି ଅନେକ ନିଷ୍ଫଳା ବ୍ୟୟ ସୃଷ୍ଟିକାରୀ ଯୋଜନାମାନଙ୍କର ଉଚ୍ଛେଦ କରାଯାଇ ‘କ୍ୟୁବ୍ରି’ ପାଇଁ ସମ୍ବଳ ଉପଲବ୍‌ଧ କରାଯାଇ ପାରିବ। କହିବା ବାହୁଲ୍ୟ କୃଷି ଋଣ ଛାଡ଼ର ଏଥିରେ ସ୍ଥାନ ନାହିଁ। ରାହୁଲ ଗାନ୍ଧୀ କ’ଣ ତାଙ୍କର ନୂତନ ସର୍ବନିମ୍ନ ଆୟ ଯୋଜନା କାର୍ଯ୍ୟକାରୀ କଲେ କୃଷି ଋଣ ଛାଡ଼ରେ ଅନ୍ତ ଘଟାଇବେ? ଲୋକଙ୍କୁ ପ୍ରଶ୍ନହୀନ ପଇସା ଦେବା ପୂର୍ବରୁ ଋଣ ଛାଡ଼ର ପୂଜାରୀଙ୍କୁ ଏ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର