ପୁଲଵାମାର ଜବାବ କ’ଣ?

ବିଗତ ତିନିି ଦଶନ୍ଧିରେ ସବୁଠାରୁ ଭୟଙ୍କର ଆତଙ୍କବାଦୀ ସ˚ହାର ଲୀଳାର ଶିକାର ହୋଇଛି ଭାରତ। ଜମ୍ମୁ ଓ କଶ୍ମୀରର ପୁଲଵାମାଠାରେ ଜିହାଦୀ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସିଆପିଏଫ୍‌ ଓ ସେନାର ୪୪ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଘଟଣାରେ କଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ଆକ୍ରମଣ କୌଶଳରେ ପରିବର୍ତ୍ତନର ମଧୢ ସ˚କେତ ମିଳିଛି। ଅଠରବର୍ଷ ପରେ ଆକ୍ରମଣରେ ପୁଣି ‘କାର‌୍‌ ବୋମା’ର ପ୍ରୟୋଗ ହୋଇଛି। ବିସ୍ଫୋରକ ବୋଝେଇ ଏକ ସ୍କର୍ପିଓକୁ ଯବାନଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ରେ ଧକ୍କା ଲଗାଇ ସ˚ହାର ଲୀଳା ରଚାଯାଇଥିଲା। ସମଗ୍ର ବିଶ୍ବକୁ ଶାନ୍ତି ଓ ଅହି˚ସାର ମାର୍ଗ ଦେଖାଉଥିବା ଭାରତର ପବିତ୍ର ମାଟିରେ ଜିହାଦ ନାମରେ ଆତଙ୍କବାଦର ଏ ହି˚ସ୍ର, ବର୍ବରୋଚିତ ତାଣ୍ତବକୁ ଯେତେ କଠୋର ଭାଷାରେ ନିନ୍ଦା କଲେ ବି ତାହା ଯଥେଷ୍ଟ ହେବ ନାହିଁ। ଅଗଣିତ ଭାରତବାସୀଙ୍କ ସହ ଗୋଟିଏ ସ୍ବରରେ ଆମେ ପୁଲଵାମାଠାରେ ଆତଙ୍କବାଦୀଙ୍କ ରକ୍ତସ୍ନାନକୁ ତୀବ୍ର ନିନ୍ଦା କରିବା ସହ ସହିଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ। ସହିଦ ଯବାନଙ୍କ ବଳିଦାନ ଏ କୃତଜ୍ଞ ଦେଶ ଓ ଜାତି ନିଶ୍ଚୟ ମନେ ରଖିବ। ସେମାନଙ୍କ ତ୍ୟାଗ କଦାପି ବ୍ୟର୍ଥ ଯିବନାହିଁ। ଆତଙ୍କବାଦ ବିରୋଧରେ ବିଶ୍ବ ସମୁଦାୟର ମିଳିତ ଲଢେ଼ଇକୁ ଏହା ଆହୁରି ଶକ୍ତିଶାଳୀ କରିବ।

ପୁଲଵାମାର ଏ କାପୁରୁଷୋଜିତ ଆକ୍ରମଣର ଠିକଣା ଜବାବ ଦେବା ଲାଗି ଭାରତର ଯେ ଯଥେଷ୍ଟ ଶକ୍ତି ଓ ସାମର୍ଥ୍ୟ ରହିଛି ଏଥିରେ କୌଣସି ସନ୍ଦେହ ନାହିଁ। ତେବେ, ସାମରିକ ଅପେକ୍ଷା କୂଟେନୈତିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଏ ପ୍ରସଙ୍ଗ ଅଧିକ ଆଲୋଚନାର ଅପେକ୍ଷା ରଖୁଛି। ଏହା ଆଦୌ ଏକ ସ˚ଯୋଗ ମାତ୍ର ନୁହେଁ ଯେ, ଗୁରୁବାରର ପୁଲଵାମା ଆକ୍ରମଣର ଷଡ଼ଯନ୍ତ୍ର ମଧୢ ଆନ୍ତର୍ଜାତିକ ଆତଙ୍କବାଦର ନାଭିକେନ୍ଦ୍ର ପଡେ଼ାଶୀ ପାକିସ୍ତାନ ମାଟିରେ ରଚା ଯାଇଥିଲା। ପାକିସ୍ତାନ ପକ୍ଷରୁ ପୁଲଵାମା ଆକ୍ରମଣରେ କୌଣସି ପ୍ରକାର ଭୂମିକାକୁ ଅସ୍ବୀକାର କରାଯାଇଥିଲେ ମଧୢ ଏହା ଏକ ନିଷ୍ଠୁର ବାସ୍ତବତା। ବିଗତ ତିନି ଦଶକରେ ଭାରତ ବିରୋଧରେ ହୋଇଥିବା ପ୍ରତିଟି ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ପ୍ରାୟୋଜିତ। ୨୦୦୧ରେ ପାର୍ଲାମେଣ୍ଟ ଆକ୍ରମଣଠାରୁ ଆରମ୍ଭ କରି ୨୦୧୬ର ପଠାନ୍‌କୋଟ୍‌, ଉରି ସେନାଛାଉଣୀ ଉପରେ ଆକ୍ରମଣ ପର୍ଯ୍ୟନ୍ତ ଓ ସଦ୍ୟ ପୁଲଵାମା ଆକ୍ରମଣ ଲାଗି ନିଜକୁ ଦାୟୀ କରିଥିବା ଜୈଶ-ଏ-ମହମ୍ମଦ ହେଉ ଅବା ୨୦୦୮ ମୁମ୍ବାଇ ଆକ୍ରମଣ ପାଇଁ ଦାୟୀ ଲସ୍କର-ଏ-ତୋଇବା ଭଳି ଆତଙ୍କବାଦୀ ସ˚ଗଠନଗୁଡ଼ିକ ପ୍ରତି ପାକିସ୍ତାନୀ ସେନାର ପ୍ରତ୍ୟକ୍ଷ ପୃଷ୍ଠପୋଷକତା ଓ ପ୍ରୋତ୍ସାହନ ରହିଆସିଛି। ସ˚ସଦ ଆକ୍ରମଣ ଓ ସଦ୍ୟତମ ପୁଲଵାମା ସମେତ ବହୁ ଭାରତ ବିରୋଧୀ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଖଳନାୟକ ଜୈଶର ମୁଖ୍ୟ ମୌଲାନା ମାସୁଦ ଆଝାର ଏବ˚ ମୁମ୍ବାଇ ଆକ୍ରମଣର ମୁଖ୍ୟ ଖଳନାୟକ ହାଫିଜ୍‌ ସୟିଦ୍‌ ପ୍ରମୁଖ ଆନ୍ତର୍ଜାତିକ ଆତଙ୍କବାଦୀ କେବଳ କଠୋରପନ୍ଥୀ ଇସ୍‌ଲାମୀୟ ପାକିସ୍ତାନୀଙ୍କ ଆଖିରେ ନୁହନ୍ତି, ପାକ୍‌ ସେନା ଓ ବେସାମରିକ ସରକାରଙ୍କ ବିଚାରରେ ମଧୢ ମହାନ୍‌ ନାୟକ। ପାକିସ୍ତାନୀ ଗଣମାଧୢମରେ ଏହି ଆତଙ୍କବାଦୀମାନେ ସ୍ବାଧୀନତା ସ˚ଗ୍ରାମୀ। ସେଥିପାଇଁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ଅକାଟ୍ୟ ପ୍ରମାଣ ଥିବା ସତ୍ତ୍ବେ ସେମାନଙ୍କୁ ନିର୍ଭୟ ଆଶ୍ରୟ ମିଳିଛି। ଅବଶ୍ୟ, ବିନ୍‌ ଲାଦେନ୍‌କୁ ଆଗ୍ରୟ ଦେଇଥିବା ପାକିସ୍ତାନ ପକ୍ଷରେ ଏହା ଅସ୍ବାଭାବିକ ନୁହେଁ। ଆତଙ୍କବାଦ ପ୍ରସଙ୍ଗରେ ଏ ଦୋମୁହାଁ ନୀତି ଯୋଗୁ ଖୋଦ୍‌ ପାକିସ୍ତାନ ମଧୢ ଅନେକ ଥର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି, ବହୁ ଧନ-ଜୀବନର ହାନି ଘଟିଛି। ତଥାପି ଭାରତ ବିରୋଧୀ ଉଗ୍ର ମାନସିକତାରୁ ମୁକୁଳି ନ ପାରି ଇସଲାମାବାଦ ଭାରତ ବିରୋଧରେ ସୀମାପାର ଆତଙ୍କବାଦକୁ ଉଦାର ପୃଷ୍ଠପୋକତା ଓ ପ୍ରୋତ୍ସାହନ ଦେଇ ଆସୁଛି। ଆନ୍ତର୍ଜାତିକ ଚାପ ସତ୍ତ୍ବେ ମାସୁଦ ବିରୋଧରେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ କରୁ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ୧୯୯୪ରେ ଆତଙ୍କବାଦୀ କାର୍ଯ୍ୟରେ ସ˚ପୃକ୍ତି ଯୋଗୁ ମାସୁଦକୁ ଭାରତରେ ଗିରଫ କରାଯାଇଥିଲା। ୧୯୯୯ ଅଗଷ୍ଟରେ ଇଣ୍ତିଆନ ଏୟାର ଲାଇନ୍ସର ଏକ ବିମାନ ଅପହରଣ କରି ନେଇ ଯାତ୍ରୀମାନଙ୍କୁ ମୁଣ୍ତଜାମିନ ରଖି ତା’ର ସହଯୋଗୀ ଆତଙ୍କବାଦୀମାନେ ଆଝାରକୁ ମୁକୁଳାଇ ନେଇଥିଲେ। ସେଦିନଠାରୁ ଭାରତକୁ ଧ୍ବ˚ସ କରିଦେବା ଲକ୍ଷ୍ୟରେ ଗୋଟିଏ ପରେ ଗୋଟିଏ ଆକ୍ରମଣ ଯୋଜନାକୁ ସେ କାର୍ଯ୍ୟକାରୀ କରି ଆସୁଛି। ଆହୁରି ଦୁର୍ଭାଗ୍ୟର ବିଷୟ ହେଲା, ସେହି ସମାନ ଭାରତ ବିରୋଧୀ ମାନସିକତାର ଶିକାର ହୋଇ ଚୀନ୍‌ ମଧୢ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ଦେଇ ଆସୁଛି। ମାସୁଦ ଆଝାରକୁ ‘ଆନ୍ତର୍ଜାତିକ ଆତଙ୍କବାଦୀ’ ଘୋଷଣା ପାଇଁ ଭାରତ ଓ ଆମେରିକାର ଏକାଧିକ ପ୍ରସ୍ତାବ ଉପରେ ଚୀନ୍‌ ‘ଭିଟୋ’ ପ୍ରୟୋଗ କରି ଆସୁଛି।

ପୁଲଵାମା ଆକ୍ରମଣ ପରିପ୍ରେକ୍ଷୀରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଓ ଚୀନ୍‌କୁ ଆନ୍ତର୍ଜାତିକ ସମୁଦାୟରେ ‘ଏକ ଘରକିଆ’ କରିବା ଲାଗି ଭାରତ ପକ୍ଷରୁ କୂଟନୈତିକ ସ୍ତରରେ ଅଭିଯାନକୁ ଆହୁରି ତ୍ବରାନ୍ବିତ କରିବାକୁ ପଡ଼ିବ। ନିରାପତ୍ତା ସ˚କ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ପାକିସ୍ତାନର ଏମ୍‌ଏଫ୍‌ଏନ୍‌ (ମୋଷ୍ଟ ଫେଭରଡ ନେସନ୍‌)ର ମାନ୍ୟତା ପ୍ରତ୍ୟାହାର ଏକ ଠିକଣା ପଦକ୍ଷେପ। ତେବେ ଏତିକି ଯଥେଷ୍ଟ ନୁହେଁ। ବିଶ୍ବ ଜନମତ ସୃଷ୍ଟି କରି ଆନ୍ତର୍ଜାତିକ ଚାପ ବିନା ଆତଙ୍କବାଦ ପ୍ରସଙ୍ଗରେ ଚୀନ୍‌ ଓ ପାକିସ୍ତାନର ଆଭିମୁଖ୍ୟ ବଦଳିବ ନାହିଁ। ଏବ˚ ଆତଙ୍କବାଦକୁ ଅସ୍ତ୍ର କରି ଏହି ଦୁଇ ପଡେ଼ାଶୀ ଦେଶ ଭାରତ ବିରୋଧରେ ଛାୟାଯୁଦ୍ଧ ଚଳାଇଥିବେ। ପୁଣି ଏବେ ଆଫଗାନିସ୍ତାନରେ ଆମେରିକାର ସେନା ପ୍ରତ୍ୟାହାର ପରେ ତାଲିବାନ୍‌ମାନେ ମଧୢ ପାକିସ୍ତାନ ଦ୍ବାରା ଭାରତ ବିରୋଧରେ ବ୍ୟବହୃତ ହେବା ଆଶଙ୍କାକୁ ଏଡ଼ାଯାଇ ନପାରେ। ପୁଲଵାମା ଆକ୍ରମଣରେ ଏହାର ଅଶୁଭ ସ˚କେତ ମିଳିଛି। ଆଫଗାନ୍‌ ଯୁଦ୍ଧର ଜଣେ ଦୁର୍ଦ୍ଦର୍ଷ ସେନାପତି ବିସ୍ଫୋରକ ବୋଝେଇ ଗାଡ଼ି ଧକ୍କା କରି ଆକ୍ରମଣର ମିଷ୍ଟର ମାଇଣ୍ତ ବୋଲି କୁହାଯାଉଛି।

ତେବେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ବାହ୍ୟ ଶତ୍ରୁଙ୍କ ବିରୋଧରେ କୂଟନୈତିକ ଅଭିଯାନ ଓ ସାମରିକ ରଣକୌଶଳ ଯେତିକି ଗୁରୁତ୍ବପୂର୍ଣ୍ଣ ଆତଙ୍କବାଦ ସହ ଯୋଡ଼ି ହୋଇଥିବା ଆଭ୍ୟନ୍ତରୀଣ ପରିସ୍ଥିତିର ମୁକାବିଲା ଓ ସମସ୍ୟାର ସମାଧାନ ଲାଗି ବାଟ ତଲାସ କରିବା ଭାରତ ପକ୍ଷରେ ତା’ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଉଲ୍ଲେଖ ଅନାବଶ୍ୟକ ଯେ, ଭାରତ ବିରୋଧୀ ସୀମା ପାର ଆତଙ୍କବାଦର ମଞ୍ଜି କଶ୍ମୀର ବିବାଦ। ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦାବି କରାଯାଉଥିବା କଶ୍ମୀରର ଜନଗଣ ଜାତୀୟ ମୁଖ୍ୟ ସ୍ରୋତରୁ ଦୂରେଇ ରହି ବିଚ୍ଛିନ୍ନତାବାଦୀମନସ୍କ ହେବା ଭାରତ ପାଇଁ ଏକ ବଡ଼ ସମସ୍ୟା; ଯାହା ବାହ୍ୟ ଶକ୍ତିଙ୍କୁ ହସ୍ତକ୍ଷେପ ପାଇଁ ସୁଯୋଗ ଦେଉଛି। ପଡେ଼ାଶୀ ଦେଶର ମାଟିରେ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପକୁ ପୃଷ୍ଠପୋଷକତା ଓ ପ୍ରୋତ୍ସାହନ ଯେତିକି ଦୁର୍ଭାଗ୍ୟଜନକ, ଭାରତୀୟ ମାଟିରେ ଆତଙ୍କବାଦକୁ ସହଯୋଗ ଓ ସମର୍ଥନ ତା’ଠାରୁ ଅଧିକ ଦୁର୍ଭାଗ୍ୟଜନକ। ସ୍ବୀକାର କରିବାକୁ ପଡ଼ିବ ଯେ, ସ୍ବାଧୀନତାର ସାଢେ଼ ସାତ ଦଶକ ପରେ ବି ବିଭାଜନର ଘା’ କଶ୍ମୀର ସମସ୍ୟାର ରାଜନୈତିକ ସମାଧାନ ବାହାରି ପାରି ନାହିଁ। ଦେଶର ସୁରକ୍ଷା ବାହିନୀ ଅନେକ ତ୍ୟାଗ ସ୍ବୀକାର ପୂର୍ବକ ଆତଙ୍କବାଦୀଙ୍କ ଉପଦ୍ରବକୁ ନିୟନ୍ତ୍ରଣ କରି ଅନେକଥର ଅନ୍ତତଃ ସାମୟିକ ଭାବେ କଶ୍ମୀର ଉପତ୍ୟକାରେ ଶାନ୍ତି ଓ ସ୍ବାଭାବିକତା ବାହାଲ ଦିଗରେ ସଫଳ ହୋଇଛନ୍ତି। କିନ୍ତୁ ତା’ର ସଦୁପଯୋଗ କରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ରାଜନୈତିକ ପ୍ରକ୍ରିୟା ବାହାଲ କରିବାରେ ଦେଶର ରାଜନୈତିକ ନେତୃତ୍ବ ବିଫଳ ହୋଇଛନ୍ତି। ଫଳରେ ସାମୟିକ ବିରତି ପରେ ପୁଣି କଶ୍ମୀର ଆତଙ୍କବାଦୀଙ୍କ ଚରାଭୂଇଁରେ ପରିଣତ ହୋଇଛି। କଶ୍ମୀରରେ ରାଜନୈତିକ ଶୂନ୍ୟତା ଜୈଶ, ଲସ୍କର, ହିଜବୁଲ ମୁଜାହିଦ୍ଦିନ୍‌ ଭଳି ଜିହାଦୀ ସ˚ଗଠନଙ୍କ ପାଇଁ କ୍ଷେତ୍ର ସୃଷ୍ଟି କରିଛି; ଯାହାର ପରିଣତି ‘ଭୂସ୍ବର୍ଗ’ ହି˚ସାର ବିଷଚକ୍ରରେ ସନ୍ତୁଳି ହେଉଛି। ଗୋଟିଏ ପଟେ ଗତବର୍ଷ କଶ୍ମୀରରେ ସର୍ବାଧିକ ସ˚ଖ୍ୟକ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ଦାବି କରାଯାଉଛି। ଅନ୍ୟପକ୍ଷରେ ଗତବର୍ଷ ସବୁଠୁ ଅଧିକ ସ˚ଖ୍ୟକ କଶ୍ମୀରୀ ଯୁବକ ଆତଙ୍କବାଦୀ ସ˚ଗଠନରେ ସାମିଲ ହୋଇଛନ୍ତି। ସ˚କେତ ନିଶ୍ଚୟ ଶୁଭଙ୍କର ନୁହେଁ। ଜାତୀୟ ମୁଖ୍ୟ ସ୍ରୋତର ନିକଟତର ହେବା ପରିବର୍ତ୍ତେ, କଶ୍ମୀର ଆହୁରି ଦୂରେଇ ଯାଉଛି।

ଆତଙ୍କବାଦୀ ଆକ୍ରମଣରେ ଆଜି ଦେଶର ରାଜନୈତିକ ବର୍ଗ ଗୋଟିଏ ସ୍ବରରେ କହୁଛନ୍ତି, କାନ୍ଧରେ କାନ୍ଧ ମିଳାଇ ଆତଙ୍କବାଦର ମୁକାବିଲା ପାଇଁ ଶପଥ ଦୋହରାଉଛନ୍ତି। ଠିକଣା ଜବାବ ଦେବା ଲାଗି ଭାରତୀୟ ବାହିନୀର ସାମର୍ଥ୍ୟ ଉପରେ ମିଳିତ ଭାବେ ଆସ୍ଥା ପ୍ରକାଶ କରୁଛନ୍ତି। ଏହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କଶ୍ମୀର ସମସ୍ୟାର ରାଜନୈତିକ ସମାଧାନ ଲାଗି ମଧୢ ଅନୁରୂପ ସହମତିର ସ୍ବର ପ୍ରକାଶ ପାଇବା ଉଚିତ। କଶ୍ମୀରରେ ବିଚ୍ଛିନ୍ନତାବାଦର ସ୍ବର ପବନରେ ମିଳାଇ ନଯିବା ପର୍ଯ୍ୟନ୍ତ ରାଜନୈତିକ କଥାବାର୍ତ୍ତାର ପ୍ରକ୍ରିୟା ଜାରି ରହିବା ଉଚିତ। ଦଳ ନିର୍ବିଶେଷରେ କଶ୍ମୀର ନୀତି ନେଇ ଏକ ରାଜନୈତିକ ସହମତି ଓ ମିଳିତ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ବିନା ଏହା ସମ୍ଭବ ନୁହେଁ। ଭାରତ ପାଇଁ ଆତଙ୍କବାଦର ମୁକାବିଲା ଯେତିକି ବଡ଼ ଏକ ଆହ୍ବାନ, କଶ୍ମୀର ସମସ୍ୟାର ସମାଧାନ ଖୋଜିବା ମଧୢ ସେମିତି ଏକ ବଡ଼ ଆହ୍ବାନ।

ସମ୍ବନ୍ଧିତ ଖବର