ଯୁଦ୍ଧ ବେଳେ ଭୋଟ ଚିନ୍ତା

ଧୋବା ଘର ରଙ୍ଗ କୁଣ୍ତରେ ପଡ଼ି ନୀଳ ବର୍ଣ୍ଣ ଧାରଣ କରିଥିବା ଶୃଗାଳକୁ ନିଜେ ନିଜର ଅସଲ ପରିଚୟ ଓ ଚରିତ୍ର ପଦାରେ ପକାଇବା ଲାଗି ବେଶି ସମୟ ଲାଗି ନଥିଲା। ସେମିତି, ପୁଲଵାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଭାରତ-ପାକ୍‌ ଯୁଦ୍ଧ ସ୍ଥିତିରେ କ୍ଷମତାସୀନ ରାଜନୈତିକ ଦଳର ଉନ୍ମତ୍ତ ଛଦ୍ମ ଦେଶପ୍ରେମ ତଳେ ଲୁଚିଥିବା ଭୋଟ ଅମଳର ଅଭିଳାଷ ଅଚିରେ ପଦାରେ ପଡ଼ିଯାଇଛି। ଜୈସ-ଏ-ମହମ୍ମଦର ବାଲାକୋଟ ଆଡ୍‌ଡା ଉପରେ ଭାରତୀୟ ବାୟୁସେନାର ମିରେଜ ଆକ୍ରମଣର ଚବିଶ ଘଣ୍ଟା ନ ପୂରୁଣୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବି.ଏସ୍‌.ୟେଦୁରାପ୍ପା ବାହାସ୍ଫୋଟ ମାରି କହିଲେ ଯେ ଏଥର ରାଜ୍ୟର ୨୮ ଲୋକସଭା ଆସନରୁ ଦଳର ଖାତାକୁ ୨୨ଟି ଆସନ ଆସିବା ନିଶ୍ଚିତ। ଆତଙ୍କବାଦୀ ଆକ୍ରମଣର ପାଲଟା ଜବାବ ସ୍ବରୂପ ପାକିସ୍ତାନ ଉପରେ ‘ଏୟାର ଷ୍ଟ୍ରାଇକ୍‌’ ପରେ ପରିସ୍ଥିତି ଓଲଟି ଯାଇଛି ଓ ମୋଦୀଙ୍କ ସପକ୍ଷରେ ହାଵା ବୋହୁଛି; ଯାହାର ବିଜେପିକୁ ଭରପୂର ଫାଇଦା ମିଳିବ। ୟେଦୁରାପ୍ପାଙ୍କ ବୟାନରୁ ମନେ ହେଉଛି ଯେମିତି ବାଲାକୋଟ ଉପରେ ‘ଏୟାର ଷ୍ଟ୍ରାଇକ୍‌’ର ଲକ୍ଷ୍ୟ ଆତଙ୍କବାଦୀଙ୍କ ନିପାତ ନଥିଲା, ବର˚ ଲକ୍ଷ୍ୟ ଥିଲା ବିଜେପିକୁ ଭୋଟରେ ଜିତାଇବା।

କର୍ଣ୍ଣାଟକର ଚିତ୍ରଦୁର୍ଗାଠାରେ ୟେଦୁରାପ୍ପା ଦେଇଥିବା ଏହି ବୟାନ ବିରୋଧରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା, ଏପରିକି ବିଜେପି ଦଳ ଭିତରେ ମଧୢ ବିରୋଧ ହୋଇଛି। ଫଳରେ ଗତାନୁଗତିକ ଧାରାରେ ତାଙ୍କର ବକ୍ତବ୍ୟର ଭୁଲ ତର୍ଜମା କରାଯାଇଥିବା ସଫେଇ ଦେଇ ୟେଦୁରାପ୍ପା ଏହାକୁ ଅସ୍ବୀକାର କରିଥିଲେ ସୁଦ୍ଧା ଅସଲ ଉଦ୍ଦେଶ୍ୟ ଲୁଚି ରହି ପାରି ନାହିଁ। ଜାତୀୟ ନିରାପତ୍ତା ସହ ଯୋଡ଼ି ହୋଇଥିବା ଏକ ଗମ୍ଭୀର ପ୍ରସଙ୍ଗର ରାଜନୀତୀକରଣ କରି ଏଥିରୁ ସ˚କୀର୍ଣ୍ଣ ଦଳୀୟ ସ୍ବାର୍ଥ ହାସଲ ଲାଗି ଶାସକ ଦଳ ଉଦ୍ୟମ କରୁଛି ବୋଲି ମିଳିତ ବିରୋଧୀ ଦଳର ଅଭିଯୋଗ ଯେ ଅମୂଳକ ନୁହେଁ, ଏହାକୁ ପ୍ରମାଣିତ କରିଛି ୟେଦୁରାପ୍ପାଙ୍କ ବୟାନ। ଗତ ବୁଧବାର (ଫେବ୍ରୁଆରି ୨୭) ୨୧ଟି ଦଳ ଏକ ମିଳିତ ପ୍ରସ୍ତାବରେ ପୁଲଵାମା ଘଟଣାର ରାଜନୀତୀକରଣ ନେଇ ମୋଦୀ ସରକାର ଓ ବିଜେପି ଆଡ଼କୁ ଅଙ୍ଗୁଳି ଦେଖାଇ ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ଜାତୀୟ ନିରାପତ୍ତା ପ୍ରସଙ୍ଗରେ, ସା˚ପ୍ରତିକ ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ, ବିରୋଧୀ ଦଳଙ୍କୁ ବିଶ୍ବାସକୁ ନିଆଯାଉ ବୋଲି ଦାବି କରିଥିଲେ। କିନ୍ତୁ ଇତିମଧୢରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସି˚ ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ସର୍ବଦଳୀୟ ବୈଠକ ଡାକିଥିଲେ ମଧୢ ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ସୁଦ୍ଧା ସର୍ବଦଳୀୟ ବୈଠକ ଡାକି ବିରୋଧୀଙ୍କ ସହ ପରାମର୍ଶ କରିବାର ଆବଶ୍ୟକତା ଅନୁଭବ କରିନାହାନ୍ତି। ସମ୍ଭବତଃ, ସମସ୍ତ ଶ୍ରେୟ ଏକାକୀ ନେବାର ବ୍ୟଗ୍ରତା ମଧୢରେ ମାନ୍ୟବର ପ୍ରଧାନମନ୍ତ୍ରୀ ସୁରକ୍ଷା ପ୍ରସଙ୍ଗରେ ନିଜର ଏକଚାଟିଆରେ ଆଉ କାହାକୁ ତିଳେ ସୁଦ୍ଧା ଭାଗ ନେବାକୁ ପ୍ରସ୍ତୁତ ନୁହନ୍ତି। କିନ୍ତୁ ଭାରତ ଭଳି ଏକ ବହୁଦଳୀୟ ସ˚ସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ପକ୍ଷର ମତାମତ ଯଥେଷ୍ଟ ଗୁରୁତ୍ବର ଅପେକ୍ଷା ରଖେ। ସା˚ପ୍ରତିକ ଘଡିସନ୍ଧି ମୁହୂର୍ତ୍ତରେ ଏହାର ଗୁରୁତ୍ବ ଆହୁରି ଅଧିକ।

ଯୁଦ୍ଧର ଘନଘଟା ମଧୢରେ ୟେଦୁରାପ୍ପାଙ୍କ ଭୋଟ ଅମଳର ଅଭିଳାଷ ଓ ଆସନର ଗଣିତ ପ୍ରତିଫଳିତ ବୟାନ ଦେଶବ୍ୟାପୀ ବିରୋଧର ସମ୍ମୁଖୀନ ହୋଇଥାଇପାରେ। କିନ୍ତୁ ଏହା କ୍ବଚିତ କାହାକୁ ବିସ୍ମିତ କରିଥିବ। ପୁଲଵାମା ଘଟଣା ପରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଠାରୁ ଆରମ୍ଭ କରି ଅନ୍ୟ ଦଳୀୟ କର୍ମକର୍ତ୍ତା, ସା˚ସଦ, ବିଧାୟକଙ୍କ ପର୍ଯ୍ୟନ୍ତ, ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବଭଙ୍ଗୀ ଓ ଭାଷଣର ଭାଷାରେ ଯାହା ପରୋକ୍ଷରେ ପ୍ରତିଫଳିତ ହେଉଥିଲା, ତାହାକୁ ୟେଦୁରାପ୍ପା ମହାଶୟ ପ୍ରତ୍ୟକ୍ଷ ଭାବେ ଖୋଲାଖୋଲି ଅତ୍ୟନ୍ତ ସ୍ପଷ୍ଟ ଶବ୍ଦରେ ପ୍ରକାଶ କରିଛନ୍ତି ମାତ୍ର। କୁହାଯାଇପାରେ, ବିଜେପିର ଏକାନ୍ତ ଗୋପନୀୟ ଏଜେଣ୍ତାକୁ ୟେଦୁରାପ୍ପା ଖୋଲାଖୋଲି ଘୋଷଣା କରିଛନ୍ତି। ଘରୋଇ ସାମ୍ମୁଖ୍ୟରେ ବିଫଳତାକୁ ଘୋଡ଼ାଇବା ଲାଗି ସୀମାନ୍ତରେ ଉତ୍ତେଜନାକୁ ବିଜେପି ନେତୃତ୍ବ ଦଳ ପାଇଁ ଆଶୀର୍ବାଦ ବିଚାର କରି ଏହାକୁ ଆୟୁଧ କରିଛି। ଯୋଜନାବଦ୍ଧ ଭାବେ ପରିସ୍ଥିତିର ଭରପୂର ରାଜନୈତିକ ଫାଇଦା ଉଠାଇବା ଲାଗି କୌଣସି ହେଳା କରୁନାହିଁ। ପୁଲଵାମାରେ ସହିଦ ଯବାନଙ୍କ କଫିନ୍‌ ସହ ଫଟୋ ଉଠାଇ ଦଳୀୟ ନେତା ଓ ମନ୍ତ୍ରୀମାନେ ସୋସିଆଲ୍‌ ମିଡିଆରେ ନିଜ ଦେଶପ୍ରେମର ପ୍ରଚାର କଲେ। ଦେଶର ବିଭିନ୍ନ ସ୍ଥାନରେ କଶ୍ମୀରୀଙ୍କ ଉପରେ ଆକମ୍ରଣର ନିନ୍ଦା କରିବା ବିଜେପି ସଭାପତିଙ୍କ ମୁହଁରୁ ଶୁଣାଯାଇ ନଥିଲା। କିନ୍ତୁ ବାଲାକୋଟ ଉପରେ ‘ଏୟାର ଷ୍ଟ୍ରାଇକ୍‌’ ପରେ ଶାହ ଟ୍ବିଟ୍‌ କଲେ ବାୟୁସେନାର କାର୍ଯ୍ୟାନୁଷ୍ଠାନ ଏହାର ପ୍ରମାଣ ଯେ, ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ବରେ ଭାରତ ସୁରକ୍ଷିତ। ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦୀ ମହୋଦୟ ‘ବାଲାକୋଟ ମିସନ’ ପରେ ପରେ ରାଜସ୍ଥାନରେ ଏକ ଜନସଭାରେ ଉଦ୍‌ବୋଧନ ଦେବା ବେଳେ ପୃଷ୍ଠଭୂମିରେ ଥିଲା ପୁଲଵାମା ସହିଦମାନଙ୍କ ଫଟୋଚିତ୍ର। ସେ କହିଥିଲେ, ‘ଦେଶକୋ ଝୁକନେ ନେହିଁ ଦେଙ୍ଗେ।’ ଏହି ବକ୍ତବ୍ୟ ମାଧୢମରେ ବାୟୁ ସେନାର ସାହସିକତାପୂର୍ଣ୍ଣ ସଫଳତାର ସମସ୍ତ ଶ୍ରେୟ ସେ ନିଜେ ନେବାକୁ ଚାହିଁଥିଲେ। ପାକିସ୍ତାନ ସେନା ହାତରେ ବନ୍ଦୀ ଥିବା ପାଇଲଟ ଅଭିନନ୍ଦନଙ୍କ ଭବିଷ୍ୟତ ନେଇ ସମଗ୍ର ଦେଶ ଉଦ୍‌ବିଗ୍ନ ଥିବା ବେଳେ ଗୁରୁବାର ପ୍ରଧାନମନ୍ତ୍ରୀ ବିଜେପିର ବୁଥ୍‌ ସ୍ତରୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଦଳୀୟ କର୍ମୀଙ୍କୁ ମୋଦୀଙ୍କ ଉଦ୍‌ବୋଧନ ଦେଶାତ୍ମବୋଧ, ଜାତୀୟତାବାଦର ପ୍ରବଚନ ଓ ଚିରାଚରିତ ବିରୋଧୀଙ୍କ ସମାଲୋଚନାର ଏକ ମିଶ୍ର ରାଗ ଥିଲା। କେନ୍ଦ୍ରରେ ମନ୍ତ୍ରୀ ଥିବା ପୂର୍ବତନ ସେନାଧୢକ୍ଷ ଭି.କେ. ସି˚ହ ୟେଦୁରାପ୍ପାଙ୍କ ବକ୍ତବ୍ୟକୁ ନାପସନ୍ଦ କରିଛନ୍ତି। କିନ୍ତୁ ‘ଏୟାର ଷ୍ଟ୍ରାଇକ୍‌’ ପରେ ଜେନେରାଲ ସି˚ହଙ୍କ ଟ୍ବିଟ୍‌ ଥିଲା, ଏହା ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ନୂଆ ଭାରତର ପରିଚୟ। ବିଜେପି ନେତାଙ୍କ ଏ ଭଳି ଆହୁରି ଅନେକ ବୟାନ ଓ ଟ୍ବିଟ୍‌ରେ ବଧିର ବି ଶୁଣିପାରିବ, ଅନ୍ଧ ବି ଦେଖିପାରିବ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଭୋଟ ଅମଳ ପାଇଁ ଦଳର ବ୍ୟଗ୍ରତା। ଅବଶ୍ୟ, ଭାରତର ଭୋଟ ସର୍ବସ୍ବ ରାଜନୀତିରେ ବିଜେପି ନେତା ଓ ମନ୍ତ୍ରୀମାନଙ୍କ ଏ ପ୍ରକାର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୟାନ ଓ ଟ୍ବିଟ୍‌ରେ କ୍ବଚିତ୍‌ କେହି ବୋଧହୁଏ କୌଣସି ଅସ୍ବାଭାବିକତା ଦେଖି ପାରିବେ। ଅସୁସ୍ଥ, ଅସ୍ବସ୍ତିକର ହେଲେ ମଧୢ ଏହାକୁ ‘ଚଲ୍‌ତା ହୈ’ କହି ବିନା ଭ୍ରୂକୁଞ୍ଚନରେ ଗ୍ରହଣ କରି ନିଆଯିବ। କିନ୍ତୁ ପ୍ରଶ୍ନ ଉଠୁଛି, ଜାତୀୟ ନିରାପତ୍ତା ସହ ଯୋଡ଼ି ହୋଇଥିବା ପ୍ରସଙ୍ଗ, ଯୁଦ୍ଧ ପରିସ୍ଥିତି ଓ ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ କ’ଣ ସ˚କୀର୍ଣ୍ଣ ରାଜନୀତିର ଊର୍ଦ୍ଧ୍ବରେକ ରଖାଯିବା ଉଚିତ ନୁହେଁ? ସର୍ବୋପରି ବିଜେପି ନେତାଙ୍କ ସ୍ବର ଓ ଭାଷାରେ ଦେଶର ଅହି˚ସା ଓ ଶାନ୍ତିକାମୀ ଚରିତ୍ର ପ୍ରତିଫଳିତ ହେଉଛି କି? ଏ ସବୁ ପ୍ରଶ୍ନ ନିଶ୍ଚୟ ଆଜି ବିତର୍କର ଅପେକ୍ଷା ରଖୁଛି।

ଅଧିକ ଉଦ୍‌ବେଗର ବିଷୟ ହେଲା, ସା˚ପ୍ରତିକ ଯୁଦ୍ଧ ପରିସ୍ଥିତି, ସେନା ଓ ସୁରକ୍ଷାବାହିନୀଙ୍କ ବଳିଦାନରୁ ଦଳୀୟ ସ୍ବାର୍ଥ ହାସଲ ପାଇଁ ଶାସକ ବର୍ଗଙ୍କ ବ୍ୟଗ୍ରତାକୁ ବୁଦ୍ଧିଜୀବୀ ମହଲ ଓ ତଥାକଥିତ ମୁଖ୍ୟସ୍ରୋତ ଗଣମାଧୢମରୁ ଯେଉଁ ପ୍ରକାର ବିରୋଧ ଓ ପ୍ରତିବାଦ ଆଶା କରାଯାଏ, ତାହା ଦେଖାଯାଉ ନାହିଁ। ବର˚ ଦେଖାଯାଉଛି, ଦେଶପ୍ରେମର ସୁଅରେ ସେମାନେ ମଧୢ ପ୍ରଗଳ୍‌ଭ। ଦେଶ ବିରୋଧୀ, ଜାତି ବିରୋଧୀ ଭାବେ ଅପନିନ୍ଦିତ ହେବା ଭୟରେ କେହି ଭିନ୍ନମତବାଦୀ ହେବା ଲାଗି ସାହସ କରୁନାହାନ୍ତିି। ତେବେ ଗଣମାଧୢମ ଓ ବୁଦ୍ଧିଜୀବୀଗଣ ଦେଶ ପ୍ରତି ନିଜର କର୍ତ୍ତବ୍ୟ ଓ ଧର୍ମକୁ ଭୁଲିଯିବା ଉଚିତ ନୁହେଁ। ଧର୍ମ ହେଲା ସତ୍ୟର ଉଚ୍ଚାରଣ ଓ କ୍ଷମତାସୀନଙ୍କୁ ପ୍ରଶ୍ନ ପଚାରି କର୍ମ ଓ ଅପକର୍ମ ପାଇଁ ଉତ୍ତରଦାୟୀ କରିବା। ବିଶିଷ୍ଟ ଆମେରିକୀୟ ଲେଖକ ତଥା ପରିିବେଶବିତ୍‌ ଏଡ୍‌ଵାର୍ଡ ପଲ ଏବ୍‌ବେ କହିଥିଲେ ଜଣେ ସଚ୍ଚା ଦେଶପ୍ରେମୀ ନିଜ ଦେଶକୁ ଦେଶର ସରକାରଠାରୁ ରକ୍ଷା କରେ।

ସମ୍ବନ୍ଧିତ ଖବର