ପରିବର୍ତ୍ତିତ ବାସ୍ତବତାକୁ ସ୍ବୀକୃତି

ଗତ ୧୦ ତାରିଖ ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ଯେ, ଏଥର ନିର୍ବାଚନରେ ବିଜେଡି ରାଜ୍ୟର ୩୩% ଲୋକସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବ। ପରେ ପରେ ତୃଣମୂଳ କ˚ଗ୍ରେସର ସର୍ବମୟ ନେତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ୪୨ଟି ଲୋକସଭା ଆସନ ପାଇଁ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ୪୧% ମହିଳା ସ୍ଥାନ ପାଇଛନ୍ତି। ଅବଶ୍ୟ, ଗତ ଚଉଦ ନିର୍ବାଚନରେ ପଶ୍ଚିମବଙ୍ଗରୁ ଲୋକସଭାକୁ ନିର୍ବାଚିତ ୪୨ ସା˚ସଦଙ୍କ ମଧୢରେ ୧୪ ଜଣ ଅର୍ଥାତ୍‌ ୩୦% ମହିଳା ଥିଲେ। ଦେଶର ସର୍ବୋଚ୍ଚ ଗଣତାନ୍ତ୍ରିକ ମଞ୍ଚ ସ˚ସଦରେ ମହିଳାଙ୍କ ଅଧିକ ପ୍ରତିନିଧିତ୍ବ ଉପରେ ଗୁରୁତ୍ବ ଦେଇ ଦୁଇ ଆଞ୍ଚଳିକ ଦଳ ବିଜେଡି ଓ ଟିଏମ୍‌ସିର ଘୋଷଣା ପରେ ଅଧିକ ସ˚ଖ୍ୟାରେ ମହିଳାଙ୍କୁ ପ୍ରାର୍ଥୀ କରିବା ଲାଗି ଅନ୍ୟ ପ୍ରମୁଖ ଦଳରେ ମଧୢ ତତ୍ପରତା ପ୍ରକାଶ ପାଇଛି; ଯାହା ଭୋଟ ମଇଦାନରେ ମହିଳା ପ୍ରତିଦ୍ବନ୍ଦ୍ବୀଙ୍କ ସ˚ଖ୍ୟା ଉଲ୍ଲେଖନୀୟ ଭାବେ ବଢ଼ିବାର ସମ୍ଭାବନା ସୃଷ୍ଟି କରିଛି।

ବାଇଶ ବର୍ଷ ହେଲା ୧୯୯୬ରୁ ମହିଳା ଆରକ୍ଷଣ ବିଲ୍‌ ସ˚ସଦର ଏରୁଣ୍ତି ଡେଇଁ ପାରୁନଥିବା ବେଳେ ସ˚ସଦରେ ଅଧିକ ମହିଳା ପ୍ରତିନିଧିତ୍ବ ପ୍ରସଙ୍ଗ ଗୁରୁତ୍ବ ପାଇବା ନିଶ୍ଚୟ ସ୍ବାଗତଯୋଗ୍ୟ। ତେବେ ଏହା ଦେଶର ଅଧା ଲୋକସ˚ଖ୍ୟା – ମହିଳାଙ୍କ ପ୍ରତି କୌଣସି ଅନୁଗ୍ରହ ନୁହେଁ। ବର˚ ପରିବର୍ତ୍ତିତ ସାମାଜିକ-ରାଜନୈତିକ ବାସ୍ତବତାକୁ ଏହା ସ୍ବୀକୃତି। ସମୟ ଓ ପରିବର୍ତ୍ତନ ସହ ତାଳ ଦେଇ ନିଜର ପାରମ୍ପରିକ-ଗତାନୁଗତ ଭୂମିକାର ସୀମିତ ପରିସରରୁ ବାହାରି ସାମାଜିକ-ରାଜନୈତିକ କ୍ଷେତ୍ରରେ ସକ୍ରିୟ ଅ˚ଶ ଗ୍ରହଣ ଲାଗି ଭାରତୀୟ ନାରୀଙ୍କ ଉତ୍ସାହ, ବ୍ୟଗ୍ରତା ଓ ପ୍ରସ୍ତୁତି ପ୍ରତି ଏହା ସମ୍ମାନ। କୁହାଯାଇପାରେ, ପୁରୁଷ ପ୍ରଧାନ ଭାରତୀୟ ରାଜନୈତିକ ବର୍ଗଙ୍କ ବର˚ ଏହା ଏକ ବାଧୢବାଧକତା। ରାଜନୈତିକ ବର୍ଗ ହୃଦୟଙ୍ଗମ କରିଛନ୍ତି ଯେ, ମହିଳା କଲ୍ୟାଣ ଓ ସଶକ୍ତୀକରଣ ପାଇଁ କେବଳ ଯୋଜନା ଓ କାର୍ଯ୍ୟକ୍ରମ ଯଥେଷ୍ଟ ନୁହେଁ। ସବୁ ବ୍ୟାପାରରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମଧୢ ମହିଳାଙ୍କ ମତ ଓ ପ୍ରତିନିଧିତ୍ବକୁ ଆଉ ଅଧିକ ସମୟ ଅଣଦେଖା କରାଯାଇ ପାରିବ ନାହିଁ। ଦେଶର ରାଜନୈତିକ ଦୃଶ୍ୟପଟରେ ମହିଳାଙ୍କ ଗୁରୁତ୍ବ ବଢୁଛି ଏବ˚ ରାଜନୈତିକ ବର୍ଗର ସେମାନଙ୍କ ପ୍ରତି ମନୋଭାବ ବି ବଦଳୁଛି, ଏହାର ସୂଚନା ହେଲା କ˚ଗ୍ରେସ ନେତ୍ରୀ ପ୍ରିୟଙ୍କାଙ୍କ ଗୋଟିଏ ଜନସଭାରେ ପ୍ରାରମ୍ଭିକ ସମ୍ବୋଧନ। ଦଳର ସାଧାରଣ ସ˚ପାଦିକା ଦାୟିତ୍ବ ନେବା ପରେ ପ୍ରିୟଙ୍କା ତାଙ୍କର ପ୍ରଥମ ଜନସଭାରେ ସମବେତ ଜନତାଙ୍କୁ ପାରମ୍ପରିକ ଭାବେ ‘ପ୍ରିୟ ଭାଇ ଓ ଭଉଣୀମାନେ’ ପରିବର୍ତ୍ତେ ‘ପ୍ରିୟ ଭଉଣୀ ଓ ଭାଇମାନେ’ ସମ୍ବୋଧନରୁ ଆରମ୍ଭ କରିଥିଲେ।

ଯଦି ବ୍ୟବସ୍ଥାରେ ମହିଳାଙ୍କ ଅଧିକ ପ୍ରତିନିଧିତ୍ବ ପାଇଁ ଆଜି ପ୍ରାୟ ସବୁ ଦଳ ତତ୍ପର ଓ ଏ ପ୍ରସଙ୍ଗର ଏକ ଅନୁକୂଳ ସାମାଜିକ-ରାଜନୈତିକ ବାତାବରଣ ତିଆରି ହୋଇଛି, ତେବେ ତା’ର ସମସ୍ତ ଶ୍ରେୟ କେବଳ ଏକା ମହିଳାଙ୍କୁ ହିଁ ଯିବ। ଦୀର୍ଘ ଯାତ୍ରା ପରେ ସେମାନଙ୍କୁ ନ୍ୟାଯ୍ୟ ହକ୍‌ ମିଳିଛି। ଗଣତାନ୍ତ୍ରିକ ରାଜନୈତିକ ପ୍ରକ୍ରିୟାରେ ଅ˚ଶ ଗ୍ରହଣ ଲାଗି ମହିଳାଙ୍କ ମଧୢରେ ଆଗ୍ରହ ବୃଦ୍ଧି ରାଜନୈତିକ ବ୍ୟବସ୍ଥାରେ ସେମାନଙ୍କ ପ୍ରତିନିଧିତ୍ବ ବୃଦ୍ଧି ଲାଗି ମଧୢ କ୍ଷେତ୍ରଙ୍କୁ ସମ୍ପ୍ରସାରିତ କରିଛି। ମହିଳା ମତଦାତାଙ୍କ ସ˚ଖ୍ୟା ବଢ଼ିବା ସହ ଅଧିକ ସ˚ଖ୍ୟାରେ ମହିଳା ଘରୁ ବାହାରି ବୁଥ୍‌ରେ ମତଦାନରେ ଭାଗ ନେବା, ସ୍ବତଃ ମହିଳାଙ୍କ ଗୁରୁତ୍ବ ଓ ନ୍ୟାଯ୍ୟ ହକ୍‌କୁ ସ୍ବୀକାର କରିବା ଲାଗି ରାଜନୈତିକ ଦଳଙ୍କୁ ବାଧୢ କରିଛି। ୧୯୬୨ରୁ ୨୦୧୪ ମଧୢରେ ଲୋକସଭା ନିର୍ବାଚନରେ ପୁରୁଷ ଭୋଟରଙ୍କ ମତଦାନ ହାର ମାତ୍ର ୪.୭% (୬୨.୧%ରୁ ୬୭.୦%) ବୃଦ୍ଧି ପାଇଛି। ଅଥଚ ମହିଳା ଭୋଟରଙ୍କ ମତଦାନ ହାର ୧୮.୮% (୪୬.୭%ରୁ୬୫.୫%) ବୃଦ୍ଧି ପାଇଛି। ବିଧାନସଭା ନିର୍ବାଚନ ଗୁଡ଼ିକରେ ମହିଳା ମତଦାନ ହାର ଆହୁରି ଅଧିକ ବଢ଼ିଛି। ଏହି ପାଞ୍ଚ ଦଶକ ମଧୢରେ ବିଧାନସଭା ନିର୍ବାଚନ ଗୁଡ଼ିକର ପୁରୁଷ ଭୋଟରଙ୍କ ମତଦାନ ହାର ୬୩%ରୁ ୬୯%କୁ ବଢ଼ିଥିବା ବେଳେ ମହିଳା ମତଦାନ ହାର ୪୩%ରୁ ୭୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏପରିକି ଓଡ଼ିଶା, ବିହାର ଭଳି କେତେକ ରାଜ୍ୟରେ କେବଳ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତଦାନ ହାର ବଢ଼ି ନାହିଁ, ରାଜ୍ୟର ହାରାହାରି ମତଦାନ ହାର ଠାରୁ ମଧୢ ଅଧିକ। କ୍ରମାଗତ ଭାବେ ମହିଳାଙ୍କ ମତଦାନ ହାର ବୃଦ୍ଧି ସହ ମହିଳା ଭୋଟର ସ˚ଖ୍ୟାରେ ବୃଦ୍ଧି ନିର୍ବାଚନରେ ମହିଳାଙ୍କ ସପକ୍ଷରେ ଏକ ନୂଆ ସମୀକରଣ ସୃଷ୍ଟି କରିଛି। ଊଣେଇଶ ସାଧାରଣ ନିର୍ବାଚନ ପାଇଁ ପଞ୍ଜିକୃତ ୮୯.୮୮ କୋଟି ଭୋଟରଙ୍କ ମଧୢରେ ମହିଳା ମତଦାତାଙ୍କ ସ˚ଖ୍ୟା ୪୩.୭ କୋଟି ବା ୪୭%। ଅବଶ୍ୟ, ମହିଳା ମତଦାତାଙ୍କ ସ˚ଖ୍ୟା ଓ ଭାଗ ଆହୁରି ଅଧିକ ହୋଇଥାନ୍ତା ଯଦି, ଦେଶର ଆହୁରି ପ୍ରାୟ ଦୁଇ କୋଟି ମହିଳାଙ୍କ ନାମ ଭୋଟର ତାଲିକାରେ ବିଭିନ୍ନ କାରଣରୁ ସ୍ଥାନ ପାଇବାରୁ ବଞ୍ଚିତ ହୋଇନଥାନ୍ତା। ଉଲ୍ଲେଖନୀୟ ହେଲା, କେରଳ, ଆନ୍ଧ୍ରପ୍ରଦେଶ ସମେତ ଅନ୍ୟୂନ ସାତଟି ରାଜ୍ୟରେ ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ମତଦାତାଙ୍କ ସ˚ଖ୍ୟା ଅଧିକ। ମହିଳା ମତଦାତାଙ୍କ ଏତେ ବିଶାଳ ସ˚ଖ୍ୟା ଏବ˚ କ୍ରମବର୍ଦ୍ଧିଷ୍ଣୁ ମତଦାନ ହାରରେ ପ୍ରତିଫଳିତ ଗଣତାନ୍ତ୍ରିକ ରାଜନୈତିକ ପ୍ରକ୍ରିୟାରେ ଅ˚ଶଗ୍ରହଣ ଲାଗି ସେମାନଙ୍କ ଉତ୍ସାହ ଓ ଆଗ୍ରହକୁ ଅଣଦେଖା କରିବା କ୍ଷମତା ଦୌଡ଼ରେ ଥିବା କୌଣସି ଦଳ ପକ୍ଷରେ କ’ଣ ସମ୍ଭବ? ସିଡ଼ିଏସ୍‌ (ସେଣ୍ଟର ଫର‌୍‌ ଡେଭଲପ୍‌ମେଣ୍ଟ ଷ୍ଟଡିଜ୍‌)ର ଏକ ସର୍ଭେ ଅନୁଯାୟୀ ୭୦% ମହିଳା ସ୍ବାମୀ କିମ୍ବା ପରିବାରର ଅନ୍ୟ କୌଣସି ପୁରୁଷ ସଦସ୍ୟଙ୍କ ସହ ପରାମର୍ଶ ନକରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥାନ୍ତି। ଏହା ରାଜନୈତିକ ଦୃଷ୍ଟିରୁ ମହିଳା ଭୋଟରଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ଓ ପରିଚୟ ଦେଇଥାଏ ଓ ମହିଳାଙ୍କ ଆଶା ଆକା˚କ୍ଷା ଅନୁଯାୟୀ କାର୍ଯ୍ୟକ୍ରମ ଗ୍ରହଣ ଲାଗି ରାଜନୈତିକ ଦଳଙ୍କୁ ବାଧୢ କରିଥାଏ। ମହିଳାଙ୍କ ମଧୢରେ ଏହି ସ୍ବାଧୀନ ରାଜନୈତିକ ସଚେତନତାର ପ୍ରସାର ପଛରେ ପଞ୍ଚାୟତ ଓ ପୌର ସ୍ବାୟତ୍ତ ସ˚ସ୍ଥାରେ ମହିଳାଙ୍କ ପାଇଁ ଆସନ ଆରକ୍ଷଣ ବ୍ୟବସ୍ଥାର ଅବଦାନକୁ ଅସ୍ବୀକାର କରାଯାଇ ପାରିବ ନାହିଁ।

ତେଣୁ ଅଧିକ ସ˚ଖ୍ୟାରେ ମହିଳାଙ୍କୁ ପ୍ରାର୍ଥୀ କରିବା ଲାଗି ରାଜନୈତିକ ଦଳଙ୍କ ମଧୢରେ ପ୍ରକାଶ ପାଇଥିବା ତତ୍ପରତା ଏକ ବାସ୍ତବବାଦୀ ନିର୍ବାଚନ ରଣନୀତି ହେଲେ ସୁଦ୍ଧା ଭାରତୀୟ ଗଣତନ୍ତ୍ର ସକାଶେ ସକାଶେ ଏକ ଶୁଭ ସୂଚନା। ଅନେକ ପୁରୁଣା ପାଶ୍ଚାତ୍ୟ ଗଣତନ୍ତ୍ରରେ ତଥାପି ମହିଳାଙ୍କୁ ମତଦାନ ଅଧିକାର ମିଳି ନଥିବା ବେଳେ, ଭାରତରେ ଗଣତନ୍ତ୍ର ଜନ୍ମ ହେବା ଦିନଠାରୁ ସର୍ବଜନୀନ ଭୋଟ ଅଧିକାର ମାଧୢମରେ ପ୍ରତ୍ୟେକ ସାବାଳକ ପୁରୁଷଙ୍କ ସହ ମହିଳାଙ୍କୁ ମଧୢ ମତଦାନ ଅଧିକାର ମିଳିିଛି। ତେବେ ଏକ ବିଡ଼ମ୍ବନା ଯେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଲୋକସଭା ବାଚସ୍ପତି ଆଦି ଉଚ୍ଚ ସାମ୍ବିଧାନିକ ପଦରେ ମହିଳାମାନେ ଅବସ୍ଥାପିତ ହୋଇଥିଲେ ସୁଦ୍ଧା ଦେଶର ସର୍ବୋଚ୍ଚ ଗଣତାନ୍ତ୍ରିକ ମଞ୍ଚ ସ˚ସଦର ନିମ୍ନ ସଦନ ଲୋକସଭାରେ ମହିଳାଙ୍କ ପ୍ରତିନିଧିତ୍ବ ନୈରାଶ୍ୟଜନକ। ଏବେ ବି ଏହା ୧୨% ଛୁଇଁ ନାହିଁ। ୨୦୦୯ରେ ଲୋକସଭାର ୫୪୩ ସା˚ସଦଙ୍କ ମଧୢରେ ୫୯ ଜଣ ମହିଳା ଥିବା ବେଳେ ଚଉଦରେ ଏହା ୬୧କୁ ବୃଦ୍ଧି ପାଇଲା । ମୋଟ ମତଦାତାଙ୍କ ମଧୢରେ ମହିଳାଙ୍କ ଭାଗ ୪୮%, ଅଥଚ ନିର୍ବାଚିତ ସା˚ସଦଙ୍କ ମଧୢରେ ମହିଳାଙ୍କ ଭାଗ ମାତ୍ର ୧୧.୪୩%। କୌଣସି ଗଣତନ୍ତ୍ର ଲାଗି ଏ ଗଣିତ ଏକ ସୁସ୍ଥ ସ˚କେତ ନୁହେଁ। ଏହା ବଦଳିବା ଏକାନ୍ତ ଆବଶ୍ୟକ। ସବୁ ପ୍ରମୁଖ ଦଳ ପକ୍ଷରୁ ଅଧିକ ସ˚ଖ୍ୟାରେ ମହିଳାଙ୍କୁ ପ୍ରାର୍ଥୀ କରାଗଲେ ଲୋକସଭାରେ ମହିଳା ସଦସ୍ୟଙ୍କ ସ˚ଖ୍ୟା ଅବଶ୍ୟ ବଢ଼ିବ; ଯାହା ଦେଶର ଲୋକସ˚ଖ୍ୟାର ଶତକଡ଼ା ୫୦ ଭାଗଙ୍କ ସ୍ବରକୁ ଅଧିକ ବଳ ଦେବ। ଏହା କେବଳ ମହିଳା ସଶକ୍ତୀକରଣକୁ ତ୍ବରାନ୍ବିତ କରିବ ନାହିଁ, ଦେଶର ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ ପ୍ରଗତିରେ ନାରୀଶକ୍ତିର ସକାରାତ୍ମକ ବିନିଯୋଗ ପାଇଁ ନୂଆ ଅବକାଶ ମଧୢ ସୃଷ୍ଟି କରିବ। ସର୍ବୋପରି ଭାରତୀୟ ଗଣତନ୍ତ୍ରର ଚିତ୍ର ଓ ଚରିତ୍ର ଅଧିକ ସମାବେଶୀ ହୋଇପାରିବ।

ସମ୍ବନ୍ଧିତ ଖବର