ନଭଶ୍ଚୁମ୍ବୀ! 

ଆଗାମୀ ନିର୍ବାଚନ ଯୋଗୁଁ ଭୂ-ପୃଷ୍ଠରେ ଭାରତ ପାଇଁ ଯେଉଁଭଳି ଏକ ବ୍ୟସ୍ତତାବହୁଳ ସମୟ ଦେଖାଦେଇଛି, ମନେ ହେଉଛି ତା’ସହିତ ତାଳ ଦେବା ପାଇଁ ଭାରତର ମହାକାଶ ବୈଜ୍ଞାନିକମାନେ ଅନ୍ତରୀକ୍ଷରେ ଭାରତ ପାଇଁ ଏକ ଅନୁରୂପ ବ୍ୟସ୍ତତାବହୁଳ ସମୟ ସୃଷ୍ଟି କରିଛନ୍ତି। ଏଇ ମାତ୍ର ମାର୍ଚ୍ଚ ୨୭ ତାରିଖରେ ‘ଡିଆର‌୍‌ଡିଓ’ର ବୈଜ୍ଞାନିକମାନେ ଏକ ଆଣ୍ଟି-ସାଟେଲାଇଟ୍‌ ମିସାଇଲ୍‌ କ୍ଷେପଣ କରି ନିଜର ଏକ ଅଦରକାରୀ ସାଟେଲାଇଟ୍‌କୁ ଧ୍ବ˚ସ କଲା ପରେ ଆନ୍ତର୍ଜାତିକ ସ୍ତରରେ ସୃଷ୍ଟି ହୋଇଥିବା ଚହଳ ନଥମୁଣୁ (ଏବେ ଆମେରିକାର ମହାକାଶ କାର୍ଯ୍ୟକ୍ରମ ନିୟନ୍ତ୍ରକ ସ˚ସ୍ଥା ‘ନାସା’ର ମୁଖ୍ୟ ଏହି ‘ଧ୍ବ˚ସପ୍ରାପ୍ତ ସାଟେଲାଇଟ୍‌ର ଭଗ୍ନାବଶେଷ ମହାକାଶରେ ଭାସମାନ ଅବସ୍ଥାରେ ଅନ୍ୟାନ୍ୟ ମହାକାଶ ଯାନ ମାନଙ୍କ ପ୍ରତି ସୃଷ୍ଟି କରୁଥିବା ସମ୍ଭାବ୍ୟ ବିପଦ ଯୋଗୁଁ ଉଦ୍‌ବେଗ ପ୍ରକାଶ କରିଛନ୍ତି), ଏପ୍ରିଲ୍‌ ପହିଲା ସକାଳ ବେଳା ‘ଇସ୍ରୋ’ର ବୈଜ୍ଞାନିକମାନେ ଏକ ସାମରିକ ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ପୁଣି ଥରେ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛନ୍ତି। ଦୃଷ୍ଟି ଆକର୍ଷଣର ବିଶେଷ କାରଣ ହେଲା, ଏହା କେବଳ ଗୋଟିଏ ମାତ୍ର ସାଟେଲାଇଟ୍‌ ନୁହେଁ, ଏହା ହେଉଛି ସେଦିନ ଉତ୍‌କ୍ଷେପଣ କରାଯାଇଥିବା ୨୯ଟି ସାଟେଲାଇଟ୍‌ ପୁଞ୍ଜର ଏକ ଅ˚ଶ। ‘ଏମିସାଟ୍‌’ ନାମରେ ପରିଚିତ ଏହି ସାଟେଲାଇଟ୍‌ର ସମ୍ପୂର୍ଣ୍ଣ ନାମ ହେଉଛି: ଇଲେକ୍ଟ୍ରୋମାଗ୍‌ନେଟିକ୍‌ ଇଣ୍ଟେଲିଜେନ୍‌ସ ସାଟେଲାଇଟ୍‌। ସେଦିନ ଯଦିବା ‘ଏମିସାଟ୍‌’ ଥିଲା ଉତ୍‌କ୍ଷେପଣ ନିମିତ୍ତ ବ୍ୟବହୃତ ‘ପୋଲାର‌୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍‌ଲ’ (ପିଏସ୍‌ଏଲ୍‌ଭି)ର ମୁଖ୍ୟ ଭାର (ପେଲୋଡ୍‌), ଏଥି ସହିତ ଆହୁରି ୨୮ଟି ସାଟେଲାଇଟ୍‌ ମଧୢ ଉଦ୍‌କ୍ଷେପିତ ହୋଇ କକ୍ଷପଥରେ ସ୍ଥାନିତ ହୋଇଥିଲେ। ଏହି ସାଟେଲାଇଟ୍‌ମାନ ଥିଲା ଆମେରିକା ସମେତ ଅନ୍ୟ କେତେକ ଦେଶମାନଙ୍କର ଯାହାକୁ ‘ଇସ୍ରୋ’ ବ୍ୟାବସାୟିକ ଭିତ୍ତିରେ ଉତ୍‌କ୍ଷେପଣ କରିଛି। ‘ଏମିସାଟ୍‌’ର ନିର୍ମାଣ ସମ୍ପୂର୍ଣ୍ଣ ହେବା ପାଇଁ ପ୍ରାୟ ପାଞ୍ଚବର୍ଷ ଲାଗିଛି ଏବ˚ ଏହା ଶତ୍ରୁ ପକ୍ଷ ଦ୍ବାରା ବ୍ୟବହୃତ ‘ରେଡାର‌୍‌’ର ସିଗ୍‌ନାଲ୍‌ ଠାବ କରି ପାରିବ। ଏହା ଦ୍ବାରା ଶତ୍ରୁପକ୍ଷ କେଉଁ ଭଳି ରେଡାର‌୍‌ ବ୍ୟବହାର କରୁଛି, ତାହା ଜଣା ପଡ଼ିବା ସହିତ ଆମ ବିମାନ ଆଦିଠାରୁ ତାହାର ଦୂରତା କେତେ ତାହା ମଧୢ ନିରୂପଣ କରାଯାଇ ପାରିବ।

‘ପିଏସ୍‌ଏଲ୍‌ଭି’ ବହନ କରି ନେଇଥିବା ଅନ୍ୟ ସାଟେଲାଇଟ୍‌ ଗୁଡ଼ିକ ମଧୢରୁ ଆମେରିକାର ୨୪ଟି ହୋଇଥିବା ବେଳେ, ଦୁଇଟି ଥିଲା ଲିଥୁଆନିଆର ଏବ˚ ଗୋଟିଏ ଲେଖାଏଁ ଥିଲା ସ୍ପେନ୍‌ ଓ ସୁଇଜର‌୍‌ଲ୍ୟାଣ୍ତ୍‌ର। ଏହା ଥିଲା ‘ପିଏସ୍‌ଏଲ୍‌ଭି’ର ଏକ ନୂତନ ସ˚ସ୍କରଣ ‘ପିଏସ୍‌ଏଲ୍‌ଭି-କ୍ୟୁଏଲ୍‌’ର ପ୍ରଥମ ଉତ୍‌କ୍ଷେପଣ। ଏଥରକୁ ମିଶାଇ ‘ପିଏସ୍‌ଏଲ୍‌ଭି’ର ବିଭିନ୍ନ ସ˚ସ୍କରଣ ଦ୍ବାରା ପ୍ରାୟ ୩୫୦ରୁ ଅଧିକ ସାଟେଲାଇଟ୍‌ମାନଙ୍କୁ ମହାକାଶକୁ ପ୍ରେରଣ କରାଯାଇ ସାରିଲାଣି। ଏମାନଙ୍କ ମଧୢରେ ଜାତୀୟ, ଆନ୍ତର୍ଜାତିକ ଏବ˚ ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ସାଟେଲାଇଟ୍‌ ଅନ୍ତର୍ଭୁକ୍ତ। ଭାରତର ଦୁଇଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମହାକାଶ ଅଭିଯାନରେ ମଧୢ ‘ପିଏସ୍‌ଏଲ୍‌ଭି’ ରକେଟ୍‌ ବ୍ୟବହୃତ ହୋଇଥିଲା। ଏହା ହେଲା ୨୦୦୮ର ‘ଚନ୍ଦ୍ର ଯାନ’ ପ୍ରେରଣ ଏବ˚ ୨୦୧୩ର ‘ମାର୍ସ ଅର୍ବିଟର‌୍‌’ ପ୍ରେରଣ। ଇସ୍ରୋର ଏହି ନିର୍ଭରଯୋଗ୍ୟ ରକେଟ୍‌ ୨୦୧୭ ପର୍ଯ୍ୟନ୍ତ ପରକୁ ପର ୩୯ଟି ସଫଳ ଉତ୍‌କ୍ଷେପଣରେ ବ୍ୟବହୃତ ହୋଇଥିବା ବେଳେ ୨୦୧୮ ଜାନୁଆରିରୁ ବର୍ତ୍ତମାନ ମଧୢରେ କ୍ରମାନ୍ବୟରେ ପାଞ୍ଚଟି ଉତ୍‌କ୍ଷେପଣରେ ଏହାକୁ ସଫଳ ଭାବରେ ବ୍ୟବହାର କରାଯାଇଛି। ୧୯୯୩ରେ ପ୍ରଥମଥର ପାଇଁ ବ୍ୟବହୃତ ହେବା ପର ଠାରୁ ପିଏସ୍‌ଏଲ୍‌ଭି ଏ ପର୍ଯ୍ୟନ୍ତ ମାତ୍ର ଦୁଇଥର ବିଫଳ ହୋଇଛି। ଏଥିରୁ ଗୋଟିଏ ଥିଲା ଏହାର ସର୍ବପ୍ରଥମ ପରୀକ୍ଷାମୂଳକ ଉତ୍‌କ୍ଷେପଣ ଏବ˚ ଅନ୍ୟଟି ଥିଲା ୨୦୧୭ରେ ଘଟିଥିବା ଏକ ଅଘଟଣ। ସେଥର ରକେଟ୍‌ଟି ବିନା ସମସ୍ୟାରେ ମହାଶୂନ୍ୟରେ କକ୍ଷପଥରେ ପହଞ୍ଚି ଯିବା ପରେ ତା’ର ତାପ ନିରୋଧକ କବଚ (ହିଟ୍‌ ସିଲ୍‌ଡ) ନ ଖୋଲିବାରୁ ସେ ବହନ କରି ନେଇଥିବା ‘ଆଇଆର‌୍‌ଏନ୍‌ଏସ୍‌ଏସ୍‌-୧ ଏଚ୍‌’ ସାଟେଲାଇଟ୍‌କୁ କକ୍ଷପଥରେ ସ୍ଥାପନ କରାଯାଇ ପାରି ନଥିଲା। ସୋମବାର ଅଭିଯାନରେ ବୈଜ୍ଞାନିକମାନେ ‘ପିଏସ୍‌ଏଲ୍‌ଭି’ ବହନ କରି ନେଇଥିବା ସାଟେଲାଇଟ୍‌ ଗୁଡ଼ିକୁ ତିନିଟି ଭିନ୍ନ ଭିନ୍ନ କକ୍ଷପଥରେ ସ୍ଥାପନ କରିବେ, ଯାହା ‘ଇସ୍ରୋ’ ପାଇଁ ସର୍ବପ୍ରଥମ। ୨୦୧୭ରେ ‘ଇସ୍ରୋ’ ଗୋଟିଏ ରକେଟ୍‌ ଦ୍ବାରା ସାତଟି ଭିନ୍ନ ଭିନ୍ନ ଦେଶର ୧୦୪ଟି ସାଟେଲାଇଟ୍‌କୁ ସଫଳ ଭାବରେ ମହାକାଶକୁ ପ୍ରେରଣ କରି ଏକ ବିଶ୍ବରେକର୍ଡ ସ୍ଥାପନ କରିଥିଲା। ମହାକାଶ ଓ ରକେଟ୍‌ ବିଜ୍ଞାନ କ୍ଷେତ୍ରରେ ଭାରତୀୟ ବୈଜ୍ଞାନିକମାନଙ୍କର ଉପଲବ୍‌ଧି ପୃଥିବୀ ବ୍ୟାପୀ ପ୍ରଶ˚ସା ଲାଭ କରିବାରେ ଲାଗିଛି। ଆତ୍ମନିର୍ଭରଶୀଳ ଭାବରେ ଆମେରିକା, ରୁଷିଆ ଭଳି ଦେଶର ବୈଜ୍ଞାନିକମାନଙ୍କ ସହିତ ସମକକ୍ଷ ହୋଇ ସେମାନେ ଭାରତୀୟ ବିଜ୍ଞାନ ପାଇଁ ଯେଉଁ ଭଳି ବିଶ୍ବବ୍ୟାପୀ ସ୍ବୀକୃତି ଆଣିଛନ୍ତି, ସେଥିପାଇଁ ଦେଶବାସୀ ସେମାନଙ୍କ ନିକଟରେ କୃତଜ୍ଞ।

ଏହି ବୈଜ୍ଞାନିକମାନେ କିନ୍ତୁ ଆଉ ଏକ ଏପରି ସଫଳତା ହାସଲ କରିଛନ୍ତି, ଯାହା ସହିତ ପୃଥିବୀର ଅନ୍ୟ କୌଣସି ଦେଶ ସମକକ୍ଷ ହୋଇ ପାରିବ ନାହିଁ। ତାହା ହେଉଛି ମହାକାଶ ଅଭିଯାନର ଖର୍ଚ୍ଚ। ମହାକାଶ ଗବେଷଣା ଓ ଅଭିଯାନ ସାଧାରଣତଃ ଅତ୍ୟନ୍ତ ବ୍ୟୟବହୁଳ ହୋଇଥାଏ। ଭାରତ କିନ୍ତୁ ଯେପରି କମ୍‌ ଖର୍ଚ୍ଚରେ ଏ ସବୁ କାର୍ଯ୍ୟ କରିପାରୁଛି, ତାହା ଏ କ୍ଷେତ୍ରରେ ସକ୍ରିୟ ଥିବା ଅନ୍ୟ ସମସ୍ତ ଦେଶର ବୈଜ୍ଞାନିକମାନଙ୍କୁ ଚମତ୍କୃତ କରିଛି। ୨୦୧୪ରେ ଭାରତ ଯେତେବେଳେ ଏସିଆର ପ୍ରଥମ ଦେଶ ଭାବରେ ଏକ ଆରୋହୀହୀନ ମହାକାଶଯାନକୁ ସଫଳତାର ସହିତ ମଙ୍ଗଳ ଗ୍ରହର କକ୍ଷପଥରେ ସ୍ଥାପନ କଲା, ସେଥି ପାଇଁ ସମୁଦାୟ ବ୍ୟୟ ହୋଇଥିଲା ୭୪ ନିୟୁତ ଡଲାର‌୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେତେବେଳେ ସଗର୍ବରେ ରହସ୍ୟ କରି କହିଥିଲେ ଯେ ଏହା ଥିଲା ୨୦୧୩ରେ ୧୦୦ ନିୟୁତ ଡଲାର‌୍‌ ଖର୍ଚ୍ଚରେ ନିର୍ମିତ ହଲିଉଡ୍‌ ମହାକାଶ ଆଡ୍‌ଭେଞ୍ଚର‌୍‌ ଫିଲ୍‌ମ ‘ଗ୍ରାଭିଟି’ର ବଜେଟ୍‌ଠାରୁ ମଧୢ କମ୍‌। ସ˚କ୍ଷିପ୍ତ ପରିକଳ୍ପନା ସମୟ, ନୀଚା ମଜୁରି ହାରରେ କୁଶଳୀ ଶ୍ରମ ଉପଲବ୍‌ଧତା, ସ୍ଥାନୀୟ ସୂତ୍ରରୁ ସ˚ଗୃହୀତ ଉପକରଣ, ଏକ ଅନ୍ୟାନ୍ୟ ସ୍ଥାନୀୟ ପ୍ରବିଧିର ବ୍ୟବହାର ଆମର ମହାକାଶ ବିଜ୍ଞାନ ଗବେଷଣାକୁ ବଜାରରେ ଏପରି ପ୍ରତିଯୋଗିତାକ୍ଷମ କରି ତୋଳିଛି ଯେ ଅନ୍ୟ ଦେଶମାନେ ସ୍ବଳ୍ପ ବ୍ୟୟରେ ନିଜର ସାଟେଲାଇଟ୍‌ ପ୍ରେରଣ କରିବା ପାଇଁ ଅଧିକରୁ ଅଧିକ ଭାରତ ଉପରେ ନିର୍ଭର କରିବାକୁ ଲାଗିଲେଣି। ଆସନ୍ତା ଦଶନ୍ଧିରେ ବିଭିନ୍ନ ଦେଶମାନେ ମହାକାଶକୁ ପ୍ରେରଣ କରିବାକୁ ଯାଉଥିବା ପ୍ରାୟ ୬,୦୦୦ରୁ ଅଧିକ ସାଟେଲାଇଟ୍‌ରୁ ଅଧିକା˚ଶ ଯଦି ‘ଇସ୍ରୋ’ ଭାଗରେ ପଡେ଼, କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ନଭ କ୍ଷେତ୍ରରେ ଭାରତର ମର୍ଯ୍ୟାଦା ବର୍ତ୍ତମାନ ନଭଶ୍ଚୁମ୍ବୀ!

ସମ୍ବନ୍ଧିତ ଖବର