ପାଦୁକା ହରଣ

0

‘ରାଷ୍ଟ୍ରୀୟ ଲୋକଦଳ’ (ଆର‌୍‌ଏଲ୍‌ଡି)ର ୮୦ ବର୍ଷୀୟ ନେତା, ସ୍ବର୍ଗତ ପ୍ରଧାନ ମନ୍ତ୍ରୀ ଚରଣ ସି˚ହଙ୍କର ପୁତ୍ର ଅଜିତ୍‌ ସି˚ହ ଯଦି ମାର୍କ‌୍ ଟ୍ବେନ୍‌ଙ୍କର ସୁପରିଚିତ କାହାଣୀର ଚରିତ୍ର ବାଳକ ଟମ୍‌ ସୟର‌୍‌ ହୋଇଥାନ୍ତେ, ତେବେ ନିକଟରେ ଉତ୍ତର ପ୍ରଦେଶର ସାହାରାନ୍‌ପୁର‌୍‌ଠାରେ ଅନୁଷ୍ଠିତ ଏକ ମିଳିତ ରୢାଲିରେ ସହଯୋଗୀ ଦଳ ‘ବହୁଜନ ସମାଜ ପାର୍ଟି’ (ବିଏସ୍‌ପି)ର ମୁଖ୍ୟ ୬୩ ବର୍ଷୀୟା ବେହେନ୍‌ଜି ମାୟାବତୀ ତାଙ୍କ ପ୍ରତି ପ୍ରଦର୍ଶନ କରିଥିବା ଆଚରଣ ପାଇଁ ବେହେନ୍‌ଜିଙ୍କ ନିକଟରେ ଚିର କୃତଜ୍ଞ ରହନ୍ତେ। ଟମ୍‌ ସୟର‌୍‌ ତା’ର ବାରବୁଲା ସାଥୀ ହକ୍‌ ଫିନ୍‌କୁ ଈର୍ଷା କରିବାର ଅନ୍ୟତମ କାରଣ ଥିଲା-ଟମ୍‌ ପରି ତାକୁ ସର୍ବଦା ଜୋତା ପିନ୍ଧିବାକୁ ପଡୁ ନଥିଲା। ବାରବୁଲା ହକ୍‌ ଖାଲି ପାଦରେ ଚାରିଆଡେ଼ ବୁଲୁ ଥିଲା। ଟମ୍‌ର ବିଚାରରେ ଜୋତା ବନ୍ଧନ ଓ ପରାଧୀନତାର ବାହକ ଥିବା ବେଳେ ଫୁଙ୍ଗୁଳା ପାଦ ହେଉଛି ମୁକ୍ତି ଓ ସ୍ବାଧୀନତାର ପ୍ରତୀକ।

ପ୍ରକାଶିତ ସମ୍ବାଦ ଅନୁସାରେ ଏପ୍ରିଲ ୭ ତାରିଖରେ ଉପରୋକ୍ତ ରୢାଲି ପାଇଁ ନିର୍ମିତ ଏକ ମଞ୍ଚ ଉପରକୁ ଯିବା ପାଇଁ ମାୟାବତୀ ଓ ଅଖିଳେଶ ଯାଦବଙ୍କୁ ଅନୁସରଣ କରି ଅଜିତ୍‌ ସି˚ହ ପାହାଚ ଚଢ଼ିବା ବେଳେ ‘ବିଏସ୍‌ପି’ର ଜଣେ କର୍ମୀ ଅଜିତ୍‌ ସି˚ହଙ୍କୁ ଅଟକାଇ ଦେଇ ଜୋତା କାଢ଼ି ଦେଇ ଖାଲି ପାଦରେ ମଞ୍ଚ ଉପରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କାରଣ ମଞ୍ଚ ଉପରେ ଉପବେଶନ କରିଥିବା ବେଳେ ମାୟାବତୀ ନିଜ ବ୍ୟତୀତ ଆଉ କେହି ଜୋତା ପିନ୍ଧିଥିବା ସହ୍ୟ କରି ପାରନ୍ତି ନାହିଁ। ଅଜିତ୍‌ ସି˚ହ ସୁନା ପିଲାଟି ଭଳି ଜୋତା କାଢ଼ି ଦେଇ ଖାଲି ପାଦରେ ମାୟାବତୀଙ୍କୁ ଅନୁସରଣ କରିବା ଦେଖାଯାଇଥିଲା। ମାର୍କ‌୍ ଟ୍ବେନ୍‌ ଏ ଦୃଶ୍ୟ ଦେଖିଥିଲେ ନିଜର ପ୍ରସିଦ୍ଧ ବ୍ୟଙ୍ଗୋକ୍ତି ପ୍ରୟୋଗ କରି କହିଥାନ୍ତେ ମାୟାବତୀ ଏହାଦ୍ବାରା ଏ ବର୍ଷିଆନ୍‌ ଜାଠ ନେତାଙ୍କୁ ହକ୍‌ ଫିନ୍‌ ସୁଲଭ ସ୍ବାଧୀନତା ପ୍ରଦାନ କଲେ। ଏକ ଦୃଷ୍ଟିରୁ ଦେଖିଲେ ଏ ସ୍ବାଧୀନତା ଅଜିତ୍‌ ସି˚ହଙ୍କ ପାଇଁ କେବଳ ଏକ ଫୁଙ୍ଗୁଳା ପାଦର ସ୍ବାଧୀନତା ନୁହେଁ, ପ୍ରତୀକାତ୍ମକ ଭାବରେ ଏହାକୁ ଜଣେ ତଥାକଥିତ ସ୍ବାଭିମାନୀ ଜାଠ ନେତାଙ୍କର ଯୁଗ ଯୁଗର ଜାତିଆଣ ଅହଙ୍କାରରୁ ମୁକ୍ତି ରୂପେ ବିଚାର କରାଯାଇପାରେ।

କାରଣ ତୀବ୍ର ଜାତିଆଣଭାବ କବଳିତ ଉତ୍ତର ଭାରତର ସେହି ଅଞ୍ଚଳରେ ପ୍ରାଚୀନ କାଳରୁ ଏହି ଘୃଣ୍ୟ ସାମାଜିକ ବିଭାଜନର ବିଭିନ୍ନ ପ୍ରତୀକମାନଙ୍କ ମଧୢରୁ ଯାହା ଏକ ଶକ୍ତିଶାଳୀ ପ୍ରତୀକ ରୂପେ କାର୍ଯ୍ୟ କରି ଆସିଛି, ତାହା ହେଉଛି ଏହି ଜୋତା ବା ପାଦୁକା। ଜୋତା ପିନ୍ଧିବା ଯେ ଅନେକ କାଳ ଧରି କେବଳ ତଥାକଥିତ ଉଚ୍ଚ ଜାତି ମାନଙ୍କର ଏକ ବିଶେଷ ଅଧିକାର ହୋଇ ରହି ଆସିଥିଲା, ତାହା ନୁହେଁ, ତଥାକଥିତ ଇତର ଜାତିର କେହି କୌଣସି ତଥାକଥିତ ଉଚ୍ଚ ଜାତିର ବ୍ୟକ୍ତିଙ୍କ ସମ୍ମୁଖରେ ଜୋତା ପିନ୍ଧି ଆବିର୍ଭୂତ ହେବା ଏକ ଗୁରୁତର ଅବମାନନା ରୂପେ ବିବେଚିତ ହେଉଥିଲା। ଏଭଳି ଦୃଶ୍ୟ ମଧୢ ବିରଳ ନଥିଲା ଯେତେବେଳେ ଉଚ୍ଚଜାତିର ବ୍ୟକ୍ତିଙ୍କ ସମ୍ମୁଖ ଦେଇ ଅତିକ୍ରମ କରିବା ସମୟରେ କୌଣସି ତଥାକଥିତ ନୀଚ ଜାତିର ବ୍ୟକ୍ତି ଯଦି ଦୈବାତ୍‌ ଜୋତା ପିନ୍ଧିଥାଏ, ତେବେ ତାକୁ ଜୋତା ଖୋଲି ହାତରେ ଧରି ସେ ପଥ ଅତିକ୍ରମ କରିବାକୁ ପଡ଼ିଥାଏ। ଏହା କୌଣସି ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିକୁ ଏଡ଼ାଇ ଯାଇ ନଥିବ ଯେ ଅଜିତ୍‌ ସି˚ହଙ୍କର ମଞ୍ଚ ଆରୋହଣ ଦୃଶ୍ୟ ଥିଲା ଏହି ସାମାଜିକ ସମୀକରଣର ଠିକ୍‌ ବିପରୀତ ଏକ ନୂତନ ସମୀକରଣ।

ଏହି ନୂତନ ସମୀକରଣର ଆତ୍ମପ୍ରକାଶରେ ସହାୟକ ହୋଇ ଜୋତା ନିଜ ପାଇଁ ଯେଉଁଭଳି ଏକ ବିଶେଷ ସ୍ଥାନ ସୃଷ୍ଟି କରିଛି, ସେଥିରେ କୌଣସି ଅସ˚ଗତି ମଧୢ ନାହିଁ। ଭାରତୀୟ ସ˚ସ୍କୃତିରେ ଜୋତା ସର୍ବଦା ଏକ ଦୃଢ଼ ସ୍ଥାନ ଦଖଲ କରି ରହି ଆସିଛି। ଦୁଇଟି ପରସ୍ପର-ବିରୋଧୀ ଭାବନା ଜୋତାକୁ ଏହି ଗୁରୁତ୍ବ ପ୍ରଦାନ କରିଥାଏ। ଗୋଟିଏ ହେଲା ଶରୀରର ଯେଉଁ ଅଙ୍ଗକୁ ଏହି ଆଭରଣ ଆଚ୍ଛାଦିତ କରିଥାଏ, ସେଥିପ୍ରତି ଭାରତୀୟମାନଙ୍କର ଆଭିମୁଖ୍ୟ। ଏହି ଅଙ୍ଗଟି ହେଉଛି ପାଦ- ଯେଉଁଥି ପାଇଁ ଜୋତା ଅନ୍ୟନାମ ହେଉଛି ପାଦୁକା। ଗୁରୁଜନମାନଙ୍କର ପାଦଛୁଇଁ ପ୍ରଣାମ କରିବା (ଆଜିକାଲି ରାଜନେତାମାନେ ଏହାକୁ ନିଜର ଅଧିକାରଭୁକ୍ତ କରିସାରିଲେଣି; ଏହାର ଏକ ବ୍ୟତିକ୍ରମ ଥିଲେ ବିଜୁ ପଟ୍ଟନାୟକ, ଯିଏ କେହି ତାଙ୍କର ପାଦ ଛୁଇଁବାକୁ ଚେଷ୍ଟାକଲେ ଚିହିଁକି ଉଠୁଥିଲେ, କାରଣ ତାହାକୁ ସେ ଜଣେ ଦୁର୍ବଳମନା ବ୍ୟକ୍ତିର ଲକ୍ଷଣ ରୂପେ ବିଚାର କରୁଥିଲେ) ହେଉଛି ଆମର ସାଧାରଣ ଶିଷ୍ଟାଚାରର ଅ˚ଶ। ଗୁରୁଙ୍କଠାରୁ ଦେବତାଙ୍କ ପର୍ଯ୍ୟନ୍ତ ପାଦବନ୍ଦନା ସହିତ ସୁପରିଚିତ। ତେଣୁ ଏହି ପୂଜ୍ୟପାଦର ସୁରକ୍ଷା ପ୍ରଦାନକାରୀ ସାଧନ ପାଦୁକା ମଧୢ ସେଥିପାଇଁ ସମ୍ମାନ ଓ ଭକ୍ତିର ଅଧିକାରୀ ହେବା କିଛି ବିରଳ ନୁହେଁ। ବୋଧହୁଏ ଏହାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଘଟିଥାଏ ରାମଚନ୍ଦ୍ରଙ୍କ ପାଦୁକାକୁ ସି˚ହାସନରେ ସ୍ଥାପନ କରି ସାନଭାଇ ଭରତ ତାହାକୁ ପୂଜା କରି ରାଜ୍ୟ ଶାସନ କରିବାରେ।

ଜୋତାର ଏହି ସମ୍ମାନଜନକ ଭାବମୂର୍ତ୍ତିର ଠିକ୍‌ ବିପରୀତ ହେଉଛି ଏଥିପ୍ରତି ପ୍ରଦର୍ଶନ କରାଯାଉଥିବା ଅସମ୍ମାନ ଓ ଘୃଣା। ଏହା ପରିଧାନକାରୀର ପାଦକୁ ଧୂଳି, ମଇଳା, ଆବର୍ଜନା ଆଦିରୁ ସୁରକ୍ଷିତ ରଖିବା ପାଇଁ ସେ ସମସ୍ତ ଦୂଷିତ, ଅପବିତ୍ର ପଦାର୍ଥମାନଙ୍କ ସ˚ସ୍ପର୍ଶରେ ଆସୁଥିବାରୁ ଜୋତାକୁ ଏକ ଅପବିତ୍ର, ପ୍ରଦୂଷଣ ବାହକ ପଦାର୍ଥ ରୂପେ ବିଚାର କରାଯାଇଥାଏ। ତେଣୁ ଅନେକ ସମୟରେ ଗୃହ ଅଭ୍ୟନ୍ତରରୁ ଚିକିତ୍ସାଳୟ ପର୍ଯ୍ୟନ୍ତ, ଦୋକାନରୁ ମନ୍ଦିର ପର୍ଯ୍ୟନ୍ତ- ଜୋତା ବାହାରେ ରଖି ପ୍ରବେଶ କରିବା ନିୟମ ପାଳନ କରାଯିବା ଦେଖାଯାଇଥାଏ। ଶୁଣାଯାଏ, ମାୟାବତୀ କୁଆଡେ଼ ଏହି ପ୍ରଦୂଷଣ ଭୟରେ ଅନ୍ୟ କାହାରିକୁ ଜୋତା ପିନ୍ଧି ତାଙ୍କ ସମ୍ମୁଖକୁ ଆସିବାକୁ ଦିଅନ୍ତି ନାହିଁ (କେବଳ ନିଜେ ଜୋତା ପିନ୍ଧିଥାନ୍ତି)। କିନ୍ତୁ ଏହା ଏକ ଜଣାଶୁଣା କଥା ଯେ ଜୋତା ମଧୢ ହେଉଛି ପିନ୍ଧିଥିବା ବ୍ୟକ୍ତିର ଅହଙ୍କାରର ପ୍ରତୀକ ଏବ˚ ଅଜିତ୍‌ ସି˚ହଙ୍କ ଜୋତା କାଢ଼ିବାକୁ ବାଧୢ କରି ମାୟାବତୀ ତାଙ୍କର ଜାଠ ଅହଙ୍କାରକୁ ଯେଉଁଭଳି ଶକ୍ତିଶାଳୀ ଢଙ୍ଗରେ ଚୂର୍ଣ୍ଣୀଭୂତ କରିଛନ୍ତି, ତାହାର ତୁଳନା ନାହିଁ। ଦଳିତ ତଥା ନାରୀ ସଶକ୍ତୀକରଣର ଏହି ପାଦୁକା ହରଣ ଠାରୁ ବଡ଼ ପ୍ରଦର୍ଶନ ଆଉ କ’ଣ ହୋଇପାରେ?

ସମ୍ବନ୍ଧିତ ଖବର

Leave A Reply

Your email address will not be published.