ବାଆକୁ ବତା

ମଇ ୨୧ ତାରିଖ ମଙ୍ଗଳବାର ଦିନ ଇଣ୍ତୋନେସିଆର ନିର୍ବାଚନ କମିସନ୍‌ ସେ ଦେଶରେ ସଦ୍ୟ ଅନୁଷ୍ଠିତ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ କରି କ୍ଷମତାସୀନ ରାଷ୍ଟ୍ରପତି ତଥା ଲୋକପ୍ରିୟ ନେତା ଜୋକୋ ଵିଡୋଡୋଙ୍କୁ ବିଜୟୀ ଘୋଷଣା କଲେ। ଜୋକୋଇ (ତାଙ୍କ ଡାକ ନାମ) ୫୫.୫ ଶତା˚ଶ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ପୂର୍ବତନ ସେନାଧୢକ୍ଷ ପ୍ରାବୋଓ ସୁବିଆଣ୍ଟୋଙ୍କୁ ପରାସ୍ତ କରିଛନ୍ତି। ପ୍ରାବୋଓ କିନ୍ତୁ ଫଳାଫଳ ଗ୍ରହଣ କରିବାକୁ ରାଜି ନୁହଁନ୍ତି; ସେ କହୁଛନ୍ତି ଯେ ବ୍ୟାପକ ଜାଲିଆତି ଦ୍ବାରା ଜୋକୋଇ ନିର୍ବାଚନ ଜିତିଛନ୍ତି। ଫଳାଫଳ ପ୍ରକାଶ ପାଇବା ପରେ ସେ ତାଙ୍କର ସମର୍ଥକମାନଙ୍କୁ ରାଜଧାନୀ ଜାକର୍ତ୍ତାରେ ରୁଣ୍ତ ହୋଇ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆହ୍ବାନ ଦେଲେ। ବୁଧବାର ସକାଳେ ପ୍ରାବୋଓଙ୍କ ସମର୍ଥକମାନେ ଯେଉଁ ହି˚ସାତ୍ମକ ପ୍ରତିବାଦ ପ୍ରଦର୍ଶନ କଲେ ସେଥିରେ ସକାଳ ୯ଟା ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ପ୍ରାୟ ୨୦୦ ଜଣ ଆହତ ହୋଇଥିଲେ। ଦିନ ଶେଷ ସୁଦ୍ଧା ଏହି ସ˚ଖ୍ୟା ମାନଙ୍କରେ ନିଶ୍ଚିତ ରୂପେ ବୃଦ୍ଧି ଘଟିଥିବ।

ଆଜି ଭାରତର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ଏଥିପୂର୍ବରୁ ବିଭିନ୍ନ ଏଗ୍‌ଜିଟ୍‌ ପୋଲ୍‌ମାନ ଏନ୍‌ଡିଏ ଏହି ନିର୍ବାଚନରେ ବିଜୟ ଲାଭ କରିବାର ସମ୍ଭାବନା ଥିବା ସୂଚାଇଛନ୍ତି। ଇଣ୍ତୋନେସିଆର ପ୍ରାବୋଓ ସୁବିଆଣ୍ଟୋଙ୍କ ପରି ପ୍ରତିପକ୍ଷ ଦଳ ଓ ଗୋଷ୍ଠୀମାନେ ଏ ସମ୍ଭାବନାକୁ ଗ୍ରହଣ କରିବାକୁ ରାଜି ନୁହଁନ୍ତି। ସେମାନେ ଇଭିଏମ୍‌କୁ ସେମାନଙ୍କର କୁଣ୍ଠାର ବାହାନା ରୂପେ ବ୍ୟବହାର କରି ଏହାକୁ କେନ୍ଦ୍ର କରି ବିଭିନ୍ନ ପ୍ରସଙ୍ଗମାନ ଉଠେଇବାରେ ଲାଗିଛନ୍ତି ଓ ପ୍ରତିବାଦର ଧମକ ଦେବାରେ ଲାଗିଛନ୍ତିି। ବିରୋଧୀମାନଙ୍କ ମଧୢରୁ ଅନ୍ତତଃ ଜଣେ ଇଣ୍ତୋନେସିଆର ପ୍ରାବୋଓଙ୍କୁ ଅନୁକରଣ କଲାଭଳି ଧମକ ଦେଇଛନ୍ତି ଯେ ଯଦି ଭାରତୀୟ ଜନତା ପାର୍ଟି ଓ ତା’ର ସହଯୋଗୀମାନେ ଇଭିଏମ୍‌ରେ ହାତ ଲଗାଇ ନିଜ ସପକ୍ଷରେ ଫଳାଫଳ ହାସଲ କରିବାକୁ ଚେଷ୍ଟା କରନ୍ତି, ତେବେ ତା’ର ପ୍ରତିବାଦରେ ରାସ୍ତାରେ ରକ୍ତର ସୁଅ ଛୁଟିବ।

ଏ ଧମକ ଦେଇଥିବା ନେତା ହେଉଛନ୍ତି କାଲି ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ସରକାରରେ ମନ୍ତ୍ରୀ ଥିବା ଓ ବର୍ତ୍ତମାନ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ଅଧୢକ୍ଷ ତଥା ମହାଗଠବନ୍ଧନର ଅ˚ଶୀଦାର ଥିବା ଉପେନ୍ଦ୍ର କୁଶ୍‌ଵାହା। ଯେହେତୁ ଇଭିଏମ୍‌ ଏକ ବାହାନା ମାତ୍ର, କୁଶ୍‌ଵାହାଙ୍କ ଧମକ ହେଉଛି ପ୍ରକୃତରେ ପ୍ରାବୋଓଙ୍କ ପ୍ରତିବାଦ ଭଳି- ସେମାନେ କେବେହେଲେ ପରାଜୟ ସ୍ବୀକାର କରିବେ ନାହିଁ। ଏଣୁ ଏଠାରେ ଯେପରି ଜାକର୍ତ୍ତା ଭଳି ଏକ ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ନହୁଏ, ଶାସନ କ୍ଷମତାରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରମାନେ ତାହା ନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ଜରୁରୀ।

ଇଭିଏମ୍‌କୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଯଦି ଭୋଟ ଗଣତି ପରେ ଆବିଷ୍କାର କରନ୍ତି ଯେ ସେମାନେ ଜିିତିଯାଇଛନ୍ତି, ସେମାନେ ହଠାତ୍‌ ଚୁପ୍‌ ହୋଇଯିବା ନିଶ୍ଚିତ। ଅତୀତରେ ଯେତେବେଳେ ମମତା ବାନାର୍ଜୀ କିମ୍ବା ଚନ୍ଦ୍ରବାବୁ ନାଇଡୁ ଇଭିଏମ୍‌ ପରିଚାଳିତ ନିର୍ବାଚନ ମାନଙ୍କରେ ବିଜୟ ଲାଭ କରିଥିଲେ, ସେମାନେ ସେତେବେଳେ ଏହା ବିରୁଦ୍ଧରେ ପ୍ରତିିବାଦ କରିବା ଦେଖା ଯାଇ ନଥିଲା। ନିକଟ ଅତୀତରେ ଇଭିଏମ୍‌ ବ୍ୟବହୃତ ହୋଇଥିବା ଛତିଶଗଡ଼, ରାଜସ୍ଥାନ କିମ୍ବା ମଧୢପ୍ରଦେଶ ବିଧାନସଭା ନିର୍ବାଚନମାନଙ୍କରେ ଯେତେବେଳେ ବିରୋଧୀ କ˚ଗ୍ରେସ ଦଳ ବିଜୟୀ ହୋଇଥିଲା, ସେତେବେଳେ ଇଭିଏମ୍‌ ବ୍ୟବହାରରେ ସେମାନେ କୌଣସି ଅବିଗୁଣ ଦେଖିବାକୁ ପାଇନଥିଲେ। ଏପରି ବହୁ ଅନ୍ୟ ଉଦାହରଣମାନ ରହିଛି। ଏବେ କିନ୍ତୁ ସମ୍ଭାବ୍ୟ ପରାଜୟ ବାଆର ମୁକାବିଲା ପାଇଁ ସେମାନେ ପୁଣିଥରେ ଇଭିଏମ୍‌ ବତା ବ୍ୟବହାର କରିବାକୁ ବାହାରି ପଡିଛନ୍ତି।

ଏବେ ୨୨ ଜଣ ବିରୋଧୀ ଦଳ ନେତା ଏକାଠି ହୋଇ ନିର୍ବାଚନ କମିସନ ଆଗରେ ଫେରାଦ ହେବା ହେଉଛି ଏହି ରଣ କୌଶଳର ସଦ୍ୟତମ ଦୃଶ୍ୟ। ଏଥର ସେମାନଙ୍କ ଦାବି ଥିଲା ଯେ ଇଭିଏମର ଦରଜ ହୋଇଥିବା ଭୋଟ ଗଣତି ହେବା ପୂର୍ବରୁ କେତେକ ଭିଭିପାଟ ମେସିନ୍‌ର କାଗଜରେ ଛାପା ହୋଇଥିବା ଭୋଟ ପ୍ରଥମେ ଗଣତି କରାଯାଉ। ଦେଖାଯିବ ମେସିନ୍‌ର ଭୋଟ କାଗଜ ଭୋଟ ସହିତ ମେଳ ଖାଉଛି କି ନାହିଁ। ସେମାନେ ଏପରି ଦାବି କରିବାର କାରଣ ହେଲା ସେମାନେ ଅଭିଯୋଗ କରି ଆସୁଛନ୍ତି ଯେ ଇଭିଏମରେ ଯେଉଁ ବଟନ୍‌ ଦବାଇଲେ ହେଁ ଭୋଟ୍‌ ଯାଉଛି ପଦ୍ମଫୁଲ ଚିହ୍ନକୁ। ସଦ୍ୟ ହସ୍ତଗତ ସୂଚନା ଅନୁସାରେ ନିର୍ବାଚନ କମିସନ ସେମାନଙ୍କ ଚାପ ଆଗରେ ମୁଣ୍ତ ନ ନୁଆଁଇ ବିଧି ଅନୁସାରେ ହିଁ ଭୋଟଗଣତି ସମାହିତ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି।

ବିରୋଧୀମାନଙ୍କର ଏହି ଦାବି ଯେ ଅଯୌକ୍ତିକ, ଏହା ଇଲେକ୍ଟ୍ରୋନିକ ଯନ୍ତ୍ର ସମ୍ବନ୍ଧରେ ସାଧାରଣ ଜ୍ଞାନ ଥିବା ଯେ କେହି ଜାଣିପାରିବେ। ଏକ କମ୍ପ୍ୟୁଟରରୁ ପ୍ରିଣ୍ଟ ଆଉଟ ବାହାର କଲାବେଳେ କମ୍ପ୍ୟୁଟର ସ୍କ୍ରିନ୍‌ରେ ଯାହା ଦୃଶ୍ୟମାନ ହୋଇଥାଏ ପ୍ରିଣ୍ଟ ଆଉଟ୍‌ରେ ତାହାହିଁ ଛାପା ହୋଇ ବାହାରି ଥାଏ। ବିରୋଧୀମାନଙ୍କ ଅଭିଯୋଗ ଅନୁସାରେ ଯଦି ବଟନ୍‌ ଦବାଇବା ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଚିହ୍ନକୁ ଭୋଟ୍‌ ଯାଉଥାଏ, ତେବେ ଇଭିଏମ ଭିତରେ ସେଇ ଚିହ୍ନର ରେକର୍ଡ ରହିବ ଏବ˚ କାଗଜରେ ମଧୢ ସେଇ ଚିହ୍ନ ବାହାରିବ। ତେଣୁ କାଗଜ ଭୋଟ ଓ ଇଭିଏମ ଭୋଟକୁ ମିଳାଇଲେ ଇଭିଏମ୍‌ ଜାଲିଆତି ଧରାପଡ଼ିବ କିପରି?

ଏଥିରେ ସନ୍ଦେହ ନାହିଁ ଯେ ବିରୋଧୀମାନେ ଏପରି ଏକ ନିରାଧାର ଦାବି କରିବା ପଛରେ ଯେଉଁ ଉଦ୍ଦେଶ୍ୟ ନିହିତ ଅଛି ତାହା ହେଉଛି ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ କରି ଭଣ୍ତୁର କରିବାକୁ ଚେଷ୍ଟା କରିବା। ଏଥିପୂର୍ବରୁ ସେମାନଙ୍କର ବିଭିନ୍ନ ଇଭିଏମ୍‌ ସମ୍ପର୍କିତ ଦାବି ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରତ୍ୟାଖ୍ୟାନ କରାଯାଇସାରିଛି। ଏପରିକି ଶତ ପ୍ରତିଶତ ଇଭିଏମ୍‌ର କାଗଜ ଯାଞ୍ଚ ପାଇଁ ଏକ ଆବେଦନ ଖାରଜ କରିବା ସମୟରେ ମାନ୍ୟବର କୋର୍ଟ ଏହି ଆବେଦନକୁ ‘ନନ୍‌ସେନ୍‌ସ’ ବୋଲି ଅଭିହିତ କରିବାକୁ ମଧୢ ପଛାଇନାହାନ୍ତି। ଇତି ମଧୢରେ ଉତ୍ତର ପ୍ରଦେଶ ଓ ବିହାରରେ ଇଭିଏମ୍‌ ସବୁକୁ ବଦଳାଇ ଦେବାକୁ ଚେଷ୍ଟା କରାଯାଉଛି ବୋଲିି ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓ ସବୁକୁ ନିର୍ବାଚନ କମିସନ ମିଥ୍ୟା ସାବ୍ୟସ୍ତ କରି ସ୍ପଷ୍ଟୀକରଣ ଦେଇଛନ୍ତି। ବିଶ୍ବବାସୀ ଭାରତରେ ଗଣତନ୍ତ୍ରର ଜୟଯାତ୍ରାକୁ ଈର୍ଷାଳୁ ଦୃଷ୍ଟିରେ ଦେଖୁଥିବା ବେଳେ ସ˚କୀର୍ଣ୍ଣ ରାଜନୈତିକ ସ୍ବାର୍ଥସାଧନ ପାଇଁ ସେଥିରେ ଦାଗ ଲଗାଇବାକୁ ହେଉଥିବା ଏଭଳି ଉଦ୍ୟମ ଅକ୍ଷମଣୀୟ।

ସମ୍ବନ୍ଧିତ ଖବର