ଜଣେ ସାଧୁ ଥିଲେ। ସେ ଥିଲେ ସ˚ପୂର୍ଣ୍ଣ ବୈରାଗୀ। ଦିନକର ଘଟନା। ସେ ଗୋଟିଏ ବସତି ଦେଇ ଯାଉଥିବା ବେଳେ କିଛି ଅତି ଦୁଷ୍ଟ ପ୍ରକୃତିର ଯୁବକ ତାଙ୍କୁ ଘେରି ଯାଇ ହଇରାଣ କରିବା ଆରମ୍ଭ କଲେ। ସେମାନଙ୍କ ନେତା ଥିଲା ସେ ସହରର ଜଣେ ଗଣ୍ୟମାନ୍ୟ ବ୍ୟକ୍ତିିିଙ୍କ ପୁତ୍ର। ଜଣେ ବୈରାଗୀ ପାଖରେ କିଛି ରହିବା କଥା ନୁହେଁ ବୋଲି ସଗର୍ବେ କହି ଯୁବକଙ୍କ ଦଳପତି ନିର୍ଦ୍ଦେଶ ଦେଲା – ଏହାଠାରୁ ଏହାର ବସ୍ତ୍ର ପର୍ଯ୍ୟନ୍ତ ସବୁ କିଛି ନେଇଯାଅ। ଦେଖିବା ଏ କେମିତି ବୈରାଗୀ?
Sambad is now on WhatsApp
Join and get latest news updates delivered to you via WhatsApp
ଯୁବକମାନେ ତାହା ହିଁ କଲେ। କିନ୍ତୁ ଏଥିରେ ବି ବିଚଳିତ ନ ହୋଇ ନିର୍ବିକାର ସାଧୁ ନିର୍ବସ୍ତ୍ର ହୋଇ ତାଙ୍କ ଗନ୍ତବ୍ୟ ପଥରେ ଯିବାକୁ ଆରମ୍ଭ କଲେ। ଏଣେ ଯୁବକମାନେ ତାଙ୍କ ପଛରେ ହାସ୍ୟରୋଳ କରି ତାଳି ମାରି ଚାଲିଲେ। ତେବେ, ଖବର ଯାଇ ପହଞ୍ଚିଗଲା ସେହି ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ପାଖରେ। ଏହା ଶୁଣି ସେ ମୁଣ୍ତରେ ହାତ ଦେଲେ ଓ ତତ୍କ୍ଷଣାତ୍ ସେହି ସ୍ଥାନକୁ ଦୌଡ଼ି ଆସିଲେ। ନିର୍ବସ୍ତ୍ର ବୈରାଗୀଙ୍କୁ ସେ ବସ୍ତ୍ର ଦିଆଇଲେ ଏବ˚ ତାଙ୍କ ପୁତ୍ରର ଏତାଦୃଶ ଆଚରଣ ଲାଗି ନତଜାନୁ ହୋଇ କ୍ଷମା ମାଗିଲେ। ସାଧୁ କିନ୍ତୁ କହିଲେ- କ୍ଷମା? ମୁଁ ତ ଆଦୌ ଭାବୁନାହିଁ ଯେ ସେ ମୋ ପ୍ରତି ଏଭଳି କୌଣସି କ୍ଷତି ପହଞ୍ଚାଇଛି ଯେ ଆପଣ କ୍ଷମା ପ୍ରାର୍ଥନା କରିବେ! ଜଣେ ବୈରାଗୀ ସବୁ କିଛି ଜଳାଞ୍ଜଳି ଦେଇ ଦିଏ। ମାନ, ଅଭିମାନ, କ୍ରୋଧ, ଅହ˚କାର ସବୁ କିଛି। ମୁଁ ଏ ସବୁ କିଛି ଯଦି ପରିତ୍ୟାଗ କରି ନ ପାରିଲି, ତେବେ କି ବୈରାଗୀ ହେବି? ତେଣୁ ବ୍ୟସ୍ତ ହୁଅନ୍ତୁ ନାହିଁ।