ହିନ୍ଦୁ ହାର?

‘‘ଇନ୍‌ ଗଡ୍‌ ଵି ଟ୍ରଷ୍ଟ’’ (‘‘ଈଶ୍ବରଙ୍କ ଉପରେ ଆମର ଭରସା ରହିଛି’’)। ଆମେରିକାର କାଗଜ ମୁଦ୍ରା ଡଲାର ନୋଟ୍‌ ପଛ ପଟରେ ଶୋଭା ପାଉଥିବା ଏହି ଲେଖା ଈଶ୍ବରଙ୍କ କଥାରେ ଆମେରିକୀୟ ମାନଙ୍କର ପ୍ରଶ୍ନହୀନ ବିଶ୍ବାସ ଘୋଷଣା କରିଥାଏ। ପ୍ରସିଦ୍ଧ ମ୍ୟାନେଜମେଣ୍ଟ ଗୁରୁ ତଥା ପରିସଂଖ୍ୟାନବିତ୍‌ ଏଡ୍ଵାର୍ଡ‌୍‌ସ ଡେମିଙ୍ଗ୍‌ ଏହି ଉକ୍ତିକୁ ଆମୋଦଦାୟକ ରୂପେ ସମ୍ପ୍ରସାରିତ କରି ସେଥିରେ ଯୋଡ଼ି ଥିଲେ: ‘‘ଅଲ୍‌ ଅଦର୍ସ ମଷ୍ଟ୍ ବ୍ରିଙ୍ଗ୍‌ ଡେଟା’’ (‘‘ଅନ୍ୟ ସମସ୍ତଙ୍କୁ ତଥ୍ୟ ଆଣିବାକୁ ହେବ।’’)। ଅର୍ଥାତ୍‌, ଈଶ୍ବର ଯାହା କହିଲେ ଆମେ ବିଶ୍ବାସ କରିବୁ, କିନ୍ତୁ ଅନ୍ୟ ସମସ୍ତେ ଯାହା କହିବେ ତାହା ବିଶ୍ବାସ କରିବା ପାଇଁ ଆମେ ତଥ୍ୟ ଖୋଜିବୁ।

ପ୍ରଥମ ପାଳି ନରେନ୍ଦ୍ର ମୋଦୀ ସରକାରରେ ସରକାରଙ୍କର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ରହିଥିବା ଅରବିନ୍ଦ ସୁବ୍ରମଣ୍ୟନ୍‌ ଆମେରିକାର ବିଭିନ୍ନ ବିଶ୍ବବିଦ୍ୟାଳୟ ଏବ˚ ଗବେଷଣା ପ୍ରତିଷ୍ଠାନମାନଙ୍କରେ ଜଣେ ସମ୍ମାନାସ୍ପଦ ଅର୍ଥନୀତିଜ୍ଞ ରୂପେ କାର୍ଯ୍ୟ କରି ଆସିଛନ୍ତି। ମୋଦୀ ସରକାରର ପ୍ରଥମ ପାଳି ସମ୍ପୂର୍ଣ୍ଣ ହେବାର ଅଳ୍ପ କାଳ ପୂର୍ବରୁ ସେ ନିଜର ପଦ ତ୍ୟାଗ କରି ପୁଣି ଆମେରିକା ଫେରିଯାଇଛନ୍ତି। ବର୍ତ୍ତମାନ ସେ ହାର୍ଭାଡ଼ ବିଶ୍ବବିଦ୍ୟାଳୟରେ ଉପସ୍ଥାପନ କରିଥିବା ଏକ ଗବେଷଣାଲବ୍‌ଧ ନିବନ୍ଧ ବା ଵାର୍କିଙ୍ଗ୍‌ ପେପର‌୍‌ରୁ ମନେ ହେଉଛି ସୁବ୍ରମଣ୍ୟନ୍‌ କେବଳ ଯେ ଏଡ୍‌ଵାର୍ଡ‌୍‌ସ ଡେମିଙ୍ଗ୍‌ଙ୍କର ଏହି ସମ୍ପ୍ରସାରିତ ଭକ୍ତି ସହିତ ସମ୍ପୂର୍ଣ୍ଣ ଏକମତ, ତାହା ନୁହେଁ, ଉପଯୁକ୍ତ ପ୍ରମାଣକାରୀ ତଥ୍ୟ ବା ଡେଟା ନ ଥିଲେ ସେ ନିଜକୁ ମଧୢ ବିଶ୍ବାସ କରିବେ ନାହିଁ।

କାରଣ, ସୁବ୍ରମଣ୍ୟନ୍‌ ନିଜେ ଯେତେବେଳେ ଭାରତ ସରକାରଙ୍କର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଥିଲେ, ସେ ସମୟରେ ଯେଉଁ ସୂଚନା ସରକାରୀ ଭାବେ ବଳବତ୍ତର ଥିଲା, ତାହା ଅନୁସାରେ ୨୦୧୧-୧୨ରୁ ୨୦୧୬-୧୭ ମଧୢରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ବାର୍ଷିକ ହାରାହାରି ପ୍ରାୟ ୭ ଶତା˚ଶ ରହିଥିଲା। ଡକ୍ଟର‌୍‌ ସୁବ୍ରମଣ୍ୟନ୍‌ ଆମେରିକାକୁ ଫେରିଯିବା ପରେ କିନ୍ତୁ ଏବେ ଆବିଷ୍କାର କରିଛନ୍ତି ଯେ ଏହି ଅଭିବୃଦ୍ଧି ହାର ପ୍ରକୃତରେ ଏତେ ଉଚ୍ଚା ନ ଥିଲା। ହାର୍ଭାଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ତାଙ୍କ ଗବେଷଣାରେ ସେ ଦର୍ଣାଇଛନ୍ତି ଯେ ଉପଲବ୍ଧ ପରିସ˚ଖ୍ୟାନର ସଠିକ୍‌ ଅନୁଶୀଳନ କଲା ପରେ ସେ ଆବିଷ୍କାର କରିଛନ୍ତି ଯେ ସେ ସମୟ କାଳର ପ୍ରକୃତ ଅଭିବୃଦ୍ଧି ହାର ସରକାରୀ ଭାବରେ ପ୍ରଦତ୍ତ ହାରଠାରୁ ପ୍ରାୟ ୨.୫ ଶତା˚ଶ କମ୍‌ ହେବ। ଅର୍ଥାତ୍‌ ସେ ସମୟରେ ଭାରତ ହାସଲ କରିଥିବା ଅଭିବୃଦ୍ଧି ହାର ଥିଲା ହାରାହାରି ପ୍ରାୟ ୪.୫ ଶତା˚ଶ ମାତ୍ର।

ଯଦି ସୁବ୍ରମଣ୍ୟନ୍‌ଙ୍କ ଗବେଷଣା ନିର୍ଭୁଲ୍‌ ହୋଇଥାଏ, ତେବେ ତାହା ଏକ ରୋଚକ କିନ୍ତୁ ନିଷ୍ଠୁର ବିଡ଼ମ୍ବନା ଆମ ସମ୍ମୁଖରେ ଉପସ୍ଥାପିତ କରିଥାଏ। ୧୯୭୦ ଦଶକରେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ପ୍ରଫେସର୍ ରାଜ କୃଷ୍ଣ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଏକ ପ୍ରକାର ବିଧି ନିର୍ଦ୍ଦିଷ୍ଟ କହି ତା’ ପାଇଁ ଏକ ବିଶେଷଣ ବ୍ୟବହାର କରି ପ୍ରସିଦ୍ଧି ଲାଭ କରିଥିଲେ: ‘‘ହିନ୍ଦୁ ରେଟ୍‌ ଅଫ୍‌ ଗ୍ରୋଥ୍‌’’ (‘‘ହିନ୍ଦୁ ଅଭିବୃଦ୍ଧି ହାର’’)। ତାଙ୍କ ମତରେ ଭାରତୀୟ ଅର୍ଥନୀତିର ବାର୍ଷିକ ଅଭିବୃଦ୍ଧି ହାର ସର୍ବଦା ପ୍ରାୟ ୩.୫ ଶତା˚ଶ ମଧୢରେ ସୀମିତ ରହିବ। ଅଳ୍ପରେ ସନ୍ତୁଷ୍ଟ ହେଉଥିବା ଏବ˚ କର୍ମ ଫଳରେ ବିଶ୍ବାସ କରୁଥିବା ହିନ୍ଦୁମାନେ (ଭାରତର ଜନସ˚ଖ୍ୟାର ମୁଖ୍ୟା˚ଶ) ଏହା ଠାରୁ ଅଧିକ ହାରରେ ଅଭିବୃଦ୍ଧି ହାସଲ କରିବାକୁ ଅକ୍ଷମ ବୋଲି ପ୍ରଫେସର୍ ରାଜ କୃଷ୍ଣ ବିଶ୍ବାସ କରୁଥିଲେ। ସୁବ୍ରମଣ୍ୟନ୍‌ଙ୍କର ୪.୫ ଶତା˚ଶ ହାର ପ୍ରଫେସର୍ ରାଜ କୃଷ୍ଣଙ୍କର ୩.୫ ଶତା˚ଶ ହାରର ଏତେ ପାଖାପାଖି ଯେ, ମନେ ହେଉଛି ପ୍ରଫେସର୍ ରାଜ କୃଷ୍ଣଙ୍କର ଭବିଷ୍ୟବାଣୀ କ’ଣ ସତ୍ୟ ସାବ୍ୟସ୍ତ ହୋଇଛି- ଆମେ କ’ଣ ପ୍ରକୃତରେ ସେଇ ‘ହିନ୍ଦୁ ହାର’ ସୀମା ମଧୢରେ ବାନ୍ଧି ହୋଇ ରହିଛୁ? ଏକଥା ମଧୢ ଅନେକଙ୍କ ନଜରକୁ ଏଡ଼ାଇ ଯାଇନଥିବ ଯେ ଘଟଣାକ୍ରମେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ଦେଶର ଶାସନ କ୍ଷମତାରେ ରହି ଦେଶର ଅର୍ଥନୈତିକ ଅଭିବୃଦ୍ଧିର ମଙ୍ଗ ଧରିଛି- ଯାହାକୁ ଏକ ହିନ୍ଦୁ ଜାତୀୟତାବାଦୀ ଦଳ ରୂପେ ବର୍ଣ୍ଣନା କରାଯାଇଥାଏ। ଅରବିନ୍ଦ ସୁବ୍ରମଣ୍ୟନ୍‌ ନିଜକୁ ବିଶ୍ବାସ ନ କରିବା ଯଦି ଏକ ଯଥେଷ୍ଟ ବିଡ଼ମ୍ବନା ନ ଥିଲା, ଏହା ଆଉ ଏକ ବିଡମ୍ବନା ମଧୢ ନୁହେଁ କି?

ସେ ଦାୟିତ୍ବରେ ଥିବା ବେଳେ ଚୁପ୍‌ ଥିଲେ କାହିଁକି ବୋଲି ସ୍ବାଭାବିକ ଭାବରେ ସୁବ୍ରମଣ୍ୟନ୍‌ଙ୍କୁ ପ୍ରଶ୍ନ କରାଯିବ। ସେ କିନ୍ତୁ ସଫେଇ ଦେଉଛନ୍ତି ଯେ ସେତେବେଳେ ସେ ଚୁପ୍‌ଚାପ୍‌ ପରିସ˚ଖ୍ୟାନ ସବୁକୁ ଠିକ୍‌ ବାଟରେ ପକାଇବାକୁ ଚେଷ୍ଟା କରିିଥିଲେ ଏବ˚ ଦାୟିତ୍ବ ତ୍ୟାଗ କରିବା ପରେ ଯାଇ ସେ ଏହାର ସଠିକ୍‌ ଅନୁଶୀଳନ ପାଇଁ ଆବଶ୍ୟକ ଗବେଷଣା ପରିଚାଳନା କରିବା ପାଇଁ ସମର୍ଥ ହେଲେ। ଯଦି ତାଙ୍କର ସିଦ୍ଧାନ୍ତ ଠିକ୍‌ ହୋଇଥାଏ, ତେବେ ଉଭୟ ନରେନ୍ଦ୍ର ମୋଦୀ ଓ ତାଙ୍କର ପୂର୍ବବର୍ତ୍ତୀ ୟୁପିଏ ସରକାର ଭାରତର ଅର୍ଥନୀତିକୁ ପୃଥିବୀର ସର୍ବୋଚ୍ଚ ହାରରେ ଅଭିବୃଦ୍ଧି ହାସଲ କରିଥିବା ବୃହତ୍‌ ଅର୍ଥନୀତିରେ ପରିଣତ କରିଥିବା ଦାବି କରି ପରସ୍ପର ମଧୢରେ ଲଢେ଼ଇ କରୁଥିବା ବେଳେ, ଏବେ ତାହା ଏକ ମିଥ୍ୟା ବାହାସ୍ଫୋଟ ରୂପେ ଆବିର୍ଭୂତ ହୋଇଛି।

ସୁବ୍ରମଣ୍ୟନ୍‌ଙ୍କ ଆବିଷ୍କାର ଯଦି ସତ ହୋଇଥାଏ, ତାହା ମଧୢ କେତେକ ଅତ୍ୟନ୍ତ ଗୁରୁତର ଚିନ୍ତା ସୃଷ୍ଟି କରିଥାଏ। ରଘୁରାମ ରାଜନଙ୍କ ସମୟରୁ ଉଭୟ ରିଜର୍ଭ ବ୍ୟାଙ୍କ ଏବ˚ କେନ୍ଦ୍ର ସରକାର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧୢରେ ରଖିବାକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଏବେ ସୁବ୍ରମଣ୍ୟନ୍‌ଙ୍କ ଇସାରା ଅନୁସାରେ ଆମେ ତା’ବଦଳରେ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଯୋଗାଇବାକୁ ପ୍ରାଧାନ୍ୟ ଦେବା ଉଚିତ ଥିଲା। ମୁଦ୍ରାସ୍ଫୀତିକୁ କାବୁ କରିବା ଉଦ୍ଦେଶ୍ୟରେ ସୁଧ ହାରକୁ ବୃଦ୍ଧି କରିବା ପରିବେର୍ତ୍ତ ପୁଞ୍ଜି ନିବେଶ ଓ ଅଭିବୃଦ୍ଧିକୁ ସହାୟକ ହେବା ପାଇଁ ରିଜର୍ଭ ବ୍ୟାଙ୍କ ସୁଧହାରରେ ହ୍ରାସ ଘଟାଇବା ଉଚିତ ଥିଲା। ସେହିପରି ଅଭିବୃଦ୍ଧି ହାର ବୃଦ୍ଧି କରିବା ପାଇଁ ରାଜକୋଷୀୟ ପ୍ରୋତ୍ସାହନ ଦେବା ମଧୢ ଠିକ୍‌ ହୋଇଥାନ୍ତା। ବର୍ତ୍ତମାନ ଯେଉଁଭଳି ନିଯୁକ୍ତି ସଙ୍କଟ ଦେଖାଦେଇଛି ବୋଲି ପରିସ˚ଖ୍ୟାନରୁ ସୂଚନା ମିଳୁଛି, ଏହାଦ୍ବାରା ତାହା ହୁଏତ ଏଡ଼ାଇ ଦେଇ ହୋଇଥାନ୍ତା।

ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ୨୦୧୫ ଠାରୁ ମୋଦୀ ସରକାର ଜିଡିପି ହିସାବ ପଦ୍ଧତିରେ ପରିବର୍ତ୍ତନ ଆଣିବା ପରେ ଭାରତୀୟ ପରିସ˚ଖ୍ୟାନର ବିଶ୍ବସନୀୟତା ନେଇ ମଧୢ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେହେତୁ ମୋଦୀ ସରକାରରେ ଅର୍ଥମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଥିବା ସୁବ୍ରମଣ୍ୟନ୍‌ ମଧୢ ବର୍ତ୍ତମାନ ପ୍ରଶ୍ନକର୍ତ୍ତାମାନଙ୍କ ମଧୢରେ ସାମିଲ ହେଲେଣି, ନବନିର୍ବାଚିତ ମୋଦୀ ସରକାର ଆଉଥରେ ସେ ପରିବର୍ତ୍ତିତ ପଦ୍ଧତିର ବିଶେଷଜ୍ଞ ଯାଞ୍ଚ କରାଇବା ଉଚିତ ହେବ। ହୁଏତ ଏହା ସୁବ୍ରମଣ୍ୟନ୍‌ଙ୍କ ସିଦ୍ଧାନ୍ତକୁ ମଧୢ ଭୁଲ୍‌ ପ୍ରମାଣିତ କରିପାରେ। ସୁବ୍ରମଣ୍ୟନ୍‌ ଠିକ୍‌ ସାବ୍ୟସ୍ତ ହେଲେ ମଧୢ ମୋଦୀଙ୍କର ଏବେ କୌଣସି ନିର୍ବାଚନୀ କ୍ଷତି ଘଟିବ ନାହିଁ। ସତ୍ୟ ପ୍ରତିଷ୍ଠା ପାଇଁ ଯାଞ୍ଚ କରିବାକୁ ସରକାର ଆଗେଇ ନ ଆସିଲେ ଆନ୍ତର୍ଜାତିକ ସମୁଦାୟରେ ଭାରତର ଅର୍ଥନୈତିକ ପତିଆଲାରେ ଆଞ୍ଚ ଆସିବ।

ସମ୍ବନ୍ଧିତ ଖବର