ମହାନଦୀ ସୁରକ୍ଷା- ନୂଆ ଆଶା

ସ˚ସଦର ମିଳିତ ଅଧିବେଶନରେ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଇଥିବା ଭାଷଣରେ ଓଡ଼ିଶାର ‘ଜୀବନ ରେଖା’ ମହାନଦୀର ସୁରକ୍ଷା ଓ ସ˚ରକ୍ଷଣ ବିଷୟ ସ୍ଥାନ ପାଇଛି। ରାଷ୍ଟ୍ରପତି ସୂଚାଇଥିଲେ ଯେ, ଗଙ୍ଗାର ପୁନରୁଦ୍ଧାର ଏବ˚ ଏହାକୁ ଆବର୍ଜନା ମୁକ୍ତ କରିବା ଲକ୍ଷ୍ୟରେ ଚାଲିଥିବା ‘ନମାମି ଗଙ୍ଗେ’ ଢାଞ୍ଚାରେ ମହାନଦୀ ସମେତ ଦେଶର ପ୍ରମୁଖ ନଦୀଗୁଡ଼ିକର ସୁରକ୍ଷା ଓ ସ˚ରକ୍ଷଣ ଲାଗି ଅନୁରୂପ ଯୋଜନା କାର୍ଯ୍ୟକାରୀ କରାଯିବ। ମହାନଦୀ ସହ ଅନ୍ୟ ଯେଉଁ ନଦୀ ଗୁଡ଼ିକ କେନ୍ଦ୍ରର ପୁନରୁଦ୍ଧାର ଯୋଜନାରେ ସ୍ଥାନ ପାଇବେ, ସେ ଗୁଡ଼ିକ ମଧୢରେ ଗୋଦାବରୀ, କାବେରୀ, ନର୍ମଦା, ପେରିୟାର ଓ ଯମୁନା ଆଦି ଅନ୍ୟତମ।

ପଡେ଼ାଶୀ ଛତିଶଗଡ଼ ସହ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ରୀୟ ଉଦାସୀନତାର ପୃଷ୍ଠଭୂମିରେ ମୋଦୀ ସରକାରର ଦ୍ବିତୀୟ ପାଳିର ପ୍ରାରମ୍ଭରେ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନରେ ମହାନଦୀ ସୁରକ୍ଷା ଗୁରୁତ୍ବ ପାଇବା ନିଶ୍ଚିତ ଭାବେ ଆଶ୍ବାସନାର ବିଷୟ ଓ ସ୍ବାଗତଯୋଗ୍ୟ। ମାର୍ଚ୍ଚ, ୨୦୧୮ରେ ଗଠିତ ଟ୍ରିବ୍ୟୁନାଲରେ ଦୁଇ ରାଜ୍ୟ ମଧୢରେ ଜଳ ବିବାଦ ବିଚାରାଧୀନ ଥିବା ବେଳେ ରାଷ୍ଟ୍ରପତିଙ୍କ ଭାଷଣରେ ମହାନଦୀର ଉଲ୍ଲେଖ ଏକ ମିଶ୍ର ସ˚କେତ ଦେଉଛି। ଗୋଟିଏ ପକ୍ଷରେ ଏହା ମହାନଦୀରେ ପ୍ରଦୂଷଣ ଓ ଜଳ ପ୍ରବାହ ହ୍ରାସ ଜନିତ ସମସ୍ୟା ଉତ୍କଟତର ହେଉଥିବାରୁ ବିଳମ୍ବରେ ହେଲେ ସୁଦ୍ଧା କେନ୍ଦ୍ର ଚିନ୍ତିତ ଥିବା ଦର୍ଶାଉଛି। ଅନ୍ୟପକ୍ଷରେ ମହାନଦୀର ସ˚ରକ୍ଷଣ ତଥା ପୁନରୁଦ୍ଧାର ନେଇ ନୂଆ ଆଶା ମଧୢ ସୃଷ୍ଟି କରୁଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ‘ନମାମି ଗଙ୍ଗେ’ ଢାଞ୍ଚାରେ ମହାନଦୀର ସୁରକ୍ଷା ଓ ପୁନରୁଦ୍ଧାର ଲାଗି ଏକ ବୃହତ୍‌ ସମନ୍ବିତ ଯୋଜନା ତୁରନ୍ତ କାର୍ଯ୍ୟକାରୀ ହେବାର ଜରୁରୀ ଆବଶ୍ୟକତା ରହିଛି। ଅବସ୍ଥା ଏତେ ଗମ୍ଭୀର ଯେ, ଏହାର ସ˚ରକ୍ଷଣ ଓ ପୁନରୁଦ୍ଧାର ଲାଗି କାର୍ଯ୍ୟ ଆଜି ହିଁ ଆରମ୍ଭ ହେବା ଉଚିତ। ଅନ୍ୟଥା ଆସନ୍ତାକାଲି ବି ହୁଏତ ଅନେକ ବିଳମ୍ବ ହୋଇଯିବ। ଭାରତ ପାଇଁ ଗଙ୍ଗା ନଦୀ ଯାହା, ଓଡ଼ିଶା ପାଇଁ ମହାନଦୀ ତାହା। ଓଡ଼ିଶାର ଜନଜୀବନ, ସାମାଜିକ- ସା˚ସ୍କୃତିକ ପରମ୍ପରା ସହ ମହାନଦୀର ସମ୍ପର୍କ ଅବିଛିନ୍ନ। ମୋଟ ୮୫୦ କିମିରୁ ଓଡ଼ିଶାରେ ୪୯୪ କିମି ପ୍ରବାହିତ ମହାନଦୀ ଉପରେ ରାଜ୍ୟର ୧୬ଟି ଜିଲ୍ଲାର ଲୋକଙ୍କ ଜୀବନ ଜୀବିକା ନିର୍ଭରଶୀଳ। ରାଜ୍ୟରେ ମହାନଦୀର ତ୍ରିକୋଣଭୂମି ଅଞ୍ଚଳ ପ୍ରାୟ ୯,୫୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ। କିନ୍ତୁ ନିଷ୍ଠୁର ବାସ୍ତବତା ହେଲା, ଓଡ଼ିଶାର ଏହି ଜୀବନ ରେଖା ଆଜି ଖୋଦ୍‌ ନିଜ ଜୀବନ ପାଇଁ ସ˚ଘର୍ଷ କରୁଛି।

ଓଡ଼ିଶାର ଏହି ଜୀବନ ରେଖା ଧୀରେ ଧୀରେ ମୃତ୍ୟୁ ମୁହଁକୁ ଠେଲି ହୋଇଯିବା ପଛରେ ଅନେକ କାରଣ ରହିଛି। ସେଥିରୁ ଜଳ ପ୍ରବାହ ହ୍ରାସ ଓ ପ୍ରଦୂଷଣ ଅତ୍ୟନ୍ତ ଘାତକ। ପାଣିପାଗ ପରିବର୍ତ୍ତନର ପ୍ରଭାବରେ ପୂର୍ବାପେକ୍ଷା ଉପର ମୁଣ୍ତରେ ବୃଷ୍ଟିପାତରେ ଅନିୟମିତ ଧାରା ନଦୀରେ ଜଳ ପ୍ରବାହକୁ ପ୍ରଭାବିତ କରିଛି। ଫଳରେ ଅଚାନକ ଅପ୍ରତ୍ୟାଶିତ ବନ୍ୟା ବିତ୍ପାତ ବଢ଼ିଛି। ତା’ ସହ ତିରୋଟ- ଅଣମୌସୁମୀ ଋତୁରେ ଜଳାଭାବ ଉତ୍କଟତର ହୋଇ ଚାଲିଛି। ବୋଝ ଉପରେ ନଳିତା ବିଡ଼ା ଭଳି ଉପର ମୁଣ୍ତରେ ଛତିଶଗଡ଼ରେ ମହାନଦୀ ଓ ଏହାର ଉପନଦୀ ମାନଙ୍କରେ ଅବିଚାରିତ ଭାବେ ବହୁସ˚ଖ୍ୟକ ବନ୍ଧ ନିର୍ମାଣ ଅବସ୍ଥାକୁ ଆହୁରି ଜଟିଳ କରିଛି। ଛତିଶଗଡ଼ରେ ବନ୍ଧ ନିର୍ମାଣ ଫଳରେ ଓଡ଼ିଶାର ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରି ନିର୍ମିତ ହୀରାକୁଦ ବନ୍ଧର ବନ୍ୟା ନିୟନ୍ତ୍ରଣ କ୍ଷମତା ପ୍ରଭାବିତ ହେଉଛି। କେବଳ ଏତିକି ନୁହେଁ, ହୀରାକୁଦ ବହୁମୁଖୀ ପ୍ରକଳ୍ପର କୃଷିକୁ ଜଳସେଚନ ଓ ବିଦ୍ୟୁତ୍‌୍‌ ଉତ୍ପାଦନ ଉଦ୍ଦେଶ୍ୟ ମଧୢ ବାଧାପ୍ରାପ୍ତ ହେଉଛି। ଏକ ଆକଳନ ଅନୁଯାୟୀ ହୀରାକୁଦ ଜଳଭଣ୍ତାର ଓ ହାରାକୁଦ ତଳମୁଣ୍ତ ପାଇଁ ମହାନଦୀରେ ଉପଲବ୍‌ଧ ପାଣିର ପରିମାଣ ୫୦ ବର୍ଷରେ ହାରାହାରି ୫୦ ନିୟୁତ ଏକର ଫୁଟର ୨୦୧୭ ସୁଦ୍ଧା ଅଧାରୁ ବି କମ୍‌ ହାରାହାରି ୨୧.୯୫ ନିୟୁତ ଏକର ଫୁଟକୁ କମି ଆସିଛି। ସ୍ବାଭାବିକ ଭାବେ ଏହା ମହାନଦୀରେ ଜଳ ପ୍ରବାହ ଉଦ୍‌ବେଗଜନକ ଭାବେ ହ୍ରାସ ପାଇ ଚାଲିଥିବାର ସୂଚନା ଦେଉଛି। ଗୋଟିଏ ପକ୍ଷରେ ନଦୀରେ ଜଳ ପ୍ରବାହ କମି ଚାଲିଛି। ଅନ୍ୟପକ୍ଷରେ ନଦୀକୁ ନିର୍ଗତ ହେଉଥିବା ସହରାଞ୍ଚଳର ଆବର୍ଜନା ଓ ଶିଳ୍ପାନୁଷ୍ଠାନର ଉଦ୍‌ବୃତ୍ତ ପାଣିର ପରିମାଣ ବଢ଼ିଚାଲିଛି; ଯାହା ପ୍ରଦୂଷଣର ମାତ୍ରାକୁ ବଢ଼ାଇ ଚାଲିଛି। ରାଜ୍ୟ ପ୍ରଦୂଷଣ ବୋର୍ଡର ୨୦୧୭ ତଥ୍ୟ ଅନୁଯାୟୀ ଅନ୍ତତଃ ୩୬ଟି ସ୍ଥାନରେ ମହାନଦୀର ପାଣି ମନୁଷ୍ୟ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ମହାନଦୀରେ ଆସି ମିଶିଥିବା ଅନେକ ଉପନଦୀ ଗୁଡ଼ିକର ସମାନ ଦୁର୍ଦଶା। ପାନୀୟ ଜଳ ଓ ଚାଷର ଆବଶ୍ୟକତା ପାଇଁ ପାଣି ନିଅଣ୍ଟ ପଡୁଛି। ଅଥଚ, ଶିଳ୍ପାନୁଷ୍ଠାନ ମାନେ ପାଣି ଶୋଷି ଚାଲିଛନ୍ତି। ଫଳରେ ଅବସ୍ଥା ଆହୁରି ସ˚ଗୀନ ହେଉଛି। ମୋଟାମୋଟି କହିବାକୁ ଗଲେ ପୂରା ମହାନଦୀ ବ୍ୟବସ୍ଥା ଏବେ ସ˚କଟରେ, ଯାହା ଓଡ଼ିଶା ଲୋକସ˚ଖ୍ୟାର ଅର୍ଧେକଙ୍କ ଜୀବନ ଜୀବିକାକୁ ବି ସଙ୍କଟରେ ପକାଉଛି।

ଏଭଳି ଏକ ସ୍ଥିତିରେ ମହାନଦୀ କେନ୍ଦ୍ରର ନଦୀ ପୁନରୁଦ୍ଧାର ଯୋଜନାରେ ସାମିଲ ହେବାକୁ ଯାଉଥିବା ସୁଖର କଥା। ଏହା ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ମହାନଦୀ ସୁରକ୍ଷା ଅଭିଯାନକୁ ସ୍ବୀକୃତି ଦେବା ସହ ଏହାକୁ ନୂଆ ଦିଶା ଦେବାର ସମ୍ଭାବନା ସୃଷ୍ଟି କରିଛି। ‘ନମାମି ଗଙ୍ଗେ’ ଢାଞ୍ଚାରେ ମହାନଦୀର ପୁନରୁଦ୍ଧାର ପାଇଁ କେନ୍ଦ୍ରୀୟ ଯୋଜନା ପ୍ରସ୍ତୁତ ହୋଇ ଏହାର କାର୍ଯ୍ୟକାରିତା ପାଇଁ ଆଉ କିଛି ସମୟ ଲାଗି ଯାଇପାରେ। କିନ୍ତୁ ବର୍ଷକ ତଳୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକର ତ୍ବରାନ୍ବିତ ରୂପାୟନ ଗୁରୁତ୍ବର ଅପେକ୍ଷା ରଖୁଛି। ଗତ ମେ ମାସରେ ରାଜ୍ୟ ସରକାର ମହାନଦୀ ପାଇଁ ଦୁଇଟି ବଡ଼ ଯୋଜନା ଘୋଷଣା କରିଥିଲେ। ମହାନଦୀର ବିଭିନ୍ନ ସ୍ଥାନରେ ସାତଟି ବ୍ୟାରେଜ୍‌ ଏବ˚ ଏହାର ଉପନଦୀମାନଙ୍କରେ ୨୨ଟି ଆନିକଟ ନିର୍ମାଣ ଲାଗି ନିଷ୍ପତ୍ତି ନିଆଯାଇଥିଲା। ରୁର‌୍‌କି ଆଇଆଇଟିକୁ ଏହାର ନକ୍ସା ପ୍ରସ୍ତୁତିର ଦାୟିତ୍ବ ଦିଆଯାଇଥିଲା। ଏହାଛଡ଼ା ମହାନଦୀର ଉଭୟ ପାର୍ଶ୍ବରେ କୂଳରୁ ଏକ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଦୁଇ କୋଟିରୁ ଅଧିକ ବୃକ୍ଷରୋପଣ କାର୍ଯ୍ୟ ମଧୢ ହାତକୁ ନିଆଯାଇଥିଲା। ବ୍ୟାରେଜ୍‌ ନିର୍ମାଣ ଓ ବୃକ୍ଷରୋପଣ କାର୍ଯ୍ୟର ଆଜି ତାରିଖରେ ଅଗ୍ରଗତି କେତେ? ଏହାର ସମୀକ୍ଷା କରି କେନ୍ଦ୍ରର ପ୍ରସ୍ତାବିତ ଯୋଜନାର ଆଲୋକରେ ଆବଶ୍ୟକ ସ୍ଥଳେ ଏହାର ପୁନର୍ବିନ୍ୟାସ ବିଷୟ ଚିନ୍ତା କରାଯାଇପାରେ। ଅବଶ୍ୟ, ସବୁଠାରୁ ଗୁରୁତ୍ବପୂଣ୍ଣ,ର୍ ମହାନଦୀରେ ଉପଲବ୍‌ଧ ଜଳର ସଠିକ୍‌ ଆକଳନ ଏବ˚ ଏହାର ଉପଯୁକ୍ତ ଉପଯୋଗ ପାଇଁ ଏକ ବାସ୍ତବଧର୍ମୀ ଯୋଜନାର ପ୍ରସ୍ତୁତି। ଏ ପ୍ରସଙ୍ଗରେ ଏହା ଉଲ୍ଲେଖ କରିବା ଆଦୌ ଅନାବଶ୍ୟକ ହେବ ନାହିଁ ଯେ, ରାଜ୍ୟ ସରକାରଙ୍କ ଜଳସ˚ପଦ ବିଭାଗ ମହାନଦୀ ଜଳର ଉପଯୋଗ ପାଇଁ ୨୦୧୭ରେ ପ୍ରସ୍ତୁତ କରିଥିବା ଚିଠା ଯୋଜନା ବାସ୍ତବଧର୍ମୀ ମନେ ହେଉନାହିଁ। ସରକାରଙ୍କ ଆକଳନ ଅନୁଯାୟୀ ମହାନଦୀରେ ହାରାହାରି ୧୭.୩ ନିୟୁତ ଏକର ଫୁଟ ଜଳ ଉପଲବ୍‌ଧ। ଅଥଚ ହାରାହାରି ୨୨.୫୩ ନିୟୁତ ଏକର ଫୁଟ ଜଳର ବିନିଯୋଗ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ବିନିଯୋଗ ପାଇଁ ନିଅଣ୍ଟିଆ ପ୍ରାୟ ୫ ନିୟୁତ ଏକର ଫୁଟ ଜଳ ଆସିବ କୁଆଡୁ? ଏ ପ୍ରକାର ଉପରଠାଉରିଆ ଯୋଜନା ମହାନଦୀ ସ˚କଟର ସମାଧାନ ଦିଗରେ ସହାୟକ ହେବା ଆଶା କ୍ଷୀଣ।

ମହାନଦୀ ସୁରକ୍ଷା ନେଇ ନୂଆ ଆଶା, ସମ୍ଭାବନା ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ଜଳ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ୧୯୯୬ର ଏକ ମନ୍ତବ୍ୟକୁ ଉଦ୍ଧାର କରାଯାଇପାରେ। ଦିଲ୍ଲୀ ଜଳଯୋଗାଣ ସ˚ସ୍ଥା ବନାମ ହରିଆନା ସରକାର ମାମଲାରେ ଉଚ୍ଚତମ ନ୍ୟାୟାଳୟ କହିଥିଲେ ‘ଜଳ ହେଉଛି ମଣିିଷ ପାଇଁ ପ୍ରକୃତିର ଦାନ। ପ୍ରକୃତିର ଏହି ଆଶୀର୍ବାଦକୁ ଅଭିଶାପରେ ପରିଣତ କରିବାର ଅଧିକାର ମଣିଷର ନାହିଁ। କିନ୍ତୁ ମଣିଷ ତାହାହିଁ କରୁଛି, ଯାହାର ପରିଣାମ ପାନୀୟ ଜଳର ସ˚କଟ।’ ଉଚ୍ଚତମ ନ୍ୟାୟାଳୟଙ୍କ ଏହି ମନ୍ତବ୍ୟ ମହାନଦୀ ସମେତ ଦେଶର ଅନ୍ୟ ବହୁ ନଦୀର ସ˚କଟଜନକ ଅବସ୍ଥା ପ୍ରସଙ୍ଗରେ ମଧୢ ପ୍ରାସଙ୍ଗିକ। ମହାନଦୀକୁ ‘ଜୀବନ ରେଖା’ ଦାବି କରୁଥିବା ମଣିଷ ମାନଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ, ପ୍ରକୃତିର ଏହି ଆଶୀର୍ବାଦକୁ ସେମାନେ ଅଭିଶାପରେ ପରିଣତ କରିବେ ନା ପ୍ରକୃତିର ଏହି ଅମୂଲ୍ୟ ଦାନକୁ ଜୀବନ ଜୀବିକା ପାଇଁ ଉପଯୋଗ କରିବେ? କେନ୍ଦ୍ର ଓ ରାଜ୍ୟ ସରକାର ମହାନଦୀ ସୁରକ୍ଷା ପାଇଁ ଯାହାବି ଯୋଜନା କରନ୍ତୁ, ଲୋକଙ୍କ ସହଯୋଗ ବିନା ତାହା କଦାପି ସଫଳ ହେବ ନାହିଁ କି ମହାନଦୀର ସ˚କଟ ଟଳିବ ନାହିଁ।

ସମ୍ବନ୍ଧିତ ଖବର