ଅପରାଧ ଛାଇରେ ପ୍ରଗତି?

ବର୍ଷକୁ ୧ ଲକ୍ଷ ୭ ହଜାର ୪୦୮ ଧର୍ତ୍ତବ୍ୟ ଅପରାଧ। ଅର୍ଥାତ୍‌ ଦୈନିକ ୨୯୫ ଅପରାଧ। ସେଥିରେ ପ୍ରତିଦିନ ୭ ବଳାତ୍କାର, ୪ ହତ୍ୟା ଓ ୬ ଦଙ୍ଗା। ଏହା ଅନ୍ୟ କୌଣସି ରାଜ୍ୟରେ ନୁହେଁ, ଅନ୍ୟଥା ଶାନ୍ତିପୂର୍ଣ୍ଣ ଓଡ଼ିଶାରେ ଅପରାଧ ସ˚କ୍ରାନ୍ତ ପରିସ˚ଖ୍ୟାନ। ଅପରାଧ ପ୍ରବଣତା ସାମାଜିକ- ଅର୍ଥନୈତିକ ପ୍ରଗତି ପାଇଁ ଆବଶ୍ୟକ ପରିବେଶର ପ୍ରତିକୂଳ। ଗୋଟିଏ ପକ୍ଷରେ ରାଜ୍ୟକୁ ଦ୍ରୁତ ବିକାଶର ରାସ୍ତାରେ ଆଗେଇ ନେବା ଲାଗି ନୀଳନକ୍ସା ପ୍ରସ୍ତୁତ ହେଉଛି। ଅନ୍ୟପକ୍ଷରେ ଉପରୋକ୍ତ ପରିସ˚ଖ୍ୟାନ ଏହି ଅସ୍ବସ୍ତିକର ସ˚କେତ ଦେଉଛି ଯେ, ରାଜ୍ୟ କ୍ରମଶଃ ଅଧିକରୁ ଅଧିକ ଅପରାଧପ୍ରବଣ ହୋଇଉଠୁଛି। ମହିଳା ସଶକ୍ତୀକରଣ ପ୍ରସଙ୍ଗରେ ଓଡ଼ିଶା ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଅଥଚ, ଦୈନିକ ଦୁଷ୍କର୍ମର ଶିକାର ମହିଳାଙ୍କ ସ˚ଖ୍ୟା ୨୦୧୭ରେ ୬ରୁ ୨୦୧୮ରେ ୭କୁ ବୃଦ୍ଧି ପାଇଛି। ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗ ସ୍ଥାୟୀ କମିଟି ରିପୋର୍ଟରେ ଏ ଦୁର୍ଭାଗ୍ୟଜନକ ବିଡ଼ମ୍ବିତ ଚିତ୍ର ରହିଛି।

ରାଜ୍ୟରେ ଏ କ୍ରମବର୍ଦ୍ଧିଷ୍ଣୁ ଅପରାଧ ପ୍ରବଣତା ଉପରେ କିପରି ଅଙ୍କୁଶ ଲାଗିବ? ‘ସଶକ୍ତ, ସମୃଦ୍ଧ ଓଡ଼ିଶା’ ଗଠନ ଲକ୍ଷ୍ୟ ଆଡ଼କୁ ଯାତ୍ରାକୁ ଅପରାଧ ପ୍ରବଣତାର ଅଶୁଭ ଛାୟାରୁ କେମିତି ମୁକ୍ତ ରଖାଯାଇ ପାରିବ? ଏହାର ଉତ୍ତର ପାଇଁ ସ୍ଥାୟୀ କମିଟି ଦେଇଥିବା ସୁପାରିସ ନିଶ୍ଚୟ ଗୁରୁତ୍ବର ସହ ବିଚାରର ଅପେକ୍ଷା ରଖୁଛି। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏକ ପ୍ରଧାନ ସମସ୍ୟା ହେଲା ଅନେକ ମାମଲାରେ ଅପରାଧୀ ଦଣ୍ତ ନପାଇ ଖସି ଯାଉଛନ୍ତି। ଫଳରେ ଆଇନ ଓ ଆଇନର ରକ୍ଷକଙ୍କ ପ୍ରତି ଆଇନ ଉଲ୍ଲ˚ଘନକାରୀ ଆପରାଧିକ ତତ୍ତ୍ବଙ୍କ ଭୟ ରହୁନାହିଁ। ଅନ୍ୟଥା, ଶ୍ରୀକ୍ଷେତ୍ରରେ ରଥଯାତ୍ରା ଉତ୍ସବର ବିପୁଳ ଜନଗହଳି ଓ ଖାକି ବାହିନୀର ଦଶହଜାର ଲୋକ ଉପସ୍ଥିତ ଥିବା ବେଳେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇ ନଥାନ୍ତା। ବିଧାନସଭାରେ କ˚ଗ୍ରେସ ବିଧାୟକ ଦଳ ନେତା ନରସି˚ହ ମିଶ୍ରଙ୍କ ବୟାନ ଅନୁଯାୟୀ ରାଜ୍ୟରେ ପ୍ରତିଦିନ ସାତ ଜଣ ଅବଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଅଥଚ, ବର୍ଷକୁ ମାତ୍ର ୬ ବଳାତ୍କାରୀ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ତିତ ହେଉଛନ୍ତି। ୨୦୧୮ରେ ପ୍ରତି ଶହେ ଆପରାଧିକ ମାମଲାରୁ ମାତ୍ର ୧୦.୫ରେ ଅପରାଧୀ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅର୍ଥାତ୍‌ ୧୦୦ ଆପରାଧିକ ମାମଲାରୁ ୯୦ରେ ଅପରାଧୀ ଆଇନର ପଞ୍ଝାରୁ ଖସି ଯାଉଛନ୍ତି। ଅପରାଧୀ ଆଇନ ହାତରୁ ଖସିଯିିବା ଅପରାଧକୁ ପ୍ରୋତ୍ସାହନ।

ଆଇନର ହାତ ଲମ୍ବା ନିଶ୍ଚୟ। ତା’ସହ ଆଇନ ଅନ୍ଧ ମଧୢ। ଏହାକୁ ବାଟ ଦେଖାଇବାକୁ ପଡେ଼। ଅନ୍ୟଥା ଆଇନ ବାଟ ହୁଡେ଼ ଓ ଅପରାଧୀ ଦଣ୍ତ ନପାଇ ଖସିଯାଏ। ଆଇନକୁ ଠିକଣା ବାଟ ଦେଖାଇବା ଲାଗି ଆବଶ୍ୟକ ତତ୍ପରତା ଓ ଦକ୍ଷତାର ସହ ଅପରାଧର ତଦନ୍ତ। ଅଦାଲତରେ ମାମଲାର ଦକ୍ଷ ପରିଚାଳନା। ସ୍ଥାୟୀ କମିଟିଙ୍କ ରିପୋର୍ଟ ଅନୁଯାୟୀ ଏହି ଦୁଇ କ୍ଷେତ୍ରରେ ଅପାରଗତା ଅପରାଧ ନିୟନ୍ତ୍ରଣକୁ ଆକ୍ରାନ୍ତ କରିଛି। ତଦନ୍ତ ପ୍ରଭାବଶାଳୀ ନହେବାର ଏକ ମୁଖ୍ୟ କାରଣ ମନ୍ଥରତା। ଗତ ୨୦୧୮ରେ ରାଜ୍ୟରେ ୧୩୭୮ ହତ୍ୟା ମାମଲା ରୁଜୁ ହୋଇଥିଲା। ସେଥିରୁ ୬୪୫ଟି ଅର୍ଥାତ୍‌ ଅଧାରୁ ବି କମ୍‌ ମାମଲାରେ ଅଭିଯୋଗ ଫର୍ଦ ଦାଖଲ ହୋଇଛି। ପୂର୍ବବର୍ଷ ମଧୢ ୪୯% ହତ୍ୟା ମାମଲାର ତଦନ୍ତ ଶେଷ ହୋଇ ଅଭିଯୋଗ ଫର୍ଦ ଦାଖଲ ହୋଇଥିଲା। ଅବଶିଷ୍ଟ ୫୧% ହତ୍ୟା ମାମଲାର ତଦନ୍ତ ସମାପ୍ତ ହୋଇ ନଥିଲା। ଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧରେ ମଧୢ ତଦନ୍ତର ଅବସ୍ଥା ସମାନ ମନ୍ଥର ଓ ଶିଥିଳ। ୨୦୧୫-୨୦୧୭ ତିନିବର୍ଷରେ ମୋଟ ୬,୬୫୧ ବଳାତ୍କାର ମାମଲା ରୁଜୁ ହୋଇଥିଲା। ସେଥିରୁ ୨,୪୧୯ ମାମଲାରେ ଅଭିଯୋଗ ଫର୍ଦ ଦାଖଲ ହୋଇନଥିଲା। ତଦନ୍ତରେ ଏ ବିଳମ୍ବ ଯୋଗୁ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ସ˚ଗ୍ରହ ହୋଇ ପାରୁନାହିଁ। ଫଳତଃ ଅଦାଲତରେ ମାମଲା ଦୁର୍ବଳ ପଡ଼ିଯାଉଛି। ଅପରାଧୀ ଖସିଯାଉଛନ୍ତି, ପୀଡ଼ିତାଙ୍କୁ ନ୍ୟାୟ ମିଳୁନାହିଁ। ଅଦାଲତରେ ମଧୢ ମାମଲାର ପେସାଦାର ଢଙ୍ଗରେ ପରିଚାଳନା ହେଉନାହିଁ। ଆଇନଜୀବୀଙ୍କ ଦକ୍ଷତା ଅପେକ୍ଷା ରାଜନୈତିକ ଆନୁଗତ୍ୟ ସରକାରୀ ଓକିଲ ନିଯୁକ୍ତିରେ ମୁଖ୍ୟ ମାପକାଠି ହୋଇଛି। ତଦନ୍ତର ଏ ପ୍ରକାର ଚରିତ୍ର ପାଇଁ କର୍ମଚାରୀ ଅଭାବ ଓ ଘନ ଘନ ବଦଳି ଦାୟୀ।

ଅପରାଧ ତଦନ୍ତରେ ଦକ୍ଷତା ବୃଦ୍ଧି ସକାଶେ ବିଧାନସଭା ସ୍ଥାୟୀ କମିଟି ଏକ ପୁରୁଣା ପ୍ରସ୍ତାବକୁ ଦୋହରାଇଛନ୍ତି। ଆଇନ ଶୃଙ୍ଖଳା କାର୍ଯ୍ୟ ଏବ˚ ଅପରାଧ ନିୟନ୍ତ୍ରଣ ଓ ଅନୁସନ୍ଧାନକୁ ପରସ୍ପରଠାରୁ ପୃଥକ କରାଯିବା ଆବଶ୍ୟକ। ପୁଲିସ ସ˚ସ୍କାର ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସୁପାରିସ ହୋଇଥିଲେ ସୁଦ୍ଧା ଏହାକୁ ଠିକଣା ଭାବେ କାର୍ଯ୍ୟକାରୀ କରାଯାଉନାହିଁ। ଦିନକୁ ଦିନ ଅପରାଧର ଚିତ୍ର ଓ ଚରିତ୍ର ବଦଳୁଥିବା ପରିପ୍ରେକ୍ଷୀରେ ତଦନ୍ତକାରୀ ପୁଲିସ୍‌ ଅଧିକାରୀମାନଙ୍କୁ ବୈଷୟିକ ଜ୍ଞାନକୌଶଳରେ ଅଧିକ ତାଲିମ ଦିଆଯିବା ଆବଶ୍ୟକ। ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ପାଇଁ ‘ଫରେନ୍‌ସିକ୍‌ ପରୀକ୍ଷାଗାର’ ଗୁଡ଼ିକର ଆଧୁନିକୀକରଣ ଦରକାର। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥାନା ସ୍ତରରେ ଖାଲି ଥିବା ସବୁ ପଦବି ପୂରଣ। ବିଧାନସଭାରେ ଗତ ବର୍ଷ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପୁଲିସ୍‌ ବାହିନୀରେ ୧୧ ହଜାରରୁ ଅଧିକ ପଦ ଖାଲି ପଡ଼ିଛି। ନିକଟରେ ରାଜ୍ୟର ୩୫ଟି ଥାନାକୁ ଆଦର୍ଶ ଥାନା ଘୋଷଣା କରାଯାଇଛି। କିନ୍ତୁ ଆବଶ୍ୟକ କର୍ମଚାରୀ ଓ ଭିତ୍ତିଭୂମିର ଅଭାବ ଯୋଗୁ ଏହା କେବଳ ‘ନାମ ଫଳକ’ ପରିବର୍ତ୍ତନରେ ସୀମିତ ରହିଯାଇଛି। ସବୁ ଥାନାରେ ମହିଳା ଓ ଶିଶୁ ଡେସ୍କ ଖୋଲା ଯାଇଥିବା କୁହାଯାଉଛି। ଅଥଚ ଅଧିକା˚ଶ ଥାନାରେ ଏଥିପାଇଁ ଉତ୍ସର୍ଗୀକୃତ କର୍ମଚାରୀ ନାହାନ୍ତି। ଫଳରେ ମହିଳା ଶିଶୁ ଡେସ୍କ ଖୋଲାଯିବାର ମୂଳ ଲକ୍ଷ୍ୟ ସାଧିତ ହେଉନାହିଁ। ତେବେ ତଦନ୍ତ କ୍ଷେତ୍ରରେ ଯାହା ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ତା’ହେଲା ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀଙ୍କ ସମ୍ବେଦନଶୀଳତା। ବିଶେଷକରି ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧରେ ପୁଲିସ୍‌ର ସମ୍ବେଦନଶୂନ୍ୟତା ଅନେକ କ୍ଷେତ୍ରରେ ତଦନ୍ତକୁ ପ୍ରଭାବିତ କରୁଛି। ଜାତୀୟ ସ୍ତରରେ ଏକାଧିକ ସ˚ସ୍ଥା ଦ୍ବାରା କରାଯାଇଥିବା ଅନୁଧୢାନରୁ ଏହି ଅପ୍ରୀତିକର ତଥ୍ୟ ସାମ୍‌ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦୀ ‘ସ୍ମାର୍ଟ’ ପୁଲିସ୍‌ କଥା କହୁଛନ୍ତି। କିନ୍ତୁ ସ୍ବାଧୀନତାର ସାତ ଦଶକ ପରେ ବି ଭାରତୀୟ ପୁଲିସ୍‌ ଔପନିବେଶବାଦୀ ଚରିତ୍ରରୁ ମୁକୁଳି ପାରୁନାହିଁ।

ଅନେକ କ୍ଷେତ୍ରରେ ଅପରାଧୀକୁ ଦୋଷୀ ସାବ୍ୟସ୍ତ କରିବା ଲାଗି ତଦନ୍ତରେ ଦକ୍ଷତା ଏକା ଯଥେଷ୍ଟ ହୋଇନପାରେ। ଅଦାଲତରେ ଠିକଣା ଭାବେ ସାକ୍ଷ୍ୟ ପ୍ରମାଣର ଉପସ୍ଥାପନ କରି ମାମଲାର ସୁପରିଚାଳନା ମଧୢ ଜରୁରୀ। ଅପରାଧୀ ଦୋଷୀ ସାବ୍ୟସ୍ତ ହେବ ନା ଦୋଷମୁକ୍ତ ହେବ, ଏହା ଉପରେ ନିର୍ଭର କରେ। ଦୁର୍ଭାଗ୍ୟର ବିଷୟ ହେଲା ଦୋଷୀ ସାବ୍ୟସ୍ତ ହାର ଅତ୍ୟନ୍ତ ନିରାଶାଜନକ ରହିଥିଲେ ସୁଦ୍ଧା, ଏଥିପାଇଁ କୌଣସି ଉତ୍ତର ଦାୟିତ୍ବ ସ୍ଥିର କରାଯାଉନାହିଁ। ଉଭୟ ତଦନ୍ତରେ ବିଫଳତା ଏବ˚ ମାମଲା ପରିଚାଳନାରେ ଅପାରଗତା ପାଇଁ ଉତ୍ତରଦାୟିତ୍ବ ସ୍ଥିର ସକାଶେ ଏକ ଦୋରସ୍ତ ବ୍ୟବସ୍ଥାର ପ୍ରଚଳନ ଲାଗି କମିଟିଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଉ। ଅନ୍ୟଥା, ଏ ନିରାଶାଜନକ ସ୍ଥିତିରେ ପରିବର୍ତ୍ତନ ଆସିବ ନାହିଁ।

ତେବେ ଅପରାଧ ନିୟନ୍ତ୍ରଣ ପ୍ରସଙ୍ଗରେ ଆଲୋଚନା ବେଳେ ଏହା ଉଲ୍ଲେଖ କରିବା ଆଦୌ ଅବାନ୍ତର ହେବ ନାହିଁ ଯେ, ପୁଲିସ୍‌, ସରକାରୀ ଓକିଲ ଏବ˚ ସର୍ବୋପରି ଶାସନ ବ୍ୟବସ୍ଥା ଉପରେ ସବୁ ଦାୟିତ୍ବ ଛାଡ଼ି ସାମୂହିକ ଭାବେ ସମାଜ ନିଶ୍ଚିନ୍ତ ରହି ପାରିବ ନାହିଁ। ଅପରାଧ ନିୟନ୍ତ୍ରଣ ପାଇଁ ସାମୂହିକ ଭାବେ ସମାଜର ମଧୢ ଗୁରୁଦାୟିତ୍ବ ରହିଛି। ବିଶେଷ କରି ମହିଳା, ଶିଶୁ ଓ ଅନ୍ୟ ଦୁର୍ବଳ ବର୍ଗଙ୍କ ବିରୋଧରେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ସାମାଜିକ ସଚେତନତା ଓ ଦାୟିତ୍ବବୋଧ ଏକାନ୍ତ ଆବଶ୍ୟକ। ଶିଶୁ ଓ ମହିଳାଙ୍କ ବିରୋଧରେ ଅପରାଧ ସ˚କ୍ରାନ୍ତରେ ଏକ ଅପ୍ରୀତିକର ତଥ୍ୟ ହେଲା, ଅଧିକା˚ଶ ମାମଲାରେ ପରିବାର ସଦସ୍ୟ ଓ ପରିଚିତ ପରିଜନଙ୍କ ସମ୍ପୃକ୍ତି ରହିଥାଏ। ପରିଚିତ, ପରିଜନଙ୍କ ମଧୢରେ ଯଦି ମହିଳା ଓ ଶିଶୁ ସୁରକ୍ଷିତ ନୁହନ୍ତି, ତେବେ ଆଇନ ଯେତେ କଠୋର ଅବା ପୁଲିସ୍‌ ଯେତେ ଦକ୍ଷ ହେଲେ ସୁଦ୍ଧା ସେମାନଙ୍କ ସୁରକ୍ଷା ନିଶ୍ଚିତ କରାଯାଇ ପାରିବ ନାହିଁ। ଅପରାଧ ନିୟନ୍ତ୍ରଣ ପୁଲିସ୍‌ ଓ ଆଇନ ବ୍ୟବସ୍ଥା ପାଇଁ ଯେମିତି ଏକ ଆହ୍ବାନ, ସମାଜ ପାଇଁ ମଧୢ ସେମିତି ଏକ ଆହ୍ବାନ। ଏହାର ମୁକାବିଲା ପୁଲିସ୍‌ ଓ ଆଇନ ବ୍ୟବସ୍ଥାର ଯେତିକି ଦାୟିତ୍ବ, ସାମୂହିକ ଭାବେ ସମାଜର ମଧୢ ସେତିକି ଦାୟିତ୍ବ। ଅନ୍ୟଥା, ଅପରାଧର ଛାଇରେ ଈପ୍‌ସିତ ପ୍ରଗତି ବଳି ପଡ଼ିଯାଇପାରେ।

ସମ୍ବନ୍ଧିତ ଖବର

Comments are closed.