ବିଦେଶୀ ଲାଞ୍ଜ

ଗତ ଶନିବାର ଦିନ ଏକ ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ତାଙ୍କର ଏକ ଲେଖାରେ ଭାରତୀୟ ରିଜର୍ଭବ୍ୟାଙ୍କ୍‌ର ପୂର୍ବତନ ଗଭର୍ଣ୍ଣର ତଥା ବର୍ତ୍ତମାନ ଆମେରିକାର ଚିକାଗୋ ବିଶ୍ବବିଦ୍ୟାଳୟରେ ଅର୍ଥନୀତି ପ୍ରଫେସର ଥିବା ରଘୁରାମ ରାଜନ୍‌ ଏଥର ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବୈଦେଶିକ ମୁଦ୍ରା ଋଣ ପ୍ରସ୍ତାବକୁ ନାପସନ୍ଦ କରି ଏହାର ସମ୍ଭାବ୍ୟ ବିପଦମାନ ଉଲ୍ଲେଖ କରିଛନ୍ତି। ଭାରତ ସରକାର ଯେ ବିଦେଶରୁ ଋଣ ଉଠାନ୍ତି ନାହିଁ, ଏପରି ନୁହେଁ। ଏପର୍ଯ୍ୟନ୍ତ କିନ୍ତୁ ସେ ସମସ୍ତ ଋଣ ଆସୁଥିଲା ବିଶ୍ବବ୍ୟାଙ୍କ୍‌, କିମ୍ବା ଆନ୍ତର୍ଜାତିକ ମୁଦ୍ରାପାଣ୍ଠି କିମ୍ବା ସେଇଭଳି ଅନ୍ୟାନ୍ୟ ଆନ୍ତର୍ଜାତିକ ଆନୁଷ୍ଠାନିକ ସୂତ୍ରରୁ। ଏଭଳି ଋଣଦାତାମାନେ ବ୍ୟାବସାୟିକ ପୁଞ୍ଜି ନିବେଶକମାନଙ୍କ ଭଳି ସୁବିଧାବାଦୀ ହୋଇନଥାନ୍ତି; ଅର୍ଥାତ୍‌ ଭାରତର ଅର୍ଥନୈତିକ ପାଗ ଭଲ ଥିବା ବେଳେ ଏଠାରେ ପ୍ରବେଶ କରି ପାଗ ଖରାପ ହେବା ମାତ୍ରେ ଏଠାରୁ ପଳାଇ ଯିବାକୁ ଗୋଡ଼ ଟେକି ବସି ନଥାନ୍ତି। ରାଜନ୍‌ ଆଶଙ୍କା କରୁଛନ୍ତି ଯେ ଯେଉଁ ବିଦେଶୀ ନିବେଶକମାନେ ଏବେ ସରକାରଙ୍କର ବୈଦେଶିକ ମୁଦ୍ରା ଭିତ୍ତିକ ଋଣ ପତ୍ର କ୍ରୟ କରିବେ, ସେମାନେ ଠିକ୍‌ ଏହି ଭଳି ଅସ୍ଥିର ଆଚରଣ ପ୍ରଦର୍ଶନ କରିବେ।
ସେ ଅନୁମାନ କରୁଛନ୍ତି ଯେ ବୈଦେଶିକ ଋଣ ବଜାରରେ ଭାରତ ସରକାରଙ୍କର ଏହି ଋଣପତ୍ର ଯେଉଁ ଅସ୍ଥିରତାର ସମ୍ମୁଖୀନ ହେବ ତାହା ସରକାରୀ ଋଣପତ୍ରର ଘରୋଇ ବଜାରକୁ ସ˚କ୍ରମିତ ହେବ। ଦେଶ ଭିତରର ଋଣ ବଜାର ଯଦି ଏକ କୁକୁର ହୁଏ, ତେବେ ବୈଦେଶିକ ମୁଦ୍ରା ଆକାରରେ ଋଣ ଉଠାଇବା ପାଇଁ ସରକାର ବିଦେଶୀ ବଜାରକୁ ଛାଡ଼ିବାକୁ ଯାଉଥିବା ଋଣପତ୍ର ହେବ ତାହାର ଏକ ଲାଞ୍ଜ ମାତ୍ର। କିନ୍ତୁ ସେଠାକାର ଅସ୍ଥିରତା ଯଦି ଏଠାରେ ଅସ୍ଥିରତା ସୃଷ୍ଟି କରେ, ତାହା କୁକୁର ତା’ର ଲାଞ୍ଜକୁ ହଲାଇବା ପରିିବର୍ତ୍ତେ ଲାଞ୍ଜ କୁକୁରକୁ ହଲାଇବା ପରି ହେବ।
ରଘୁରାମ ରାଜନ୍‌ଙ୍କର ଏପରି ଚିନ୍ତା ଅମୂଳକ ନୁହେଁ ଏବ˚ ସେ ଏଥି ସହିତ ସୀତାରମଣଙ୍କର ପଦକ୍ଷେପର ଅନ୍ୟ କେତେକ ଗୁରୁତର ଦୁର୍ବଳତା ସମ୍ବନ୍ଧରେ ମଧୢ ସତର୍କବାଣୀ ଶୁଣାଇଛନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ବୈଦେଶିକ ଋଣ ବଜାରରୁ ଭାରତ ସରକାରଙ୍କର ଋଣ ଉଠାଣ ପ୍ରସ୍ତାବ ସପକ୍ଷରେ କୌଣସି ଯୁକ୍ତି ନାହିଁ। ବୈଦେଶିକ ଋଣ ବଜାରରେ ସୁଧ ହାର ପ୍ରାୟ ବହୁତ ନୀଚା ରହୁଥିବାରୁ ସରକାର ଏହା ମାଧୢମରେ ଅପେକ୍ଷାକୃତ ଶସ୍ତାରେ ଆବଶ୍ୟକ ସମ୍ବଳ ସ˚ଗ୍ରହ କରିପାରିବେ। ସରକାର ସେଠାରେ ପ୍ରବେଶ କରି କାରବାର କରିବା ପରେ ସେ ଋଣ ବଜାରରେ ଭାରତ ସମ୍ପର୍କିତ ଋଣ ପାଇଁ ଏକ ନିଜର ସୃଷ୍ଟିକାରୀ ସୁଧହାର ନିର୍ଣ୍ଣିତ ହୋଇଯିବ, ଯାହାକୁ ଆଧାର କରି ଭାରତୀୟ ଶିଳ୍ପ ବ୍ୟବସାୟମାନେ ମଧୢ ବୈଦେଶିକ ବଜାରରୁ ଋଣ ସ˚ଗ୍ରହ କରିବା ସହଜ ହୋଇଯିବ। ସବୁଠାରୁ ବଡ଼ କଥା ହେଲା ଭାରତ ଯଦି କେବେ ଏକ ବିତ୍ତୀୟ ସଙ୍କଟର ସମ୍ମୁଖୀନ ହୁଏ ଯେତେବେଳେ ସରକାରଙ୍କୁ ନିଜର ଆୟ ଅପେକ୍ଷା ବହୁ ଅଧିକ ବ୍ୟୟ କରିବାକୁ ପଡ଼ିପାରେ (ରାଜକୋଷୀୟ ନିଅଣ୍ଟ), ସେତେବେଳେ ସରକାର ବିଦେଶରୁ ଶସ୍ତାରେ ଓ ସହଜରେ ଏଥିପାଇଁ ଆବଶ୍ୟକ ଋଣ ସ˚ଗ୍ରହ କରିପାରିବେ।
ତେବେ ଏସବୁ ସମ୍ଭବ ହେବ ଯଦି ସରକାର ବିଦେଶୀ ଋଣ ବଜାରରେ ସକ୍ରିୟ ଥିବା ନିବେଶକମାନଙ୍କ ସହିତ ଏକ ଦୀର୍ଘକାଳୀନ ବିଶ୍ବାସଉଦ୍ରେକକାରୀ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୁଅନ୍ତି। ଏଥିପାଇଁ ସରକାରଙ୍କୁ ପ୍ରଥମେ ମନେ ରଖିବାକୁ ହେବ ଯେ ବିଦେଶୀ ନିବେଶକମାନେ ନିଜର ସ୍ବାଧୀନ ନିଷ୍ପତ୍ତି ନିଅନ୍ତି; ସେମାନେ ଭାରତ ସରକାରଙ୍କର ନିୟନ୍ତ୍ରଣ ମଧୢରେ ନଥାନ୍ତି। ଏକଥା କହିବାର କାରଣ ହେଲା, ସରକାର ଦେଶ ଭିତରେ ସରକାରୀ ଋଣ ପତ୍ର ବିକ୍ରୟ ମାଧୢମରେ ଟଙ୍କା ଆକାରରେ ଯେଉଁ ଋଣ ସ˚ଗ୍ରହ କରିଥାନ୍ତି, ତାହା ସମ୍ପୂର୍ଣ୍ଣ ରୂପେ ବାଧୢବାଧକତା ଉପରେ ଆଧାରିତ। ଉଦାହରଣ ସ୍ବରୂପ ଆଇନତଃ ଏଠାକାର ବ୍ୟାଙ୍କ୍‌ମାନେ ସେମାନଙ୍କର ପରିସମ୍ପତ୍ତିର ଏକ ନିଦ୍ଦିର୍ଷ୍ଟ ଅ˚ଶ ସରକାରୀ ବଣ୍ତ୍‌ ବା ଋଣପତ୍ରରେ ନିବେଶ କରି ରଖିବା ପାଇଁ ବାଧୢ। ବ୍ୟାଙ୍କ୍‌ମାନଙ୍କ ବାଦ୍‌ ବୀମା କମ୍ପାନିମାନ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସ˚ଗଠନ (ଇପିଏଫ୍‌ଓ), ଜାତୀୟ ପେନ୍‌ସନ୍‌ ପ୍ରକଳ୍ପ ଏବ˚ ମ୍ୟୁଚୁଆଲ ଫଣ୍ତ୍‌ ମାନଙ୍କ ପର୍ଯ୍ୟନ୍ତ ସରକାରୀ ଋଣପତ୍ର କ୍ରୟ କରିବାକୁ ବାଧୢ ହୋଇଥାନ୍ତି- ଅନ୍ୟ ଭାଷାରେ କହିଲେ ସରକାରଙ୍କୁ ଋଣ ପ୍ରଦାନ କରିବାକୁ ବାଧୢ ହୋଇଥାନ୍ତି। ଏଣୁ ଦେଶ ଭିତରେ ସରକାର ତାଙ୍କର ଋଣଦାତା ମାନଙ୍କର ମନ ଜିଣିବାର ଆବଶ୍ୟକତା ଆଦୌ ଅନୁଭବ କରି ନଥାନ୍ତି।
ବେସରକାରୀ ଋଣ ବଜାରରେ କିନ୍ତୁ ଋଣ ଗ୍ରହୀତାଙ୍କର ଋଣ ଫେରସ୍ତ କ୍ଷମତା ସମ୍ବନ୍ଧିତ ସୂଚନା ଋଣଦାତାଙ୍କୁ ଋଣ ପ୍ରଦାନ ନିଷ୍ପତ୍ତି ନେବାରେ ପ୍ରଭାବିତ କରିଥାଏ। ଉଦାହରଣ ସ୍ବରୂପ ପୂର୍ବରୁ ଋଣ ଗ୍ରସ୍ତ ଥିବା ଜଣେ ବ୍ୟକ୍ତି ସହଜରେ ଆଉ ଏକ ଋଣ ପାଇ ନଥାଏ। ସରକାର କିନ୍ତୁ ଯେତେ ଋଣଗ୍ରସ୍ତ ହୋଇଥିଲେ ମଧୢ ବ୍ୟାଙ୍କ୍‌ ବା ବୀମା କମ୍ପାନିମାନେ ସରକାରୀ ଋଣପତ୍ର କ୍ରୟ କରିବାକୁ ମନା କରି ପାରିବେ ନାହିଁ। ସେହିପରି ଭାରତ ସରକାର ନିଜର ଅର୍ଥନୈତିକ ଭାବମୂର୍ତ୍ତିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ଅର୍ଥନୈତିକ ପରିସ˚ଖ୍ୟାନକୁ ଜାଣିଶୁଣି ବଦଳାଇ ଦେଉଛନ୍ତି ବା ପରିଚାଳନା କରୁଛନ୍ତି ବୋଲି ବାରମ୍ବାର ଅଭିଯୋଗ ହେବାରେ ଲାଗିଛି। ସରକାର ଏପରି କିଛି କରୁ ନାହାନ୍ତି ବୋଲି ଏବେ ବିଦେଶୀ ଋଣଦାତା- ନିବେଶକମାନଙ୍କ ମନରେ ବିଶ୍ବାସ ଜନ୍ମାଇବାକୁ ପଡ଼ିବ।
ସରକାର ଯଦି ବିଦେଶୀ ବଜାରରୁ ନିୟମିତ ଭାବରେ ଋଣ କରି ଚାଲିବେ ଏବ˚ ନିୟମିତ ଭାବରେ ଠିକଣା ସମୟରେ ତାହା ପରିଶୋଧ କରି ଚାଲିବେ, ତାହାଦ୍ବାରା କ୍ରମେ କ୍ରମେ ସରକାରଙ୍କର ଋଣଗ୍ରହଣ ଯୋଗ୍ୟତାରେ ଉନ୍ନତି ଘଟି ଚାଲିବ। ଋଣଗ୍ରହଣ ଯୋଗ୍ୟତାରେ ଯେତେ ଉନ୍ନତି ଘଟିବ, ସରକାର ସେତେ କମ୍‌ ସୁଧ ହାରରେ ବିଦେଶ ବଜାରରୁ ଋଣ ସ˚ଗ୍ରହ କରିପାରିବେ ଏବ˚ ବିଦେଶୀ ଋଣଦାତାମାନଙ୍କ ଆଚରଣରେ ସେତେ କମ୍‌ ଅସ୍ଥିରତା ପରିଲକ୍ଷିତ ହେବ। ଏଣେ ସରକାର ଆଭ୍ୟନ୍ତରୀଣ ଋଣ ବଜାରରୁ ସ˚ଗ୍ରହ କରୁଥିବା ଋଣ ପରିମାଣରେ କ୍ରମାଗତ ହ୍ରାସ ଘଟି ଚାଲିବ। ଏହାଫଳରେ ଘରୋଇ ଋଣ ବଜାରରେ ଉଦ୍‌ବୃତ୍ତ ସମ୍ବଳ ଦେଶର ଶିଳ୍ପ ବ୍ୟବସାୟ ପାଇଁ ଉପଲବ୍‌ଧ ହେବ। ସୀତାରମଣ ନିଜ ପ୍ରସ୍ତାବ ସପକ୍ଷରେ ଏହି ଯୁକ୍ତି ପ୍ରଦାନ କରିଛନ୍ତି। କିନ୍ତୁ ଏ ସମସ୍ତ ସମ୍ଭାବ୍ୟ ସୁବିଧା ଯେପରି ଅସୁବିଧାରେ ପରିଣତ ନହୁଏ, ସେଥିପାଇଁ ରଘୁରାମ ରାଜନଙ୍କ ସତର୍କବାଣୀକୁ ଧୢାନରେ ରଖିବା ସଙ୍ଗେ ସଙ୍ଗେ ଉପରୋକ୍ତ ସର୍ତ୍ତମାନଙ୍କୁ ଆନ୍ତରିକତା ସହିତ ପାଳନ କରିବାକୁ ହେବ। ନଚେତ୍‌, ରାଜନ୍‌ କହିବା ଭଳି ବିଦେଶୀ ଲାଞ୍ଜ ଦେଶୀ କୁକୁରକୁ ହଲାଇବ।

ସମ୍ବନ୍ଧିତ ଖବର

Comments are closed.