ମୋଡ଼

ପୃଥିବୀ ପୃଷ୍ଠରେ ଲୋକସ˚ଖ୍ୟାର ବୃଦ୍ଧି ଧାରା ଏବ˚ ଗବେଷଣାଗାରରେ ପେଟ୍ରି ଡିସ୍‌ରେ ବ୍ୟାକ୍‌ଟେରିଆ ଜନସ˚ଖ୍ୟାର ବୃଦ୍ଧି ଧାରା ମଧୢରେ ଏକ ଅହେତୁକ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ। ଉଭୟ ଧାରା ଇ˚ରେଜୀ ଅକ୍ଷର ଏସ୍‌ ( )କୁ ତଳୁ ଉପରକୁ ଅନୁସରଣ କରି ଗତି କରିଥାନ୍ତି। ଆରମ୍ଭରେ କିଛି କାଳ ପେଟ୍ରି ଡିସ୍‌ରେ ଥିବା ବ୍ୟାକ୍‌ଟେରିଆ ଜନସ˚ଖ୍ୟା ସ୍ଥିର ରହି ଚାଲିଥାଏ କହିଲେ ଚଳେ। ତା’ପରେ ଏହି ଜନସ˚ଖ୍ୟା ତୀକ୍ଷ୍‌ଣ ଭାବରେ ବୃଦ୍ଧି ପାଇ ଚାଲି ଏକ ମୋଡ଼ରେ ପହଞ୍ଚିଥାଏ, ଯାହା ପରେ ଏହା ପୁଣି ସ୍ଥିର ହୋଇଯିବାକୁ ଆରମ୍ଭ କରେ। ପେଟ୍ରି ଡିସ୍‌ର ସୀମିତ ପରିସୀମା ଭିତରେ ଅତ୍ୟଧିକ ଜନଗହଳି ଏବ˚ ସୀମିତ ସମ୍ବଳ ଯୋଗୁଁ ବ୍ୟାକ୍‌ଟେରିଆ ଜନସ˚ଖ୍ୟାରେ ବୃଦ୍ଧି ସ˚କୁଚିତ ହେବାକୁ ବାଧୢ ହୋଇଥାଏ।

ମାନବ ଜନସ˚ଖ୍ୟାରେ ବୃଦ୍ଧିକୁ ପ୍ରଭାବିତ କରୁଥିବା କାରଣମାନ ଭିନ୍ନ ହୋଇପାରେ, କିନ୍ତୁ ଉଭୟର ବୃଦ୍ଧି ଧାରାରେ ଏକ ଆଶ୍ଚର୍ଯ୍ୟଜନକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ। ହଜାର ହଜାର ବର୍ଷ ଧରି ପୃଥିବୀରେ ମନୁଷ୍ୟ ସ˚ଖ୍ୟାରେ ବୃଦ୍ଧି ଥିଲା ଅତ୍ୟନ୍ତ ଧୀର ମନ୍ଥର- ‘ଏସ୍‌’ର ସମତଳ ଅ˚ଶ ଭଳି। କିନ୍ତୁ ଶିଳ୍ପ ବିପ୍ଳବ ସମୟରେ ହଠାତ୍‌ ଏଥିରେଏକ ଦ୍ରୁତ ବୃଦ୍ଧି ଘଟିବା ଦେଖାଗଲା। ୧୯୦୦ ମସିହାରୁ ୨୦୦୦ ମସିହା ମଧୢରେ ଏହାର ପ୍ରମାଣ ସ୍ବରୂପ ପୃଥିବୀର ଲୋକସ˚ଖ୍ୟା ପ୍ରାୟ ଚାରିଗୁଣ ହୋଇଗଲା। ଏ ସ˚ଖ୍ୟା ଏବେବି ବୃଦ୍ଧି ପାଇ ଚାଲିଛି; କିନ୍ତୁ ମନେ ହେଉଛି ଏ ବୃଦ୍ଧି ଧାରା ପୁଣି ଏକ ମୋଡ଼ରେ ବୋଧହୁଏ ପହଞ୍ଚି ଗଲାଣି, ଯାହା ପରେ ଲୋକ ସ˚ଖ୍ୟା ରେଖା ପୁଣି ସମତଳ ହୋଇଯିବ, ଅର୍ଥାତ୍‌ ପ୍ରାୟ ସ୍ଥିର ରହିଯିବ।

ଏହାର ଏକ ସୂଚନା ସ୍ବରୂପ ଏବେ ପୃଥିବୀରେ ପ୍ରତି ୯ ଜଣରେ ୪ ଜଣ ଲୋକ ଏପରି ଦେଶ ମାନଙ୍କରେ ବାସ କରୁଛନ୍ତି ଯେଉଁଠି ‘ଟୋଟାଲ୍‌ ଫର୍ଟିଲିଟି ରେଟ୍‌’ ବା ‘ଟିଏଫ୍‌ଆର‌୍‌’ ସେ ଦେଶର ଜନସ˚ଖ୍ୟା ସ୍ଥିର ରହିବା ପାଇଁ ଆବଶ୍ୟକ ‘ଟିଏଫ୍‌ଆର‌୍‌’ (ରିପ୍ଲେସ୍‌ମେଣ୍ଟ ରେଟ୍‌)ଠାରୁ କମ୍‌ ହୋଇଗଲାଣି। ‘ଟିଏଫ୍‌ଆର‌୍‌’ ହେଉଛି ଜଣେ ନାରୀ ତା’ର ଜୀବନ କାଳ ମଧୢରେ ହାରାହାରି ଯେତିକି ସ˚ଖ୍ୟକ ସନ୍ତାନ ଜନ୍ମ କରିଥାଏ। ଗୋଟିଏ ଦମ୍ପତି ଯଦି ଦୁଇଟି ସନ୍ତାନକୁ ଜନ୍ମ ଦିଅନ୍ତି ତେବେ ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁ ପରେ ଏ ଦୁଇଟି ସନ୍ତାନ ତାଙ୍କର ଶୂନ୍ୟ ସ୍ଥାନ ପୂରଣ କରିବେ। ତେଣୁ ଟିଏଫ୍‌ଆର‌୍‌ ୨ ହେଲେ ଦେଶର ଜନସ˚ଖ୍ୟା ସ୍ଥିର ରହିବା କଥା, ବା ରିପ୍ଲେସ୍‌ମେଣ୍ଟ ରେଟ୍‌ ୨ ହେବା କଥା। କିନ୍ତୁ ସନ୍ତାନମାନଙ୍କ ମଧୢରୁ କେତେକଙ୍କର ମଧୢ ମୃତ୍ୟୁ ଘଟିବା ସମ୍ଭାବନା ଥାଏ। ତେଣୁ ଜନସ˚ଖ୍ୟା ବିଶାରଦମାନେ ନିର୍ଣ୍ଣୟ କରିଥିବା ରିପ୍ଲେସ୍‌ମେଣ୍ଟ ରେଟ୍‌ ହେଉଛି ଏହାଠାରୁ ସାମାନ୍ୟ ଅଧିକ- ୨.୧। ଜାପାନ, ଇଟାଲୀ ଭଳି ଦେଶମାନଙ୍କରେ ନାରୀମାନେ ବିଭିନ୍ନ କାରଣରୁ ସନ୍ତାନ ଜନ୍ମ କରିବାକୁ କୁଣ୍ଠିତ ହେଉଥିବାରୁ ସେଠାରେ ଟିଏଫ୍‌ଆର‌୍‌ ଏହି ରିପ୍ଲେସ୍‌ମେଣ୍ଟ ରେଟ୍‌ ତଳକୁ ଖସି ଗଲାଣି, ଯାହାଫଳରେ ସେ ସବୁ ଦେଶର ମୋଟ ଜନସ˚ଖ୍ୟାରେ ହ୍ରାସ ଘଟିବା ଦେଖାଗଲାଣି।

ଭାରତ ପୃଥିବୀର ଦ୍ବିତୀୟ ସର୍ବାଧିକ ଜନବହୁଳ ଦେଶ ରୂପେ ଖ୍ୟାତ ବା କୁଖ୍ୟାତ ଏବ˚ ନିକଟ ଭବିଷ୍ୟତରେ ଚୀନ୍‌କୁ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିବାକୁ ଯାଉଛି। ଭାରତୀୟ ନାରୀମାନଙ୍କର ଉଚ୍ଚା ଟିଏଫ୍‌ଆର‌୍‌ ଯେ ଦେଶର ଜନସ˚ଖ୍ୟାକୁ ‘ଏସ୍‌’ର ଉଠାଣି ଉଠିବାରେ ସାହାଯ୍ୟ କରୁଥିଲା, ଏଥିରେ ସନ୍ଦେହ ନାହିଁ। ଟିଏଫ୍‌ଆରକୁ ଲଗାମ ଦେବା ପାଇଁ ସରକାରୀ ଜନ୍ମ ନିୟନ୍ତ୍ରଣ ଯୋଜନା ଠାରୁ ଆରମ୍ଭ କରି ସଞ୍ଜୟ ଗାନ୍ଧୀଙ୍କ ବାଧୢତାମୂଳକ ବନ୍ଧ୍ୟାକରଣ ଉଦ୍ୟମ ପର୍ଯ୍ୟନ୍ତ ଏଠାରେ କୌଣସି ଚମକପ୍ରଦ ସଫଳତା ହାସଲ କରିପାରି ନ ଥିଲେ। ବର୍ତ୍ତମାନ ସେଭଳି ଦୃଶ୍ୟମାନ ଉଦ୍ୟମର ପ୍ରାୟ ଅନ୍ତ ଘଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ କିନ୍ତୁ ରେଜିଷ୍ଟ୍ରାର‌୍‌ ଜେନେରାଲ ଅଫ୍‌ ଇଣ୍ତିଆ (ଆର‌୍‌ଜିଆଇ)ଙ୍କ ଦ୍ବାରା ସ˚କଳିତ ହେଉଥିବା ସାମ୍ପ୍‌ଲ ରେଜିଷ୍ଟ୍ରେସନ୍‌ ସିଷ୍ଟମ (ଏସ୍‌ଆର‌୍‌ଏସ୍‌) ସୂତ୍ରରୁ ପ୍ରକାଶ ପାଇଥିବା ସୂଚନା ଅନୁସାରେ ଜାପାନ୍‌ ବା ଇଟାଲୀ ପରି ଏକ ବିକଶିତ ଦେଶରେ ପରିଣତ ହେବାକୁ ଲକ୍ଷ୍ୟ ରଖିଥିବା ଭାରତର ନାରୀମାନେ ଆପଣାଛାଏଁ ସେମାନଙ୍କର ଟିଏଫ୍‌ଆରକୁ ନିୟନ୍ତ୍ରଣ କରି ‘ଏସ୍‌’ର ସମତଳ ମୋଡ଼୍ର ନିକଟବର୍ତ୍ତୀ ହେବାକୁ ଆରମ୍ଭ କଲେଣି।

ଏହାର ପ୍ରମାଣ ସ୍ବରୂପ ଏଇ ନିକଟ ଅତୀତରେ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଚାରିବର୍ଷ ଧରି ଟିଏଫ୍‌ଆର ୨.୩ରେ ସ୍ଥିର ରହିଥିବା ବେଳେ ୨୦୧୭ରେ ଏହା ୨.୨କୁ ଖସି ଆସିଛି, ଯାହା ହେଉଛି ଏହାର ସର୍ବକାଳୀନ ନ୍ୟୂନତମ ସ୍ତର। ଯାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ କଥା, ତାହା ହେଲା ସାରା ଦେଶର ଏହା ହାରାହାରି ଟିଏଫ୍‌ଆର‌୍‌ ହୋଇଥିବା ବେଳେ, ଦେଶର ଅନେକ ରାଜ୍ୟରେ ଟିଏଫ୍‌ଆର‌୍‌ ରିପ୍ଲେସ୍‌ମେଣ୍ଟ ରେଟ୍‌ ୨.୧ ତଳେ ପହଞ୍ଚି ଗଲାଣି। ଏମାନଙ୍କ ମଧୢରେ ଅଛନ୍ତି ଓଡ଼ିଶା (୧.୯), ପଶ୍ଚିମବଙ୍ଗ (୧.୬), ତାମିଲନାଡୁ (୧.୬), ଆନ୍ଧ୍ରପ୍ରଦେଶ (୧.୬), କର୍ଣ୍ଣାଟକ (୧.୭), କେରଳ (୧.୭) ଓ ଦିଲ୍ଲୀ (୧.୫) ଆଦି। ବିହାରରେ ଏହା ସର୍ବୋଚ୍ଚ (୩.୨) ହୋଇଥିବା ବେଳେ ଦିଲ୍ଲୀର ହେଉଛି ସର୍ବନିମ୍ନ।

ଏଥିରୁ ଯେଉଁ ଚିତ୍ର ମିଳିଥାଏ, ତାହା ହେଲା ବିହାର, ଉତ୍ତରପ୍ରଦେଶ ଭଳି ଉତ୍ତର ଭାରତୀୟ ରାଜ୍ୟମାନଙ୍କରେ ଟିଏଫ୍‌ଆର ଉଚ୍ଚା ରହିଥିବା ବେଳେ ପ୍ରାୟ ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରେ ଏହା ନୀଚା ହୋଇଗଲାଣି। ଟିଏଫ୍‌ଆର‌୍‌ରେ ଏପରି ସ୍ଖଳନ ପଛରେ କୌଣସି ବାଧୢବାଧକତା କାର୍ଯ୍ୟ କରିନଥିବାରୁ, ଏହା ନାରୀମାନଙ୍କର ନିଜସ୍ବ ନିଷ୍ପତ୍ତିର ସ୍ବାକ୍ଷର ବହନ କରିଥାଏ। ମନେ ହୁଏ ଦକ୍ଷିଣ ଭାରତର ନାରୀମାନେ ଅଧିକ ନିଷ୍ପତ୍ତି ନେବାର ସ୍ବାଧୀନତା (ସମାଜ ବିଜ୍ଞାନ ଭାଷାରେ-‘ଏଜେନ୍‌ସି’) ଉପଭୋଗ କରୁଥିବା ବେଳେ ଉତ୍ତର ଭାରତର ନାରୀମାନେ ଅଧିକ ପାରିବାରିକ ଓ ସାମାଜିକ ଚାପଗ୍ରସ୍ତ ହୋଇଥାନ୍ତି। ଟିଏଫ୍‌ଆର‌୍‌ରେ ଏଭଳି ଉତ୍ତର-ଦକ୍ଷିଣ ବିଭାଜନ ନିକଟ ଭବିଷ୍ୟତରେ ଯେଉଁ ଅର୍ଥନୈତିକ ତଥା ସାମାଜିକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି ତାହା ନୀଚା ଟିଏଫ୍‌ଆର ପ୍ରଭାବିତ ପଶ୍ଚିମ ଇଉରୋପୀୟ ଦେଶମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଭଳି ହୋଇପାରେ। କେତେ ବର୍ଷ ପରେ ଦକ୍ଷିଣ ଭାରତରେ ଯେତେ ସ˚ଖ୍ୟକ ଲୋକ ବୁଢ଼ାବୁଢ଼ୀ ହୋଇଯିବେ, ସେମାନଙ୍କ ସ୍ଥାନ ପୂରଣ କରିବା ପାଇଁ ସେତିକି ସ˚ଖ୍ୟକ ଯୁବକ ଯୁବତୀ ମିଳିବେ ନାହିଁ। ଅପରପକ୍ଷେ ଉତ୍ତର ଭାରତରେ ଯୁବା ସ˚ଖ୍ୟା ଆବଶ୍ୟକ ଠାରୁ ଅଧିକ ଥିବ। ତେଣୁ ସ୍ବାଭାବିକ ଭାବରେ ଆଭ୍ୟନ୍ତରୀଣ ସ୍ଥାନାନ୍ତର ମାଧୢମରେ ଏହି ଉଦ୍‌ବୃତ୍ତ ଯୁବଶକ୍ତି କର୍ମ ସନ୍ଧାନରେ ଯାଇ ଦାକ୍ଷିଣାତ୍ୟରେ ଆବିର୍ଭୂତ ହେବେ। ସେଠାରେ ଏମାନଙ୍କର ଆବଶ୍ୟକତା ଥିଲେ ମଧୢ ସ˚କୀର୍ଣ୍ଣ ଆଞ୍ଚଳିକ ମନୋଭାବ ଯୋଗୁଁ ଏଥିପ୍ରତି ଏକ ବିରୋଧ ବ୍ୟାପି ପାରେ। ଦେଶର ରାଜନୈତିକ ଦଳମାନେ ଯେପରି ଏହାକୁ ପ୍ରୋତ୍ସାହନ ନ ଦିଅନ୍ତି ତାହା ନିଶ୍ଚିତ କରାଯିବା ଜରୁରୀ।

ଏସ୍‌ଆର‌୍‌ଏସ୍‌ରୁ ମିଳିଥିବା ଅନ୍ୟ ଏକ ସୂଚନା ମଧୢ ଘୋର ଚିନ୍ତାଜନକ। ଟିଏଫ୍‌ଆର‌୍‌ରେ ହ୍ରାସ ଘଟିଥିବା ବେଳେ ଦେଶର ଜନସ˚ଖ୍ୟାରେ ଜନ୍ମ ସମୟର ଲିଙ୍ଗ ଅନୁପାତରେ ସ୍ଖଳନ ଘଟି ତାହା ୨୦୧୫-୧୭ରେ ୮୯୬ରେ ପହଞ୍ଚି ଯାଇଛି। – ଯାହା ସର୍ବକାଳୀନ ନ୍ୟୂନତମ ହାର। ପ୍ରତି ୧୦୦୦ ପୁଅ ପିଛା ମାତ୍ର ୮୯୬ ଝିଅ ଜନ୍ମ ହେଲେ ତାହା ଯେଉଁଭଳି ସାମାଜିକ, ନୈତିକ, ଅର୍ଥନୈତିକ ବିଭ୍ରାଟ ସୃଷ୍ଟି କରିବ, ତାହା କାହାକୁ ଅଛପା ନାହିଁ। ଏଭଳି ଚିତ୍ର ‘ବେଟି ବଞ୍ଚାଓ ବେଟି ପଢ଼ାଓ’ ଭଳି କାର୍ଯ୍ୟକ୍ରମମାନଙ୍କର ଆବଶ୍ୟକତାକୁ ବହୁଗୁଣ ବୃଦ୍ଧି କରି ଦେଉଛି।

ସମ୍ବନ୍ଧିତ ଖବର

Comments are closed.