ଗୃହ ଦାହ

ଠିକ୍‌ ପ୍ରାୟ ୧୯୫୫ ବର୍ଷ ତଳେ, ଖ୍ରୀଷ୍ଟାବ୍ଦ ୬୪ ଜୁଲାଇ ମାସରେ ତତ୍‌କାଳୀନ ପୃଥିବୀର ପ୍ରଧାନ ନଗରୀ ରୋମ୍‌ ଏକ ଭୟାବହ ଅଗ୍ନିକାଣ୍ତର ଶିକାର ହୋଇଥିଲା, ଯେଉଁଥିରେ ନଗରୀର ପ୍ରାୟ ୭୦ ଶତା˚ଶ ପୋଡ଼ି ପାଉଁଶ ହୋଇଯାଇ ପ୍ରାୟ ୫୦ ଶତା˚ଶ ଅଧିବାସୀ ବାସହରା ହୋଇ ଯାଇଥିଲେ। କି˚ବଦନ୍ତି ଅନୁସାରେ ରୋମ୍‌ ଯେଉଁ ସମୟରେ ମାଡ଼ି ଚାଲିଥିବା ନିଆଁର ଲେଲିହାନ ଶିଖାର ସ୍ପର୍ଶ ଲାଭ କରି ପାଉଁଶରେ ପରିଣତ ହେବାରେ ଲାଗିଥିଲା, ରୋମ୍‌ର ସମ୍ରାଟ ନିରୋ ସେତେବେଳେ ବସି ବେହେଲା ବାଦନ କରୁଥିଲେ। ପ୍ରଜାମାନଙ୍କର ଘର ଜଳୁଥିବା ବେଳେ ରାଜା ନିଜର ସଙ୍ଗୀତ ନିପୁଣତା ପ୍ରଦର୍ଶନରେ ମାତିିଥିଲେ। ମନେ ହେଉଛି ଇତିହାସର ପୁନରାବୃତ୍ତି ଘଟିଥାଏ ବୋଲି ଥିବା ପ୍ରବାଦକୁ ସତ୍ୟ ପ୍ରମାଣିତ କଲାଭଳି ବର୍ତ୍ତମାନ ପୃଥିବୀରେ ଜଣେ ଆଧୁନିକ ନିରୋଙ୍କର ଆବିର୍ଭାବ ଘଟିଛି, ଯିଏ ପୃଥିବୀବାସୀଙ୍କର ‘ଘର’ ଜଳୁଥିବା ସମୟରେ ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ନିଜର ତରୁଣୀ ଭାର୍ଯ୍ୟାଙ୍କର ସୌନ୍ଦର୍ଯ୍ୟର ବନ୍ଦନା କରିବାରେ ମସଗୁଲ୍‌ ଅଛନ୍ତି।

ଏ ଆଧୁନିକ ନିରୋ ହେଉଛନ୍ତି ବ୍ରାଜିଲ୍‌ର ୬୪ ବର୍ଷୀୟ ରାଷ୍ଟ୍ରପତି ଜାଇର‌୍‌ ବୋଲ୍‌ସୋନାରୋ। ପୃଥିବୀର ବୃହତ୍ତମ ନଦୀ ଆମାଜନ୍‌ର ବିଶାଳ ଉପତ୍ୟକାର ପ୍ରାୟ ୮୦ ଶତା˚ଶ ବ୍ରାଜିଲ୍‌ର ସୀମା ଭିତରେ ଅବସ୍ଥିତ। ପୃଥିବୀର ମୋଟ କ୍ରାନ୍ତିମଣ୍ତଳୀୟ ଅରଣ୍ୟର ପ୍ରାୟ ୪୦ ଶତା˚ଶ ଏବ˚ ଜୈବ ବିବିଧତାର ପ୍ରାୟ ୧୦-୧୫ ଶତା˚ଶକୁ ଏହି ଉପତ୍ୟକା ଧାରଣ କରିଥାଏ। ‘ଆମାଜନ୍‌ ରେନ୍‌ ଫରେଷ୍ଟ’ ନାମରେ ସୁପରିଚିତ ଏହି ବିଶାଳ ଅରଣ୍ୟ କେବଳ ସେହି ଅଞ୍ଚଳ ପାଇଁ ନୁହେଁ, ସାରା ପୃଥିବୀ ପାଇଁ ଏକ ବିଶାଳ ଅଙ୍ଗାରକାମ୍ଳ ଶୋଷକ ରୂପେ କାର୍ଯ୍ୟ କରି ଜଳବାୟୁ ପରିବର୍ତ୍ତନ/ ବିଶ୍ବ ତାପନ ଉପରେ ଅଙ୍କୁଶ ଲଗାଇବା ସହିତ ଜୈବ ବିବିଧତାକୁ ସୁରକ୍ଷିତ ରଖିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତେଣୁ ଯଦିବା ବ୍ରାଜିଲ୍‌ ହେଉଛି ଆମାଜନ୍‌ ରେନ୍‌ ଫରେଷ୍ଟର ମାଲିକ, ଏହାକୁ ସାରା ମାନବ ଜାତିର ଆଶ୍ରୟସ୍ଥଳୀ ବା ‘ଘର’ ରୂପେ ବିଚାର କରାଯାଇଥାଏ।

ଜାନୁଆରି ପହିଲା, ୨୦୧୯ରେ ଚରମ ଦକ୍ଷିଣ ପନ୍ଥୀ, ପରିବେଶ ସୁରକ୍ଷା ବିରୋଧୀ ପ୍ରାକ୍ତନ ସେନାବାହିନୀ ଅଫିସର‌୍‌ ବୋଲ୍‌ସୋନାରୋ ବ୍ରାଜିଲ୍‌ର ୩୮ତମ ରାଷ୍ଟ୍ରପତି ରୂପେ ଦାୟିତ୍ବ ଗ୍ରହଣ କଲେ। ସେ କ୍ଷମତାକୁ ଆସିବା ପରଠାରୁ ଅବୈଧ ଗଛକଟା, ଗୋପାଳନ, ଖଣିଖନନ ଆଦି କବଳରୁ ଜଙ୍ଗଲକୁ ରକ୍ଷା କରିବା ନିମିତ୍ତ ଥିବା ଆଇନ କାନୁନ୍‌ ସବୁକୁ ହୁଗୁଲା କରି ଦେଇଛନ୍ତି। ଫଳରେ କେବଳ ଗଛ କାଟି ନୁହେଁ, ନିଆଁ ଲଗାଇ ଜଙ୍ଗଲ ସଫା କରି ଦଖଲ କରିବା ଉଦ୍ୟମରେ ଏକ ଅଭୂତପୂର୍ବ ବୃଦ୍ଧି ଘଟିବା ଦେଖାଦେଇଛି। କେବଳ ଚଳିତ ବର୍ଷ, ବୋଲ୍‌ସୋନାରୋଙ୍କ ଶାସନ ସମୟରେ, ଆମାଜନ୍‌ ଜଙ୍ଗଲରେ ଏ ଯାବତ୍‌ ୭୫,୩୩୬ଟି ନିଆଁ ଲାଗି ସାରିଲାଣି, ଯାହା ହେଉଛି ପୂର୍ବ ବର୍ଷ ତୁଳନାରେ ୮୪ ଶତା˚ଶ ଅଧିକ। ଜାନୁଆରିଠାରୁ ବର୍ତ୍ତମାନ ମଧୢରେ ଗଛ, ଖଣି ଓ ପଶୁପାଳନ ମାଫି ମାନେ ମିଶି ମୋଟ ୩,୪୪,୫୦୦ ହେକ୍ଟର ଜଙ୍ଗଲ ଧ୍ବ˚ସ କରି ସାରିଲେଣି।

ଅଗଷ୍ଟ ଆରମ୍ଭରୁ ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁ ଅଣାୟତ୍ତ ହୋଇ ସାରା ଜଙ୍ଗଲର ସ୍ଥିତି ପ୍ରତି ବିପଦ ସୃଷ୍ଟି କରି ଚାଲିଥିଲେ ହେଁ ରାଷ୍ଟ୍ରପତି ବୋଲ୍‌ସୋନାରୋ ତାହାକୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭରେ କୌଣସି ପଦକ୍ଷେପ ନେଇନଥିଲେ। ଅନ୍ତର୍ଜାତିକ ସମୁଦାୟ ପାଇଁ ଏହା ଘୋର ଚିନ୍ତାର ବିଷୟରେ ପରିଣତ ହୋଇଛି। ଫ୍ରାନ୍‌ସର ପରିବେଶ ସଚେତନ ୪୧ ବର୍ଷୀୟ ଯୁବ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ୍‌ ଆମାଜନ୍‌ ‘ରେନ୍‌ ଫରେଷ୍ଟ’ର ସର୍ବଗ୍ରାସୀ ଦାବାଗ୍ନିର ଏକ ଲୋମହର୍ଷଣକାରୀ ଫଟୋ ସୋସିଆଲ୍‌ ମିଡ଼ିଆରେ ପ୍ରସାରିତ କରି ତା’ର ଶୀର୍ଷକ ରୂପେ ଲେଖିଦେଲେ ‘‘ଆମ ଘର ଜଳୁଛି, ଆକ୍ଷରିକ ଭାବରେ।’’ ତା’ପରେ ଆଉ ବୋଲ୍‌ସୋନାରୋଙ୍କୁ ସମ୍ଭାଳେ କିଏ? ତାଙ୍କର ପ୍ରତିକ୍ରିୟାର ସାରମର୍ମ ହେଲା ଯେ ଆମାଜନ୍‌ ଅରଣ୍ୟ ହେଉଛି ବ୍ରାଜିଲ୍‌ର ସମ୍ପତ୍ତି ଏବ˚ ଆନ୍ତର୍ଜାତିକ ସମୁଦାୟ ସେଥିରେ ନାକ ଗଳାଇ ପାରିବେ ନାହିଁ।

ଜାପାନରେ ଅଳ୍ପଦିନ ତଳେ ଜି-୨୦ ସମ୍ମିଳନୀ ସମୟରେ ବୋଲ୍‌ସୋନାରୋ ପରିବେଶ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ମାକ୍ରାନ୍‌ଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ହେଁ ଆମାଜନ୍‌ ଅଗ୍ନିକାଣ୍ତ ପ୍ରତି ତାଙ୍କର ଉଦାସୀନତା ଦେଖି ମାକ୍ରନ୍‌ ମର୍ମାହତ ହୋଇ ମନ୍ତବ୍ୟ ଦେଲେ ଯେ ବୋଲ୍‌ସୋନାରୋ ହେଉଛନ୍ତି ଜଣେ ମିଥ୍ୟାବାଦୀ। ଏହାର ଜବାବ ସ୍ବରୂପ ବୋଲ୍‌ସୋନାରୋ ଫେସ୍‌ ବୁକ୍‌ରେ ତାଙ୍କର ଜଣେ ସମର୍ଥକ ବୋଲ୍‌ସୋନାରୋ ଦମ୍ପତି ଏବ˚ ମାକ୍ରନ୍‌ ଦମ୍ପତିଙ୍କର ଫଟୋକୁ ଏକତ୍ର ସ୍ଥାନିତ କରି ପ୍ରଦାନ କରିଥିବା ମନ୍ତବ୍ୟର ପୁନଃ ପ୍ରସାର କରି ସେଥିରେ ନିଜର ଏକ ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଯୋଡ଼ି ଦେଇଥିଲେ। ବୋଲ୍‌ସୋନାରୋଙ୍କର ବର୍ତ୍ତମାନର ପତ୍ନୀ ୩୭ ବର୍ଷୀୟା ମିସେଲ୍‌ ହେଉଛନ୍ତି ତାଙ୍କର ତୃତୀୟ ପତ୍ନୀ ଏବ˚ ସେ ହେଉଛନ୍ତି ବୋଲ୍‌ସୋନାରୋଙ୍କ ଠାରୁ ୨୭ ବର୍ଷ ସାନ। ମାକ୍ରନ୍‌ଙ୍କ ପତ୍ନୀ ବ୍ରିଜିଟ୍‌ଙ୍କ ବୟସ ହେଉଛି ୬୬ ବର୍ଷ ଓ ସେ ହେଉଛନ୍ତି ମାକ୍ରନ୍‌ଙ୍କ ଠାରୁ ୨୫ ବର୍ଷ ବଡ଼। ମିସେଲ୍‌ ଓ ବ୍ରିଜିଟ୍‌ଙ୍କ ଚେହେରାକୁ ତୁଳନା କରି ବୋଲ୍‌ସୋନାରୋଙ୍କ ସମର୍ଥକ ଜଣକ ଲେଖିଥିଲେ: ‘‘ଏବେ ତୁମେ ବୁଝିପାରୁଥିବ ମାକ୍ରନ୍‌ କାହିଁକି ବୋଲ୍‌ସୋନାରୋଙ୍କ ଉପରେ କ୍ଷୁବ୍‌ଧ।’’ ଅର୍ଥାତ୍‌ ମାକ୍ରନ୍‌ ବୋଲ୍‌ସୋନାରୋଙ୍କୁ ଈର୍ଷା କରୁଛନ୍ତି। ବୋଲ୍‌ସୋନାରୋ ନିଜ ସମର୍ଥକଙ୍କୁ ଉପଦେଶ ଦେବା ଛଳରେ ଏହି ସମ୍ପୂର୍ଣ୍ଣ ଅସଭ୍ୟ, ଲିଙ୍ଗ ବିଦ୍ବେଷୀ ମନ୍ତବ୍ୟକୁ ସମର୍ଥ ନ କରି ଲେଖିଲେ: ‘ ସେ ଲୋକ (ମାକ୍ରନ୍‌)କୁ ଲଜ୍ଜିତ କର ନାହିଁ।’ ଏଠାରେ ଉଲ୍ଲେଖଯୋଗ୍ୟ ଯେ ବୋଲ୍‌ସୋନାରୋ ହେଉଛନ୍ତି ଡୋନାଲ୍‌ଡ ଟ୍ରମ୍ପଙ୍କର ଜଣେ ଭକ୍ତ ଏବ˚ ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ସମୟରେ ଟ୍ରମ୍ପ୍‌ ତାଙ୍କର ପତ୍ନୀ (ତୃତୀୟ ମଧୢ) ମେଲାନିଆ ତାଙ୍କ ପ୍ରତିଦ୍ବନ୍ଦୀ ଟେଡ୍‌ କ୍ରୁଜ୍‌ଙ୍କ ପତ୍ନୀଙ୍କ ଠାରୁ ବହୁୁ ଅଧିକ ସୁନ୍ଦର ବୋଲି ବାହାସ୍ପୋଟ ମାରିବା ଦେଖାଯାଇଥିଲା।

ବୋଲ୍‌ସୋନାରୋଙ୍କ ନିରୋ ସୁଲଭ ଆଚରଣ ଏତିକିରେ ସମାପ୍ତ ହୋଇନାହିଁ। ସଦ୍ୟ ସମାପ୍ତ ଜି-୭ ସମ୍ମିଳନୀ ଅବସରରେ ଆମାଜନ୍‌ ଅଗ୍ନିକାଣ୍ତ ନିୟନ୍ତ୍ରଣ ନିମିତ୍ତ ଜି-୭ ଦେଶମାନେ ବ୍ରାଜିଲ୍‌କୁ ପ୍ରାୟ ୩୩ ନିୟୁତ ଡଲାର‌୍‌ ସହାୟତା ପ୍ରଦାନ କରିବେ ବୋଲି ମାକ୍ରନ୍‌ ଘୋଷଣା କରିଥିଲେ। ଜାଇର‌୍‌ ବୋଲ୍‌ସୋନାରୋ କିନ୍ତୁ ତତ୍‌କ୍ଷଣାତ୍‌ ସେ ସାହାଯ୍ୟ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି, ଯଦିବା ତାଙ୍କର ପରିବେଶ ମନ୍ତ୍ରୀ ଏହା ଗ୍ରହଣ କରିବାକୁ ଆଗ୍ରହୀ। ପୃଥିବୀର ପରିବେଶ ଓ ଜଳବାୟୁ କୌଣସି କୁତ୍ରିମ ରାଜନୈତିକ ସୀମା ଦ୍ବାରା ସୀମାବଦ୍ଧ ନୁହେଁ। ପୃଥିବୀର ଜୀବଜଗତ ପାଇଁ ଆମାଜନ୍‌ ଅରଣ୍ୟର ଅମାପ ଗୁରୁତ୍ବ ଦୃଷ୍ଟିରୁ ଆନ୍ତର୍ଜାତିକ ସମୁଦାୟ ଏହାକୁ ରକ୍ଷା କରିବାର ଦାୟିତ୍ବ ନେଇ ଜାଇର‌୍‌ ବୋଲ୍‌ସୋନାରୋଙ୍କୁ ତାଙ୍କର ନିରୋ ସୁଲଭ ଆଚରଣ ପରିତ୍ୟାଗ କରିବାକୁ ବାଧୢ କରିବା ଆବଶ୍ୟକ। ଯଦି ଆମାଜନ ଅରଣ୍ୟ ଜଳି ଯାଏ, ତେବେ ବିଶ୍ବତାପନ ବୃଦ୍ଧିରେ ଏମାନୁଏଲ ମାକ୍ରନ କହିଥିବା ଭଳି ଆମର ‘ଗୃହ ଦାହ’ ଅନିବାର୍ଯ୍ୟ।

ସମ୍ବନ୍ଧିତ ଖବର