ଚଳିତ ବର୍ଷ ମାର୍ଚ୍ଚ ମାସରେ ପଶ୍ଚିମବଙ୍ଗରେ ପ୍ରକାଶିତ ହେଲା ଗୋଟିଏ ବଙ୍ଗଳା ମ୍ୟାଗାଜିନ। ତାର ନାମ ଥିଲା ‘ଲୋନ୍ ଉଲ୍ଫ’ ବା ‘ଏକୁଟିଆ ଗଧିଆ’। ‘ବାଲାକୋଟ ଏଜେନ୍ସି’ ନାମଧାରୀ କୌଣସି ଏକ ରହସ୍ୟମୟ ସ˚ସ୍ଥା ଥିଲା ପତ୍ରିକାର ପ୍ରକାଶକ। ‘ବାଲାକୋଟ’ ଶବ୍ଦଟି ନିକଟ ଅତୀତର ଯେଉଁ ସ୍ମୃତିକୁ ଉଜାଗର କରେ, ତାହା ହେଉଛି ପୁଲଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ଦ୍ବାରା ବିଧ୍ବସ୍ତ ହୋଇଥିବା ପାକ୍ ଅଧିକୃତ କଶ୍ମୀର ବା ‘ପିଓକେ’ର ବାଲାକୋଟ ଆତଙ୍କବାଦୀ ଶିବିର। ‘ଲୋନ୍ ଉଲଫ୍’ ପତ୍ରିକା ଜରିଆରେ ‘ଜମାତ୍-ଉଲ୍-ମୁଜାହିଦ୍ଦିନ ବା˚ଲାଦେଶ (ଜେଏମ୍ବି) ନାମକ ଏକ ଆତଙ୍କବାଦୀ ସ˚ଗଠନ ‘ଭାରତ ଓ ବା˚ଲାଦେଶ ଉପରେ ଆତଙ୍କବାଦୀ ଆକ୍ରମଣ ଲାଗି ଡାକରା ଦେଇଛି। (ସୂଚନାଯୋଗ୍ୟ ଯେ ଜେଏମ୍ବି ଓ ତାର ଶାଖା ସ˚ସ୍ଥାଗୁଡ଼ିକୁ ଭାରତରେ ଚଳିତ ବର୍ଷ ନିଷିଦ୍ଧ ଘୋଷଣା କରାଯାଇଛି।) ସେଥି ଲାଗି ପତ୍ରିକାଟିରେ ବିଶଦ ଉପାୟମାନ ମଧୢ ଦିଆଯାଇଛି; ପୂର୍ବ ଉପକୂଳର ମାନଚିତ୍ର ସହିତ କେଉଁ ଛିଦ୍ର ସବୁ ଦେଇ ଭାରତୀୟ ଭୂଖଣ୍ତରେ ପ୍ରବେଶ କରିହେବ ତାର ବିବରଣୀ ଦିଆଯାଇଛି। ତା ସହିତ କେଉଁ ସ୍ଥାନରେ କେଉଁଭଳି ‘ଏକୁଟିଆ ଗଧିଆ’ ସୁଲଭ ଅତର୍କିତ ଆକ୍ରମଣ କରି ମେଷ ପଲ ଭିତରେ ରକ୍ତର ନଈ ବୁହାଇ ଦେଇହେବ ସେ ବିଷୟରେ ବି କହିଦିଆ ଯାଇଛି। ଏ ଉପମହାଦେଶରେ ଅତି ସନ୍ତର୍ପଣରେ କେମିତି ଆତଙ୍କବାଦୀ ନେଟ୍ଵର୍କକୁ ଅଧିକ ପରିପୁଷ୍ଟ ଓ ବ୍ୟାପକ କରାଯାଇ ପାରିବ ସେ ନେଇ ଅନେକ ବାଟ ଦେଖାଇ ଦିଆଯାଇଛି। ତହିିଁରୁ ଅନ୍ତତଃ ଏତିକି ଆଭାସ ମିଳି ସାରିଛି ଯେ ଆମ ପୂର୍ବ ପ୍ରାନ୍ତର ପଡେ଼ାଶୀ ରାଷ୍ଟ୍ରରେ ଚେର ମେଲାଇ ଥିବା ଆତଙ୍କବାଦୀ ସ˚ଗଠନ ‘ଜେଏମ୍ବି’ ଭାରତରେ ତାର ଶାଖା ବିସ୍ତାର କରିବା ଲାଗି ପ୍ରସ୍ତୁତ। ଏହି ଦୃଷ୍ଟିରୁ ନିକଟରେ ‘ନେସନାଲ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ ବା ‘ଏନ୍ଆଇଏ’ର ମୁଖ୍ୟ ଯୋଗେଶ ମୋଦୀଙ୍କ ଦ୍ବାରା ଦିଆଯାଇଥିବା ସତର୍କ ବାଣୀ ଓଡ଼ିଶା ପରିପ୍ରେକ୍ଷୀରେ ଅତ୍ୟନ୍ତ ଉଦ୍ବେଗଜନକ। ସେ କହିଛନ୍ତି ଯେ ଓଡ଼ିଶା ମାଟିରେ ଜେଏମ୍ବି ଆତଙ୍କବାଦୀଙ୍କ ପଦଚିହ୍ନ ଅଧିକରୁ ଅଧିକ ଦେଖିବାକୁ ମିଳିଲାଣି। ଏହାର ଅର୍ଥ ଆମ ରାଜ୍ୟରେ ଆତଙ୍କବାଦର ପଦାଙ୍କ ଅନୁସରଣକାରୀଙ୍କ ସ˚ଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଏହା ନିଃସନ୍ଦେହ ଯେ ଆମ ରାଜ୍ୟର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ବା˚ଲାଦେଶୀ ଅନୁପ୍ରବେଶକାରୀଙ୍କ ସ˚ଖ୍ୟା ଗଲା ପନ୍ଦର ବର୍ଷ ଭିତରେ ଆଶାତୀତ ଭାବେ ବୃଦ୍ଧି ପାଇଛି। ଚିଲିକା ଏବ˚ ଭିତରକନିକା ଅଞ୍ଚଳରେ ବା˚ଲାଦେଶୀ ଅନୁପ୍ରବେଶକାରୀ ମତ୍ସ୍ୟଜୀବୀମାନଙ୍କ ଉପଦ୍ରବ ସେ ଅଞ୍ଚଳର ଜୈବ ବିବିଧତାକୁ ଘୋର ବିପନ୍ନ କରି ପକାଇଥିବା କାରଣରୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତ ‘ଆମିକସ କ୍ୟୁରି’ ମୋହିତ ଅଗ୍ରଵାଲ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାରେ ନାଗରିକ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ କରାଯାଉ। ତାଙ୍କ ପତ୍ର ଅନୁସାରେ ୨୦୦୪ ମସିହାରେ ସ˚ସଦରେ ତତ୍କାଳୀନ ଗୃହମନ୍ତ୍ରୀ ଶ୍ରୀପ୍ରକାଶ ଜୟସ୍ବାଲ ଦେଇଥିବା ବୟାନ ଅନୁଯାୟୀ ସେ ସମୟରେ ଓଡ଼ିଶାରେ ଥିଲେ ୩୦, ୮୫୦ ଜଣ ବେଆଇନ ବା˚ଲାଦେଶୀ। ତା ପରବର୍ତ୍ତୀ ପନ୍ଦର ବର୍ଷ ଭିତରେ ସେହି ସ˚ଖ୍ୟା ବୃଦ୍ଧି ପାଇ ପହଞ୍ଚିଲାଣି ୭ ଲକ୍ଷରେ। ସମୁଦ୍ର ପଥରେ ଆସୁଥିବା ଏହି ବା˚ଲାଦେଶୀମାନେ ସାଙ୍ଗରେ କେବଳ ମାଛଧରା ଜାଲ ନେଇ ଆସୁ ନାହାନ୍ତି, ଆଣୁଛନ୍ତି ଆତଙ୍କବାଦ। ଏବ˚ ଓଡ଼ିଶା ଉପକୂଳରେ ଓହ୍ଲାଇ ଗଲା ପରେ ପ୍ରମୁଖ ଭାବେ କେନ୍ଦ୍ରାପଡ଼ା ଜିଲ୍ଲାରେ ହିଁ ବସା ବାନ୍ଧୁଛନ୍ତି।
ଏହି ଭିତରେ ଏହାର ପ୍ରମାଣ ମଧୢ ମିଳିବାକୁ ଲାଗିଲାଣି। ୨୦୦୬ମସିହାରେ କଟକ ଜିଲ୍ଲାରୁ ଶେଖ ନଇମ ନାମକ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରାଯିବା ପର ଠାରୁ ୨୦୧୮, ଅଗଷ୍ଟରେ ଦିଲ୍ଲୀ ବିମାନବନ୍ଦରରୁ ହବିବୁର ରହମନ ନାମକ ସନ୍ଦିଗ୍ଧ ଆତଙ୍କବାଦୀ(କେନ୍ଦ୍ରାପଡ଼ା ଅଧିବାସୀ)ର ଗିରଫଦାରି ଭିତରେ ଆମ ରାଜ୍ୟରେ ଆହୁରି ୭ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ବିଭିନ୍ନ ନିଷିଦ୍ଧ ସ˚ଗଠନ ସହିତ ସ˚ପର୍କ କାରଣରୁ ଗିରଫ କରାଯାଇ ସାରିଲାଣି। ସେ ପରିପ୍ରେକ୍ଷୀରୁ ଦେଖିଲେ ‘ଏନ୍ଆଇଏ’ ମୁଖ୍ୟଙ୍କ ସତର୍କବାଣୀ ପ୍ରକୃତରେ ଏକ ଚେତାବନୀ। ୨୦୦୧ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ‘ବିଶ୍ବ ବାଣିଜ୍ୟ କେନ୍ଦ୍ର’ ଉପରେ ହୋଇଥିବା ଭୟାବହ ଆତଙ୍କବାଦୀ ହମଲାର ଠିକ୍ ପରେ ପରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍ କହିଥିଲେ ଯେ ଆମ ସମୟରେ ଆତଙ୍କବାଦର ବିପଦ ପ୍ରତି ଉଦାସୀନ ରହିବାର ଅର୍ଥ ହେଉଛି ତାକୁ ଆମନ୍ତ୍ରଣ କରିବା। ଓଡ଼ିଶା ଭଳି ଏକ ଶାନ୍ତ ରାଜ୍ୟରେ ଗୋଟିଏ ଛୋଟ ଆତଙ୍କବାଦୀ ହମଲା ମଧୢ ସମଗ୍ର ଜୀବନଯାତ୍ରାକୁ ବିପର୍ଯ୍ୟସ୍ତ କରିଦେଇପାରେ। ସୁତରା˚, ଏ ନେଇ ଉଦାସୀନତା କେବଳ ଆତ୍ମଘାତୀ ହେବ।
ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜାକ୍ସ ଚିରାକ ଠାଏ କହିଥିଲେ ଯେ ଆତଙ୍କବାଦ ଏବେ ଗୋଟିଏ ଯୁଦ୍ଧାସ୍ତ୍ରରେ ପରିଣତ ହୋଇଛି। ପାକିସ୍ତାନ ଭଳି ଅନେକ ଉପଦ୍ରବୀ ରାଷ୍ଟ୍ର ନିଜ ଶସ୍ୟ ଭଣ୍ତାରକୁ ଶୂନ୍ୟ କରି ଶସ୍ତ୍ର ଭଣ୍ତାରକୁ ପରିପୁଷ୍ଟ କରୁଥିବା ବେଳେ ଏହି ‘ଯୁଦ୍ଧାସ୍ତ୍ର’ଟିକୁ ପାଇଯାଇଛନ୍ତି, ଯାହାକୁ କୌଣସି ସଭ୍ୟ ଦେଶ କେବେ ହେଲେ ନିଜ ଶସ୍ତ୍ର ଭଣ୍ତାରରେ ରଖିପାରିବ ନାହିଁ କି ବ୍ୟବହାର କରିପାରିବ ନାହିଁ। ଆମ ସମାଜରେ, ଏପରିକି ଆମର ଅତି ପରିଚିତ ବଳୟ ଭିତରେ ଅତି ସତର୍କତାର ସହିତ ଘୂରି ବୁଲୁଥିବା ‘ଏକୁଟିଆ ଗଧିଆ’ମାନେ ହେଉଛନ୍ତି ପାକିସ୍ତାନ ଭଳି ରାଷ୍ଟ୍ରମାନଙ୍କ ଦ୍ବାରା ବ୍ୟବହୃତ ହେବା ଲାଗି ପ୍ରସ୍ତୁତ ଗୋଟିଏ ଗୋଟିଏ ଯୁଦ୍ଧାସ୍ତ୍ର। ଇତିହାସର ସବୁଠାରୁ ଅଧିକ ଦୁର୍ଧର୍ଷ ଆତଙ୍କବାଦୀ ସ˚ଗଠନ ଆଇସିସ୍ ସିରିଆରେ ତାର ଭୂମି ହରାଇବା ପରେ ବିଭିନ୍ନ ଦେଶରୁ ଯାଇ ସେହି ସ˚ଗଠନରେ ଏକତ୍ର ହୋଇଥିବା ଅସ˚ଖ୍ୟ ଅତ୍ୟନ୍ତ କଠୋର ଓ ପ୍ରଶିକ୍ଷିତ ଆତଙ୍କବାଦୀ ଏବେ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପରେ ବିଭିନ୍ନ ଦେଶରେ ଏଭଳି ଯୁଦ୍ଧାସ୍ତ୍ରମାନଙ୍କର ଆଉ ଅଭାବ ମଧୢ ନାହିଁ।
ନିରବ ଘାତକ କ୍ୟାନସର ଭଳି ଆମ ରାଷ୍ଟ୍ର ଶରୀରରେ ଆତଙ୍କବାଦ ମାଡ଼ିଯିବା ଲାଗି ସବୁ ପ୍ରକାର ଆୟୋଜନ କରାଯାଇ ସାରିଲାଣି। କ୍ୟାନସର ଚିକିତ୍ସାରେ ଘାତକ କ୍ୟାନସର ସୃଷ୍ଟିକାରୀ ଜୀବକୋଷ ସହିତ ନିପାତ ହୋଇଥାଆନ୍ତି ଅସ˚ଖ୍ୟ ଉପକାରୀ ଓ ନିରୀହ ଜୀବକୋଷ। ସେଥିଲାଗି କ୍ୟାନସର ଚିକିତ୍ସା ପରେ ଶରୀର ଭାଙ୍ଗିପଡେ଼। ଏଭଳି ଏକ ନିଦାରୁଣ ପରିସ୍ଥିତିରୁ ରକ୍ଷା ପାଇବା ଲାଗି ଯାହା ସବୁଠାରୁ ଅଧିକ ଆବଶ୍ୟକ, ତାହା ହେଲା ଆଦ୍ୟାବସ୍ଥାରୁ ରୋଗର ତତ୍କାଳ ଚିକିତ୍ସା। ଆତଙ୍କବାଦ କ୍ଷେତ୍ରରେ ମଧୢ ତାହା ହିଁ ଲୋଡ଼ା। ଆମ ଭିତରେ ଚିହ୍ନା ପଡୁ ନ ଥିଲା ଭଳି ରହିଥିବା ‘ଗଧିଆ’ମାନଙ୍କୁ ନିର୍ମୂଳ କଲା ବେଳେ ଅନେକ ନିରୀହଙ୍କୁ ମଧୢ କଡ଼ା ମୂଲ୍ୟ ଦେବାକୁ ପଡ଼ିପାରେ। ସେ ପରିପ୍ରେକ୍ଷୀରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଅଯଥାରେ ଅଧିକ ଜଟିଳ ସ୍ଥିତି ସୃଷ୍ଟି କରିବ। ଏପରିକି ବିଳମ୍ବିତ ଚିକିତ୍ସା ରାଷ୍ଟ୍ରର ଗମ୍ଭୀର ସ୍ବାସ୍ଥ୍ୟ ଭଗ୍ନର କାରଣ ମଧୢ ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/sampadakiya-logo-ff-9.jpg)