ଝରକା, ଏସ୍‌ଥର ଓ ଲିଙ୍ଗଗତ ବିଦ୍ବେଷ!

ଲିଙ୍ଗଗତ ସାମ୍ୟର ଅନେକ ସମର୍ଥକ ମନେ କରନ୍ତି ଯେ ପରିଶେଷରେ ଲିଙ୍ଗଗତ ବୈଷମ୍ୟ କେବଳ ଗୋଟିଏ ସ୍ଥାନରେ ପରିଦୃଶ୍ୟ ହୋଇପାରେ- ତାହା ହେଉଛି ଶୌଚାଳୟ। କାରଣ ପୁରୁଷ ଓ ମହିଳାଙ୍କ ଲାଗି ଅଲଗା ଅଲଗା ଶୌଚାଳୟ ରହିବା ଅବଧାରିତ ବୋଲି ଅନ୍ତତଃ ବର୍ତ୍ତମାନ ଲାଗୁଛି। କିନ୍ତୁ ଅନ୍ୟ କୌଣସି କ୍ଷେତ୍ରରେ ବି ଲିଙ୍ଗଗତ ଭେଦଭାବ ରହିବ ନାହିଁ। ସୁତରା˚, ଏ ଭଳି ଏକ ସ୍ଥିତିରେ ଯେତେବେଳେ କିଛି ଇ˚ରେଜୀ ଗଣମାଧୢମରେ ଅଭିଜିତ ବାନାର୍ଜୀ,ଏସ୍‌ଥର ଡଫ୍ଲୋ ଏବ˚ ମାଇକେଲ କ୍ରେମର ଅର୍ଥନୀତିରେ ନୋବେଲ ପୁରସ୍କାର ଜିଣିଛନ୍ତି ବୋଲି ସମ୍ବାଦର ଶୀର୍ଷକରେ ଲେଖିଲେ- ‘ଭାରତୀୟ-ଆମେରିକୀୟ ଏମ୍‌ଆଇଟି ପ୍ରଫେସର ଅଭିଜିତ ବାନାର୍ଜୀ ଏବ˚ ପତ୍ନୀ ଅର୍ଥନୀତିରେ ନୋବେଲ ପାଇଲେ’, ସେତେବେଳେ ସାମାଜିକ ଗଣମାଧୢମରେ ପ୍ରତିକ୍ରିୟାର ଝଡ଼ ସୃଷ୍ଟି ହେଲା। ପ୍ରତିକ୍ରିୟାକାରୀମାନେ କହିଲେ ଯେ ଏହା ଦ୍ବାରା ଅଭିଜିତଙ୍କ ପତ୍ନୀ ଏସ୍‌ଥରଙ୍କ ଗରିମାକୁ କ୍ଷୁଣ୍ଣ କରାଯାଇଛି। କାରଣ ଏସ୍‌ଥର ଅଭିଜିତଙ୍କ ପତ୍ନୀ ଭାବେ ନୁହେଁ, ବର˚ ନିଜର କାର୍ଯ୍ୟ, ପ୍ରତିଭା, ଦକ୍ଷତା ଓ ସାମର୍ଥ୍ୟ ଦ୍ବାରା ସେ ତାଙ୍କ କ୍ଷେତ୍ରରେ ସ୍ବନାମଧନ୍ୟ। ତେଣୁ ଏଭଳି ଲିଙ୍ଗଗତ ବୈଷମ୍ୟ ଆଦୌ ସ୍ପୃହଣୀୟ ନୁହେଁ। ବିଭିନ୍ନ ପରିସ˚ଖ୍ୟାନ ମଧୢ ଏହା ପ୍ରମାଣିତ କଲାଣି ଯେ ଭାରତର ସହରଗୁଡ଼ିକରେ ଲିଙ୍ଗଗତ ବିଭେଦ କ୍ଷୀଣରୁ କ୍ଷୀଣତର ହୋଇଚାଲିଛି। ପ୍ରାୟ ୮୦ ପ୍ରତିଶତ ସହରୀ ଭାରତୀୟ ବିଚାର କରନ୍ତି ଯେ ଏବେ ବିଭିନ୍ନ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ସମକକ୍ଷ ହେଲେଣି। ତେବେ ଏବେ ଏ ଘଟଣାରେ ଗୋଟିଏ କୌତୂହଳପ୍ରଦ ମୋଡ଼ ଦେଖାଦେଇଛି। ଗୋଟିଏ ଇ˚‌ରେଜୀ ସମ୍ବାଦପତ୍ର ସହିତ ଏସ୍‌ଥର ଡଫ୍ଲୋଙ୍କ ସାକ୍ଷାତକାର ବେଳେ ଏ ବାବଦରେ ପଚରାଯାଇ ଏ ସ˚ପର୍କରେ ତାଙ୍କର ମତ କ’ଣ ବୋଲି ପଚରାଯିବାରୁ ଏହାର ଉତ୍ତରରେ ଡଫ୍ଲୋ କହିଛନ୍ତି ଯେ ନୋବେଲ ପୁରସ୍କାର ଘୋଷଣା ପରେ ତାଙ୍କ ନିଜ ଦେଶ ଫ୍ରାନ୍‌ସର ସମ୍ବାଦପତ୍ରରେ ପ୍ରକାଶିତ ଏହି ଖବରର ଶୀର୍ଷକ ଥିଲା ‘ଏସ୍‌ଥର ଡଫ୍ଲୋ ଏବ˚ ଆଉ ଦୁଇ ଜଣଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର। ଏ ଦୁଇ ଜଣଙ୍କ ଭିତରୁ ଜଣେ ତାଙ୍କ ସ୍ବାମୀ’।

ଏହା ଦ୍ବାରା ଏସ୍‌ଥର ଯାହା କହିବାକୁ ଚାହିଁଥିଲେ, ତାହା ହେଉଛି ତୁମେମାନେ କ’ଣ କହିବାକୁ ଚାହଁ ଯେ ଫ୍ରାନ୍‌ସର ସମାଜରେ ଲିଙ୍ଗଗତ ବୈଷମ୍ୟ ରହିଛି ଏବ˚ ତାହା ପୁରୁଷ ବିରୋଧୀ?

ସମ୍ବନ୍ଧିତ ଖବର