ଖୁସି ତତ୍ତ୍ବର ଜନ୍ମଦାତା ରୂପେ ପରିଚିତ ବ୍ରିଟିସ ଦାର୍ଶନିକ ଜେରେମି ବେନ୍ଥାମ ଯଦି ଏବେ ଜୀବିତ ଥାନ୍ତେ, ସେ ଜାତିସ˚ଘର ‘ସସ୍ଟେନେବ୍ଲ ଡେଭେଲପ୍ମେଣ୍ଟ ସଲ୍ୟୁସନ୍ସ ନେଟ୍ଵାର୍କ’ ଦ୍ବାରା ପ୍ରସ୍ତୁତ ୨୦୧୯ ପାଇଁ ପୃଥିବୀର ବିଭିନ୍ନ ଦେଶର ଖୁସି ସ୍ତର ସମ୍ବଳିତ ରିପୋର୍ଟ, ‘ଦି ଵର୍ଲଡ଼ ହାପିନେସ୍ ରିପୋର୍ଟ,୨୦୧୯’କୁ ଦେଖି ବୋଧହୁଏ ‘ଅସ୍ମିତା ବିସ୍ମୟ’ରେ ପଡ଼ିଯାନ୍ତେ। ୧୭୭୬ ସାଲରେ ପ୍ରକାଶିତ ତାଙ୍କର ସର୍ବପ୍ରଥମ ଗୁରୁତ୍ବପୂର୍ଣ୍ଣ ପୁସ୍ତକ, ‘ଏ ଫ୍ରାଗ୍ମେଣ୍ଟ ଅନ୍ ଗଭର୍ଣ୍ଣମେଣ୍ଟ’ରେ ସେ ରାଷ୍ଟ୍ରର ମାର୍ଗଦର୍ଶନ ପାଇଁ ଯେଉଁ ଖୁସି ନିୟମ ଉପସ୍ଥାପିତ କରିଥିଲେ, ତାହା ହେଲା: ‘‘…ସର୍ବାଧିକ ସ˚ଖ୍ୟକଙ୍କର ସର୍ବାଧିକ ଖୁସି ହେଉଛି ଠିକ୍ ଓ ଭୁଲ୍ର ମାପକାଠି।’’
Sambad is now on WhatsApp
Join and get latest news updates delivered to you via WhatsApp
ବେନ୍ଥାମଙ୍କ ଠାରେ ନିଜର ସ୍ଥିତି ନେଇ ସନ୍ଦେହ ସୃଷ୍ଟି କଲା ଭଳି ଉପରୋକ୍ତ ରିପୋର୍ଟରେ ଅନେକ ତଥ୍ୟ ଭରି ହୋଇରହିଛି; ସେଥିମଧୢରୁ ତାଙ୍କର ଚିତ୍ତକୁ ସର୍ବାଧିକ ଅସ୍ଥିର କଲା ଭଳି ଦୁଇଟି ଉଦାହରଣ ଏଠାରେ ଉପସ୍ଥାପନ କରିବା ବୋଧହୁଏ ଯଥେଷ୍ଟ ହେବ। ଚଳିତ ବର୍ଷର ଖୁସି ମାନ୍ୟତା ତାଲିକାରେ ହିମାଳୟ କୋଳରେ ନିଶ୍ଚିନ୍ତରେ ଜାକିଜୁକି ହୋଇ ଖୁସିରେ ଜୀବନ ବିତାଉଥିବା ଭୁଟାନ୍ବାସୀମାନେ ଏହି ତାଲିକାରେ ନିଜ ଦେଶର ସ୍ଥାନ ଖୋଜିଲେ ଦେଖିବେ ତାହାକୁ ମିଳିଛି ୯୫ତମ ସ୍ଥାନ। ଅପରପକ୍ଷେ ହି˚ସା, ଆତଙ୍କବାଦରୁ ଆରମ୍ଭ କରି ଲିଙ୍ଗ ବିଦ୍ବେଷ ଓ ବିଦ୍ୟୁତକାଟର ଦୈନନ୍ଦିନ ଶିକାର ହେଉଥିବା ପାକିସ୍ତାନବାସୀମାନେ ସେଇ ରିପୋର୍ଟରେ ନିଜ ଦେଶକୁ ଭୁଟାନ୍ଠାରୁ ୨୮ଟି ପାହାଚ ଉପରେ ୬୭ତମ ସ୍ଥାନରେ ଆସନ ମିଳିଥିବା ଆବିଷ୍କାର କରିବେ। ଏହି ନିର୍ଦ୍ଦିଷ୍ଟ ଦୁଇ ଦେଶର ନଜିର ଏଠାରେ ଆମେ ପେସ୍ କରିବାର ତାତ୍ପର୍ଯ୍ୟ କୌଣସି ପାଠକ ପାଠିକାଙ୍କୁ ଅଛପା ନ ଥିବ। ତଥାପି ଏ ଦୁଇ ଦେଶକୁ ଦିଆଯାଇଥିବା ଆପେକ୍ଷିକ ଖୁସି ଭିତ୍ତିକ ମର୍ଯ୍ୟାଦା ବହନ କରୁଥିବା ଅବିଶ୍ବାସ୍ୟ ଅସ˚ଗତି ଉପରେ ସାମାନ୍ୟ ଅଧିକ ଆଲୋକପାତର ଆବଶ୍ୟକତା ରହିଛି ବୋଲି ଆମେ ବିଶ୍ବାସ କରୁଛୁ।
ଜେରେମି ବେନ୍ଥାମ ପ୍ରାୟ ଅଢେ଼ଇ ଶହ ବର୍ଷ ତଳେ ଉପରୋକ୍ତ ଖୁସି ତତ୍ତ୍ବର ରୂପରେଖ ନିର୍ଣ୍ଣୟ କରିଥିଲେ ସତ, କିନ୍ତୁ ସାମ୍ପ୍ରତିକ ସମୟରେ ଭୁଟାନ୍ ହେଉଛି ପ୍ରଥମ ଦେଶ ଯିଏ ଦେଶର ଚିରାଚରିତ ‘ମୋଟ ବାର୍ଷିକ ଜାତୀୟ ଉତ୍ପାଦ’ ବା ‘ଜିଡିପି’କୁ ସର୍ବାଧିକ ସ୍ତରରେ ପହଞ୍ଚାଇବା ଉଦ୍ୟମକୁ ପରିତ୍ୟାଗ କରି ଦେଶବାସୀଙ୍କର ‘ମୋଟ ଜାତୀୟ ଖୁସି’ ବା ‘ଜିଡିଏଚ୍’ (ଗ୍ରୋସ୍ ଡୋମେଷ୍ଟିକ୍ ହାପିନେସ୍)କୁ କିପରି ସର୍ବୋଚ୍ଚ ସମ୍ଭବ ସ୍ତରକୁ ନିଆଯାଇ ପାରିବ, ତାହାକୁ ହିଁ ସରକାରଙ୍କର ମୁଖ୍ୟ ଲକ୍ଷ୍ୟରେ ପରିଣତ କରିଛି। (ଉଲ୍ଲେଖଯୋଗ୍ୟ ବ୍ରିିଟେନ୍ରୁ ଆରମ୍ଭ କରି ନିଉଜିଲାଣ୍ତ ପର୍ଯ୍ୟନ୍ତ ବିଭିନ୍ନ ଦେଶମାନେ ଏହାକୁ ଅନୁକରଣ କରି ବଜେଟ୍ ପ୍ରସ୍ତୁତ କରିବା ସମୟରେ ‘ଜିଡିପି’ ସହିତ ‘ଜିଡ଼ିଏଚ୍’ ପ୍ରତି ମଧୢ ଧୢାନ ଦେବାକୁ ଚେଷ୍ଟା କରିବା ଦେଖାଯାଇଛି। ଏହି କାରଣରୁ ଭୁଟାନ୍କୁ ପୃଥିବୀରେ ‘ଖୁସିର ରାଜ୍ୟ’ ବା ‘କିଙ୍ଗଡସ ଅଫ୍ ହାପିନେସ୍’ ରୂପେ ଅଭିହିତ କରାଯାଇଥାଏ।)
ଆମେରିକା ସରକାରଙ୍କର ପରରାଷ୍ଟ୍ର ବିଭାଗ ଅଧୀନସ୍ଥ ‘ଓଭର୍ସିଜ୍ ସିକ୍ୟୁରିଟି ଆଡ଼ଭାଇଜରୀ କାଉନସିଲ୍’ (ଓସାକ୍) ନିୟମିତ ଭାବରେ ପର୍ଯ୍ୟଟକମାନଙ୍କ ଅବଗତି ନିମନ୍ତେ ବିଭିନ୍ନ ଦେଶକୁ ଗସ୍ତ ସମୟରେ ସେଠାକାର ନିରାପତ୍ତା ଇତ୍ୟାଦି ପରିସ୍ଥିତି ସମ୍ପର୍କରେ ସୂଚନା ପ୍ରକାଶ କରିଥାଏ। ୨୦୧୯ ପାଇଁ ଭୁଟାନ୍ ଓ ପାକିସ୍ତାନ ସମ୍ବନ୍ଧରେ ‘ଓସାକ୍’ ପ୍ରସାର କରିଥିବା କେତେକ ଏଭଳି ସୂଚନା ଏଠାରେ ପ୍ରଣିଧାନଯୋଗ୍ୟ। ଅପରାଧ ଓ ନିରାପତ୍ତା ଦୃଷ୍ଟିରୁ ଆମେରିକାର ପର ରାଷ୍ଟ୍ର ବିଭାଗ ୨୦୧୯ ପାଇଁ ପ୍ରସ୍ତୁତ କରିଥିବା ପର୍ଯ୍ୟଟକ ଉପଦେଶାବଳୀରେ ଭୁଟାନ୍କୁ ୧ମ ସ୍ତର ପ୍ରଦାନ କରିଛି। ଏହି ନୀଚା ବିପଦ ସ୍ତର ଅର୍ଥ ହେଲା ଭୁଟାନ୍ ଗସ୍ତ ସମୟରେ ପର୍ଯ୍ୟଟକମାନେ ସର୍ବନିମ୍ନ ସାଧାରଣ ସାବଧାନତା ଅବଲମ୍ବନ କରିବା ଯଥେଷ୍ଟ ହେବ। ରାଜଧାନୀ ଥିମ୍ପୁରେ ପର୍ଯ୍ୟଟକମାନେ କୌଣସି ପ୍ରକାର ଅପରାଧର ସମ୍ମୁଖୀନ ହେବା ସମ୍ଭାବନା ସର୍ବନିମ୍ନ ବୋଲି ଏଥିରେ କୁହାଯାଇଚି। ତେବେ ଯୁବ ପିଢ଼ି ମଧୢରେ ବେକାରି ସମସ୍ୟାର ଉପସ୍ଥିତି ଯୋଗୁଁ ନିଶା ସେବନ, ଚୋରି, ଧର୍ଷଣ ଆଦି ଘଟଣାରେ ବୃଦ୍ଧି ପାଇବା ଦେଖାଯାଉଛି ବୋଲି ମଧୢ ରିପୋର୍ଟରେ କୁହାଯାଇଛି। କିନ୍ତୁ ୨୦୧୬ ଠାରୁ ଅପରାଧ ପଞ୍ଜୀକରଣ ନିୟମ କଡ଼ା କଡ଼ି କରାଯିବା ପରେ ଏହି ପରିସ˚ଖ୍ୟାରେ ଘଟିଥିବା ବୃଦ୍ଧି ମୁଖ୍ୟତଃ କାଗଜପତ୍ରରେ ହିଁ ସୀମିତ ବୋଲି ମଧୢ ସେଥିରେ ସ୍ପଷ୍ଟ କରି ଦିଆଯାଇଛି। ଆତଙ୍କବାଦ ଜନିତ ବିପଦ ଏଠାରେ ଅନୁପସ୍ଥିତ ବୋଲି ମଧୢ କୁହାଯାଇଛି। ସେହିପରି ରାଜନୈତିକ, ଅର୍ଥନୈତିକ ଧର୍ମୀୟ ଏବ˚ ଜାତିଗତ ହି˚ସା ସମ୍ଭାବନା ଏଠାରେ ସର୍ବନିମ୍ନ ବୋଲି ଗସ୍ତକାରୀମାନଙ୍କୁ ନିଶ୍ଚିନ୍ତ କରି ଦିଆଯାଇଛି।
ଏଥର ପାକିସ୍ତାନ ସମ୍ବନ୍ଧରେ ‘ଓସାକ୍’ ପ୍ରସାର କରିଥିବା ମତାମତ ଉପରେ ନଜର ପକାଯାଉ। ଅପରାଧ ଓ ନିରାପତ୍ତା ଦୃଷ୍ଟିରୁ ‘ଓସାକ୍’ ପାକିସ୍ତାନଙ୍କୁ ୩ୟ ସ୍ତର ପ୍ରଦାନ କରିଛି। ଏହା ଏକ ବିପଜ୍ଜନକ ସ୍ତର ହୋଇଥିବାରୁ ‘ଓସାକ୍’ ସମ୍ଭାବ୍ୟ ଗସ୍ତକାରୀଙ୍କୁ ପାକିସ୍ତାନ ଯାତ୍ରାର ପୁନର୍ବିଚାର କରିବା ପାଇଁ ଉପଦେଶ ଦେଇଛି। ଆତଙ୍କବାଦ ଏହି ବିପଦର ମୁଖ୍ୟ କାରଣ ବୋଲି ଏଥିରେ ଉଲ୍ଲେଖ ହୋଇଛି। ଆତଙ୍କବାଦୀ ଆକ୍ରମଣ ଓ ଅପହରଣ ସମ୍ଭାବନା ଥିବାରୁ ନଛୋଡ଼ବନ୍ଦା ପର୍ଯ୍ୟଟକଙ୍କୁ ବେଲୁଚିସ୍ତାନ ଖାଇବର ପାଖତୁନ୍ଖ୍ବା ‘ଫାଟା’ ଏବ˚ ଆଜାଦ୍ କଶ୍ମୀର ଅଞ୍ଚଳରୁ ଦୂରେଇ ରହିବାକୁ କୁହାଯାଇଛି। ବିଭିନ୍ନ ଅପରାଧର ଜାଣିଶୁଣି ରିପୋର୍ଟ କରା ହେଉନଥିବା ଯୋଗୁଁ ପ୍ରକୃତ ଚିତ୍ର ଅସ୍ପଷ୍ଟ ହୋଇଥିଲେ ହେଁ ଚୋରି ଡକାୟତି ଭଳି ଗତାନୁଗତିକ ଅପରାଧ ସହ ଯୌନ ଓ ଲିଙ୍ଗ ଗତ ହି˚ସା ଏବ˚ ମାନବ ଚାଲାଣ ଭଳି ଅପରାଧମାନ ଏଠାରେ ସାଧାରଣ ବୋଲି ପର୍ଯ୍ୟଟକମାନଙ୍କୁ ସାବଧାନ କରି ଦିଆଯାଇଛି।
ଏଠାରେ ଭାରତ ସମ୍ବନ୍ଧରେ ‘ଓସାକ୍’ ପ୍ରଦାନ କରିଥିବା ଉପଦେଶର ସ˚କ୍ଷିପ୍ତ ଅବତାରଣା ଅପ୍ରାସଙ୍ଗିକ ହେବ ନାହିଁ। ଭାରତର ଅଧିକା˚ଶ ଅଞ୍ଚଳକୁ ଏଥିରେ ୨ୟ ସ୍ତର ପ୍ରଦାନ କରାଯାଇଛି, ଯାହାର ଅର୍ଥ ଗସ୍ତକାରୀମାନେ ଏଠାରେ ସାଧାରଣରୁ ଅଧିକ ସତର୍କତା ଅବଲମ୍ବନ କରିବେ। ପୂର୍ବ ଲାଦାଖ୍ ବ୍ୟତୀତ କଶ୍ମୀରର ଅନ୍ୟ ସ୍ଥାନକୁ ନ ଯିବା ପାଇଁ ସେମାନଙ୍କୁ ଉପଦେଶ ଦିଆଯାଇଛି। ୨୫ ନିୟୁତ ଜନସ˚ଖ୍ୟା ବିଶିଷ୍ଟ ଭାରତର ବୃହତ୍ତମ ନଗରୀ ମୁମ୍ବାଇ ପର୍ଯ୍ୟଟକମାନଙ୍କ ପାଇଁ ନିରାପଦ ବୋଲି ‘ଓସାକ୍’ ରିପୋର୍ଟରେ କୁହାଯାଇଛି। ଭାରତକୁ କିନ୍ତୁ ଖୁସି ତାଲିକାରେ ୧୫୬ଟି ଦେଶ ମଧୢରେ ମିଳିଛି ୧୪୦ତମ ସ୍ଥାନ- ପାକିସ୍ତାନ ଠାରୁ ୭୩ ପାହାଚ ତଳେ।
ଯଦି ଖୁସି ଏକ ରାଷ୍ଟ୍ରର ଅନ୍ତିମ ଲକ୍ଷ୍ୟ ହୁଏ ତେବେ ପୃଥିବୀର ସମସ୍ତ ଦେଶ ଭୁଟାନ୍କୁ ନୁହେଁ, ପାକିସ୍ତାନକୁ ହିଁ, ଅନୁକରଣ କରିବା ଉଚିତ- ଅଧିକ ଧର୍ମାନ୍ଧତା, ଅଧିକ ଆତଙ୍କବାଦ, ଅଧିକ ହି˚ସାକାଣ୍ତ ହେଉଛି ଅଧିକ ଖୁସିର ଚାବିକାଠି। ଏହାହିଁ ଜାତିସ˚ଘ ରିପୋର୍ଟର ସନ୍ଦେଶ। ବେନ୍ଥାମ ଏ ରିପୋର୍ଟ ଦେଖିଲେ ନିଜର ମୁଣ୍ତ କୁଣ୍ତାଇ ବିସ୍ମିତ ହେବା ବ୍ୟତୀତ ଆଉ କ’ଣ କରନ୍ତେ?