ଜିଭରେ ହାଡ଼

ଉଜ୍‌ବେକିସ୍ତାନୀ ଲୋକକଥାର ଅନବଦ୍ୟ ଚରିତ୍ର ମୁଲ୍ଲା ନସିରୁଦ୍ଦିନଙ୍କ ଠାରେ ପ୍ରଜ୍ଞା ଏବ˚ ନିର୍ବୋଧତାର ଏଭଳି ଏକ ଅପୂର୍ବ ସମାହାର ଦେଖିବାକୁ ମିଳିଥାଏ ଯେ ସୁଫି ସାହିତ୍ୟରେ ତାଙ୍କୁ ଅନେକ ସମୟରେ ଏକ ପଥପ୍ରଦର୍ଶକ ରୂପେ ବିଚାର କରାଯାଇଥାଏ। ସେହି ମୁଲ୍ଲା ନସିରୁଦ୍ଦିନ କାହିଁକି ସର୍ବଦା ରାଜାଙ୍କୁ ତୋଷାମଦ କଲା ଭଳି କଥା କହୁଛନ୍ତି ଏବ˚ ସତ କହିବା ଲାଗି ତାଙ୍କ ଜିଭରେ ହାଡ଼ ନାହିଁ କି? ବୋଲି ଖୋଦ୍‌ ରାଜା ମୁଲ୍ଲାଙ୍କୁ ପଚାରନ୍ତେ ତାଙ୍କ ପାଟିରୁ ଦୈବାତ୍‌ ବାହାରି ପଡ଼ିଲା- ‘ମୋ ଜିଭରେ ତ ହାଡ଼ ଅଛି ଜାହାଁପନା, କିନ୍ତୁ ମୁଁ ଜାଣେ ଯେ ଆପଣଙ୍କ କାନର ହାଡ଼ କୋମଳ।’ ଶୁଣାଯାଏ ଯେ ଏଭଳି ସତ କଥାଟିଏ କହି ପକାଇଥିବାରୁ ପରବର୍ତ୍ତୀ ସମୟରେ ମୁଲ୍ଲା ଘୋର ପସ୍ତେଇଥିଲେ ଏବ˚ ରାଜା ମଧୢ କୁଆଡେ଼ ଅବିଳମ୍ବେ ଏହା ପ୍ରମାଣ କରି ଦେଇଥିଲେ ଯେ ସତ ଶୁଣିବା ଲାଗି ସେ ପ୍ରସ୍ତୁତ ନୁହନ୍ତି; ତାଙ୍କ କାନର ହାଡ଼ ସତରେ କଅଁଳ।

ଉପରୋକ୍ତ କ୍ଷୁଦ୍ର ଲଘୁକଥାଟି ଉଲ୍ଲେଖ କରିବାର କାରଣ ହେଉଛି ଆମ ଦେଶରେ ବାକ୍‌ ସ୍ବାଧୀନତାକୁ ନେଇ ବେଶ୍‌ କିଛି ସମୟ ଧରି ଚାଲି ଆସିଥିବା ବିବାଦ ଓ ବିତର୍କ ପରିପ୍ରେକ୍ଷୀରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସୁପ୍ରିମ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ଼ ଦେଇଥିବା ମନ୍ତବ୍ୟ। ଗଲା ମଙ୍ଗଳବାର ଦିନ ଜଷ୍ଟିସ ବୋବଡେ଼ କହିଥିଲେ ଯେ ଏବେ ଆମ ଦେଶରେ କିଛି ଲୋକ ମାତ୍ରାଧିକ ବାକ୍‌ ବା ଅଭିବ୍ୟକ୍ତିଗତ ସ୍ବାଧୀନତାର ଉପଯୋଗ କରି ସର୍ବସମକ୍ଷରେ ବା ‘ସାମାଜିକ ଗଣମାଧୢମ’ରେ ମନ ଇଚ୍ଛା କହି ଯାଉଥିବା ବେଳେ ଅନେକ ଏଭଳି ନାଗରିକ ଅଛନ୍ତି ଯେଉଁମାନେ କିଛି କହି ନ ପାରି ସ˚ପୂର୍ଣ୍ଣ ହତବାକ୍‌ ସ୍ଥିତିରେ। କହିବା ବାହୁଲ୍ୟ ଯେ ମାନ୍ୟବର ଜଷ୍ଟିସ୍‌ ବୋବଡେ଼ଙ୍କୁ ଛୁଇଁଥିବା ଏଭଳି ଏକ ଅସ˚ଗତି ନିଶ୍ଚିତ ଭାବେ ଉଦ୍‌ବେଗଜନକ।

୨୦୧୪ରେ ବିଜେପି ନେତୃତ୍ବରେ ଏନ୍‌ଡିଏ ସରକାର କେନ୍ଦ୍ରରେ ଅଧିଷ୍ଠିତ ହେବା ପର ଠାରୁ ଆମ ଦେଶରେ ନାଗରିକମାନଙ୍କ ଏହି ମୌଳିକ ଅଧିକାରଟିର ହନନ ସବୁଠାରୁ ଅଧିକ ହୋଇ ଚାଲିଛି ବୋଲି ବାରମ୍ବାର ବିତର୍କର ଝଡ଼ ଉଠିବାରେ ଲାଗିଛି। ସରକାର ବା ବ୍ୟବସ୍ଥା ବିରୋଧୀ ମତ ଅଧିକା˚ଶ ସମୟରେ ହି˚ସ୍ର ପାଲଟା ଜବାବ ଆମନ୍ତ୍ରଣ କରୁଥିବାରୁ ଅନେକ ଭିନ୍ନମତବାଦୀ ନିରବ ରହୁଥିବାର ଅଭିଯୋଗ ମଧୢ ଶୁଣାଯିବାରେ ଲାଗିଛି। କିଛି ପରିସ˚ଖ୍ୟାନ ମଧୢ ଏଭଳି ଯୁକ୍ତିର ସମର୍ଥନ କରିଥାଏ। ନିକଟରେ ପ୍ରକାଶିତ ‘ନେସନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋ’ ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ତଥ୍ୟ ଅନୁସାରେ ଦେଶଦ୍ରୋହମୂଳକ ବୟାନ ବା କାର୍ଯ୍ୟକଳାପ ଲାଗି ରୁଜୁ ହେଉଥିବା ମାମଲା ସ˚ଖ୍ୟା ୨୦୧୭ ମସିହାରେ ପୂର୍ବ ବର୍ଷ ତୁଳନାରେ ୪୫ % ବୃଦ୍ଧି ପାଇଛି। ୨୦୧୬ ମସିହାରେ ୩୫ଟି ଏଭଳି ମାମଲାରେ ୪୮ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୦୧୭ରେ ୫୧ଟି ମାମଲାରେ ୨୨୮ ଜଣଙ୍କୁ(ଏମାନଙ୍କ ମଧୢରେ ନାବାଳକ ଏବ˚ ମହିଳା ଅଛନ୍ତି) ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୭ରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ଭିତରୁ ମାତ୍ର ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହାର ଅର୍ଥ ଅନେକ ସ୍ଥଳରେ ଭିନ୍ନ ମତବାଦୀଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଅଣାଯାଇଛି।

୨୦୧୭, ସେପ୍‌ଟେମ୍ବର ୫ରେ କର୍ଣ୍ଣାଟକରେ ‘ଲଙ୍କେଶ ପତ୍ରିକା’ର ସ˚ପାଦିକା ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ତ ପରେ ଗୋଟିଏ ମତ ପ୍ରଗାଢ଼ ହୋଇଥିଲା ଯେ ସରକାର ବିରୋଧରେ ଲେଖୁଥିବା ସାମ୍ବାଦିକମାନଙ୍କୁ ଚୁପ୍‌ କରିବା ଲାଗି କିଛି ଚରମପନ୍ଥୀ ଉଦ୍ୟମରତ। ସେହି ସ˚ଦର୍ଭରେ ପ୍ରକାଶିତ ଏକ ପରିସ˚ଖ୍ୟାନ ମଧୢ କହିଥିଲା ଯେ ୨୦୧୭ ମସିହାରେ ୧୧ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି, ଯେଉଁମାନଙ୍କ ଭିତରୁ ଅନ୍ତତଃ ତିନି ଜଣ ସିଧାସଳଖ ସେମାନେ ପ୍ରକାଶ କରିଥିବା ଲେଖା ଲାଗି ମୃତ୍ୟୁର ଶିକାର ହୋଇଛନ୍ତି। ‘ରିପୋର୍ଟର୍‌ସ ଵିଦାଉଟ୍‌ ବର୍ଡର‌୍‌’ ନାମକ ଏକ ଅନ୍ତର୍ଜାତୀୟ ଏନ୍‌ଜିଓ ଦ୍ବାରା ପ୍ରସ୍ତୁତ ରିପୋର୍ଟ କହିଥାଏ ଯେ ୨୦୧୮ ମସିହାରେ ସାରା ବିଶ୍ବରେ ହତ୍ୟାର ଶିକାର ହୋଇଥିବା ୮୦ ଜଣ ସାମ୍ବାଦିକଙ୍କ ଭିତରୁ ଭାରତରେ ସେମାନଙ୍କ ସ˚ଖ୍ୟା ଛଅ। କେବଳ ହତ୍ୟା ନୁହେଁ, ଅନେକ ଭାରତୀୟ ସାମ୍ବାଦିକ ଏବ˚ ଭିନ୍ନ ମତପୋଷଣକାରୀମାନେ ସାମାଜିକ ଗଣମାଧୢମରେ ମାତ୍ରାତିରିକ୍ତ ଆକ୍ରମଣାତ୍ମକ ‘ଟ୍ରୋଲ୍‌’ର ଶିକାର ମଧୢ ହେଉଥିବା ଦେଖାଯାଉଛି।

ତେବେ, ଏହାକୁ ଉପଲକ୍ଷ୍ୟ କରି ବାକ୍‌ ସ୍ବାଧୀନତାର ବ୍ୟାପକ ହନନ ନେଇ ସ˚ପ୍ରତି ଗଭୀର ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ ବେଳେ (୧୯୮୮ ମସିହାରେ) ସଲମାନ ରସ୍‌ଦିଙ୍କ ଉପନ୍ୟାସ ‘ସାଟାନିକ୍‌ ଭର୍ସେସ୍‌’କୁ ଭାରତରେ ନିଷେଧ କରାଯିବା ପରେ ରସ୍‌ଦି ଦେଇଥିବା ମନ୍ତବ୍ୟ ମଧୢ ପ୍ରଣିଧାନଯୋଗ୍ୟ। ସେ କହିଥିଲେ ଯେ ‘ଭାରତ ଏବେ ଏକ ସା˚ସ୍କୃତିକ ଇମର୍ଜେନ୍‌ସୀର କବ୍‌ଜାରେ’। ସ୍ବାଧୀନତା ପରବର୍ତ୍ତୀ କାଳରେ ୧୯୫୦ ମସିହାରେ ‘ଖାକ୍‌ ଔର‌୍‌ ଖୁନ୍‌’ ନାମକ ପୁସ୍ତକକୁ ନିଷିଦ୍ଧ କରାଯିବା ଠାରୁ ଆରମ୍ଭ କରି ୨୦୧୭ରେ ‘ଫ୍ରମ ଗଡ୍‌ମ୍ୟାନ ଟୁ ଟାଇକୁନ୍‌’ ନାମକ ପୁସ୍ତକ ପର୍ଯ୍ୟନ୍ତରେ ଭାରତରେ ଏ ଯାବତ୍‌ ପ୍ରାୟ ଶହେ ପାଖାପାଖି ପୁସ୍ତକ ଅଶ୍ଳୀଳତା, ମାନହାନି, ଧର୍ମୀୟ ଭାବନାକୁ ଆଘାତ, ରାଷ୍ଟ୍ର ବିରୋଧ ଆଦି ଅଭିଯୋଗ କାରଣରୁ ନିଷିଦ୍ଧ ହୋଇଛନ୍ତି। ସେହିଭଳି ନିଷିଦ୍ଧ ହୋଇଥିବା ତାଲିକାରେ ଅଛନ୍ତି ଅନେକ ଆଲେଖ୍ୟ, ବ୍ୟଙ୍ଗ ଚିତ୍ର ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ପର୍ଯ୍ୟନ୍ତରେ ବିଭିନ୍ନ ସର୍ଜନାତ୍ମକ କୃତି। ତେବେ, ଦେଖାଯାଉଛି ଯେ ଗତ ଦେଢ଼ ଦଶନ୍ଧି ଭିତରେ ଆମ ଦେଶରେ ଦକ୍ଷିଣ ପନ୍ଥୀ ରାଜନୀତିର ମୂଳ ଗଭୀରତା ସ୍ପର୍ଶ କଲା ପରେ ଭିନ୍ନ ମତ ପ୍ରତି ଅସହିଷ୍ଣୁତା ଅପେକ୍ଷାକୃତ ତୀବ୍ର ହୋଇଛି। ଏବ˚ ଏହା ବି ଏକ ବିଡ଼ମ୍ବନା ଯେ ଦକ୍ଷିଣପନ୍ଥୀ ମୌଳବାଦୀମାନଙ୍କ ଭଳି ଧର୍ମ ନିରପେକ୍ଷ-ମୌଳବାଦୀମାନେ ମଧୢ ଭିନ୍ନମତ ପ୍ରତି ତୀବ୍ର ଅସହିଷ୍ଣୁତା ପୋଷଣ କରୁଛନ୍ତି। ତେବେ ଏ ଦୁଇ ଗୋଷ୍ଠୀ ଭିତରେ ଥିବା ବଡ଼ ପ୍ରଭେଦଟି ହେଉଛି ପ୍ରଥମ ଗୋଷ୍ଠୀର ଚରମପନ୍ଥୀମାନେ ଭିନ୍ନମତକୁ ନିରବ କରିଦେବା ଲାଗି ହି˚ସାର ଆଶ୍ରୟ ନେବାକୁ ପଶ୍ଚାତ୍‌ପଦ ହେଉନାହାନ୍ତି।

ସ୍ବାଧୀନତୋତ୍ତର ଭାରତରେ ନାଗରିକର ଯେଉଁ ମୌଳିକ ଅଧିକାରଟି ସର୍ବାଧିକ ଆଲୋଚନା, ବିତର୍କ ଏବ˚ ଆକ୍ରମଣର ଶିକାର ହୋଇଛି ତାହା ହେଉଛି ସମ୍ବିଧାନର ଧାରା ୧୯(୧)(କ)ରେ ସ୍ଥାନିତ ଏହି ବାକ୍‌ ସ୍ବାଧୀନତାର ଅଧିକାର। ତେବେ, ମାନ୍ୟବର ସର୍ବୋଚ୍ଚ ଅଦାଲତ ବିଭିନ୍ନ ମାମଲାର ରାୟରେ ଓ ଅନେକ ବ୍ୟାଖ୍ୟାରେ ଏହି ମୌଳିକ ଅଧିକାରର ପ୍ରଭାବକୁ ଅକ୍ଷୁଣ୍ଣ ରଖିବା ଓ ତାର ପରିସର ବୃଦ୍ଧି କରିବା ଦିଗରେ ନିରବଚ୍ଛିନ୍ନ ଉଦ୍ୟମ କରି ଆସିଛନ୍ତି। ତେଣୁ ଆଶା କରିବା ଯେ ଜଷ୍ଟିସ ବୋବଡେ଼ ପ୍ରଧାନ ବିଚାରପତି ଭାବେ ସେ ଦେଖି ପାରିଥିବା ଅସ˚ଗତିକୁ ଦୂର କରିବା ଦିଗରେ ଉଦ୍ୟମ କରିବେ। ଅମର୍ତ୍ତ୍ୟ ସେନଙ୍କ ପ୍ରସିଦ୍ଧ ପୁସ୍ତକ ‘ଦ ଆର୍ଗୁମେଣ୍ଟେଟିଭ୍‌ ଇଣ୍ତିଆନ୍‌’ ବା ‘ଯୁକ୍ତିପ୍ରବଣ ଭାରତୀୟ’ରେ ଦର୍ଶାଯାଇଛି କିଭଳି ଭାରତରେ ପ୍ରାଚୀନ କାଳରୁ ତର୍କ ବିତର୍କର ଏକ ପର˚ପରା ରହି ଆସିଛି। ପ୍ରାଚୀନ ଭାରତୀୟ ସମାଜ ସେ କାଳର ତୀବ୍ର ବ୍ୟବସ୍ଥା-ବିରୋଧୀ ଦାର୍ଶନିକ ଚାର୍ବାକଙ୍କୁ ମଧୢ ଋଷିର ମାନ୍ୟତା ପ୍ରଦାନ କରିଥିଲା। ସେହି ପରିପ୍ରେକ୍ଷୀରେ ଆମେମାନେ ଆଶା କରିବା ଉଚିତ ଯେ ଏବର ଭାରତରେ ଭିନ୍ନ ମତ ସମ୍ମାନ ପାଉ ଏବ˚ ଭିନ୍ନ ମତକୁ ଖଣ୍ତନ କରିବା ଲାଗି ଅଭିବ୍ୟକ୍ତିର ମାଧୢମ ‘ଶବ୍ଦ’ ହେଉ, ‘ବୁଲେଟ୍‌’ ନ ହେଉ।

ସମ୍ବନ୍ଧିତ ଖବର