ସମତଳ କ୍ରୀଡ଼ା ପ୍ରାଙ୍ଗଣ

୨୦୧୩ ମସିହାରେ ପ୍ରସାରିତ ପ୍ରସିଦ୍ଧ ଇ˚ରେଜୀ ଟକ୍‌ ସୋ’ ଓପ୍ରା ଵିନ୍‌ଫ୍ରି ସୋ’ରେ କି˚ବଦନ୍ତୀୟ ଦ୍ରୁତ ସାଇକେଲ ଚାଳକ ଲାନ୍‌ସ ଆର୍ମଷ୍ଟ୍ରଙ୍ଗ ଯେତେବେଳେ ସ୍ବୀକାର କଲେ ଯେ ନିଜ ପ୍ରଦର୍ଶନର ସ୍ତର ବୃଦ୍ଧି ଲାଗି ସେ ନିଷିଦ୍ଧ ଔଷଧ ନେଉଥିଲେ, ଏବ˚ କେବେ ହେଲେ ‘ଡୋପ୍‌’ ପରୀକ୍ଷାରେ ଧରା ପଡ଼ି ନଥିଲେ, ସେତିକି ବେଳେ କେବଳ ଯେ ତାଙ୍କର ଅତ୍ୟନ୍ତ ଜାଜ୍ଜ୍ବଲ୍ୟମାନ କୃତିତ୍ବ ଭୂଲୁଣ୍ଠିତ ହୋଇଥିଲା ତାହା ନୁହେଁ, ପ୍ରଶ୍ନ ଉଠିଥିଲା ଯେ ଏଭଳି ଠକାମି ସମ୍ଭବ ହୋଇପାରିଲା କିପରି? ଆର୍ମଷ୍ଟ୍ରଙ୍ଗ ମାନି ଥିଲେ ଯେ ସେ ମା˚ସପେଶୀ ପରିପୁଷ୍ଟକ ଇ.ପି.ଓ(ଏରିଥ୍ରୋପୋଏଟିନ୍‌) ଓ ପ୍ରଦର୍ଶନ କ୍ଷମତା ବର୍ଦ୍ଧକ ଔଷଧ (ପିଇ.ଡି.) ସେବନ କରୁଥିଲେ। ତାଙ୍କ ମତରେ ଏସବୁ ବିନା ‘ଟୁର ଡି ଫ୍ରାନ୍‌ସ’ ଭଳି ଅତ୍ୟନ୍ତ କଷ୍ଟସାଧୢ ସାଇକେଲ ରେସ୍‌ (ସବୁଠାରୁ ସମ୍ମାନାସ୍ପଦ ମଧୢ)କୁ ସାତ ଥର ଜିତିବା ତାଙ୍କ ପକ୍ଷରେ ସମ୍ଭବ ହୋଇ ନ ଥାଆନ୍ତା। ଏ ପ୍ରସଙ୍ଗର ଅବତାରଣା ଏଠାରେ ଏଥି ଲାଗି କରାଯାଉଛି ଯେ ଗଲା ମଙ୍ଗଳବାର ଗଣମାଧୢମରେ ପ୍ରକାଶିତ ସମ୍ବାଦ ଅନୁସାରେ ୨୦୧୦ କମନୱେଲ୍‌ଥ ଗେମ୍‌ସ’ରେ ସ୍ବର୍ଣ୍ଣପଦକ ବିଜେତା ଭାର ଉତ୍ତୋଳନକାରୀ ଓଡ଼ିଶାର କେ.ରବି କୁମାରଙ୍କ ଉପରେ ‘ନାସନାଲ ଆଣ୍ଟି ଡୋପିଙ୍ଗ ଏଜେନ୍‌ସି’ ବା ‘ନାଡା’ ପକ୍ଷରୁ ୪ ବର୍ଷ ଲାଗି ପ୍ରତିବନ୍ଧ ଲଗାଇ ଦିଆଯାଇଛି। ସୂତ୍ରାନୁସାରେ ରବି କୁମାରଙ୍କ ମୂତ୍ର ନମୁନାର ପରୀକ୍ଷଣରୁ ସେ ‘ଓଷ୍ଟାରିନ୍‌’ ନାମକ ଏକ ଅନନୁମୋଦିତ ମା˚ସପେଶୀ ପରିପୁଷ୍ଟକାରୀ ଔଷଧ ବ୍ୟବହାର କରିଛନ୍ତି, ଯାହା ଯୁକ୍ତରାଷ୍ଟ୍ର ଆମେରିକାର ‘ଫୁଡ୍‌ ଏଣ୍ତ ଡ୍ରଗ୍‌ସ ଆଡମିନିଷ୍ଟ୍ରେସନ’ ବା ‘ଏଫ୍‌ଡିଏ’ର ସ୍ବୀକୃତି ଲାଭ କରିନାହିଁ। ତେବେ ରବି କୁମାରଙ୍କ ବିବୃତି ଅନୁସାରେ ‘ନାଡା’ର ଏ ଘୋଷଣା ହେଉଛି ଗଲା ଜୁନ୍‌ ମାସରେ ତାଙ୍କ ଉପରେ ଜାରି କରାଯାଇଥିବା ‘ପ୍ରୋଭିଜନାଲ ସସ୍‌ପେନ୍‌ସନ୍‌’ ବା ସାମୟିକ ପ୍ରତିବନ୍ଧ ସମ୍ବନ୍ଧୀୟ ପ୍ରଟୋକଲ ବା ବିଧିର କେବଳ ଏକ ସ୍ବାଭାବିକ ଉପସ˚ହାର। କାରଣ, ତାଙ୍କ ପକ୍ଷରୁ ଉପସ୍ଥାପିତ ପ୍ରତିବାଦର ଶୁଣାଣି ‘ନାଡା’ ପକ୍ଷରୁ କରାଯିବା ଏ ପର୍ଯ୍ୟନ୍ତ ବାକି ଅଛି। ତାଙ୍କ ନି‌ର୍ଦ୍ଦୋଷତା ପ୍ରମାଣ କରିବା ଲାଗି ଦସ୍ତାବିଜ ସହିତ ସେ ପ୍ରସ୍ତୁତ ଅଛନ୍ତି ବୋଲି ରବିକୁମାର କହିଛନ୍ତି।

କେବଳ ଭାରତରେ ନୁହେଁ, ସାରା ପୃଥିବୀରେ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରୀଡ଼ା ପ୍ରାଙ୍ଗଣକୁ ‘ପ୍ରଦର୍ଶନ କ୍ଷମତା ବର୍ଦ୍ଧକ’ ଔଷଧର ଛାୟା ରାହୁଗ୍ରସ୍ତ କରି ରଖିଛି। ଏହାର ମୁକାବିଲା ସକାଶେ ୧୯୯୯ ମସିହାରେ ‘ଵର୍ଲଡ ଆଣ୍ଟି ଡୋପି˚ ଏଜେନ୍‌ସି’ ବା ‘ଵାଡା’ ଗଠିତ ହୋଇଛି। ‘ଵାଡା’ ସହିତ ଅନୁବନ୍ଧିତ ସବୁ ରାଷ୍ଟ୍ରରେ ‘ଆଣ୍ଟି ଡୋପି˚ ଏଜେନ୍‌ସି’ ଗଠନ କରାଯିବା କ୍ରମରେ ୨୦୦୯ ମସିହାରେ ଭାରତରେ ‘ନାଡା’ର ସ୍ଥାପନା କରାଯାଇଛି। କିନ୍ତୁ ‘ଡୋପ୍‌’ ପରୀକ୍ଷାର ବିଶ୍ବସନୀୟତା ନେଇ ମଧୢ ଅନେକ ସମୟରେ ବିବାଦ ଓ ପ୍ରଶ୍ନ ଉଠିବାରେ ଲାଗିଛି। ଏଭଳି ବିବାଦର ଏକ ସଦ୍ୟ ଉଦାହରଣ ହେଉଛି ସ˚ଜିତା ଚାନୁଙ୍କ ମାମଲା। ୨୦୧୪ ଏବ˚ ୨୦୧୮ରେ ଯଥାକ୍ରମେ ୪୮ ଓ ୫୩ କିଲୋଗ୍ରାମ ବର୍ଗରେ ଦୁଇ ଦୁଇଟି ‘କମନ୍‌‌େୱଲ୍‌ଥ’ ସ୍ବର୍ଣ୍ଣ ପଦକ ଜିଣିଥିବା ସ˚ଜିତା ଚାନୁଙ୍କ ଉପରେ ଲାଗିଥିବା ‘ସାମୟିକ ପ୍ରତିବନ୍ଧ’କୁ ଗଲା ଅଗଷ୍ଟ ମାସରେ ‘ଆନ୍ତର୍ଜାତିକ ଭାରୋତ୍ତୋଳନ ସ˚ଗଠନ’ ବା ‘ଆଇ.ଡବ୍ଲ୍ୟୁ.ଏଫ୍‌’ ଦ୍ବାରା ବର୍ତ୍ତମାନ ଲାଗି ଉଠାଇ ଦିଆଯାଇଛି। କାରଣ ୨୦୧୭, ନଭେମ୍ବର ମାସରେ ଏକ ପ୍ରତିଦ୍ବନ୍ଦ୍ବିତା ସମୟରେ ତାଙ୍କ ଠାରୁ ସ˚ଗୃହୀତ ମୂତ୍ର ନମୁନା ଆମେରିକାର ଯେଉଁ ପରୀକ୍ଷାଗାରକୁ ପଠାଯାଇଥିଲା, ତାରି ରିପୋର୍ଟ ଆଧାରରେ ଡିସେମ୍ବର ମାସରେ ତାଙ୍କ ଉପରେ ପ୍ରତିବନ୍ଧ ଲାଗୁ କରାଯାଇଥିଲା। ତେବେ ସ˚ଜିତାଙ୍କ ଅପିଲ ଓ ଲଢେ଼ଇ ପରେ ଏବେ ‘ଆଇ.ଡବ୍ଲ୍ୟୁ.ଏଫ୍‌’ ପକ୍ଷରୁ ସ୍ବୀକାର କରାଯାଇଛି ଯେ ତାଙ୍କର ମୂତ୍ର ନମୁନାର ନମ୍ବର ନେଇ ବିଭ୍ରାଟର ସନ୍ଦେହ ଉଜାଗର ହୋଇଛି।

ଲାନ୍‌ସ ଆର୍ମଷ୍ଟ୍ରଙ୍ଗଙ୍କ ବିବାଦ ଯେତେବେଳେ ଚର୍ଚ୍ଚାର କେନ୍ଦ୍ରରେ ଥିଲା, ସେତିକି ବେଳେ ଏଭଳି ସନ୍ଦେହ ମଧୢ ଉଠିଥିଲା ଯେ ଆର୍ମଷ୍ଟ୍ରଙ୍ଗଙ୍କ କ୍ୟାରିଅରକୁ ପରିଚାଳନା କରୁଥିବା ଅତ୍ୟନ୍ତ ପ୍ରଭାବଶାଳୀ ‘ଟିମ୍‌’ ସ୍ବିଜରଲାଣ୍ତରେ ଥିବା ପୃଥିବୀର ସର୍ବୋତ୍ତମ ପରୀକ୍ଷାଗାରରେ ଲାଞ୍ଚ କାରବାର କରିଥାଇ ପାରନ୍ତି। ଗୋଟିଏ ପଟେ ସଚ୍ଚୋଟତାର ଶିରୋମଣି ସ୍ବିଜରଲାଣ୍ତର ଏକ ଅତ୍ୟନ୍ତ ସମ୍ମାନାସ୍ପଦ ଅନୁଷ୍ଠାନର ବିଶ୍ବସନୀୟତାକୁ ନେଇ ଏଭଳି ସନ୍ଦେହ ପ୍ରକାଶ ପାଉଥିବା ବେଳେ, ଅନ୍ୟ ପଟରେ ଭାରତସ୍ଥିତ ‘ନାସନାଲ ଡ୍ରଗ୍‌ ଟେଷ୍ଟି˚ ଲାବରେଟୋରି’ ବା ‘ଏନ୍‌ଡିଟିଏଲ୍‌’ରେ ପରୀକ୍ଷାନିରୀକ୍ଷାର ସ୍ତରକୁ ନେଇ ପ୍ରଶ୍ନ ବରାବର ଉଠିଥାଏ। କାରଣ ଗଣମାଧୢମରେ ପ୍ରକାଶିତ ତଥ୍ୟାନୁସାରେ ଗଲା ୨୦୧୭ରେ ‘ଏନ୍‌ଡିଟିଏଲ୍‌’ ଦ୍ବାରା ‘ପାସ୍‌’ ବୋଲି ସ୍ବୀକୃତ ଅନ୍ତତଃ ତିନିଟି ନମୁନା କାନାଡାର ମଣ୍ଟ୍ରିଲସ୍ଥିତ ପରୀକ୍ଷାଗାରରେ ‘ଫେଲ୍‌’ ହୋଇଥିଲା। ପୁଣି ଯାହା ଉଲ୍ଲେଖଯୋଗ୍ୟ, କେତେକ ଆନ୍ତର୍ଜାତିକ ମାନକ ପୂରଣ କରି ନ ପାରିବାରୁ ଗଲା ଅଗଷ୍ଟ ମାସରେ ‘ଏନ୍‌ଡିଟିଏଲ୍‌’ ନିକଟରୁୁ ‘ଵାଡା ଛଅ ମାସ ଲାଗି ସ୍ବୀକୃତି ପ୍ରତ୍ୟାହାର କରି ନେଇଛି। କହିବା ବାହୁଲ୍ୟ ଯେ ଖେଳାଳିଙ୍କ ସାଧୁତା ସାବ୍ୟସ୍ତର କ୍ଷେତ୍ର ଏବେ ବି ଅତ୍ୟନ୍ତ ଅନାଲୋକିତ।

ଇତିହାସ କହେ ଯେ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରୀଡ଼ା ଶୃଙ୍ଖଳାର ଆରମ୍ଭ ଯେତିକି ପ୍ରାଚୀନ, ପ୍ରଦର୍ଶନ କ୍ଷମତା ବର୍ଦ୍ଧକ ଦ୍ରବ୍ୟ ସେବନ କରିବାର ପ୍ରଥା ମଧୢ ସେତିକି ପ୍ରାଚୀନ। ଖ୍ରୀଷ୍ଟପୂର୍ବ ୬୮୮ରେ ଏଥେନ୍‌ସ ଅଲି˚ପିକ୍‌ସ ସମୟରେ ଖେଳାଳିମାନେ ଔଷଧୀୟ ଚେରମୂଳି ବା ପତ୍ରାଦି ସେବନ କରୁଥିଲେ। ଆଜିକୁ ୫୦୦୦ ବର୍ଷ ତଳେ ଚୀନ ଖେଳାଳିମାନେ ‘ଏଫେଡ୍ରା’ ନାମକ ଏକ ପ୍ରଦର୍ଶନ କ୍ଷମତାବର୍ଦ୍ଧକ ଦ୍ରବ୍ୟ ସେବନ କରୁଥିଲେ। ୧୮୦୦ ମସିହା ବେଳକୁ ଦୌଡ଼ ପ୍ରତିଦ୍ବନ୍ଦ୍ବିତା ଲାଗି ଘୋଡ଼ାମାନଙ୍କୁ ଅଫିମ ଦିଆଯାଉଥିଲା।(ଯେଉଁଥିରୁ ‘ଡୋପି˚’ ଶବ୍ଦଟିର ଉଦ୍ଭବ) ଏଠାରେ ଏହା ମଧୢ ସ୍ମରଣ କରାଯାଇପାରେ କି ରୁଷିଆରେ ରାଷ୍ଟ୍ର ପ୍ରାୟୋଜିତ ‘ଡୋପି˚’ ହେଉଥିବା କଥା ଜଣାପଡ଼ିବା ପରେ ୨୦୧୭ରେ ରୁଷିଆର ଖେଳାଳି ଦଳକୁ ଶୀତକାଳୀନ ଅଲି˚ପିକ୍‌ସରୁ ବାସନ୍ଦ କରାଯାଇଥିଲା। ଅନେକଙ୍କ ମତରେ ଯଦିଓ କ୍ରୀଡ଼ାରେ ପରିଚ୍ଛନ୍ନତା ଲାଗି ‘ଆଣ୍ଟି ଡୋପି˚’ କାର୍ଯ୍ୟକ୍ରମର ନିତାନ୍ତ ଆବଶ୍ୟକତା ରହିଛି, ତେବେ ଏହା ପାରଦର୍ଶୀ ଓ ବିଶ୍ବସନୀୟ ହେବା ଜରୁରୀ। ଉନ୍ନତ ରାଷ୍ଟ୍ରର ଖେଳାଳିମାନେ ଏଭଳି ଅଭିନବ ଉପାୟରେ କ୍ଷମତାବର୍ଦ୍ଧକ ଦ୍ରବ୍ୟ ସେବନ କରନ୍ତି, ଯାହା ଆଖି ଖୋଲିଦେଲା ପରି। ରୁଷିଆର ଏକ ହ୍ୟାକି˚ ସ˚ସ୍ଥା ଦ୍ବାରା ‘ଵାଡା’ର େଵବ୍‌ସାଇଟ୍‌’ରୁ ଯେଉଁ ତଥ୍ୟ ଲିକ୍‌ ହୋଇଥିଲା, ସେଥିରେ ଜଣାପଡ଼ିଥିଲା ଯେ ୨୦୧୬ରେ ଅନୁଷ୍ଠିତ ରିଓ ଅଲି˚ପିକ୍‌ସରେ ସ୍ବର୍ଣ୍ଣପଦକ ଜିଣିଥିବା ଦୁଇ ଜଣ ଖେଳାଳି ସେହି ସମୟରେ ‘ଵାଡା’ ଅନୁମତିରେ ସେମାନେ ଭୋଗୁଥିବା କିଛି ରୋଗରୁ ଉପଶମ ଲାଗି ଏମିତି ଔଷଧ ସେବନ କରିଥିଲେ, ଯାହା ସେମାନଙ୍କର ପ୍ରଦର୍ଶନ କ୍ଷମତା ବର୍ଦ୍ଧନରେ ସାହାଯ୍ୟ କରିଥିବ। ବର୍ତ୍ତମାନ ଜଣେ ଆନ୍ତର୍ଜାତିକ ସ୍ତରର ଖ୍ୟାତନାମା ଖେଳାଳି ବିଭିନ୍ନ ସୂତ୍ରରୁ ଯେତିକି ଅର୍ଥ ଓ ଯଶ ପ୍ରାପ୍ତ କରନ୍ତି, ସେଥିଲାଗି ସେମାନେ ଯେ କୌଣସି ପ୍ରକାର ଅନୈତିକ ପନ୍ଥା ଅବଲମ୍ବନ କରିବାକୁ ପଶ୍ଚାତ୍‌ପଦ ହୋଇ ନ ପାରନ୍ତି।

ତେଣୁ ବିକାଶଶୀଳ ଦେଶର ଅନେକ ଖେଳାଳି ଏହି ମତ ପୋଷଣ କରନ୍ତି ଯେ ସମସ୍ତଙ୍କ ଲାଗି କ୍ରୀଡ଼ା ପ୍ରାଙ୍ଗଣ ସମତଳ ହେଉ। ଅର୍ଥାତ୍‌ ଏ ସମ୍ବନ୍ଧୀୟ ସୂଚନା ଓ ଜ୍ଞାନ, ଏ କ୍ଷେତ୍ରରେ ହେଉଥିବା ପ୍ରାବିଧିକ ବିକାଶ ଇତ୍ୟାଦି ସମସ୍ତଙ୍କ ଲାଗି ସମ ଭାବରେ ଉପଲବ୍‌ଧ ହେଉ। କିନ୍ତୁ ଏ ଅସମତଳ ଧରାତଳରେ ସମତଳ କ୍ରୀଡ଼ା ପ୍ରାଙ୍ଗଣଟିଏ ମିଳିବାର ଆଶା କ୍ଷୀଣ।

ସମ୍ବନ୍ଧିତ ଖବର

Comments are closed.