ଆଜିକୁ ଠିକ୍ ଏକଶହ ବର୍ଷରୁ ସାମାନ୍ୟ ଅଧିକ କାଳ ତଳେ ୧୯୧୯ ଜାନୁଆରି ୨୮ ତାରିଖ ଦିନ ପ୍ରସିଦ୍ଧ ଜର୍ମାନ୍ ଚିନ୍ତାନାୟକ ମାକ୍ସ େଵବର୍ ଆଧୁନିକ ରାଜନୀତି ତତ୍ତ୍ବର ବୋଧହୁଏ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ନିୟମ ବୟାନ କରିଥିଲେ। ମାକ୍ସ େଵବର୍ ହେଉଛନ୍ତି ଅପେକ୍ଷାକୃତ ସ୍ବଳ୍ପବୟସ୍କ ଶାସ୍ତ୍ର ରୂପେ ପରିଚିତ ‘ସମାଜ ବିଜ୍ଞାନ’ର ଜନ୍ମଦାତା। ସେ ସମୟ ଥିଲା ସଦ୍ୟ ସମାପ୍ତ ପ୍ରଥମ ବିଶ୍ବଯୁଦ୍ଧ ପରବର୍ତ୍ତୀ ଜର୍ମାନୀରେ ଦେଖା ଦେଇଥିବା ରାଜନୈତିକ ଅସ୍ଥିରତାର ସମୟ। ଏହି ପୃଷ୍ଠଭୂମିରେ େଵବର୍ ସେଦିନ ମ୍ୟୁନିକ୍ଠାରେ ଏକ ଉଦାରପନ୍ଥୀ ଛାତ୍ର ସମାବେଶକୁ ‘ରାଜନୀତି ବୃତ୍ତି’ ଶୀର୍ଷକ ଏକ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସେ ସମବେତ ଛାତ୍ରମାନଙ୍କୁ ରାଜନୈତିକ ଜୀବନ ଓ ରାଜନୈତିକ ନେତୃତ୍ବ ସମ୍ବନ୍ଧରେ ଯେଉଁ ସମ୍ପୂର୍ଣ୍ଣ ଅଣପାରମ୍ପରିକ ଅନ୍ତର୍ଦୃଷ୍ଟି ପ୍ରଦାନ କରି ଚମକାଇ ଦେଇଥିଲେ, ତାହା ଯେ ଏବେ ବି ଶତ ପ୍ରତିଶତ ଜୀବନ୍ତ ଓ ପ୍ରାସଙ୍ଗିକ ହୋଇ ରହିଛି, ବର୍ତ୍ତମାନ ମହାରାଷ୍ଟ୍ରରେ ଅଭିନୀତ ହେଉଥିବା ରାଜନୈତିକ ନାଟକରେ ‘ଶିବସେନା’ ନେତାଙ୍କର ଆଚରଣ ଦେଖି କାହାର ବି ତିଳେ ମାତ୍ର ସନ୍ଦେହ ରହିବ ନାହିଁ। େଵବର୍ ସେଦିନ ଛାତ୍ରମାନଙ୍କୁ କହିଥିଲେ ଯେ ରାଜନୀତି ହେଉଛି ଅନ୍ୟ ସମସ୍ତ ବୃତ୍ତିଠାରୁ ଭିନ୍ନ ଏକ ସ୍ବତନ୍ତ୍ର ବୃତ୍ତି ଯାହାର ନିଜର ସ୍ବତନ୍ତ୍ର କଠୋର ବାଧୢବାଧକତା ରହିଛି। ଏହି ବାଧୢବାଧକତା ଯୋଗୁଁ ରାଜନେତାଙ୍କୁ ‘ସୈତାନୀ ଶକ୍ତି’ମାନଙ୍କ ସହିତ ଚୁକ୍ତି କରିବାକୁ ପଡ଼ିଥାଏ, କୌଣସି ନୈତିକ ବଳ ସେମାନଙ୍କର ସହାୟକ ହୋଇ ନ ଥାଏ ଏବ˚ ନିଜ ହାତକୁ ମଇଳା କରିବା ବ୍ୟତୀତ ସେମାନଙ୍କର ଅନ୍ୟ ଉପାୟ ନ ଥାଏ। ଏକ କଠିନ ପଟାରେ କଷ୍ଟ ସ୍ବୀକାର କରି ଧୀର ମନ୍ଥର ଗତିରେ କଣା କରିବା ପାଇଁ ଅନବରତ ଚେଷ୍ଟା କରି ଚାଲିବା ହେଉଛି ରାଜନୀତି ବୃତ୍ତିଧାରୀମାନଙ୍କର ବାଧୢତାମୂଳକ କାର୍ଯ୍ୟ। ନିଜ ପୁଅକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ବିଗତ ଦିନମାନଙ୍କରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କରି ଚାଲିଥିବା ଅବିରତ ନଗ୍ନ ଉଦ୍ୟମ ଏହି ଟାଣପଟାରେ କଣା କରିବା ପାଇଁ ସମସ୍ତ ନୀତି ଆଦର୍ଶକୁ ପରିତ୍ୟାଗ କରି ଉଦ୍ୟମ କରି ଚାଲିବା ସହିତ ତୁଳନୀୟ ନୁହେଁ କି? ଅଳ୍ପ ଦିନ ତଳ ପର୍ଯ୍ୟନ୍ତ କିଏ ସ୍ବପ୍ନରେ ମଧୢ ଭାବିଥିଲା ଯେ ସେ ରାଜ୍ୟରେ ନିର୍ବାଚନ ପରେ ଉଗ୍ର ସାମ୍ପ୍ରଦାୟିକତାବାଦୀ, ମୁସଲମାନ ବିରୋଧୀ ଦଳ ଶିବସେନା ସମ୍ପୂର୍ଣ୍ଣ ଧର୍ମ ନିରପେକ୍ଷତାବାଦୀ, ଉଦାରପନ୍ଥୀ ଦଳ କ˚ଗ୍ରେସ କିମ୍ବା ଏନ୍ସିପି ସହିତ ମିଳିତ ହୋଇ ସରକାର ଗଠନ କରିବାକୁ ଚିନ୍ତା ମଧୢ କରିପାରିବ? କିନ୍ତୁ ଗୋଟିଏ ସମୟରେ ଏଭଳି ଏକ ସମ୍ଭାବନା ଦେଖାଦେଇଥିଲା ଯେ ଏହି ତିନି ଦଳ ମିଶି ସରକାର ଗଠନ କରିପାରନ୍ତି। ତାହା ହୋଇଥିଲେ ଶିବସେନାର ଯୁବ ବିଧାୟକ ଆଦିତ୍ୟ ଠାକରେ (କିମ୍ବା ପିତା ଉଦ୍ଧବ) ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତେ ଏବ˚ ଏନ୍ସିପି ନେତା ଶରଦ ପାଵାରଙ୍କ ପୁତୁରା ବିଧାୟକ ଅଜିତ ପାଵାର ହୋଇଥାଆନ୍ତେ ଉପମୁଖ୍ୟମନ୍ତ୍ରୀ ଓ କ˚ଗ୍ରେସର ଜଣେ ବିଧାୟକ ହୋଇଥାଆନ୍ତେ ବାଚସ୍ପତି। କିନ୍ତୁ ଏହା ବାସ୍ତବତାରେ ପରିଣତ ହେବା ପୂର୍ବରୁ ରାଷ୍ଟ୍ରପତି ଶାସନ ଜାରି ହୋଇଯାଇଛି। ତେବେ ଏହା ସହିତ ଆଉ ଏକ ବାସ୍ତବତା ଉନ୍ମୋଚିତ ହୋଇଛି, ଯାହା ହେଲା ଶିବସେନା ମୁଖ୍ୟ କ୍ଷମତା ହାସଲ ପାଇଁ କ˚ଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଓ ଏନ୍ସିପି ମୁଖ୍ୟ ଶରଦ ପାଵାରଙ୍କୁ ଅନୁନୟ ହୋଇ ସାହାଯ୍ୟ ଭିକ୍ଷା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ଜନତା ପାର୍ଟି ହେଉଛି ଶିବସେନାର ଦୀର୍ଘ ତିନି ଦଶନ୍ଧି ଧରି ରାଜନୈତିକ ସହଯୋଗୀ ଭୂମିକା ନିର୍ବାହ କରିଥିବା ଦଳ। ପୁତ୍ର ମୋହରେ ଅନ୍ଧ ହୋଇ ଉଦ୍ଧବ ଠାକରେ ଏହି ପୁରାତନ ସାଥୀକୁ ତ୍ୟାଗ କରି ନୂତନ ସାଥୀ ଖୋଜିବା ଗୋଟିଏ ଦୃଷ୍ଟିରୁ ଏକ ଅତ୍ୟନ୍ତ ଗର୍ହିତ ଆଚରଣ ଭଳି ମନେ ହେଉଥିଲେ ହେଁ, ଅନ୍ୟ ଏକ ଦୃଷ୍ଟିରୁ ବେଶ୍ ସ୍ବାଭାବିକ ମଧୢ ମନେ ହୋଇପାରେ। ଉଦ୍ଧବଙ୍କ ଆଚରଣ ସମ୍ପୂର୍ଣ୍ଣ ରୂପେ ପରିବାରବାଦ ଦ୍ବାରା ପରିଚାଳିତ ହୋଇଥିବା ବେଳେ ଭାଜପା ରାଜନୀତି ହେଉଛି ପରିବାରବାଦ ବିରୋଧୀ। ଅପରପକ୍ଷେ ଉଦ୍ଧବଙ୍କ ନୂତନ ସାଥୀ ଦଳ ଦ୍ବୟର ମୂଳଭିତ୍ତି ହେଉଛି ପରିବାରବାଦ ବା ବ˚ଶବାଦ। (ଅବିଶ୍ବସନୀୟ ଭାବରେ ପିତାମହ ବାଲ ଠାକରେ କୁଆଡେ଼ ନାତି ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଇଚ୍ଛା କରିଥିଲେ, ତେଣୁ ସେ ଇଚ୍ଛା ପୂରଣ କରିବାର ଦାୟିତ୍ବ ହେଉଛି ମହାରାଷ୍ଟ୍ରର ମତଦାତାମାନଙ୍କର- ଏହା ହେଉଛି ଶିବସେନାର ମୁଖ୍ୟ ଯୁକ୍ତି!) ତେବେ ପୁତ୍ରମୋହ ଉଦ୍ଧବଙ୍କୁ ଗୋଠଖଣ୍ତିଆ ହେବା ପାଇଁ ଯେତିକି ପ୍ରବୃତ୍ତ କରିଥିବା ଭଳି ଧାରଣା ସୃଷ୍ଟି ହୋଇଛି,ଏକ େଵବର-ସୁଲଭ କଠିନ ରାଜନୈତିକ ହିସାବପତ୍ର ମଧୢ ଶିବସେନାମୁଖ୍ୟଙ୍କୁ ସେତିକି ପ୍ରଭାବିତ କରିପାରିଥାଏ। ଭାଜପା ପରି ଶିବସେନା ମଧୢ ହେଉଛି ଏକ ହିନ୍ଦୁତ୍ବ ଦଳ। ହିନ୍ଦୁମାନଙ୍କର ଦୀର୍ଘ ଦିନରୁ ରହି ଆସିଥିବା କେତେକ ଅଭିଯୋଗକୁ ଏମାନେ ସଫଳ ଭାବରେ ନିଜର ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରି ଆସିଥିଲେ। ଏବେ କିନ୍ତୁ ତିନି ତଲାକ୍ ନିଷିଦ୍ଧ ହେବା ପରେ, ଧାରା-୩୭୦ ଉଚ୍ଛେଦ ହେବା ପରେ ଏବ˚ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ରାସ୍ତା ପରିଷ୍କାର ହୋଇଯିବା ପରେ ଏ ସମସ୍ତ ପ୍ରସଙ୍ଗ ରାଜନୈତିକ ଗୁରୁତ୍ବ ହରାଇ ବସିବା ନିଶ୍ଚିତ। ବାକି ରହି ଯାଇଥିବା ଏଭଳି ଆଉ ଏକମାତ୍ର ପ୍ରସଙ୍ଗ-ଏକକ ସିଭିଲ୍ କୋଡ୍ ପ୍ରବର୍ତ୍ତନ ମଧୢ ଯେ ଅବଶ୍ୟମ୍ଭାବୀ,ଏପରି ଏକ ଧାରଣା ବଳବତ୍ତର ହେଲାଣି।
ଶିବସେନାକୁ ଅଜଣା ନଥିବ ଯେ ଏ ସମସ୍ତ ପଦକ୍ଷେପ ପାଇଁ ଯେଉଁ ଦଳ ପ୍ରଶ˚ସା ପାଉଛି, ସେ ହେଉଛି ଭାଜପା। ଏହାର ଅର୍ଥ ରାଜନୀତିର ସମଗ୍ର ହିନ୍ଦୁତ୍ବ ଅଞ୍ଚଳ ଚାଲିଯିବ ଭାଜପା ଦଖଲକୁ ଏବ˚ ଏକ ସହଯୋଗୀ ହିନ୍ଦୁତ୍ବ ଦଳ ହିସାବରେ ଶିବସେନା କ୍ରମେ ସମସ୍ତ ପ୍ରାସଙ୍ଗିକତା ହରାଇ ବସିବ। ହିନ୍ଦୁତ୍ବକୁ ଅତିକ୍ରମ କରି ଜାତୀୟ ଦଳ ଭାଜପା ଯେତେବେଳେ ଦେଶର ଅର୍ଥନୀତିକୁ ପ୍ରାଥମିକତା ପ୍ରଦାନ କରି ନିଜର ରାଜନୀତିର ଦିଗ ପରିବର୍ତ୍ତନ କରିବ, ସେତେବେଳେ ନିଷ୍ପ୍ରଭ ଶିବସେନା ଅସହାୟ ହୋଇ ଚାହିଁ ରହିଥିବ। ଏଣୁ ବେଳ ଥାଉଣୁ ପରିବାରରୁ ଅଲଗା ହୋଇଯାଇ ନିଜର ଆଞ୍ଚଳିକ ରାଜନୀତିକୁ ମଜଭୁତ କରିବା ଶ୍ରେୟସ୍କର ବୋଲି ଶିବସେନା ମୁଖ୍ୟ ଚିନ୍ତା କରୁଥାଇପାରନ୍ତି। ଏଥିପାଇଁ ପାଵାର ବା ସୋନିଆଙ୍କ ସହିତ ହାତ ମିଳାଇ େଵବର୍ଙ୍କ ଉପଦେଶ ଅନୁସାରେ ହାତ ମଇଳା କରିବାକୁ ଉଦ୍ଧବ ପଛାଇ ନାହାନ୍ତି। କିନ୍ତୁ ଶିବସେନା ଶରୀରରୁ ନିର୍ଗତ ତୀବ୍ର ସାମ୍ପ୍ରଦାୟିକତା ଗନ୍ଧକୁ ତାଙ୍କର ନୂତନ ସାଥୀମାନେ କେତେ ଦିନ ସମ୍ଭାଳି ପାରିବେ ତାହା କିଏ ଜାଣେ? ତେବେ, ରାଜନୀତି ବୃତ୍ତିରେ କାଲିର ଦୁର୍ଗନ୍ଧ ଆଜିର ସୁଗନ୍ଧରେ ପରିଣତ ହୋଇଯାଏ ନାହିଁ କି? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ବୋଧହୁଏ ସେମାନେ ଏବେ ଘୋଷିତ ହୋଇ ସାରିଥିବା ରାଷ୍ଟ୍ରପତି ଶାସନ ସମୟରେ ସମୟ ପାଇବେ।