ସା˚ଖ୍ୟ ସ˚ଶୟ

କୌଣସି ବିଷୟକୁ ପ୍ରଶ୍ନାତୀତ ଭାବେ ପ୍ରମାଣସିଦ୍ଧ କରିବା ଲାଗି ପରିସ˚ଖ୍ୟାନର ଆଶ୍ରୟ ନିଆଯାଇଥାଏ। ପରିସ˚ଖ୍ୟାନ ଭିତ୍ତିକ କୌଣସି ନିଷ୍କର୍ଷ ତାର ଗାଣିତିକତା ବଳରେ ଅକାଟ୍ୟ। କିନ୍ତୁ ଅନେକ ସମୟରେ ଏଭଳି ସ୍ଥିତିର ଆବିର୍ଭାବ ଘଟେ, ଯେତେବେଳେ ପରିସ˚ଖ୍ୟାନର ସ˚ଖ୍ୟା ଆମ ଦୃଷ୍ଟିପଟଳକୁ ପରିଷ୍କାର କରିବା ବଦଳରେ ସ˚ଶୟ ଦ୍ବାରା ଧୂମାଭ କରି ପକାଏ। ଏହା ଦ୍ବାରା କମ୍‌ ଉତ୍ତର ମିଳିଥାଏ ଏବ˚ ଅଧିକ ପ୍ରଶ୍ନ ଛିଡ଼ା ହୋଇଯାଏ। ଏଠାରେ ଏଭଳି କୁହାଯିବାର କାରଣ ହେଉଛି ନିକଟରେ ପ୍ରକାଶିତ ଏକ ଖବର, ଯାହା ଅନୁସାରେ ରାଜ୍ୟର ଅନ୍ତତଃ ୧୮ଟି କାରାଗାରକୁ ବନ୍ଦ କରିଦେବା ସକାଶେ ଜେଲ୍‌ ନିର୍ଦ୍ଦେଶାଳୟ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଏହା ପଛରେ ଥିବା କାରଣ ହେଉଛି ଯେ କଏଦୀମାନଙ୍କୁ ସ୍ଥାନ ଦେବା ସକାଶେ ଏହି କାରାଗାରଗୁଡ଼ିକର ସ˚ଖ୍ୟା-ସାମର୍ଥ୍ୟ ତୁଳନାରେ ବହୁ କମ୍‌ ସ˚ଖ୍ୟାରେ କଏଦୀ ଏଠାରେ ରହୁଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମଧୢ କିଛି ଜେଲ୍‌କୁ ବନ୍ଦ କରିଦେବା ସକାଶେ ନିର୍ଦ୍ଦେଶାଳୟ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା, ଯାହା ଫଳପ୍ରଦ ହୋଇ ନ ଥିଲା। ସଦ୍ୟ ପ୍ରକାଶିତ ‘ଜାତୀୟ ଅପରାଧ ପ˚ଜୀକରଣ ବ୍ୟୁରୋ’ ବା ‘ଏନ୍‌ସିଆର‌୍‌ବି’ର ୨୦୧୭ ମସିହାର ତଥ୍ୟ ଅନୁସାରେ ଆମ ରାଜ୍ୟର ସମୁଦାୟ ୯୦ଟି ଜେଲ୍‌ ମୋଟ ୧୮,୦୧୨ ଜଣ କଏଦୀଙ୍କୁ ସ୍ଥାନ ଦେବାକୁ ସମର୍ଥ। ଅଥଚ, ସେଠାରେ ରହୁଛନ୍ତି ୧୫,୨୨୩ ଜଣ। ଏନ୍‌ସିଆର‌୍‌ବି ରିପୋର୍ଟ ଏ ସ˚ଦର୍ଭରେ କହିଥାଏ ଯେ ଅନ୍ୟାନ୍ୟ ଅନେକ ରାଜ୍ୟ ତୁଳନାରେ ଓଡ଼ିଶାର ଜେଲ୍‌ରେ ଅନ୍ତେବାସୀଙ୍କ ଗହଳି କମ୍‌।

ତେବେ, ଏହି ୧୮ଟି କାରାଗାର କିଭଳି ବିଜନ ତାର ସ˚ପୂର୍ଣ୍ଣ ବିବରଣୀ ଲାଗି ଏ ସ୍ତମ୍ଭର କଳେବର ଯଥେଷ୍ଟ ନୁହେଁ, ତେବେ ମାତ୍ର ଚାରିଟି ଉଦାହରଣରୁ ଏହାର ଗୋଟିଏ ଆଭାସ ମିଳିପାରିବ। ଉଦାହରଣ ସ୍ବରୂପ ବଡ଼ମ୍ବା ନରସି˚ହପୁର, ବାଣପୁର, ଖରିଆର ଏବ˚ ବିଷମ କଟକ ଜେଲ୍‌ର କଏଦୀ ସ˚ଖ୍ୟା-ସାମର୍ଥ୍ୟ ଯଥାକ୍ରମେ ୨୦୬, ୨୩୧, ୨୭୧ ଏବ˚ ୨୭୧ ହୋଇଥିବା ବେଳେ ସେଠାରେ ବର୍ତ୍ତମାନ ରହୁଥିବା ଅନ୍ତେବାସୀଙ୍କ ସ˚ଖ୍ୟା ହେଉଛି ଯଥାକ୍ରମେ ୨୦, ୩୯, ୩୦ ଓ ୨୯; ଅର୍ଥାତ୍‌ ମୋଟ ସ୍ଥାନ ସ˚ଖ୍ୟାର ଦଶ ଭାଗରୁ ଏକ ଭାଗ।

ଏହା ସତ ଯେ ଆମ ଦେଶ ଭିତରେ ବା ବିଦେଶର କେତେକ ସ୍ଥାନରେ କିଛି ଜେଲ୍‌କୁ ଅପରାଧୀମାନଙ୍କ ସ˚ଖ୍ୟା ଦୌର୍ବଲ୍ୟ କାରଣରୁ ବନ୍ଦ କରିଦିଆଯାଉଛି। ଏହାର ସର୍ବଶ୍ରେଷ୍ଠ ଉଦାହରଣ ହେଉଛି ନେଦରଲାଣ୍ତ। ସେହି ଦେଶରେ ୨୦୦୯ ମସିହାରୁ ଜେଲ୍‌ ବନ୍ଦ କରି ଦେବାର ଧାରା ଆରମ୍ଭ ହୋଇଯାଇଛି। ନେଦରଲାଣ୍ତରେ ୨୦୦୯ରେ ୮ଟି ଏବ˚ ୨୦୧୪ରେ ୧୯ଟି ଜେଲ୍‌କୁ ବନ୍ଦ କରିଦିଆଯାଇଥିଲା। ଏଥିଲାଗି ଯେଉଁ ନିର୍ଦ୍ଦିଷ୍ଟ କାରଣଟି ଦର୍ଶାଯାଇଛି ତାହା ହେଲା ଅପରାଧ ସ˚ଖ୍ୟାରେ କ୍ରମାଗତ ହ୍ରାସ; ପ୍ରତି ବର୍ଷ .୯% ହାରରେ ନେଦରଲାଣ୍ତରେ ଅପରାଧ ସ˚ଖ୍ୟା କମୁଛି। ଏହା ପଛରେ ଥିବା ଦ୍ବିତୀୟ କାରଣଟି ହେଉଛି ଗୁରୁତର ଅପରାଧ ସ˚ଖ୍ୟା କମୁ ଥିବାରୁ ବିଚାରପତିମାନେ କମ୍‌ ଦିନର ଜେଲ୍‌ ଦଣ୍ତ ଶୁଣାଉଛନ୍ତି, ଫଳରେ କାରାଗାରଗୁଡ଼ିକ ବିଜନ ହୋଇ ପଡ଼ିଛନ୍ତି। କିନ୍ତୁ ନେଦରଲାଣ୍ତ ଭଳି ସ୍ଥିତି ପଡ଼ୋଶୀ ରାଜ୍ୟ ନରୱେରେ ନାହିଁ। ତେଣୁ ନରୱେ ନିଜ ଦେଶର ୧୦୦୦ କଏଦୀଙ୍କୁ ୨୦୧୫ ମସିହାରେ ନେଦରଲାଣ୍ତର ଜେଲ୍‌କୁ ସ୍ଥାନାନ୍ତରିତ କରିଥିଲେ।

କୌଣସି ବିଶେଷ ଜ୍ଞାନ ପ୍ରୟୋଗ ନ କରି କେବଳ ସାଧାରଣ ଜ୍ଞାନରୁ ଯେ କେହି କହିପାରିବେ ଯେ ଜେଲ୍‌ ବନ୍ଦ ହୋଇଯିବାର ଅର୍ଥ ଅପରାଧୀଙ୍କ ସ˚ଖ୍ୟାରେ ହ୍ରାସ, ଯାହା ପ୍ରକାରାନ୍ତରେ ଅପରାଧ ସ˚ଖ୍ୟା ହ୍ରାସକୁ ମଧୢ ବୁଝାଏ। ନେଦରଲାଣ୍ତ ଦୃଷ୍ଟାନ୍ତରେ ତାହା ହିଁ ଦେଖିବାକୁ ମିଳିଛି। କିନ୍ତୁ, ସେହି ବିଚାର ଆଧାରରେ ଆମେ ଯଦି ପ୍ରଶ୍ନ କରୁଁ ଯେ ଏହାର ଅର୍ଥ କ’ଣ ଆମ ରାଜ୍ୟରେ ଅପରାଧ ସ˚ଖ୍ୟା ହ୍ରାସ ପାଇଛି? ତେବେ, ଉତ୍ତରରେ ଆମକୁ ଯେଉଁ ପରିସ˚ଖ୍ୟାନଗୁଡ଼ିକ ମିଳିବ, ତାହା ଆମକୁ ହତବାକ୍‌ କରିଦେବାକୁ ଯଥେଷ୍ଟ ହେବ। କାରଣ, ସଦ୍ୟ ପ୍ରକାଶିତ ଏନ୍‌ସିଆର‌୍‌ବି ରିପୋର୍ଟ ଅନୁସାରେ ୨୦୧୭ ମସିହାର ପରିସ˚ଖ୍ୟାନ କହେ ଅପରାଧ ସ˚ଖ୍ୟା ଦୃଷ୍ଟିରୁ ଆମ ରାଜ୍ୟ ହେଉଛି ଦେଶରେ ସପ୍ତମ (୨୦,୦୯୮ଟି) ଓ ଆମର ସ୍ଥିତି ବିହାର ଠାରୁ ମଧୢ ଖରାପ; ଅସଦାଚରଣ ଏବ˚ ଧର୍ଷଣଜନିତ ମାମଲାରେ ଆମ ରାଜ୍ୟ ଦେଶରେ ପ୍ରଥମ (୨,୪୫୭ଟି), ପ୍ରଥମ ଥର ଲାଗି ଅପରାଧ ଘଟାଇଥିବା ଅପରାଧୀଙ୍କ ସ˚ଖ୍ୟା ଭିତ୍ତିରେ ଆମ ରାଜ୍ୟ ଦେଶରେ ପ୍ରଥମ (୨୦୧୭ରେ ପୁଲିସ ଗିରଫ କରିଛି ୮୩,୩୩୬ଜଣ ଏଭଳି ଅପରାଧୀଙ୍କୁ)। ଏଥିରୁ ଯାହା ଧାରଣା ମିଳିଥାଏ, ଅପରାଧ ଦୃଷ୍ଟିରୁ ଆମ ରାଜ୍ୟ ଦେଶରେ ଗୋଟିଏ ଅଗ୍ରଣୀ ରାଜ୍ୟ! ପୁଣି ଚଳିତ ବର୍ଷ ରାଜ୍ୟ ବିଧାନସଭାରେ ଉପସ୍ଥାପିତ ଶ୍ବେତପତ୍ର କହିଥାଏ ଯେ ୨୦୧୭ ତୁଳନାରେ ୨୦୧୮ରେ ଆମ ରାଜ୍ୟରେ ଅପରାଧ ସ˚ଖ୍ୟା ବୃଦ୍ଧି ପାଇଛି। ଉଦାହରଣ ସ୍ବରୂପ ୨୦୧୭ରେ ୨୨୨୧ଟି ଧର୍ଷଣ ଘଟିଥିବା ବେଳେ ୨୦୧୮ରେ ଘଟିଛି ୨୫୦୧ଟି; ୨୦୧୭ରେ ୧୨୬୭ଟି ହତ୍ୟାକାଣ୍ତ ଘଟିଥିବା ବେଳେ ୨୦୧୮ରେ ଘଟିଛି ୧୩୦୫ଟି; ଧର୍ତ୍ତବ୍ୟ ଅପରାଧ ସ˚ଖ୍ୟା ୨୦୧୭ରେ ୧,୩୮୬୬ଟି ଥିବା ବେଳେ ୨୦୧୮ରେ ପହଞ୍ଚିଛି ୧,୭୪୦୮ରେ। ଯେଉଁ ୨୦୧୭ ମସିହା ଠାରେ ଏନ୍‌ସିଆର‌୍‌ବି ଛାଡ଼ିଥିଲା, ସେହି ଠାରୁ ରାଜ୍ୟ ସରକାରଙ୍କ ତଥ୍ୟ ଆଗକୁ ବଢ଼ି ଦର୍ଶାଇଛି ଯେ ଅଧିକ ଅପରାଧ ସ˚ଘଟିତ ହେବାର ଧାରା ଅପରିବର୍ତ୍ତିତ ରହିଛି। ପୁନଶ୍ଚ ଏହା ମଧୢ ସର୍ବଜନବିଦିତ ଯେ ଆମ ଅଦାଲତଗୁଡ଼ିକର ରାୟ ବଳରେ ଜେଲ୍‌ରୁ ମୁକ୍ତ ହୋଇ ବାହାରି ଯାଉଥିବା କଏଦୀଙ୍କ ସ˚ଖ୍ୟା ତୁଳନାତ୍ମକ ଭାବେ ଅତ୍ୟନ୍ତ କମ୍‌। ଏ ସ˚ପର୍କରେ ଏକ ପରିସ˚ଖ୍ୟାନ କହିଥାଏ ଯେ ଏବେ କେବଳ ଉଚ୍ଚ ଅଦାଲତରେ ବିଚାର ଅପେକ୍ଷାରେ ପଡ଼ିଛି ୪୦,୫୪୧ ସ˚ଖ୍ୟକ ଅପରାଧଜନିତ ମାମଲା।

ଏଭଳି ପରିସ˚ଖ୍ୟାନର ଜୁଆର ଦ୍ବାରା ସୃଷ୍ଟ ସ˚ଶୟ-ଭିତ୍ତିକ ଜିଜ୍ଞାସାଟି ହେଉଛି ତେବେ, ଆମ ଜେଲ୍‌ ବନ୍ଦ ହୋଇଯିବା ସ୍ଥିତିକୁ ଆସୁଛି କିପରି? ପୁଣି ଏହି ୧୮ଟି ଜେଲ୍‌ କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଭିତରେ ସୀମାବଦ୍ଧ ନୁହେଁ, ଯାହା ଦ୍ବାରା କୁହାଯାଇପାରିବ ଯେ ଏହା କୌଣସି ଏକ ଆଞ୍ଚଳିକ ବା ସ୍ଥାନୀୟ ଜନ-ଲକ୍ଷଣ ପରିବର୍ତ୍ତନର ଚିହ୍ନ। ଏହି ବିଜନ କାରାଗାରଗୁଡ଼ିକ ରହିଛନ୍ତି କଟକ, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ଼, ବାଲେଶ୍ବର, ନୟାଗଡ଼, ଖୋର୍ଦ୍ଧା, ଗଜପତି, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କଳାହାଣ୍ତି ଆଦି ଜିଲ୍ଲାର, ଯାହା ମୋଟାମୋଟି ଭାବେ ସମଗ୍ର ରାଜ୍ୟର ପ୍ରତିନିଧିମୂଳକ। ତେଣୁ ଏଭଳି ସ୍ଥିତିରେ ଗୋଟିଏ ପ୍ରଶ୍ନ ଏମିତି ହୋଇପାରେ ଯେ ସ˚ଘଟିତ ହେଉଥିବା ଅପରାଧଗୁଡ଼ିକରେ ଅପରାଧୀମାନଙ୍କୁ ଧରିବାରେ ପୁଲିସ ହୁଏ’ତ ସକ୍ଷମ ହେଉ ନାହିଁ; ଅଥବା ଏହା ମଧୢ ହୋଇପାରେ ଯେ ଏ ପରିସ˚ଖ୍ୟାନଗୁଡ଼ିକ ପ୍ରମାଦଯୁକ୍ତ! ଏହା ମଧୢ ହୋଇପାରେ ଯେ ଅପରାଧୀଙ୍କ ସ˚ଖ୍ୟା ଅନୁମାନ ଆଧାରରେ ଆମ ରାଜ୍ୟରେ ନିର୍ମିତ ହୋଇଥିବା ଜେଲ୍‌ଗୁଡ଼ିକର ସ˚ଖ୍ୟା ଅନାବଶ୍ୟକ ଭାବେ ଅଧିକ!

ଏ ପରିପ୍ରେକ୍ଷୀରେ ଏହି ସା˚ଖ୍ୟ ସ˚ଶୟ ଭିତ୍ତିରେ ଉତ୍ତରଟିଏ ଖୋଜିବା ଏକ ଗୋଲକ ଧନ୍ଦା ଠାରୁ କିଛି କମ୍‌ ନୁହେଁ।

ସମ୍ବନ୍ଧିତ ଖବର