ସାତ ଭଉଣୀଙ୍କ ରୋଷ

ଶୀର୍ଷକରେ ଥିବା ଏହି ସାତ ଭଉଣୀ କେଉଁମାନେ? ପୁଣି, ଏମାନଙ୍କ ରୋଷର କାରଣ କ’ଣ? ତେବେ ଶୀର୍ଷକର ‘ସାତ ଭଉଣୀ’ର ରୂପକକୁ ଅନାବରଣ କଲେ ଯେଉଁମାନେ ଦିଶନ୍ତି, ସେମାନେ ହେଉଛନ୍ତି ଭାରତର ଉତ୍ତର ପୂର୍ବାଞ୍ଚଳରେ ଥିବା ସାତଟି ପରସ୍ପର ସହିତ ସ˚ଯୁକ୍ତ ରାଜ୍ୟ- ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ତ, ମଣିପୁର, ମିଜୋରମ, ମେଘାଳୟ ଏବ˚ ତ୍ରିପୁରା। ଉଲ୍ଲେଖଯୋଗ୍ୟ ଯେ ୨୦୦୨ରେ ଯଦିଓ ସିକିମ ଏହି ସାତ ଭଉଣୀଙ୍କ ସହିତ ଗୋଟିଏ ବନ୍ଧନୀରେ ରହୁଛି, ତଥାପି ଅନେକ ସାମ˚ଜସ୍ୟ ସତ୍ତ୍ବେ କିଛି ଭୌଗୋଳିକ ଏବ˚ ଅନ୍ୟାନ୍ୟ ଅସମତୁଲତା କାରଣରୁ ଏହା ଅଷ୍ଟମ ଭଗିନୀଟିଏ ହୋଇ ନ ପାରି ସାତ ଭଉଣୀଙ୍କ ଭାଇ ରୂପେ ଆଖ୍ୟା ପାଇଛି। ଏବେ ପାଠକପାଠିକାମାନଙ୍କ ଧାରଣା ହୋଇ ସାରିବଣି ଯେ ସାତ ଭଉଣୀଙ୍କ ରୋଷ ଏବେ କେଉଁ ପରିପ୍ରେକ୍ଷୀରେ ପ୍ରକାଶ ପାଇଛି। ପ୍ରକାଶ ଥାଉ କି ଆଇନରେ ପରିଣତ ହେବା ପୂର୍ବରୁ ‘ସିଟିଜନସିପ୍‌ ଆମେଣ୍ତମେଣ୍ଟ୍‌ ବିଲ୍‌’ ବା ‘ନାଗରିକତା ସ˚ଶୋଧନ ବିଲ୍‌’ ପ୍ରଥମେ ଲୋକସଭାରେ ଗୃହୀତ ହୋଇଯିବା ପରଠାରୁ ହିଁ ଭାରତର ଏହି ସାତ ଭଉଣୀଙ୍କ ଘରେ ପ୍ରବଳ ବିରୋଧ, ଜଳାପୋଡ଼ା ଓ ହି˚ସାକାଣ୍ତ ଆରମ୍ଭ ହୋଇଯାଇଛି।

ଆଜିକୁ ଚଉତିରିଶ ବର୍ଷ ତଳେ ୧୯୮୫ରେ ଆସାମ ରାଜିନାମା ସ୍ବାକ୍ଷରିତ ହେବା ପରେ ସେଠାରେ ଦୀର୍ଘ ଛଅ ବର୍ଷ ଧରି ଚାଲି ଆସିଥିବା ଅତ୍ୟନ୍ତ ତୀବ୍ର ଛାତ୍ର ଆନ୍ଦୋଳନ ଶାନ୍ତ ପଡ଼ିଥିଲା। ସେହିଭଳି ସପ୍ତମରୁ ଅଷ୍ଟମ ଦଶକର ଶେଷ ଭାଗ ପର୍ଯ୍ୟନ୍ତ ନାଗାଲାଣ୍ତ, ମିଜୋରମ ଓ ମଣିପୁରରେ ଉଗ୍ର ରୂପ ଧାରଣ କରିଥିବା ହି˚ସାତ୍ମକ ବିଦ୍ରୋହ ଭାରତ ସରକାରଙ୍କ ଲଗାତାର ଉଦ୍ୟମ, କଥାବାର୍ତ୍ତା ଓ ରାଜିନାମା ଇତ୍ୟାଦି ଫଳରେ ଗଲା ପ୍ରାୟ ତିନି ଦଶକ ଧରି ଶାନ୍ତ ରହି ଆସିଛି। ତେଣୁ ପୁଣି ସେହି ସବୁ ଅଞ୍ଚଳରେ ହି˚ସାକାଣ୍ତର ବିସ୍ଫୋରଣ ନିଶ୍ଚିତ ଉଦ୍‌ବେଗଜନକ। ଏବେ ଆସାମରେ ଯେଉଁ ଭଳି ହି˚ସାକାଣ୍ତ ଦେଖିବାକୁ ମିଳିଛି, ତହିଁରେ ଅନେକ ରାଜନୀତି ପର୍ଯ୍ୟବେକ୍ଷକ ୧୯୭୯ରୁ ୧୯୮୨ ମଧୢରେ ସେଠାରେ ତୀବ୍ରତମ ସୋପାନରେ ଥିବା ହି˚ସାତ୍ମକ ଆନ୍ଦୋଳନର କ˚ପନ ଅନୁଭବ କଲେଣି।

ତେବେ ଏହା ପଛରେ ରହିଥିବା କାରଣଗୁଡ଼ିକ କ’ଣ? ଯେଉଁ କାରଣରୁ ନୂତନ ନାଗରିକତା ଆଇନକୁ ପ୍ରମୁଖ ଭାବେ ସମାଲୋଚନା କରାଯାଉଛି, ତାହା ହେଲା ଏଥିରେ ନିହିତ ଥିବା ଏକ ସା˚ପ୍ରଦାୟିକ ଦିଗ। ଏହି ଆଇନର ପ୍ରାବଧାନ ଅନୁଯାୟୀ ପାକିସ୍ତାନ, ବା˚ଲାଦେଶ ଏବ˚ ଆଫଗାନିସ୍ତାନରେ ବସବାସ କରୁଥିବା ଅଣ ମୁସଲିମ ସ˚ଖ୍ୟାଲଘୁ ବର୍ଗର ଯେଉଁମାନେ ସେଠାକାର ମୁସଲିମ ବହୁ-ସ˚ଖ୍ୟକ ବର୍ଗ ଦ୍ବାରା ନିପୀଡ଼ିତ ହୋଇ ଭାରତକୁ ଶରଣାର୍ଥୀ ଭାବେ ପଳାଇ ଆସି ୨୦୧୪ ପୂର୍ବରୁ ବସବାସ କରିବା ଆରମ୍ଭ କରିଥିବେ, ସେମାନଙ୍କୁ ଭାରତର ନାଗରିକତ୍ବ ମିଳିବ। ଏହି ପ୍ରାବଧାନରେ ମୁସଲମାନ ଶରଣାର୍ଥୀମାନେ ନାଗରିକତ୍ବ ପ୍ରାପ୍ତିର ଅଧିକାରରୁ ବଞ୍ଚିତ ହୋଇଥିବାରୁ ସ୍ବାଭାବିକ ଭାବେ ଏହା ବିରୋଧରେ ସ୍ବର ଉତ୍ତୋଳନ କରାଯାଉଛି। କିନ୍ତୁ ଭାରତର ଉତ୍ତର ପୂର୍ବାଞ୍ଚଳରେ ଯେଉଁ ଜନ କ୍ରୋଧ ପ୍ରକଟିତ ହେବାରେ ଲାଗିଛି ତାର କାରଣ ସା˚ପ୍ରଦାୟିକ ବିଭେଦ ନୁହେଁ। ଏଥିରେ ବିବାଦର ମଞ୍ଜିଟି ନିହିତ ଅଛି ସେ ସବୁ ଅଞ୍ଚଳର ମୂଳ ବାସିନ୍ଦା ଏବ˚ ବହିରାଗତଙ୍କ ମଧୢରେ ରହିଥିବା ସା˚ଖ୍ୟ-ସମୀକରଣଜନିତ ତିକ୍ତତାରେ। ଉଲ୍ଲେଖଯୋଗ୍ୟ ଯେ ଭାରତର ଉତ୍ତର-ପୂର୍ବାଞ୍ଚଳର ଜନ ସମୁଦାୟ ସେମାନଙ୍କ ଉଦ୍ଭବ, ଗୋଷ୍ଠୀ, ଭାଷା, ସ˚ସ୍କୃତି ଏବ˚ ଧର୍ମ ଇତ୍ୟାଦି ଆଧାରରେ ଅତୁଳନୀୟ ଭାବେ ବିବିଧ। କିନ୍ତୁ ସେମାନଙ୍କର ଉଦ୍‌ବେଗ ଓ ଭୟର କାରଣ ବହିରାଗତଙ୍କ ସ˚ଖ୍ୟାଧିକ୍ୟ ଦ୍ବାରା ପ୍ଳାବିତ ହୋଇ ନିଜ ସା˚ସ୍କୃତିକ ମୂଳପିଣ୍ତର ସତ୍ତାକୁ ହରାଇବା। ନୂଆ ନାଗରିକତା ଆଇନ ସେହି ଭୟକୁ ଇନ୍ଧନ ଯୋଗାଇଛି।

ଉଦାହରଣ ସ୍ବରୂପ ଆସାମକୁ ନିଆଯାଇପାରେ। ମନେ ରହିବା ଉଚିତ ଯେ ଆସାମରେ କସ୍ମିନ କାଳେ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ସ˚ପ୍ରଦାୟଗତ ତିକ୍ତତା ନ ଥିଲା। କାଶ୍ମୀର ରାଜ୍ୟର ସତ୍ତା ବିଲୋପ ପରେ ୩୭% ମୁସଲମାନ ଜନସ˚ଖ୍ୟା ସହ ଆସାମ ହେଉଛି ଭାରତର ସର୍ବାଧିକ ମୁସଲମାନ ବହୁଳ ରାଜ୍ୟ। ତେବେ, ଏଠାରେ ତିକ୍ତତା ରହିଛି ବଙ୍ଗଭାଷୀ ଓ ଅହମିୟାଙ୍କ ମଧୢରେ। ଗତ ଶତାବ୍ଦୀରେ ସ˚ଘଟିତ ଆସାମ ଆନ୍ଦୋଳନର ଏକ ମୁଖ୍ୟ ଦାବି ଥିଲା ଯେ ୧୯୭୧ ପରଠାରୁ ଆସାମରେ ବସବାସ କରୁଥିବା ବଙ୍ଗଭାଷୀଙ୍କୁ ସେମାନଙ୍କ ଜାତି ଧର୍ମ ନିର୍ବିଶେଷରେ ଆସାମରୁ ବହିିଷ୍କାର କରାଯାଉ। ସେମାନଙ୍କ ଧାରଣାରେ ପ୍ରତ୍ୟେକ ବଙ୍ଗଭାଷୀ ଜଣେ ଜଣେ ଅନୁପ୍ରବେଶକାରୀ ଏବ˚ ଅହମିୟା ଭାଷା, ସ˚ସ୍କୃତି ଓ ପର˚ପରା ପ୍ରତି ବିପଦ। ସେମାନଙ୍କ ଅଭିଯୋଗ ହେଉଛି, ନୂତନ ଆଇନରେ ସମୟ ସୀମାକୁ ୨୦୧୪ କରାଯିବା ମୂଳ ଆସାମ ରାଜିନାମା(ସମୟ ସୀମା ୧୯୭୧ ଥିଲା)ର ଉଲ୍ଲ˚ଘନ। ଦ୍ବିତୀୟରେ ଏହାଦ୍ବାରା ଅସ˚ଖ୍ୟ ବହିରାଗତ ‘ଅଣ ଅହମିୟ’ ନାଗରିକତ୍ବ ଲାଭ କରି ସେଠାରେ ବାସ କରିବାର ହକ୍‌କୁ ସାବ୍ୟସ୍ତ କରିବେ। ଫଳତଃ ଆସାମର ସା˚ସ୍କୃତିକ ମୌଳିକତା ନିଶ୍ଚିହ୍ନ ହୋଇଯିବାର ବାଟ ପ୍ରଶସ୍ତ ହୋଇଯିବ।

ଏହା ସ୍ବୀକାର କରିବାକୁ ହେବ ଯେ ଭାରତର ଉତ୍ତର ପୂର୍ବାଞ୍ଚଳର ମୂଳୋଦ୍ଭବମାନେ ବହିରାଗତଙ୍କ ବନ୍ୟାରେ ଏକ ଜଡ଼ସଡ଼ ସ୍ଥିତିରେ ଅଛନ୍ତି। ତ୍ରିପୁରାରେ ନେପାଳୀ ଭାଷୀଙ୍କ ପ୍ରାବଲ୍ୟରେ ଏକଦା ସେ ଅଞ୍ଚଳରେ ଶାସନ କରୁଥିବା ‘ଲେପ୍‌ଚା ଭୁତିଆ’ ଜନଜାତି ସ˚ପୂର୍ଣ୍ଣ ରୂପେ କୋଣଠେସା। ସେମିତି ନାଗାଲାଣ୍ତର ସ˚ଖ୍ୟାଗରିଷ୍ଠ ୯୦% ଖ୍ରୀଷ୍ଟିଆନ ଧର୍ମୀ ନାଗା ଜନଜାତିର ଲୋକେ ମାତ୍ର ୮% ଅଣ ନାଗା ଲୋକଙ୍କ ଉପରେ ଏଥିପାଇଁ ନିର୍ଭରଶୀଳ ଯେ ସେଠାକାର ବାଣିଜ୍ୟ-ବ୍ୟବସାୟ ଓ ଅର୍ଥନୀତି ଏବ˚ ରାଜ୍ୟର ଏକମାତ୍ର ସମୃଦ୍ଧ ସହର ଦିମାପୁର ଏହି ସ˚ଖ୍ୟାଲଘୁ ବର୍ଗର ଦଖଲରେ। ଏଭଳି ଏକ ପରିସ୍ଥିତିରେ ସମ୍ବିଧାନର ଷଷ୍ଠ ‘ସିଡ୍ୟୁଲ୍‌’ ଉତ୍ତର ଭାରତୀୟ ଜନଜାତିକୁ ପ୍ରଦାନ କରିଥିବା ସୁରକ୍ଷା ନୂଆ ନାଗରିକତା ଆଇନ ବଳରେ ନାଗରିକତ୍ବ ଲାଭ କରିବାକୁ ଯାଉଥିବା ଅସ˚ଖ୍ୟ ବହିରାଗତ ବାସିନ୍ଦାଙ୍କ ଦ୍ବାରା ନିଷ୍ପ୍ରଭ ହେବାର ଆଶଙ୍କା ବୃଦ୍ଧି ପାଇଛି। ଏହା ଏକ ଅତ୍ୟନ୍ତ ଜଟିଳ ପରିସ୍ଥିତି। ତେଣୁ ଏହାର ତୁରନ୍ତ ଉପଶମ ଜରୁରୀ।

ଏ ପରିପ୍ରେକ୍ଷୀରେ ସାତ ଭଉଣୀ ଆଇ.ଏଲ୍‌.ପି. ଅନ୍ତର୍ଭୁକ୍ତ ହେବାକୁ ଦାବି କରିବା ପ୍ରଣିଧାନଯୋଗ୍ୟ। ନୂଆ ଆଇନରେ ଅରୁଣାଚଳ ପ୍ରଦେଶ, ମିଜୋରମ ଓ ମଣିପୁରକୁ ଆଇ.ଏଲ୍‌.ପି. ଅନ୍ତର୍ଭୁକ୍ତ କରାଯାଇଛି। ପାଠକପାଠିକାମାନଙ୍କ ଅବଗତି ନିମ‌େନ୍ତ ‘ଇନର‌୍‌ ଲାଇନ୍‌ ପରମିଟ୍‌’ ବା ଆଇ.ଏଲ୍‌.ପି. ହେଉଛି ଏଭଳି ଏକ ବ୍ୟବସ୍ଥା ଯାହାଦ୍ବାରା ଜଣେ ଭାରତୀୟ ନାଗରିକ ଲାଗି ମଧୢ ଉତ୍ତର ପୂର୍ବାଞ୍ଚଳର କିଛି ରାଜ୍ୟକୁ ଯିବା ସକାଶେ ବିଦେଶ ଯାତ୍ରା ଲାଗି ଲୋଡ଼ା ପଡୁଥିବା ‘ଭିସା’ ତୁଲ୍ୟ ପରମିଟ୍‌ ବା ଅନୁମତି ପତ୍ରର ଆବଶ୍ୟକତା ପଡ଼ିଥାଏ। ଉତ୍ତର-ପୂର୍ବ ଭାରତର ଜନଜାତୀୟ ସ˚ସ୍କୃତି ଓ ପର˚ପରାର ସୂକ୍ଷ୍ମତାକୁ ଅକ୍ଷୁଣ୍ଣ ରଖିବା ଲାଗି ଆଇ.ଏଲ୍‌.ପି. ହେଉଛି ଏକ ସୁରକ୍ଷା ବଳୟ ସଦୃଶ। କିନ୍ତୁ ଏହା ମଧୢ ସତ୍ୟ ଯେ ଧାରା ୩୭୦ ଅନ୍ତର୍ଗତ କାଶ୍ମୀର ଭଳି ଆଇ.ଏଲ୍‌.ପି. ଏହି ପାର୍ବତ୍ୟ ଅଞ୍ଚଳକୁ ଭାରତର ମୂଳ ଭୂଖଣ୍ତଠାରୁ ବିଚ୍ଛିନ୍ନ କରି ରଖି ଆସିଛି। ତେବେ ଗଲା ତିନି ଦଶନ୍ଧିର ଶାନ୍ତିପୂର୍ଣ୍ଣ ବାତାବରଣରେ ଉତ୍ତର ପୂର୍ବାଞ୍ଚଳର ଅନେକ ଅ˚ଶରୁ ଆଇ.ଏଲ୍‌.ପି. ବ୍ୟବସ୍ଥା ଅତ୍ୟନ୍ତ ସନ୍ତର୍ପଣରେ ପ୍ରତ୍ୟାହାର କରି ନିଆଯାଉଥିବା ଫଳରେ ସେ ସବୁ ଅଞ୍ଚଳର ଲୋକେ ଭାରତୀୟ ମୂଳ ଭୂଖଣ୍ତ ସହିତ ଅଧିକ ଯୋଡ଼ି ହେବାର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା। ଏବେ ପୁଣି ସେମାନେ ଆଇ.ଏଲ୍‌.ପି. ବ୍ୟବସ୍ଥା ଲାଗୁ କରିବା ସକାଶେ ଦାବି କଲେଣି।

ପ୍ରକାଶ ଥାଉ କି ଆସାମରେ ଉପଲବ୍‌ଧ ପ୍ରଚୁର ଖଣିଜ ତୈଳ, ଚା’, କାଠ ଏବ˚ ହାତୀ ବେପାର ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରିବା ଲାଗି ୧୮୭୩ ମସିହାରେ ବ୍ରିଟିସ ଶାସକ ସେ ସବୁ ଅଞ୍ଚଳକୁ ଅବଶିଷ୍ଟ ଭାରତୀୟଙ୍କ ସ୍ବଚ୍ଛନ୍ଦ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇ ‘ବେଙ୍ଗଲ ଇଷ୍ଟର୍ଣ୍ଣ ଫ୍ରଣ୍ଟିଅର ରେଗୁଲେସନ୍‌’ ନାମକ ଯେଉଁ କଟକଣା ଲଗାଇଥିଲେ, ତାହାର ପରିବର୍ଦ୍ଧିତ ସ˚ସ୍କରଣ ହେଉଛି ଆଜିର ଆଇ.ଏଲ୍‌.ପି.। ଆଜି ଯେତେବେଳେ ଭାରତର ଉତ୍ତର-ପୂର୍ବାଞ୍ଚଳ ଏହି ଭାରତୀୟ ମହାଦ୍ବୀପ ଭିତରେ ଆଉ ଏକ ଦ୍ବୀପ ସୃଷ୍ଟି ଲାଗି ଆଇ.ଏଲ୍‌.ପି. ସକାଶେ ଦାବି କରୁଛି, ସେତେବେଳେ କହିବାକୁ ହେବ ଯେ ଏହା ଏକ ପଶ୍ଚାତ୍‌ମୁଖୀ ଧାରାର ଅୟମାରମ୍ଭ ମାତ୍ର!

ସମ୍ବନ୍ଧିତ ଖବର