ଦିଲ୍ଲୀ ପରେ
ଦିଲ୍ଲୀ ନିର୍ବାଚନ ପରେ ତାକୁ କେନ୍ଦ୍ର କରି ଚାଲିଥିବା ରାଜନୈତିକ ତର୍ଜମାରେ ବାରମ୍ବାର ଓଡ଼ିଶାର ଯେଉଁ ଦୃଷ୍ଟାନ୍ତ ପ୍ରଦାନ କରାଯାଉଛି, ତାର କାରଣ ହେଲା ୨୦୧୯ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଓଡ଼ିଶାର ଭୋଟରମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିବା ରାଜନୈତିକ ପରିପକ୍ବତା। ତେବେ, ବର୍ତ୍ତମାନ କାହିଁକି ତାର ଆଲୋଚନା? କାରଣ ୨୦୧୯ରେ ଓଡ଼ିଶା ଭୋଟରମାନେ ପ୍ରଦର୍ଶନ କରିଥିବା ଆଭିମୁଖ୍ୟର ପୁନରାବୃତ୍ତି ଏବେ ଅନ୍ୟାନ୍ୟ ରାଜ୍ୟ ନିର୍ବାଚନରେ ଦେଖିବାକୁ ମିଳୁଛି ଏବ˚ ନୂଆଦିଲ୍ଲୀ ତାର ସଦ୍ୟତମ ଦୃଷ୍ଟାନ୍ତ ରୂପେ ବିଦ୍ୟମାନ। ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଉପସ୍ଥାପିତ ‘ଡବଲ୍ ଇ˚ଜିନ୍’ ଫର୍ମୁଲା କେନ୍ଦ୍ର ଓ ରାଜ୍ୟ ଉଭୟ ସକାଶେ ଗୋଟିଏ ଦଳ ଅର୍ଥାତ୍ ବିଜେପିର ଦୁଇ ନେତାଙ୍କୁ ଯଥାକ୍ରମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭାବେ ବିଜୟୀ କରାଇବା ଲାଗି ଓଡ଼ିଶାର ଭୋଟରମାନଙ୍କୁ ଅନୁରୋଧ କରିଥିଲା। ଏହା କହିଥିଲା ଯେ ବିକାଶର ଚକ ‘ଡବଲ୍ ଇ˚ଜିନ୍’ର ଅପରିମେୟ ଅଶ୍ବଶକ୍ତି ଲାଭ କରି ଦ୍ରୁତ ଧାବମାନ ହେବ। କିନ୍ତୁ ରାଜ୍ୟର ଭୋଟରମାନେ ସେଥିରେ ବିଶେଷ ପ୍ରଭାବିତ ନ ହୋଇ ରାଜ୍ୟ ଲାଗି ଏକ ଅଲଗା ଇ˚ଜିନ୍କୁ ବାଛିଲେ; କାରଣ ସେମାନଙ୍କ ହୃଦ୍ବୋଧ ହୋଇଥିଲା ଯେ କେନ୍ଦ୍ର ଓ ରାଜ୍ୟ; ଏ ଦୁଇଟିର ସ୍ବାର୍ଥ ପରସ୍ପର ସହିତ ସ˚ଯୁକ୍ତ ଥିଲେ ମଧୢ ଅନେକ ସ୍ଥଳରେ ପରସ୍ପର ଠାରୁ ଭିନ୍ନ। ତେଣୁ ଅନେକ ସମୟରେ ଗନ୍ତବ୍ୟ ମଧୢ ଭିନ୍ନ ହୋଇପାରେ। ସୁତରା˚, ଅଲଗା ଗାଡ଼ି ଧରିବାକୁ ହେବ। ଉଲ୍ଲେଖଯୋଗ୍ୟ ଯେ ୨୦୧୯ରେ ଏକ ନିର୍ଦ୍ଦିଷ୍ଟ ଦିବସରେ ଏକା ସାଙ୍ଗରେ ସ˚ସଦ ସହିତ ବିଧାନସଭା ଲାଗି ‘ଇଭିଏମ୍’ ମେସିନ୍ର ସୁଇଚ୍ ଚିପି ଓଡ଼ିଶା ଯେତେବେଳେ ପ୍ରାର୍ଥୀ ଚୟନ କରିବାକୁ ଯାଇଥିଲା, ସେତେବେଳକୁ ସମଗ୍ର ରାଷ୍ଟ୍ର ବିଜେପିର ଜୁଆରରେ ମଗ୍ନ। ସୁତରାଂ, ଏଭଳି ଏକ ସ୍ଥିତିରେ ଓଡ଼ିଶାର ଭୋଟରମାନେ ପ୍ରଦର୍ଶନ କରିଥିବା ବିବେଚନାପୂର୍ଣ୍ଣ ପସନ୍ଦକୁ ଏକ ଚମତ୍କାର ରାଜନୈତିକ ପରିପକ୍ବତା ରୂପେ ଅଭିହିତ କରାଯାଇଥାଏ। ୨୦୧୯ ପରବର୍ତ୍ତୀ ଅନୁଷ୍ଠିତ କିଛି ରାଜ୍ୟର ବିଧାନସଭା ନିର୍ବାଚନରେ ଓଡ଼ିଶା ତୁଲ୍ୟ ବିବେଚନା ପ୍ରଦର୍ଶିତ ହେଉଛି। ଏହି କାରଣରୁ ରାଜନୈତିକ ସମୀକ୍ଷକମାନେ ଭବିଷ୍ୟତ୍ର ରାଜନୈତିକ ରୂପରେଖ ଅଙ୍କନ କରିବାରେ ଲାଗିଗଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ଦେଖିବାକୁ ମିଳିଛି ଯେ ୨୦୧୯ ସାଧାରଣ ନିର୍ବାଚନ ପରବର୍ତ୍ତୀ ରାଜ୍ୟ ନିର୍ବାଚନଗୁଡ଼ିକରେ ବିଜେପି ଆଦୌ ଆଶାନୁରୂପକ ଫଳ ପ୍ରଦର୍ଶନ କରିପାରିନାହିଁ ଏବ˚ ଶେଷ ନିର୍ବାଚନ ଦ୍ବୟରେ(ଝାଡ଼ଖଣ୍ତ ଓ ଦିଲ୍ଲୀ) ଦୟନୀୟ ଭାବେ ପରାଜୟ ବରଣ କରିଛି। ଏହି ନଅ ମାସ ଭିତରେ ହୋଇଥିବା ରାଜ୍ୟ ନିର୍ବାଚନଗୁଡ଼ିକରେ ବିଜେପିର ଭୋଟ ହାରରେ ୨୦୧୯ ତୁଳନାରେ ହାରାହାରି ୧୫ରୁ ୨୦ ପ୍ରତିଶତ ଅବକ୍ଷୟ ଘଟିଛି। ସେହି ଦୃଷ୍ଟିରୁ ଚଳିତ ବର୍ଷ ଶେଷ ଭାଗରେ ବିହାର ଏବ˚ ଆଗକୁ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମବଙ୍ଗ, କେରଳ ଓ ଆସାମ ନିର୍ବାଚନରେ ଦଳକୁ ତାର ରାଜନୈତିକ ବ୍ୟାଖ୍ୟାନରେ ପରିବର୍ତ୍ତନ ଆଣିବା ଅନିବାର୍ଯ୍ୟ ହୋଇପାରେ। ଏହା ଏକ ସା˚ପ୍ରତିକ ବାସ୍ତବତା ଯେ ଇନ୍ଦିରା ଗାନ୍ଧୀଙ୍କ ସମତୁଲ କେନ୍ଦ୍ର ଏବ˚ ରାଜ୍ୟ(ଅଧିକା˚ଶ)ଗୁଡ଼ିକୁ ସେହି ଗୋଟିଏ ଦଳର ଶାସନାଧୀନ କରିବାର ସମୟ ଅତିକ୍ରାନ୍ତ। ସୁତରା˚, ଏବେ ରାଷ୍ଟ୍ର ଅଧିକରୁ ଅଧିକ ‘ସ˚ଘୀୟ’ ଚରିତ୍ର ବହନ କରିବା ଜଳଜଳ ଦିଶୁଛି। ସେହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ କହିଥିବା ଭଳି ଏକ ‘ସହଯୋଗପୂର୍ଣ୍ଣ ସ˚ଘୀୟ’ ବ୍ୟବସ୍ଥାର ପ୍ରବର୍ତ୍ତନ ଦିଗରେ ହିଁ ଅଗ୍ରସର ହେବାକୁ ପଡ଼ିବ। ତା ନ ହେଲେ କେନ୍ଦ୍ର ଓ ରାଜ୍ୟ ଭିତରେ ସ˚ଘାତ ଅଧିକ ତୀବ୍ର ହୋଇପାରେ, ଯାହା ସବୁ ଦିଗରୁ ଅସ୍ପୃହଣୀୟ। ସୁତରାଂ, ଏଣିକି ବିଜେପିକୁ ତାର ଆଭିମୁଖ୍ୟ, ଆଚରଣ, ସ୍ବର ଏବ˚ ଭାଷାରେ ପରିଦୃଷ୍ଟ ଆକ୍ରମଣାତ୍ମକ ଉଚ୍ଚାଟରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଯଦି ବିଜେପି ରାଜ୍ୟଗୁଡ଼ିକରୁ କ୍ଷେତ୍ରୀୟ ଦଳ ସମୂହର ପ୍ରତିପତ୍ତିର ବିଲୟ ଚାହେଁ, ତେବେ ତାକୁ ଏଭଳି ଆସ୍ଥା ସୃଷ୍ଟି କରିବାକୁ ହେବ, ଯଦ୍ଦ୍ବାରା ରାଜ୍ୟବାସୀଙ୍କ ହୃଦ୍ବୋଧ ହେବ ଯେ କୌଣସି ସର୍ତ୍ତରେ ମଧ୍ୟ ରାଜ୍ୟର ସ୍ବାର୍ଥକୁ କେନ୍ଦ୍ରୀୟ ସ୍ବାର୍ଥର ସ୍ରୋତରେ ଭାସିଯିବାକୁ ଦିଆଯିବ ନାହିଁ।
ଦ୍ବିତୀୟରେ, ଏହା ମଧ୍ୟ ବୋଧଗମ୍ୟ ହୋଇଯିବା ଉଚିତ ଯେ ‘ବନ୍ଦେ ମାତର˚’ ବା ‘ଭାରତ ମାତାକୀ ଜୟ’ ବା ‘ହନୁମାନ ଚାଳିଶା’ ଇତ୍ୟାଦିର ସର୍ବସ୍ବତ୍ବ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଖରେ ସ˚ରକ୍ଷିତ ନୁହେଁ। ଦିଲ୍ଲୀ ନିର୍ବାଚନରେ ବିଜେପି ପକ୍ଷରୁ ‘ଆପ୍’ ଉପରେ ‘ରାଷ୍ଟ୍ର ଦ୍ରୋହୀ’ର ଲା˚ଛନା ଲଗାଯାଉଥିବା ବେଳେ ‘ଆପ୍’ ପକ୍ଷରୁ ରାଷ୍ଟ୍ରପ୍ରେମମୂଳକ ସ୍ଲୋଗାନ୍ମାନ ଦିଆଯାଉଥିବା ଶୁଣିବାକୁ ମିଳିଥିଲା। ଏହା ମଧୢ ଜାଣି ରଖିବା ଉଚିତ ଯେ ‘ହିନ୍ଦୁତ୍ବବାଦୀ’ ଆଭିମୁଖ୍ୟରହିତ ରାଷ୍ଟ୍ରପ୍ରେମ ବା ରାଷ୍ଟ୍ରବାଦର ପ୍ରଦର୍ଶନ କରାଯିବା ସମ୍ଭବ; ଯାହା ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ଦେଖିବାକୁ ମିଳିଥିଲା। କହିବା ବାହୁଲ୍ୟ ଯେ ଭାରତ ଭଳି ବିବିଧତାଭରା ଓ ବୈଚିତ୍ର୍ୟମୟ ଭୂଖଣ୍ତରେ ନାସ୍ତିକଙ୍କ ସ˚ଖ୍ୟା ନଗଣ୍ୟ ଏବ˚ ଏଠାରେ ପଶ୍ଚିମବଙ୍ଗ ଭଳି ରାଜ୍ୟର ଦୃଢ଼ମୂଳ କନ୍ୟୁନିଷ୍ଟମାନେ ମଧୢ ମନ୍ଦିର ଦର୍ଶନ କରନ୍ତି ଏବ˚ ମା’ ଦୁର୍ଗାଙ୍କ ପୂଜୋତ୍ସବରେ ଏକାକାର ହୁଅନ୍ତି। ୨୦୧୯ର ସାଧାରଣ ନିର୍ବାଚନରେ କ˚ଗ୍ରେସ ଲାଭ କରିଥିବା ଭୋଟ ସ˚ଖ୍ୟା ଥିଲା ୧୩ କୋଟି, ଯାହା ଭିତରେ ଅସ˚ଖ୍ୟ ଏଭଳି ଧର୍ମପ୍ରାଣ ନୈଷ୍ଠିକ ହିନ୍ଦୁ ଥିବେ, ଯେଉଁମାନେ ‘ହିନ୍ଦୁତ୍ବବାଦ’ର ବିତରକ ବା ଗ୍ରାହକ ହୋଇ ନ ଥିବେ। ସୁତରାଂ, ଭାରତରେ ଘୃଣା ବ୍ୟଂଜକ ରାଜନୀତି ହୁଏତ ଏକ ଲମ୍ବା ଦୌଡ଼ର ଅଶ୍ବ ଭାବେ ସାବ୍ୟସ୍ତ ହେବ ନାହିଁ।
୨୦୧୯ରେ ଏକ ଅତ୍ୟନ୍ତ ବିଶାଳ ଆକାରର ତରୁଣ ବର୍ଗ ନରେନ୍ଦ୍ର ମୋଦୀଙ୍କୁ(ବିଜେପିକୁ ବୋଲି ବିଚାର କରିବା ଅନୁଚିତ) ଏଥିଲାଗି ଭୋଟ ପ୍ରଦାନ କରିଥିଲେ ଯେ ତାଙ୍କ ଦ୍ବାରା ସେମାନଙ୍କ ଆକା˚କ୍ଷା ପୂର୍ତ୍ତି ହୋଇପାରିବ; ‘ମେକ୍ ଇନ୍ ଇଣ୍ତିଆ’ ବା ‘ଷ୍ଟାର୍ଟ ଅପ୍ ଇଣ୍ତିଆ’ ଭଳି ସ୍ବପ୍ନ ସୃଷ୍ଟିକାରୀ କଳ୍ପନା ପୂର୍ଣ୍ଣ ସ୍ବରୂପ ଲାଭ କରିପାରିବ; ଅର୍ଥନୀତି ସବଳ ହେବ(୫ ଟ୍ରିଲିଅନ୍ ଡଲାର) ଏବ˚ ନିଯୁକ୍ତିର ସୁଯୋଗ ବହୁଗୁଣିତ ହେବ। ଏହି ବର୍ଗ କୌଣସି ସା˚ପ୍ରଦାୟିକତା ଆଧାରରେ ମୋଦୀଙ୍କ ପକ୍ଷ ନେଇ ନ ଥିଲେ। କିନ୍ତୁ, ‘ସିଏଏ’ ପରବର୍ତ୍ତୀ କାଳର ପରିସ୍ଥିତି ଓ ତଜ୍ଜନିତ ଛାତ୍ର ଅଶାନ୍ତି ଏବ˚ ତାକୁ ଦମନ କରିବା ସକାଶେ ସରକାରଙ୍କ କଠୋର ମନୋଭାବ ଇତ୍ୟାଦି ସେମାନଙ୍କୁ ଗୋଟିଏ ସ˚କେତ ଦେଇଛି ଯେ ଏବେ ସେମାନେ ଯାହାକୁ ପାଇଛନ୍ତି, ତାହା ହେଉଛି କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନ ଥିବା ଏକ ଛାତ୍ର ବିରୋଧୀ ସରକାର। ତାହା ହୋଇ ନ ଥିଲେ କେବଳ ଜେ.ଏନ୍.ୟୁ. ବା ଜାମିଆମିଲିଆରେ ନୁହେଁ; ରାଜନୈତିକ ସ˚ପୃକ୍ତି ବିବର୍ଜିତ ବୋଲି ବିଚାର କରାଯାଉଥିବା କେତେକ ସମ୍ଭ୍ରାନ୍ତ ଘରୋଇ ବିଶ୍ବବିଦ୍ୟାଳୟରେ ମଧୢ ଏହାର ପ୍ରତିଧ୍ବନି ଶୁଣିବାକୁ ମିଳି ନ ଥାଆନ୍ତା। ସରକାରଙ୍କ ଏଭଳି ମନୋଭାବ ନ ବଦଳିଲେ ହୁଏତ ଦଳ ଏକ ବୃହତ୍ ବର୍ଗର ତରୁଣ ଗୋଷ୍ଠୀଙ୍କ ସମର୍ଥନ ହରାଇପାରେ।
ଦିଲ୍ଲୀ ଭଳି ଏକ କ୍ଷୁଦ୍ରାକାର ଏବ˚ ଅସ˚ପୂର୍ଣ୍ଣ ରାଜ୍ୟର କ୍ଷମତା ଦଖଲ ସକାଶେ ବିଜେପି ପକ୍ଷରୁ କରାଯାଇଥିବା ଅଭୂତପୂର୍ବ ଓ ଅଶ୍ରୁତପୂର୍ବ ଉଦ୍ୟମକୁ ଅନେକ ସମୀକ୍ଷକ ବିରାଟ କୋହଲୀଙ୍କ ଭାରତୀୟ କ୍ରିକେଟ୍ ଦଳ କୌଣସି ଏକ ଆଞ୍ଚଳିକ ଦଳକୁ ହରାଇବା ଲାଗି କରିଥିବା ପ୍ରାଣମୂର୍ଚ୍ଛା ପ୍ରୟାସ ସହିତ ତୁଳନା କରି ଥାଆନ୍ତି। ସୁତରା˚, ସବୁ ‘ବାଡ଼ବତା ଲ˚ଘନକାରୀ’ ଗଳଦ୍ଘର୍ମ ଏଭଳି ଉଦ୍ୟମ ଦ୍ବାରା ହିଁ ପ୍ରଥମେ ଦଳର ପରାକାଷ୍ଠା କ୍ଷୁଣ୍ଣ ହୋଇଛି। ଏବ˚ ତହିଁରେ ପୁଣି ପରାଜୟ ଏହାକୁ ଅଧିକ କ୍ଷୟିଷ୍ଣୁ କରିଛି। ତେବେ, ଏହା ମଧୢ ସତ ଯେ ରାଜ୍ୟ ନିର୍ବାଚନଗୁଡ଼ିକର ଫଳାଫଳରୁ ଏହି ଉପସ˚ହାରରେ ଆଦୌ ଉପନୀତ ହୋଇପାରିବା ନାହିଁ ଯେ ନରେନ୍ଦ୍ର ମୋଦୀଙ୍କର ଗୁରୁତ୍ବ ପତନମୁଖୀ ହେବା ଆରମ୍ଭ କଲାଣି। ଅନେକ ସମୀକ୍ଷକ କହନ୍ତି ଯଦି ରାଷ୍ଟ୍ରରେ ଏବେ ଏକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ଏକମାତ୍ର ସମ୍ଭାବନା ଯେ ସଂସଦରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ବିପୁଳ ବିଜୟ ହାସଲ କରିବ। କିନ୍ତୁ ଏହି ବିଜୟକୁ ଟିକିଏ ଗହୀରେଇ ଦେଖିଲେ ଏହା ମଧୢ ସ୍ପଷ୍ଟ ହେବ ଯେ ଏଥିରେ ନିହିତ ଏକ ବଡ଼ କାରଣ ଭାରତୀୟ ରାଜନୈତିକ ପ୍ରାଙ୍ଗଣରେ ନରେନ୍ଦ୍ର ମୋଦୀଙ୍କ ବିକଳ୍ପଶୂନ୍ୟତା। ଏହି ଦୃଷ୍ଟିରୁ ମୋଦୀଙ୍କ ଲୋକପ୍ରିୟତାକୁ ବିଜେପିର ଲୋକପ୍ରିୟତା ବୋଲି ବିଚାର କରିବା ଭ୍ରମାତ୍ମକ। ଅନେକ ରାଜ୍ୟରେ ବିଜେପିର ବିକଳ୍ପ ରହିଥିବାରୁ ଏବ˚ ମୋଦୀଙ୍କ ସହିତ କୌଣସି ରାଜ୍ୟ ରାଜନୀତିର ସିଧାସଳଖ ସ˚ପର୍କ ନ ଥିବାରୁ ସେ ସବୁରେ ବିଜେପିର ପରାଜୟ ସମ୍ଭବ ହେଉଛି। ସେହି କାରଣରୁ ଏହା ମଧୢ ମନେ ରଖିବାକୁ ହେବ ଯେ ଅର୍ଥନୈତିକ ମାନ୍ଦାବସ୍ଥା, ଦରଦାମ ବୃଦ୍ଧି, କୃଷକ ଦାରିଦ୍ର୍ୟ ଏବ˚ ବେକାରି ଭଳି କିଛି ବାସ୍ତବ ସମସ୍ୟାରୁ ମୁକ୍ତ ଏକ ‘ନୂତନ ଭାରତ’ ଗଢ଼ିବାର ପଥିକୃତ୍ ଉଦ୍ୟମ ଶୀଘ୍ର ପରିଦୃଶ୍ୟ ନ ହେଲେ, ହୁଏତ ପୁ˚ଜୀଭୂତ ଜନ ଅସନ୍ତୋଷ ମଧୢରୁ ମୋଦୀଙ୍କ ବିକଳ୍ପର ମଧୢ ଆବିର୍ଭାବ ଘଟିପାରେ।