ଟ୍ରମ୍ପ୍‌ଙ୍କ ଲଫାପା

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ୍‌ ଏଠାରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିରୋଧୀମାନଙ୍କୁ ଘୋର ହତାଶା ଭିତରକୁ ଠେଲି ଦେଇ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ନିଜ ଦେଶକୁ ଫେରି ଯାଇଛନ୍ତି। ଭାରତର ପାର୍ଲିଆମେଣ୍ଟ ଦ୍ବାରା ନାଗରିକତ୍ବ ସ˚ଶୋଧନ ଆଇନ୍‌ ପ୍ରଣୀତ ହେବା ପରେ ଏ ଦେଶରେ ଥିବା ଅବୈଧ ଅନୁପ୍ରବେଶକାରୀ ଓ ସେମାନଙ୍କ ସମର୍ଥକମାନେ ସବୁମନ୍ତେ ଏହାର ବିରୋଧ କରିବାର ଉପାୟ ଖୋଜି ଚାଲିଛନ୍ତି- ବିକ୍ଷୋଭ ପ୍ରଦର୍ଶନରୁ ମାସ ମାସ ଧରି ରାସ୍ତା ଅବରୋଧ ପର୍ଯ୍ୟନ୍ତ। ଟ୍ରମ୍ପ୍‌ଙ୍କ ଆଗମନର ଅବ୍ୟବହିତ ପୂର୍ବରୁ ପ୍ରଚାର ହେବାକୁ ଲାଗିଲା ଯେ ସେ ତାଙ୍କର ଗସ୍ତ ସମୟରେ ଉପରୋକ୍ତ ଆଇନ୍‌ (‘ସିଏଏ’) ସମ୍ପର୍କରେ ଅସ୍ବସ୍ତିକର ପ୍ରଶ୍ନ ଉତ୍‌ଥାପନ କରିବେ ଏବ˚ ଭାରତରେ ଧର୍ମୀୟ ସ୍ବାଧୀନତାର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିବେ। ଏହା ଆମେରିକା ରାଷ୍ଟ୍ରପତିଙ୍କ ଦ୍ବାରା ମୋଦୀଙ୍କୁ ଛାଟ ଭଳି ହୁଅନ୍ତା ବୋଲି ଆନ୍ଦୋଳନକାରୀ ଓ ସେମାନଙ୍କ ପୃଷ୍ଠପୋଷକମାନେ ଆଶା ବାନ୍ଧି ବସିଥିଲେ।

କିନ୍ତୁ ଟ୍ରମ୍ପ୍‌ଙ୍କ ଠାରୁ ସେମାନେ କ’ଣ ଦେଖିବାକୁ ଓ ଶୁଣିବାକୁ ପାଇଲେ? ମୋଟେରା ଷ୍ଟାଡ଼ିଅମ୍‌ର ମଞ୍ଚ ଉପରୁ ନିଜର ଅଭିଭାଷଣ ଆରମ୍ଭ କରିବାର କେଇ ମୁହୂର୍ତ୍ତ ମଧୢରେ ଟ୍ରମ୍ପ୍‌ ଘୋଷଣା କଲେ ଯେ ସେ ଭାରତ ସହିତ ମିଶି ଇସ୍‌ଲାମୀୟ ଆତଙ୍କବାଦର ମୂଳୋତ୍ପାଟନ କରିବା ପାଇଁ ବଦ୍ଧ ପରିକର ଏବ˚ ନିଜ ଦେଶର ସୀମାକୁ ଅନୁପ୍ରବେଶକାରୀଙ୍କ ଠାରୁ ସୁରକ୍ଷିତ ରଖିବାର ଅଧିକାର ପ୍ରତ୍ୟେକ ଦେଶର ରହିଛି। ଏହାର ପରୋକ୍ଷ ଅର୍ଥ ହେଲା, ଅବୈଧ ଅନୁପ୍ରବେଶକାରୀଙ୍କ ବିରୋଧରେ ଆଇନ ପ୍ରଣୟନ କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ। ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ‘ସିଏଏ’ ସମ୍ବନ୍ଧରେ ସିଧାସଳଖ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ଯେ ଏହା ସମ୍ପୂର୍ଣ୍ଣ ରୂପେ ଭାରତ ଉପରେ ନିର୍ଭର କରେ ଏବ˚ ମୋଦୀଙ୍କ ଭଳି ‘ଅବିଶ୍ବସନୀୟ’ ନେତା ଏ ସମ୍ପର୍କରେ ସଠିକ୍‌ ନିଷ୍ପତ୍ତି ନେବେ। ଭାରତରେ ମୁସଲମାନ ଜନସ˚ଖ୍ୟାର ଦ୍ରୁତ ବୃଦ୍ଧି ଏଠାରେ ସ˚ଖ୍ୟାଲଘୁ ସମୃଦ୍ଧିର ପରିଚାୟକ ବୋଲି ଟ୍ରମ୍ପ୍‌ ମତ ପ୍ରକାଶ କରିଥିଲେ।

ଏହା ମଧୢ ବିରୋଧୀମାନଙ୍କ ପାଇଁ ଅତ୍ୟନ୍ତ ଦୃଷ୍ଟିକଟୁ ଓ ଶ୍ରୁତିକଟୁ ହୋଇଥିବ ଯେ ଗସ୍ତର ପ୍ରଥମ ଦିନ ପ୍ରଥମ ତିନି ଘଣ୍ଟା ମଧୢରେ ମୋଦୀ ଓ ଟ୍ରମ୍ପ୍‌ ସାତ ଥର ପରସ୍ପରକୁ ଆଲିଙ୍ଗନ କରିଥଲେ, ନ’ଥର ହାତ ମିଳାଇଥିଲେ, (ପାକିସ୍ତାନରେ ଇମ୍ରାନ୍‌ ଖାଁଙ୍କର ସମାଲୋଚକମାନେ କହୁଛନ୍ତି ଯେ ଟ୍ରମ୍ପ୍‌ଙ୍କୁ ଥରେ ବି ଆଲିଙ୍ଗନ କରିବା ପାଇଁ ଇମ୍ରାନ୍‌ଙ୍କର ସାହସ ହେବ ନାହିଁ!) ଏବ˚ ଟ୍ରମ୍ପ୍‌ ୧୫ ଥର ମୋଦୀଙ୍କ ନାମ ତୁଣ୍ତରେ ଧରିଥିବା ବେଳେ, ମୋଦୀ ୨୧ ଥର ଟ୍ରମ୍ପ୍‌ଙ୍କ ନାମ ନେଇଥିଲେ। ଦିଲ୍ଲୀରେ ଦେଖା ଦେଇଥିବା ଦଙ୍ଗା ଠିକ୍‌ ଟ୍ରମ୍ପ୍‌ଙ୍କ ଗସ୍ତ ସମୟରେ ଆୟୋଜିତ କରାଯିବାର ଉଦ୍ଦେଶ୍ୟ ଯଦି ଥିଲା ଏହା ଟ୍ରମ୍ପ୍‌ଙ୍କୁ ‘ସିଏଏ’ ଓ ମୋଦୀଙ୍କ ବିରୋଧରେ ମୁହଁ ଖୋଲିବାକୁ ବାଧୢ କରିବ, ବିରୋଧୀମାନଙ୍କର ସେ ବିକୃତ ଆଶା ମଧୢ ଫଳବତୀ ହେଲା ନାହିଁ। ଅପରପକ୍ଷେ ଟ୍ରମ୍ପ୍‌ ମୋଦୀଙ୍କୁ ଜଣେ ଧର୍ମ ପରାୟଣ ବ୍ୟକ୍ତି ଓ ସେ ଧର୍ମୀୟ ସ୍ବାଧୀନତା ନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଶ˚ସା କରିଥିଲେ।

ବର୍ତ୍ତମାନ ସମାଲୋଚକମାନଙ୍କ ତରଫରୁ ଏକ ଅଭିଯୋଗ ଶୁଣିବାକୁ ମିଳୁଛି ଯେ ଟ୍ରମ୍ପ୍‌ଙ୍କ ଗସ୍ତର ଦୃଶ୍ୟ ବେଶ୍‌ ପ୍ରଭାବଶାଳୀ ହୋଇଥିଲେ ହେଁ, ଏଥିରୁ ଭାରତକୁ ବିଶେଷ ବ୍ୟାବସାୟିକ ଲାଭ ମିଳିନାହିଁ। ଏହାକୁ ଏକ କାଳ୍ପନିକ ଦୃଶ୍ୟ ସହିତ ତୁଳନା କରାଯାଇପାରେ: ଜଣେ ଅତି ବିଶିଷ୍ଟ ବ୍ୟକ୍ତି ନିମନ୍ତ୍ରିତ ହୋଇ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଛନ୍ତି, କିନ୍ତୁ ସାଙ୍ଗରେ ଆଣିଥିବା ଉପହାର ଲଫାପା ଭିତରେ ଥିବା ଅର୍ଥର ପରିମାଣ ଅତି ବିଶେଷ ନୁହେଁ। କର୍ତ୍ତା ଜଣକ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତି ଯୋଗୁଁ ଆନନ୍ଦିତ ହେବେ, ନା ଲଫାପାର ଶୀର୍ଣ୍ଣକାୟୀ ଦେଖି ବିଷଣ୍ଣ ହେବେ? ଯେଉଁମାନେ ଟ୍ରମ୍ପ୍‌ଙ୍କ ଗସ୍ତ ଲାଭଜନକ ହେଲା ନାହିଁ ବୋଲି ଅଭିଯୋଗ କରୁଛନ୍ତି, ସେମାନେ ହେଉଛନ୍ତି ଉପରୋକ୍ତ ବିଷଣ୍ଣ କର୍ତ୍ତାଙ୍କ ଭଳି। ବିଶ୍ବର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ ସର୍ବ ସମ୍ମୁଖରେ ଭାରତ, ଭାରତୀୟ ଓ ଭାରତର ଶାସନ ମୁଖ୍ୟଙ୍କୁ ଯେଉଁଭଳି ସମ୍ମାନ ପ୍ରଦର୍ଶନ କଲେ, ତା’ଠାରୁ ବଡ଼ ଉପହାର କ’ଣ ସେ ସାଙ୍ଗରେ ନେଇ ଆସିପାରିଥାନ୍ତେ? ସେ ଆଣିଥିବା ଲଫାପା ନୁହେଁ, ଟ୍ରମ୍ପ୍‌ ନିଜେ ହିଁ ହେଉଛନ୍ତି ଉପହାର। ଏହା ବିଶ୍ବ ସମ୍ମୁଖରେ ଭାରତର ଏକ ନୂତନ ଚିତ୍ର ପ୍ରଦର୍ଶିତ କରିଛି- ଭାରତର ମିତ୍ର ଓ ଶତ୍ରୁ, ଉଭୟ ଏହା ସ୍ବୀକାର କରିବେ।

ଭାରତ ପ୍ରତି ଆମେରିକାର ଏହି ନୂତନ ଆଭିମୁଖ୍ୟର ସ୍ବାକ୍ଷର ବହନ କରିବା ଭଳି ଉଭୟ ହ୍ବାଇଟ୍‌ ହାଉସ୍‌ ଏବ˚ ଭାରତ ସରକାରଙ୍କ ଦ୍ବାରା ଯେଉଁ ମିଳିତ ଘୋଷଣାନାମା ପ୍ରକାଶ ପାଇଛି, ତାହାର ଶୀର୍ଷକ ହେଉଛି: ‘‘ଜଏଣ୍ଟ ଷ୍ଟେଟ୍‌ମେଣ୍ଟ୍‌: ଭିଜନ୍‌ ଆଣ୍ତ୍‌ ପ୍ରିନ୍ସିପ୍‌ଲସ୍‌ ଫର‌୍‌ ଦି ୟୁନାଇଟେଡ୍‌ ଷ୍ଟେଟ୍‌ସ-ଇଣ୍ତିଆ କମ୍ପ୍ରିହେନ୍‌ସିଭ ଗ୍ଲୋବାଲ୍‌ ପାର୍ଟନର‌୍‌ସିପ୍‌’’। ଏହି ଶୀର୍ଷକରୁ ସ୍ପଷ୍ଟ ହୋଇଥାଏ ଯେ ଭାରତ ଓ ଯୁକ୍ତରାଷ୍ଟ୍ର ମଧୢରେ ସମ୍ପର୍କ ଓ ସହଯୋଗ ପୂର୍ବର ସର୍ବନିମ୍ନ ଦ୍ବିପାକ୍ଷିକ ସ୍ତରକୁ ଅତିକ୍ରମ କରି ତାହାର ଉପର ଆଞ୍ଚଳିକ ସ୍ତରକୁ ମଧୢ ଭେଦ କରି ଏଥର ବିଶ୍ବବ୍ୟାପୀ ଉଭୟଙ୍କର ସ୍ବାର୍ଥ ମେଳ ଖାଉଥିବା କ୍ଷେତ୍ରମାନଙ୍କରେ ସକ୍ରିୟ ହେବ।

ଏହି ନାତିଦୀର୍ଘ ଘୋଷଣାନାମାରେ କୁହାଯାଇଛି ଯେ ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ଉଭୟଦେଶ ମଧୢରେ ସହଯୋଗ ଗଭୀରତର କରିବା ପାଇଁ ଉଭୟ ରାଷ୍ଟ୍ରପତି ଟ୍ରମ୍ପ୍‌ ଓ ପ୍ରଧାନମନ୍ତ୍ରୀ ମୋଦୀ ବଚନାବଦ୍ଧ ହୋଇଛନ୍ତି। ସାଗର ଅଞ୍ଚଳ ଓ ମହାକାଶରେ ସ˚ଗୃହୀତ ସୂଚନା ଆଦାନପ୍ରଦାନ, ଉଭୟ ଦେଶର ସାମରିକ ବାହିନୀ ମାନଙ୍କ ମଧୢରେ ଅଧିକ ସହଯୋଗ ଓ ତଥ୍ୟ ଆଦାନପ୍ରଦାନ, ସାମରିକ ଉତ୍ପାଦନରେ ସହଭାଗିତା ଆଦି ଏହି ପରିିକଳ୍ପନାର ଅ˚ଶ। ଅତ୍ୟାଧୁନିକ ଆମେରିକୀୟ ସାମରିକ ପ୍ରବିଧି ଭାରତକୁ ହସ୍ତାନ୍ତରିତ କରାଯିବ ବୋଲି ଏଥିରେ କୁହାଯାଇଛି। ଭାରତର ପଡ଼ିଶା ଅଞ୍ଚଳରେ ଏବ˚ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍‌ର ଦ୍ରୁତବର୍ଦ୍ଧିଷ୍ଣ ଅନୁପ୍ରବେଶର ମୁକାବିଲା କରିବାରେ ଆମେରିକା ଓ ଭାରତ ମଧୢରେ ସହଯୋଗ କେବଳ ଉପଯୋଗୀ ନୁହେଁ, ଜରୁରୀ ମଧୢ।

ଏହା ସତ ଯେ ଏବ˚ ଟ୍ରମ୍ପ୍‌ ମଧୢ ସ୍ବୀକାର କରିଛନ୍ତି ଉଭୟ ମୋଦୀ ଓ ସେ ନିଜେ ଆପଣା ଆପଣା ଦେଶର ବାଣିଜ୍ୟିକ ସ୍ବାର୍ଥରକ୍ଷାକୁ ପ୍ରଧାନ୍ୟ ଦିଅନ୍ତି ଏବ˚ ବର୍ତ୍ତମାନ ଉଭୟ ଦେଶ ମଧୢରେ ବାଣିଜ୍ୟ କାରବାର ଭାରତ ସପକ୍ଷରେ ଅସନ୍ତୁଳିତ ଅବସ୍ଥାରେ ଅଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶ ଏକ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ବଡ଼ କଥା ହେଲା ପାରସ୍ପରିକ ବିଶ୍ବାସ ଅତୁଟ ରହିଲେ, ଉଭୟଙ୍କ ସ୍ବାର୍ଥରକ୍ଷା କଲା ଭଳି ଏକ ରାଜିନାମା ସମ୍ଭବ ହେବ। ଟ୍ରମ୍ପ ମୋଦୀ ଯୁଗଳବନ୍ଦୀ ତାହା ହିଁ ସୂଚାଉଛି।

ସମ୍ବନ୍ଧିତ ଖବର