କଥାଟିଏ ଯାଯାବର, ମନ ପରିବର୍ତ୍ତନ

ଥରେ ଜଣେ ହତାଶ ଯୁବକ ପହଞ୍ଚିଲେ ୟୁଜିକେଙ୍କ ପାଖରେ। ୟୁଜିକେ ତାଙ୍କ ଠାରୁ ତାଙ୍କ ହତାଶାର କାରଣମାନ ସବୁ ଶୁଣି କହିଲେ- ଏବେ, ଶୁଣ ଏଇ କଥାଟି।
ଭାରତରେ ମୁଁ ଯେଉଁଠି ଜନ୍ମ ହୋଇଥିଲି, ସେଇ ଗାଁ ପାଖରେ ଥିଲା ଗୋଟିଏ ବଡ଼ ତୀଖ ପାହାଡ଼। ପିଲାଦିନେ ସେଇ ପାହାଡ଼ର ଉଚ୍ଚତାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉଥିଲୁ। ଥରେ, ଆମ ଗାଁର ଜଣେ ଯୁବକ ବିଭିନ୍ନ କାରଣରୁ ହତାଶ ହୋଇ ପଡ଼ିଲା। ତାର ବଞ୍ଚିବା ଲାଗି ଆଉ ଇଚ୍ଛା ରହିଲା ନାହିଁ। ତେଣୁ ସେ ସ୍ଥିର କଲା ଯେ ପାହାଡ଼ର ଚୂଡ଼ାରୁ ଡେଇଁ ଆତ୍ମହତ୍ୟା କରିଦେବ। ତେଣୁ ସେ ଦିନେ ଅତି ଗୋପନରେ ପାହାଡ଼ ଚଢ଼ିବାକୁ ଲାଗିଲା। ସେ ଯେଉଁ ବାଟେ ପାହାଡ଼ ଚଢ଼ୁଥିଲା ତାରି କଡ଼େ କଡ଼େ ପାହାଡ଼ ଉପରକୁ ଚାଲିଥିଲା ପିମ୍ପୁଡ଼ିଙ୍କ ଗୋଟିଏ ଧାର।

ଯୁବକଟି ପରିଶ୍ରମ କରି କିଛି ବାଟ ଚଢ଼ିବା ପରେ ତଳକୁ ଡେଇଁବା ଲାଗି ପ୍ରସ୍ତୁତ ହେଲା। ସେଠାରୁ ସେ ଚାରି ଆଡ଼କୁ ଚାହିଁଲା। ଏଇ ସମୟରେ ହଠାତ୍‌ ତଳକୁ ଚାହିଁ ଦେଇ କିଛି ସମୟ ସେ ସ୍ଥିର ହୋଇ ଛିଡ଼ା ହୋଇଗଲା ଏବ˚ ବିସ୍ମୟକର ଭାବେ ତାର ଆତ୍ମହତ୍ୟା କରିବାର ଇଚ୍ଛା କେଉଁଆଡ଼େ ମିଳାଇ ଗଲା।

ସେ କଅଣ ଦେଖିଲା ଜାଣିଛ? ସେ ତଳକୁ ଚାହିଁ ଦେଖିଲା ଯେ ତା ପାଦ ପାଖରେ ସେଇ ପିମ୍ପୁଡ଼ିର ଧାର। ପିମ୍ପୁଡ଼ିମାନେ ଆହୁରି ଉପରକୁ ଉଠୁଥିଲେ।

ସେ ଭାବିଲା ଏତେ କୁନି ପିମ୍ପୁଡ଼ି ଯଦି ନିରବରେ ପାହାଡ଼ ଚଢ଼ି ଶିଖରକୁ ଆସିପାରୁଛନ୍ତି, ତେବେ ଅସାଧୢ ବୋଲି ରହିଲା କଅଣ? ସେ ସ୍ଥିର କଲା ଯେ ଯେଉଁ ସବୁ ବିଫଳତା ଲାଗି ସେ ହତାଶ ହୋଇଛି, ସେ ସବୁ କାମରେ ସଫଳତା ପାଇଁ ସେ ପିମ୍ପୁଡ଼ିମାନଙ୍କ ଭଳି ଲାଗି ରହିବ। ହାରିବ ନାହିଁ।

ସମ୍ବନ୍ଧିତ ଖବର

Comments are closed.