ଈଶ୍ୱରଙ୍କ ପରୀକ୍ଷା

କଥାଟିଏ - ଯାଯାବର

ଗୋଟିଏ ଜନବସତିରେ ଜଣେ ଭଲ ଲୋକ ଥିଲେ। ସେ ଥିଲେ ସଚ୍ଚରିତ୍ର, ପରୋପକାରୀ, ସହିଷ୍ଣୁ। କିନ୍ତୁ ବିଡ଼ମ୍ବନା ହେଲା, ସେ ନିଜ କର୍ମ ଦ୍ବାରା ନିଜର ମହାନତା ପ୍ରତିପାଦନ କରୁଥିବା ସତ୍ତ୍ବେ ତାଙ୍କୁ ଲା˚ଛନା ଦେବାର ଲୋକଙ୍କ ସ˚ଖ୍ୟା କମ୍‌ ନ ଥିଲା। ତାଙ୍କର ପ୍ରଭାବରେ ଈର୍ଷାନ୍ବିତ ହୋଇ କିଛି ଲୋକ ତାଙ୍କ ବିରୋଧରେ କୁତ୍ସା କରୁଥିଲେ। କିନ୍ତୁ, ସେ ଅବିଚଳିତ ରହୁଥିଲେ।

ଏଥିରେ ବ୍ୟତିବ୍ୟସ୍ତ ହୋଇ ତାଙ୍କର ଜଣେ ନିଜ ଲୋକ କହିଲା- ଆଜ୍ଞା, ଆପଣ କାହିଁକି ଏ କୁତ୍ସାର ଜବାବ ଦେଉ ନାହାନ୍ତି?

ଉତ୍ତରରେ ସେ କହିଲେ- ତୁମେ ଯାହା କହିଲ, ସତ କଥା। କିନ୍ତୁ ସେଇଥିରେ ତ ରହିଛି ଜଣେ ସାଧାରଣ ବ୍ୟକ୍ତି ଅସାଧାରଣ ହେବାର ମଞ୍ଜି କଥା। ସମସ୍ତେ ଊଣା ଅଧିକ ସେମାନଙ୍କ ଜୀବନରେ ଲା˚ଛନା, ଅପବାଦ, ନିନ୍ଦା ଶୁଣନ୍ତି। କିନ୍ତୁ ସେମାନଙ୍କ ପ୍ରତିକ୍ରିୟା ହିଁ ଦର୍ଶାଏ କିଏ କେଉଁ ଭଳି? ଈଶ୍ବର ଏଇ ବାଟେ ତୁମର ଧୈର୍ଯ୍ୟ ଶକ୍ତି, ବିବେଚନା ଶକ୍ତି, ବିବେକବୋଧ ଆଦିର ପରୀକ୍ଷା କରନ୍ତି। ଯେଉଁମାନେ ପ୍ରତିକ୍ରିୟାରେ ପ୍ରତିଶୋଧମୂଳକ ହୁଅନ୍ତି, ଆକ୍ରୋଶ ଦେଖାନ୍ତି, ସେମାନେ ଭଗବାନଙ୍କ ପରୀକ୍ଷାରେ ଫେଲ୍‌ ହୋଇଯାଆନ୍ତି। ଅସଲରେ ଏଭଳି ପରିସ୍ଥିତିରେ ତୁମ ପ୍ରତିକ୍ରିୟା ହିଁ ପ୍ରମାଣ କରେ ତୁମେ କ’ଣ? ତୁମେ ଈଶ୍ବରଙ୍କ ପରୀକ୍ଷାରେ ଜୟଯୁକ୍ତ ହେଲ କି ନାହିଁ?

ସମ୍ବନ୍ଧିତ ଖବର