ଥରେ ଗ୍ରୀସ୍ର ଏକ ନିଭୃତ ଗାଁର ଜଣେ ଅତ୍ୟନ୍ତ ପ୍ରବୁଦ୍ଧ ବୃଦ୍ଧ ଘୋଷଣା କଲେ ଯେ ଜଣେ ପରମ ଜ୍ଞାନୀ ବ୍ୟକ୍ତିଙ୍କ ଆବିର୍ଭାବ ହୋଇଛି ଏଥେନ୍ସରେ। ତାଙ୍କ ନାମ ସକ୍ରେଟିସ୍। ଯାହାଙ୍କ ସହିତ ମୁଁ ଏଇ ମାତ୍ର ସାକ୍ଷାତ କରି ଆସିଛି।
ଏ କଥା ଶୁଣି ସେଇ ଗାଁର ଲୋକେ ଏଥେନ୍ସ ଅଭିମୁଖେ ଚାଲିଲେ। ସେମାନେ ସକ୍ରେଟିସ୍ଙ୍କ ଘରେ ପହଞ୍ଚିଲେ ଏବ˚ କହିଲେ- ଆମେମାନେ ବହୁ ଦୂରରୁ ଆସିଛୁ। ଆମ ଗାଁର ଯେ ସବୁଠାରୁ ପ୍ରାଜ୍ଞ, ସେ କହିଲେ ଯେ ଆପଣ ହେଉଛନ୍ତି ପରମ ଜ୍ଞାନୀ। ଆପଣ ଆମମାନଙ୍କୁ ଆପଣଙ୍କ ପରମ ଜ୍ଞାନ ସୁଲଭ ମୁକ୍ତାରୁ କିଛି ଦିଅନ୍ତୁ।
ସକ୍ରେଟିସ୍ ଏହା ଶୁଣି କହିଲେ- ବଡ଼ ଭୁଲଟାଏ କରିଛ। ମୁଁ ଯେତେବେଳେ ତରୁଣ ଥିଲି, ସେତିକି ବେଳେ ମୁଁ ନିଜେ ଭାବି ନେଇଥିଲି ଯେ ମୁଁ ଜଣେ ଅସାଧାରଣ ଜ୍ଞାନୀ। କାରଣ ପୃଥିବୀର ସବୁ ବିଷୟରେ ଯାହା ସବୁ ଶାସ୍ତ୍ର ଅଛି, ମୁଁ ସବୁ କିଛି ପାଠ କରିସାରିଥିଲି। କିନ୍ତୁ ଏବେ ଯେତେବେଳେ ମୁଁ ବୃଦ୍ଧ ହେବାରେ ଲାଗିଛି, ବୁଝିପାରୁଛି ଯେ ଅସଲରେ ମୋ ପାଖରେ ଥିବା ଜ୍ଞାନ ଅତ୍ୟନ୍ତ ସୀମିତ। ତେଣୁ ଆପଣମାନେ ଯାଆନ୍ତୁ।
ଲୋକେ ନିରାଶ ହୋଇ ଫେରିଲେ ଏବ˚ ଗାଁରେ ସେଇ ବୃଦ୍ଧଙ୍କୁ କହିଲେ- ସକ୍ରେଟିସ ତ ସ୍ବୟ˚ ମନା କଲେ ଯେ ସେ ଜ୍ଞାନୀ ନୁହନ୍ତି ବୋଲି, ଆପଣ କେମିତି ତାଙ୍କୁ ପରମ ଜ୍ଞାନୀ ବୋଲି କହିଲେ।
ବୃଦ୍ଧ କହିଲେ- ସେଇଥି ଲାଗି ତ ମୁଁ ତାଙ୍କୁୁ ପରମ ଜ୍ଞାନୀ ବୋଲି କହିଥିଲି। ଯେଉଁ ବ୍ୟକ୍ତି ଆହରଣ କରିଥିବା ଜ୍ଞାନ କେତେ ସୀମିତ ତାହା ଉପଲବ୍ଧି କରିପାରେ, ସେତେବେଳେ ତା ଠାରେ ପରମ ଜ୍ଞାନର ଉଦୟ ହୋଇଥାଏ। ଆଉ ତୁମମାନଙ୍କୁ ସେ ଯାହା କହିଲେ ତାହା ହିଁ ତାଙ୍କ ପରମ ଜ୍ଞାନର କିଛି ମୁକ୍ତା।