କଥାଟିଏ ଯାଯାବର, ମନର ମିଳନ

ଗୋଟିଏ ସହରରେ ଦୁଇ ଭାଇ ରହୁଥିଲେ। ସେମାନଙ୍କ ସ˚ପର୍କ ଥିଲା ଅତ୍ୟନ୍ତ ମଧୁର ଓ ନିବିଡ଼। କିନ୍ତୁ ସେଇ ସହରର ଘରେ ଘରେ ଅଶାନ୍ତି ଲାଗି ରହିଥିଲା। ଭାଇମାନଙ୍କ ଭିତରେ ପଟୁ ନ ଥିଲା। ଘର ଓ ଜମି ବାଡ଼ି ଭାଗ ଭାଗ ହେଉଥିଲା। ସେତିକି ବେଳେ ସହରର ଲୋକେ ଏଇ ଦୁଇ ଭାଇଙ୍କ ଉଦାହରଣ ଦେଇ କହୁଥିଲେ- ଏମିତି ଭ୍ରାତୃତ୍ବ ପ୍ରୀତି ସତରେ ବିରଳ। ଭଗବାନଙ୍କ ଆଶୀର୍ବାଦରୁ ଏ ଦୁଇ ଭାଇଙ୍କ ମନ ମିଳିଛି।

ଦିନେ ସେମାନଙ୍କ ଜଣେ ପଡେ଼ାଶୀ ବଡ଼ ଭାଇଙ୍କୁ ପଚାରିଲେ- ଆପଣ ଦୁଇ ଭାଇଙ୍କ ସ˚ପର୍କ ଏତେ ଭଲ କେମିତି?
ବଡ଼ ଭାଇ କହିଲେ- ଆମର ମନ ମିଳେ।
ପଡେ଼ାଶୀ ପଚାରିଲେ- ଏମିତି କେମିତି ସମ୍ଭବ? ଆପଣ ଦୁଇ ଜଣ ଦୁଇ ଅଲଗା ଅଲଗା ମଣିଷ। ଏମିତି କ’ଣ କେବେ ବି ଆପଣଙ୍କ ମନ ଭିତରେ ବା ମତ ଭିତରେ ଅମେଳ ହୋଇନାହିଁ?
ବଡ଼ ଭାଇ କହିଲେ- ମନର ଅମେଳ ତ ପ୍ରଚୁର।
ପଡ଼ୋଶୀ ବିସ୍ମିତ ହୋଇ କହିଲେ- ଆଜ୍ଞା, ବୁଝି ପାରୁନାହିଁ। ଆପଣ ଥରେ କହିଲେ ମନ ମିଳିଯାଏ। ପୁଣି ଆଉ ଥରେ କହୁଛନ୍ତି ମନର ଅମେଳ ଅନେକ। ଟିକିଏ ବୁଝାଇ ଦେବେ କି?
ବଡ଼ ଭାଇ ହସି କହିଲେ- କଥାଟା ଏମିତି। ଯେଉ ସବୁ କଥାରେ ଆମ ଦୁଇ ଭାଇଙ୍କ ମନ ମିଳେ ସେ ସବୁ କଥାରେ ଆମେ ପରସ୍ପରକୁ ଧନ୍ୟବାଦ ଜଣାଉ। କାରଣ ସେଥିରେ ଚିନ୍ତା କରିବାର କିଛି ନାହିଁ। କିନ୍ତୁ ଯେଉଁଥିରେ ମନ ମିଳେନାହିଁ, ସେଭଳି କଥାରେ ଆମେ ଉଭୟ ପରସ୍ପରର ମତକୁ ସମ୍ମାନ ଜଣାଉ। ମନର ଅମେଳ ବେଳେ କ’ଣ କରାଯିବା ଉଚିତ ସେ ନେଇ ଆମ ଦୁହିଁଙ୍କ ମତ ଏକ ବୋଲି ଆମେ ଦୁଇ ଭାଇ ଏବେ ବି ଘନିଷ୍ଠ ହୋଇ ରହିଛୁ। ଏହା ତ ସବୁ ସ˚ପର୍କର ମଞ୍ଜି କଥା।

ସମ୍ବନ୍ଧିତ ଖବର