ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଉତ୍ତପ୍ତ ପୃଥିବୀ, ମଗ୍ନ ପୃଥିବୀ

ଏବେ ଦୁଇଟି କଥା ଏକା ସାଙ୍ଗରେ ଘଟୁଛି। ଗ୍ରୀଷ୍ମ କାଳରେ ପ୍ରବଳ ଉତ୍ତାପ ଜୀବନକୁ ଅସହ୍ୟ ଭାବେ ଶୁଷ୍କ କରି ଦେଉଥିବା ବେଳେ ଗ୍ରୀଷ୍ମ ପରେ ବୃଷ୍ଟିର ଆଗମନରେ ମାତ୍ରାଧିକ ବର୍ଷା ଜୀବନକୁ ନିଶ୍ଚିହ୍ନ କଲା ଭଳି ଜଳମଗ୍ନ କରି ପକାଉଛି। ସୁତରାଂ, ଦୁଇ ଚରମ ବିନ୍ଦୁ ମଧ୍ୟରେ ଏବେ ମଣିଷ ଜୀବନ ସନ୍ତପ୍ତ।…
ଅଧିକ ଖବର ଦେଖନ୍ତୁ...

ଗୋଟିଏ କୁକୁରର କଥା

ଜଣେ ଦୋକାନୀ ରାତିରେ ଦୋକାନ ବନ୍ଦ କରିବାକୁ ଗଲା ବେଳକୁ ଗୋଟିଏ କୁକୁର ପହଞ୍ଚିଲା। କୁକୁର ପାଟିରୁ ଝୁଲୁଥିଲା ଗୋଟିଏ ମୁଣି ଏବ˚ ମୁଣିରେ ଥିଲା ସଉଦା ତାଲିକା ଏବ˚ ଟଙ୍କା। ଦୋକାନୀ ତାଲିକାରେ ଥିବା ସଉଦା ମୁଣିରେ ପୂରାଇ ହିସାବ କରି ଟଙ୍କା ରଖିଲେ। ଏଥର କୁକୁରଟି ମୁଣିକୁ ପାଟିରେ ଧରି…
ଅଧିକ ଖବର ଦେଖନ୍ତୁ...

ଛାୟା ଯୁଦ୍ଧ

ପ୍ରକାଶ ଥାଉ କି ‘ହେଜବୋଲ୍ଲା’ ଏବଂ ‘ହୁଥି’ ମୁଖ୍ୟତଃ ଇରାନ (କେତେକାଂଶରେ କାତାର)ର ଅର୍ଥ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସାମରିକ ପ୍ରଶିକ୍ଷଣ ଦ୍ବାରା ପରିପୁଷ୍ଟ। ପୁଣି, ମାତ୍ର ଦୁଇ ଦିନ ତଳେ ସମ୍ବାଦ ପ୍ରକାଶ ପାଇଛି ଯେ ‘ହେଜବୋଲ୍ଲା’କୁ ଆକାଶ-ଶକ୍ତି ପ୍ରଦାନ କରିବା ଲାଗି ରୁଷିଆ ଦ୍ବାରା…
ଅଧିକ ଖବର ଦେଖନ୍ତୁ...

କାଲି ପାଇଁ କଥାଟିଏ: ସବୁ ଭାସିଯିବା ପରେ

ସାରା ଭାରତବର୍ଷରେ ଜଙ୍ଗଲ ବିଭାଗର କଲେଜ ମାତ୍ର ଆଠଟି। ସେଥିମଧ୍ୟରୁ ଗୋଟିଏ ଆମ ଓଡ଼ିଶାର ଅନୁଗୁଳରେ। ବହୁ ପୁରୁଣା ଏଇ ଅନୁଷ୍ଠାନ, ଚାଲି ଆସୁଛି ୧୯୭୯ ମସିହାରୁ। ସାରା ଓଡ଼ିଶାର ଜଙ୍ଗଲ ସଂପଦର ଦାୟିତ୍ବରେ ଅଛନ୍ତି ୩୫୦ ଜଣ ରେଞ୍ଜର। ଏଇମାନେ ହିଁ ଜଙ୍ଗଲ ପ୍ରହରୀ। ଆଜି ଓଡ଼ିଶାର ଜଙ୍ଗଲ ସଂରକ୍ଷଣ…
ଅଧିକ ଖବର ଦେଖନ୍ତୁ...

ସାଧୁ ଓ ରାଜପୁତ୍ର

ରାଜକୁମାର ଥରେ ବନ୍ଧୁମାନଙ୍କ ସହିତ ବୁଲିବାକୁ ଯାଇଥିଲେ। ବୁଲୁ ବୁଲୁ ସେମାନେ ଏମିତି ଏକ ନିକାଞ୍ଚନ ସ୍ଥାନକୁ ଆସିଗଲେ, ଯେଉଁଠାରେ ଜନମାନବର ଚିହ୍ନବର୍ଣ୍ଣ ନ ଥିଲା। ସେତେବେଳକୁ ରାଜକୁମାରଙ୍କ ତଣ୍ଟି ଶୋଷରେ ଫାଟି ପଡୁଥାଏ। ସେମାନେ ବିକଳ ହୋଇ ଏଣେ ତେଣେ ଖୋଜିଲା ବେଳକୁ ଦିଶିଲା ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ସତ କହୁଛି: ହଜୁର, ଆଗକୁ ପଛକୁ ଚାହିଁ ବିଚାରନ୍ତୁ

ପଶୁପକ୍ଷୀ ରାଇଜର ଏକ କାହାଣୀ। ମାଙ୍କଡ଼ମାନେ ଡାଳକୁ ଡାଳ ଡେଇଁ ପକ୍ଷୀମାନଙ୍କର ବସାଗୁଡ଼ିକ ଭାଙ୍ଗି ଦିଅନ୍ତି। ପକ୍ଷୀମାନେ ବ୍ୟସ୍ତ ହୋଇ ଜଙ୍ଗଲର ରାଜା ସିଂହଙ୍କ ପାଖରେ ଫେରାଦ ହୁଅନ୍ତି। ସିଂହ ଅଭିଯୋଗର ବିଚାର ନିମନ୍ତେ ବିଲୁଆ ମହାଶୟଙ୍କୁ ନିଯୁକ୍ତି ଦିଅନ୍ତି। ବିଲୁଆ ମହାଶୟଙ୍କ ସମ୍ମୁଖରେ…
ଅଧିକ ଖବର ଦେଖନ୍ତୁ...

ଆତ୍ମଘାତ!

ଗଲା ଗୁରୁବାର ଦିନ ‘ବ୍ରିଟିସ ମେଡିକାଲ ଜର୍ନାଲ୍‌’ (ବି.ଏମ୍‌.ଜେ.)ରେ ଗୋଟିଏ ଅନୁଧ୍ୟାନମୂଳକ ଆଲେଖ୍ୟ ପ୍ରକାଶିତ ହୋଇ ପ୍ରଦୂଷିତ ବାୟୁମଣ୍ଡଳରେ ଜୀବନ କାଟିବାକୁ ବାଧ୍ୟ ହେଉଥିବା ସହରୀ ଭାରତୀୟମାନଙ୍କ ସକାଶେ ନୂତନ ଚିନ୍ତା ସୃଷ୍ଟି କରିଛି। କାରଣ, ଏନ୍‌.ସି.ଆର୍‌. ଦିଲ୍ଲୀ ଏବଂ ଚେନ୍ନାଇ…
ଅଧିକ ଖବର ଦେଖନ୍ତୁ...

ଜାତି ନାମକ ରୋଗର ଏକ୍ସରେ ହେଉଛି ଜନଗଣନା

‘ଆପଣଙ୍କ ପରି ଜଣେ ବୁଦ୍ଧିଜୀବୀ କେମିତି ଜାତିଗତ ଜନଗଣନା ପରି ଦେଶଭଙ୍ଗା କଳ୍ପନାକୁ ସମର୍ଥନ କରୁଛନ୍ତି? ଆପଣଙ୍କ ସହିତ ନିଶ୍ଚିତ ଭାବରେ ମତପାର୍ଥକ୍ୟ ରହିଛି। କିନ୍ତୁ ମୁଁ ମାନୁଛି ଯେ, ଆପଣ ଅନ୍ତତଃ ସାମାଜିକ ସୌହାର୍ଦ୍ଦରେ ବିଶ୍ବାସ କରନ୍ତି। ମୁଁ ଏଥିରେ ଆଶ୍ଚର୍ଯ୍ୟଚକିତ ହେଉଛି।’…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀ ଦୃଷ୍ଟି: ବୈଷ୍ଣବ ଜନ

ଗାନ୍ଧୀଜୀଙ୍କର ସବୁଠାରୁ ପ୍ରିୟ ଭଜନ ଥିଲା ‘ବୈଷ୍ଣବ ଜନ ତୋ’। ସାବରମତୀ ଆଶ୍ରମରେ ସକାଳ ଓ ସନ୍ଧ୍ୟା ପ୍ରାର୍ଥନା ସଭାରେ ବୋଲା ଯାଉଥିବା ଭଜନରେ ଗାନ୍ଧୀ ଏହାକୁ ସାମିଲ କରିଥିଲେ। ସ୍ୱର ଓ ତାଳ ସହ ଏହା ଗାନ କରାଯାଉଥିଲା। ଉତ୍କୃଷ୍ଟ ଗାନ୍ଧୀ ଭଜନ ଭାବେ ଏହା ସମ୍ପ୍ରତି ଅନ୍ତର୍ଜାତିକ ପ୍ରସିଦ୍ଧି…
ଅଧିକ ଖବର ଦେଖନ୍ତୁ...

ବହିର ମୂଲ୍ୟ

ଜଣେ ଅତି ଜ୍ଞାନୀ ବ୍ୟକ୍ତି ଥିଲେ। ତାଙ୍କ ପାଖରେ ଥିଲା କିଛି ଅତି ବିରଳ ଓ ପ୍ରାଚୀନ ଗ୍ରନ୍ଥ। ସେସବୁକୁ ସେ କୋଟିନିଧି ଭଳି ଅତି ଯତ୍ନରେ ରଖିଥିଲେ। ଜଣେ ସୌଦାଗର ଜାଣିପାରିଲେ ଯେ ଜ୍ଞାନୀ ବ୍ୟକ୍ତିଙ୍କ ପାଖରେ ଯେଉଁ ପୁସ୍ତକ ସବୁ ଅଛି ତାହା ଅତି ବିରଳ। ତାକୁ କିଣି ଆଣି ଅଧିକ ମୂଲ୍ୟରେ…
ଅଧିକ ଖବର ଦେଖନ୍ତୁ...