କିଏ ହେବେ ନୂଆ ମିଷ୍ଟର ଭାରତ ?

 

photo-youtube

ବଲିଉଡର ଅସଲ ଓ ପ୍ରଥମ ମିଷ୍ଟର ଭାରତ ହେଲେ ମନୋଜ କୁମାର । ସେ ତାଙ୍କ ଅଭିନୀତ ଅନେକ ଛବିରେ ନାମ ରଖିଥିଲେ ଭାରତ । ଆଉ ସବୁଠୁଁ ବଡ଼ କଥା ହେଲା ଯେ ମନୋଜ କୁମାରଙ୍କ ଅଭିନୀତ ଫିଲ୍ମ ଗୁଡ଼ିକରେ ଦେଶାତ୍ମବୋଧକତାର ଛାପ ଦେଖିବାକୁ ମିଳିଥିଲା, ଯାହାକୁ ଦର୍ଶକ ସାଦରେ ଗ୍ରହଣ ମଧ୍ୟ କରିଥିଲେ । ଶହୀଦ୍‌, ପୂରବ ଔର ପଶ୍ଚିମ୍‌ , ଉପକାର୍‌ , କ୍ରାନ୍ତି ଏବଂ ରୋଟି ଔର ମକାନ୍‌ ଏହାର ଜ୍ୱଳନ୍ତ ଉଦାହରଣ ।

ବଲିଉଡରେ ଏବେ ଭାରତ କୁମାର ହେବା ପାଇଁ କେତେକ କଳାକାର ବି ପ୍ରୟାସ କଲେଣି। ଏହାକୁ ନେଇ ବଲିଉଡର ଦୁଇ ସୁପର ଷ୍ଟାର୍‌ ଅକ୍ଷୟ କୁମାର ଓ ସଲମାନ୍‌ ଖାନଙ୍କ ଭିତରେ ତୀବ୍ର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଛି । ସେ ଯାହା ହେଉ ନା କାହିଁକି ଦର୍ଶକ ଅକ୍ଷୟ କୁମାରଙ୍କ ଭାରତ୍‌ କୁମାର ଭାବେ ସ୍ୱୀକାର କରି ସାରିଲେଣି । କାରଣ ସେ ଉଭୟ ପରଦା ଉପରେ ଓ ପରଦା ପଛରେ ଦେଶପ୍ରେମ ମନୋଭାବର ପରିଚୟ ଦେଇ ସାରିଲେଣି । ବିଶେଷ କରି ରୁସ୍ତମ, ବେବି, ଏୟାର ଲିଫ୍‌ଟ, ଟଏଲେଟ୍‌ ଏକ ପ୍ରେମ୍‌ କଥା ଭଳି ସିନେମାରେ ଦର୍ଶକ ଅକ୍ଷୟଙ୍କୁ ଏତେ ପସନ୍ଦ କରିଛନ୍ତି ତାଙ୍କୁ ଭାରତ କୁମାର କହିବା ଆରମ୍ଭ କରି ଦେଲେଣି ।

 ଭାରତ କୁମାର ହେବା ପାଇଁ କେତେକ କଳାକାର ବି ପ୍ରୟାସ କଲେଣି। ଏହାକୁ ନେଇ ବଲିଉଡର ଦୁଇ ସୁପର ଷ୍ଟାର୍‌ ଅକ୍ଷୟ କୁମାର ଓ ସଲମାନ୍‌ ଖାନଙ୍କ ଭିତରେ ତୀବ୍ର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଛି ।ଏଣେ ଅଜୟ ଦେବଗନ୍‌ ବି ତାନାଜୀ ସାଜି ଦେଶପ୍ରେମୀ ଭୂମିକାରେ ଆସିବାକୁ ପ୍ରସ୍ତୁତ ହେଉଛନ୍ତି। 

 

 

ଅପରପକ୍ଷରେ ସଲମାନ୍‌ ଖାନ୍‌ ‘ ଭାରତ’ ଟାଇଟଲ୍‌ରେ ନିର୍ମାଣାଧୀନ ଏକ ସିନେମାରେ ନାୟକ ଭାବେ ପରଦାକୁ ଆସିବେ । ଏଥିରେ ୧୯୪୭ ରୁ ୨୦୦୨ ଯାଏଁ ଭାରତବର୍ଷର ରୂପ ରେଖା ପ୍ରଦର୍ଶନ କରୁଥିବା ଜଣେ ସାଧାରଣ ଲୋକ ଭୂମିକାରେ ଦେଖା ଦେବେ ସଲମାନ୍‌ । ଠିକ୍‌ ସେହିପରି ‘ ଟାଇଗର ଜିନ୍ଦା ହେ ’ ରେ ବି ସଲମାନ ଖାନଙ୍କୁ ଦେଶଭକ୍ତ ଭୂମିକାରେ ଦେଖିବାକୁ ପାଇବେ । ଏହା ପୂର୍ବରୁ ସେ ବଜରଙ୍ଗୀ ଭାଇଜାନ, ‘ ସୁଲତାନ୍‌’ ଓ ‘ଏକ୍‌ ଥା ଟାଇଗର୍‌ ଭଳି ସିନେମାରେ ବି ଦେଶପ୍ରେମୀ ଭୂମିକା ନିଭାଇଛନ୍ତି ।

photo-youtube

ଏବେ ଦେଖିବା କଥା ସଲମାନ ଓ ଅକ୍ଷୟଙ୍କ ଭିତରେ ଏହି ପ୍ରତିଦ୍ୱନ୍ଦିତା ଆଗକୁ କି ମୋଡ଼ ନେଉଛି? ଏଣେ ଅଜୟ ଦେବଗନ୍‌ ବି ତାନାଜୀ ସାଜି ଦେଶପ୍ରେମୀ ଭୂମିକାରେ ଆସିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ବି ସଲମାନ୍‌,ଅକ୍ଷୟ କୁମାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ।

 

ସମ୍ବନ୍ଧିତ ଖବର