ମୁମ୍ବାଇ: ନବରାତ୍ରୀ ଅବସରରେ ଗୁଜୁରାଟର ରାସ୍ତା ଉପରେ ଲାଗିଥିବା ଅଭିନେତ୍ରୀ ସନ୍ନି ଲିଓନଙ୍କ କଣ୍ଡୋମ ବିଜ୍ଞାପନକୁ ନେଇ ସେ ସମୟରେ ବିବାଦ ଉପୁଜିଥିଲା। ସେଥିରେ ଲେଖା ହୋଇଥିଲା ‘ଆ ନବରାତ୍ରୀ ଏ ପ୍ରେମେ’। ଯାହାର ଅର୍ଥ ହେଉଛି ଏହି ନବରାତ୍ରୀକୁ ପ୍ରେମରେ ବିତାଇବା। ଯଦିଓ ଏହି ହୋର୍ଡିଂରେ କଣ୍ଡୋମ ଶବ୍ଦ କୌଣସି ସ୍ଥାନରେ ବ୍ୟବହାର ହୋଇ ନଥିଲା। ମାତ୍ର କଣ୍ଡୋମ କମ୍ପାନିର ନାମ ଏଥିରେ ଉଲ୍ଲେଖ ଥିଲା। ସହରରେ ଥିବା ହିନ୍ଦୁ ଯୁବା ବାହିନୀ ପକ୍ଷରୁ ଏହି ବିଜ୍ଞାପନ ନେଇ ହିଂସା ଉପୁଜିଥିଲା। ସେ ସମୟରେ ବିଭିନ୍ନ ମହଲରୁ ବିଜ୍ଞାପନଟିକୁ ବିରୋଧ କରାଯାଇଥିଲେ ମଧ୍ୟ ଦୀର୍ଘ ଦିନ ପରେ ଏବେ ମୁହଁ ଖୋଲିଛନ୍ତି ସନ୍ନି।
Sambad is now on WhatsApp
Join and get latest news updates delivered to you via WhatsApp
ସେ ଏକ ସାକ୍ଷାତକାରରେ ଏ ସଂପର୍କରେ ନିଜର ମତ ରଖି କହିଛନ୍ତି,‘ମୋତେ ଲାଗେ ସେଲିବ୍ରେଟିମାନଙ୍କ ଟାର୍ଗେଟ କରିବା ଖୁବ୍ ସହଜ। ମୋତେ ନିଜ ବିଷୟରେ ଏପରି ସମାଲୋଚନା ଶୁଣିବାକୁ ଆଦୌ ଭଲ ଲାଗୁ ନାହିଁ। ଭିତରୁ ବହୁତ ଖରାପ ଲାଗୁଛି। ମୁଁ ନିଜେ ଜାଣେ କ’ଣ ଠିକ୍। ମୋ ବିଷୟରେ ଏପରି ଅନେକ କିଛି ଶୁଣିବାକୁ ମିଳେ ଯେଉଁଥିରେ ସତ୍ୟତା ନ ଥାଏ। ମାତ୍ର ମୋତେ ଜଣା ଅଛି ମୁଁ କ’ଣ, କ’ଣ କରିବା ଉଚିତ ମୋତେ ଭଲ ଭାବେ ଜଣା ଅଛି। ମୁଁ ମୋ ଜୀବନରେ ବହୁତ ଖୁସି। ମୋ ପାଖରେ ମୋର ସଂପୂର୍ଣ୍ଣ ପରିବାର ଅଛି। ମୋତେ ନେଇ ଯାହା ବି ବିବାଦ ସୃଷ୍ଟି ହେଉଛି ତାହା ମୋ ଉପରେ କୌଣସି ପ୍ରଭାବ ପକାଉ ନାହିଁ।