ସଲମାନଙ୍କୁ କେହି ପରିହାସ କରି ପାରିବେନି, କାରଣ ସେ ନିଜେ ହିଁ ନିଜକୁ ଅଧିକ ପରିହାସ କରନ୍ତି: ଅର୍ଚ୍ଚନା ପୂରଣ ସିଂହ

ମୁମ୍ବାଇ : ବଲିଉଡ୍‌ରେ ସଫଳ ଅଭିନେତାଙ୍କ କଥା ଉଠିଲେ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ନାଁ ସମସ୍ତଙ୍କ ମୁଣ୍ଡରେ ପ୍ରଥମେ ଆସିଥାଏ । ତାଙ୍କର ସବୁ ଫିଲ୍ମ ୧୦୦କୋଟି କ୍ଲବ୍‌ରେ ସାମିଲ ହେଉଥିବା ବେଳେ ଏତେ ବର୍ଷ ପରେ ମଧ୍ୟରେ ଦର୍ଶକଙ୍କ ଉପରେ ତାଙ୍କର ଯାଦୁ ଦିନକୁ ଦିନ ବଢ଼ିବାରେ ଲାଗିଛି । କମେଡି କଥା ଉଠିଲେ ସଲମାନଙ୍କଠାରୁ ଭଲ କମେଡି ଆଉ କେହି କରି ପାରିବେ ନାହିଁ ବୋଲି ଅନେକ ଥର ଦେଖା ଯାଇଛି । କାରଣ ଅନେକ ସମୟରେ ସେ ନିଜକୁ ସବୁବେଳେ ପରିହାସ କରିବା ସହ ନିଜ ଉପରେ ହସିଥାନ୍ତି ।

Times Now

ଏ ନେଇ ଅଭିନେତ୍ରୀ ତଥା କମେଡିଆନ ଅଚ୍ଚର୍ନ ପୂରଣ ସିଂହଙ୍କ ପଚରାଯିବା ପରେ, ସଲମାନ ନିଜକୁ ନେଇ ଯେତିକି ଥଟ୍ଟା କରିଥାନ୍ତି, ଆଉ କେହି କରି ପାରିବେ ନାହିଁ । ଇଣ୍ଡଷ୍ଟ୍ରୀରେ କେବଳ ଦୁଇ ଜଣ ଅଛନ୍ତି, ଯେଉଁମାନେ ନିଜକୁ ନେଇ ଥଟ୍ଟା କରିବା ସହ ହସିଥାନ୍ତି । ଜଣେ ହେଲେ ଅନୀଲ କପୁର ଏବଂ ଆଉ ଜଣେ ହେଲେ ସଲମାନ ଖାନ୍‌ । ସଲମାନ ଅନ୍ୟ କେହି କିଛି ତାଙ୍କ ଫିଲ୍ମକୁ  ,କିଛି କହିବା ପୂର୍ବରୁ ସେ ନିଜେ ନିଜ ଫିଲ୍ମକୁ ଥଟ୍ଟା କରିବା ଆରମ୍ଭ କରି ଦେଇଥାନ୍ତି । ଯାହା ଉପସ୍ଥିତ ଲୋକଙ୍କୁ ହସାଇଥାଏ ।

ସମ୍ବନ୍ଧିତ ଖବର