ହଠାତ୍‌ ଗାଏବ ହୋଇଗଲା ଅଭିନେତ୍ରୀ ସ୍ୱରା ଭାସ୍କରଙ୍କର ଟ୍ଵିଟର ଆକାଉଣ୍ଟ,କିଛି ଦିନ ତଳେ ଭାରତୀୟ ସେନା ଉପରେ କରିଥିଲେ ଟ୍ଵିଟ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ଟ୍ଵିଟର ଆକାଉଣ୍ଟ ହଠାତ୍‌ ଗାଏବ ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସ୍ୱରା ନିଜେ ଏପରି କରିଛନ୍ତି ନାଁ ଟ୍ଵିଟର ତରଫରୁ ଏପରି କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏଭଳି ଘଟଣା ଘଟିବା ପୂର୍ବରୁ ସ୍ୱରା ଭାରତୀୟ ସେନା ଏବଂ ଦେଶରେ ଘଟୁଥିବା ଅନେକ ଘଟଣାକୁ ଟ୍ଵିଟ୍‌ କରିଥିଲେ । ଅନଲ କିଲିଂ,ଜାତିବାଦକୁ ନେଇ ହେଉଥିବା ସଂଘର୍ଷ,ଗୋହତ୍ୟା ଇତ୍ୟାଦିକୁ ନେଇ ସେ ବହୁ ବାର ଟ୍ଵିଟ୍‌ କରିଥିଲେ । ଏହା ସହ ମେଜର ଲିତୁଲ ଗୋଗୋଇଙ୍କୁ ନେଇ ମଧ୍ୟ ସେ ଟ୍ଵିଟ୍‌ କରିଥିଲେ ।

DNA India

କିଛି ଦିନ ପୂର୍ବରୁ ମେଜର ଲିତୁଲ ଗୋଗୋଇ ଜମ୍ମୁ-କଶ୍ମୀରର ଜଣେ ପଥର ଫିଙ୍ଗୁଥିବା ଯୁବକଙ୍କୁ ନିଜ ଗାଡ଼ି ଆଗରେ ବାନ୍ଧି ବୁଲାଇବାକୁ ନେଇ ନିଜର ମତ ରଖିଥିଲେ ସ୍ୱରା । ନିଜ ଟ୍ଵିଟ୍‌ରେ ସେ ଲିତୁଲଙ୍କ ବିରୋଧରେ ଅପମାନସୂଚକ କଥା ଲେଖି ଟ୍ରୋଲ ମଧ୍ୟ ହୋଇଥିଲେ । ଏହି ଘଟଣା ପରଠାରୁ ସ୍ୱରାଙ୍କ ଟ୍ଵିଟର ଆକାଉଣ୍ଟ ହଟିଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର