ଅଭିନେତ୍ରୀ ଦିୟା ମିର୍ଜା ୨୦୦୦ ମସିହାରେ ମିସ୍ ଇଣ୍ଡିଆ ପିଜାଣ୍ଟ ମୁକୁଟ ପିନ୍ଧିବା ସହ ଚର୍ଚ୍ଚାକୁ ଆସିଥିଲେ। ତେବେ ସେ ପ୍ରତିଯୋଗିତାରେ ବିଶ୍ବାସ କରନ୍ତି ନାହିଁ ବୋଲି କହିଛନ୍ତି। ଦିୟା କହିଛନ୍ତି, କେବେ ବି କୌଣସି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଜିତିବା ବାବଦରେ ଭାବିନଥିଲି। ଯେବେ ଏକ ମଡେଲିଂ ଏଜେନ୍ସି ମତେ ଦେଖିଲା ସେବେ ମୁଁ ଏ ପ୍ରତିଯୋଗିତାକୁ ଆସିଥିଲି। ୧୬ ବର୍ଷ ବୟସରେ ସେ ଏକ ପାର୍ଟଟାଇମ କାମ ଆରମ୍ଭ କରିଥିଲେ। ପରେ ସେ ବିଜ୍ଞାପନ, କ୍ୟାମ୍ପେନ, ଫ୍ୟାସନ ସୋ, ଏଡିଟୋରିଆଲ ସୁଟ୍ କରିଥିଲେ। କୌଣସି ଗୋଟିଏ କାମ ପାଇଁ ଅନ୍ୟ ରାସ୍ତାଗୁଡ଼ିକ ଆପେ ଖୋଲି ଯାଇଥିଲା। ମିସ୍ ଇଣ୍ଡିଆ ପିଜାଣ୍ଟ ପାଇଁ ସେ ହାଇଦ୍ରାବାଦରୁ ଚୟନ ହୋଇଥିଲେ। ଏହା ପରେ ଦିୟା ହାଇଦ୍ରାବାଦ ଛାଡ଼ି ମୁମ୍ବାଇ ଆସିଲେ। ଏହି ସମୟରେ ଏକଲା ଚାଲିବା କଠିନ ଥିଲା। ଦିୟା ୨୦୦୦ ମସିହାରେ ସେକେଣ୍ଡ ରନର୍ସ ଅପ୍ ହେବା ସହ ମିସ୍ ଏସିଫିକ ମୁକୁଟ ବି ଜିତିଥିଲେ।
୧୬ ବର୍ଷରେ ପାର୍ଟଟାଇମ୍ କାମ ଆରମ୍ଭ କରିଥିଲେ ଦିୟା ମିର୍ଜା
Dia Mirza started part-time work at the age of 16
/sambad/media/post_attachments/wp-content/uploads/2017/09/diya.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)