ଅଗଷ୍ଟ ୧୫ରେ ସଲମାନ୍‌ ସେୟାର କଲେ ‘ଭାରତ’ର ପ୍ରଥମ ଟିଜର, ଭାବୁକ କରି ଦେବା ଭଳି ସଂଳାପ ଏହି ସିନେମାରେ ଶୁଣିବାକୁ ମିଳୁଛି

ନୂଆଦିଲ୍ଲୀ: ସଲମାନ୍‌ ଖାନ୍‌ଙ୍କ ବହୁପ୍ରତିକ୍ଷୀତ ସିନେମା ‘ଭାରତ’ର ପ୍ରଥମ ଟିଜର ଅଗଷ୍ଟ ୧୫ରେ ଲଞ୍ଚ ହୋଇଛି। ସଲମାନ୍‌ ଖାନ୍‌ ନିଜର ଏହି ମଲ୍ଟିଷ୍ଟାରର ସିନେମାର ଟିଜରକୁ ଲଞ୍ଚ କରିବା ପାଇଁ ଏହି ସ୍ୱାଧୀନତା ଦିବସକୁ ହିଁ ବାଛିଥିଲେ। ଗୋଟିଏ ମିନିଟ୍‌ରୁ ବି କମ୍‌ ସମୟରେ ଏହି ଟିଜରରେ ଭାବୁକ କରିଦେଲା ଭଳି ସଲମାନ୍‌ ଖାନ୍‌ଙ୍କ ଆବାଜ ଶୁଣିବାକୁ ମିଳୁଛି। ସଲମାନ୍‌ ଏହି ଟିଜରକୁ ଟୁଇଟରେ ସେୟାର କରିବା ସହିତ ଡାଇଲଗ ବି ସେୟାର କରାଯାଇଛି।

ସୂଚନାଯୋଗ୍ୟ, ‘ରେସ୍‌ ୨’ ପରେ ସଲମାନ୍‌ ଖାନ୍‌ଙ୍କ ଏହି ସିନେମା ବି ମଲ୍ଟିଷ୍ଟାର ହେବ। ଏହି ସିନେମାରେ ସଲମାନ୍‌ଙ୍କ ବ୍ୟତୀତ ତବ୍ଦୁ, ଦିଶା ପାଟନି, ସୁନିଲ ଗ୍ରୋଭର, ଶଶାଙ୍କ ସନି ଅରୋଡା ଭଳି କଳାକାରମାନେ ନଜର ଆସିବେ। ତେବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସଲମାନ୍‌ ମାନ୍‌ ଖାନ୍‌ଙ୍କ ‘ଭାରତ’ ସିନେମା ଛାଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ। ଏହି ଘଟଣା ପରେ ଖବର ଆସିଥିଲା କି ସଲମାନ୍‌ ବି ପ୍ରିୟଙ୍କାଙ୍କ ଉପରେ ଅସନ୍ତୋଷ ଅଛନ୍ତି।

ସମ୍ବନ୍ଧିତ ଖବର