ଏଥର ପୂଜାବଜାରରେ ବି ନାହାନ୍ତି ତିନି ‘ବିଜୟ’

ଗତଥର ଭଳି ଏଥର ମଧ୍ୟ ପୂଜାବଜାରରେ ଓଲିଉଡର ତିନି ନାମୀ ‘ବିଜୟ’ଙ୍କୁ ପରଦା ଆଗରେ ଦେଖିବାକୁ ପାଇବେ ନାହିଁ କି ପରଦା ପଛରେ ସେମାନଙ୍କ ନାଆଁ ବି ପୋଷ୍ଟରରେ ଦେଖିପାରିବେ ନାହିଁ ।
କହିବାର ତାତ୍ପର୍ଯ୍ୟ ହେଲା ତିନିଜଣ ବିଜୟ ନାମଧାରୀ ବ୍ୟକ୍ତିଙ୍କର କୌଣସି ବି ଓଡ଼ିଆ ଛବି ଏଥର ପୂଜା ଅବସରରେ ମୁକ୍ତିଲାଭ କରୁନାହିଁ । ଏହି ତିନି ଜଣ ହେଲେ ଜୟଦେବ ପୁରସ୍କାର ପ୍ରାପ୍ତ ବରିଷ୍ଠ ଅଭିନେତା ବିଜୟ ମହାନ୍ତି, ବରିଷ୍ଠ ସଂଳାପକାର ବିଜୟ ମିଶ୍ର ଓ ଲୋକପ୍ରିୟ ସଂଳାପ ଲେଖକ ତଥା ଗୀତିକାର ବିଜୟ ମଲ୍ଲ । ଏଥର ପୂଜାରେ ରିଲିଜ୍‌ ହେଉଥିବା ‘ହୀରୋ ନମ୍ବର ଓ୍ଵାନ୍‌’,‘ଶିବା ନଟ୍‌ ଆଉଟ୍‌’ ବା ‘କାବୁଲା ବାରବୁଲା’ ସିନେମାରେ ନାହାନ୍ତି ଏମାନଙ୍କ ମଧ୍ୟରୁ କେହି ବି ଜଣେ।

 

ସମ୍ବନ୍ଧିତ ଖବର