ଏ ବର୍ଷ ବି ଚର୍ଚ୍ଚାରେ ଥିଲେ ଏହି ବଲିଉଡ ନାୟିକା !

ଗତ ବର୍ଷ ଭଳିଏ ବର୍ଷ ବି ଚର୍ଚ୍ଚାରେ ଥିଲେ କେତେକ ବଲିଉଡ ନାୟିକା । ସେମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ୍‌,ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ଅନୁଷ୍କା ଶର୍ମା, କରୀନା କପୁର ,ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ। ,ହି ତାଲିକାରୁ ଆଉ ଜଣଙ୍କୁ ବାଦ୍‌ ଦିଆଯାଇ ନପାରେ। ସେ ହେଲେ ତାପସୀ ପାନୁ।
ବଲିଉଡର କୌଣସି ସୁପରଷ୍ଟାର୍‌ ନୁହନ୍ତି , କିନ୍ତୁ ତାପସୀ ପାନୁଙ୍କର ଫ୍ୟାନ ଫଲୋଅର୍ସଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ବିଶେଷକରି ଜୁଡଓ୍ଵା-୨ ସିନେମାରେ କାମ କରିବାପରେ ତାପସୀ ଖୁବ୍‌ ଲୋକପ୍ରିୟ ହୋଇଛନ୍ତି।

ଡେଭିଡ ଧଓ୍ଵନଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ପ୍ରଥମ ଥରଲାଗି ତାପସୀ ନଜର ଆସିଥିଲେ। ଏହି ସିନେମାରେ ବୁରଣଙ୍କ ସହ ତାଙ୍କର ଯୋଡିକୁ ଦର୍ଶକ ପସନ୍ଦ କରିଥିଲେ। ଖାଲି ସେତିକି ନୁହେଁ ‘ପିଙ୍କ୍‌’ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଆଧାରିତ ସିନେମାରେ ତାପସୀ ଗତ ବର୍ଷ ନିଖୁଣ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇଥିଲେ । ଏ ବର୍ଷ ବି ସେହିପରି ଏକ କମର୍ସିଆଲ ସିନେମା ‘ଜୁଡଓ୍ଵା-୨’ରେ ଅଭିନୟ କରି ଚର୍ଚ୍ଚିତା ହୋଇଥିଲେ। ତାପସୀ ବଲିଉଡରେଡେଭିଡ ଧଓ୍ଵନଙ୍କ ନିର୍ଦ୍ଦେଶିତ ସିନେମା ‘ଚଷମେ ବଦ୍ଦୁର’ ଜରିଆରେ ପ୍ରବେଶ କରିଥିଲେ। ଏହାପରେ ତାଙ୍କୁ ପିଙ୍କ୍‌ ,ନାମ୍‌ ଶବାନା, ବେବି ଭଳି ହିଟ୍‌ ଫିଲ୍ମରେ ଦେଖିବାକୁ ମିଳିଛି। ତେବେ ଏଯାବତ୍‌ ତାପସୀ ପାନୁ ‘ଏ’ ତାଲିକାଭୁକ୍ତ ନାୟିକା ହୋଇପାରି ନାହାନ୍ତି। ଏ ସଂପର୍କରେ ତାଙ୍କର କହିବା କଥା ହେଲା ଏହାର ଅର୍ଥ ବୁଝନ୍ତି ନାହିଁ। ତେବେ ସେ ଏଥିିରେ ସନ୍ତୁଷ୍ଟ ନୁହନ୍ତି।

photo-timesofindia

ତାପସୀ ପାନୁଙ୍କ କହିବା ଅନୁଯାୟୀ ଏଠି ଟପ୍‌ ଷ୍ଟାର୍‌ ହେବାକୁ ବଲିଉଡର ତିନି ସୁପର ଖାନଙ୍କ ସହ କାମ କରିବା ଜରୁରୀ। ଏଣୁ ସେ ସେଭଳି ସୁଯୋଗ ଅପେକ୍ଷାରେ ଅଛନ୍ତି ବୋଲି କହିଛନ୍ତି।ତା’ଛଡ଼ା ବ୍ୟକ୍ତିଗତ ଜୀବନରେ ସେ ଜଣେ ବହିର୍ମୁଖୀ ସ୍ୱଭାବର ଯୁବତୀ। ସଂପ୍ରତି ତାଙ୍କ ଅଭିନୀତ ‘ମୁଲ୍‌କ’ ରିଲିଜ୍‌ ଅପେକ୍ଷାରେ ରହିଛି। ଅପରପକ୍ଷରେତାପସୀ ପ୍ରଖ୍ୟାତ ଅଭିନେତା-ନିର୍ଦ୍ଦେଶକ ପ୍ରକାଶ ରାଜଙ୍କ ପ୍ରଥମ ହିନ୍ଦୀ ଫିଲ୍ମରେ ଲିଡ ରୋଲ କରୁଛନ୍ତି। ଏହା ପ୍ରକାଶ ରାଜଙ୍କ ନିର୍ଦ୍ଦେଶିତ ପ୍ରଥମ ହିନ୍ଦୀ ସିନେମା । ସେ ଆଉ ଏକ ଫିଲ୍ମ ‘ତଡକା’ର ସୁଟିଂ ଶେଷ କରଛନ୍ତି। ଡେଭିଡ ଧଓ୍ଵନଙ୍କ ଜୁଡଓ୍ଵା-୨ରେ ତାପସୀ ପ୍ରଥମ ଥରଲାଗି ବରୁଣ ଧଓ୍ଵନଙ୍କ ସହ କାମ କରିଥିବା ବେଳେ ପ୍ରକାଶ ରାଜଙ୍କ ‘ତଡକା’ରେ ତାଙ୍କୁ ଆଲି ଫୈଜଲଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ପ୍ରକାଶଙ୍କ ଭଳି ବରିଷ୍ଠ ଅଭିନେତା ତାଙ୍କୁ ସୁଯୋଗ ଦେବା ଏକ ବଡ଼ କଥା ବୋଲି ତାପସୀ ମନେ କରନ୍ତି।

ବ୍ୟକ୍ତିଗତ ପ୍ରସଙ୍ଗରେ ବି ତାପସୀ ପାନୁ ଖୁବ୍‌ ସତର୍କ। ସେ ଖୁବ୍‌ ଭାବଚିିନ୍ତି ଉତ୍ତର ଦେଇଥାନ୍ତି। ବଲିଉଡରେ ତାଙ୍କର ଇମେଜ୍‌ ଜଣେ ସିଂପଲ୍‌ ଗର୍ଲର । ବିବାହ ପ୍ରସଙ୍ଗରେ ତାପସୀ କହିଛନ୍ତି ଯେ ତାଙ୍କର ପିଲା ଦିନରୁ ଏଥିପାଇଁ ଅନାଗ୍ରହୀ। ତାଙ୍କର ସେଭଳି କୌଣସି ଯୋଜନା ନାହିଁ ବୋଲି କହିଛନ୍ତି ସେ। ତାପସୀ କେବେ ବି ବିବାଦରେ ପଡ଼ିବାକୁ ଚାହାଁନ୍ତି ନାହିଁ,ସତ କିନ୍ତୁ କେବେ ବି ଅନ୍ୟାୟକୁ ବରଦାସ୍ତ କରିବେ ନାହିଁ ବୋଲି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର