କାହିଁକି ଫେଲ୍‌ ମାରିଲା ଅକ୍ଷୟ କୁମାରଙ୍କ ‘ପ୍ୟାଡ଼୍‍ ମ୍ୟାନ୍‌’?

ମୁମ୍ବାଇ: ବଲିଉଡ଼୍‍ର ମୋଷ୍ଟ୍‍ ସେଲେବଲ୍‌ ହିରୋ ଅକ୍ଷୟ କୁମାରଙ୍କୁ ଯେଉଁଭଳି ସଫଳତା ମିଳିଥିଲା ତାଙ୍କର ଆଗ ୫ଟି ସିନେମାକୁ ସେଭଳି ସଫଳତା ଲାଟେଷ୍ଟ ଫିଲ୍ମ ‘ପ୍ୟାଡ଼୍‍ ମ୍ୟାନ୍‌’କୁ ମିଳି ନାହିଁ। ତାଙ୍କ ଅଭିନୀତ ହାଉସଫୁଲ-୩, ଏୟାରଲିଫ୍ଟ, ରୁସ୍ତମ୍‌,ଜଲି ଏଲ ଏଲ ବି ଏବଂ ଟଏଲେଟ୍‌ –ଏକ୍‌ ପ୍ରେମକଥା ଆଦି ୧୦୦ କୋଟିରୁ ଅଧିକ ବ୍ୟବସାୟ କରିଛି। କିନ୍ତୁ‘ପ୍ୟାଡ଼୍‍ ମ୍ୟାନ୍‌’ ମାତ୍ର ୮୦ କୋଟି ଆୟ କରିଛି। ଏହାର ବଜେଟ୍‌ ମାତ୍ର ୬୦ କୋଟି ହୋଇଥିବା ହେତୁ ‘ପ୍ୟାଡ଼୍‍ ମ୍ୟାନ୍‌’ ବକ୍ସ ଅଫିସରେ ହିଟ୍‌ ତ ହୋଇଛି ,ହେଲେ ୧୦୦ କୋଟି କ୍ଲବରେ ସାମିଲ ହୋଇ ପାରି ନାହିଁ।

 

ଏଭଳି କମ୍‌ ବ୍ୟବସାୟ କରିବା ପଛରେ ମୁଖ୍ୟ କାରଣ ହେଉଛି ରିଲିଜ୍‌ ତାରିଖ ବଦଳିବା ବୋଲି କୁହାଯାଇଛି । ଏହା ୨୦୧୮ ଜାନୁଆରି ୨୫ ତାରିଖରେ ରିଲିଜ୍‌ ହେବ।ର ଥିଲା ଯାହା ପୂର୍ବରୁ ଏହା ଜାନୁଆରି ୨୬ ତାରିଖରେ ରିଲିଜ୍‌ ହେବ ବୋଲି ଘୋଷିତ ହୋଇଥିଲା ପୁଣି ଫିଲ୍ମର ରିଲିଜ୍‌ ତାରିଖ ବଦଳି ଫେବୃଆରି ୯ ତାରିଖ ହୋଇଥିଲା ।ଏଥିରେ ଅକ୍ଷୟଙ୍କ ଫ୍ୟାନମାନେ କ୍ଷୁବ୍ଧ ହୋଇଥିବା କୁହାଯାଉଛି।

ଏଠାରେ ସୂଚନାଯୋଗ୍ୟ ଯେ,‘ପ୍ୟାଡ଼୍‍ ମ୍ୟାନ୍‌’ରେ ଅକ୍ଷୟ କୁମାର ଦେଶରେ ମହିଳାମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ସାନଟାରି ନାପ୍‌କିନ୍‌ ଓ ଋତୁସ୍ରାବ ସଂପର୍କରେ ସଚେତନତା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଅରୁଣାଚଳମ୍‌ ମୁରୁଗାନାଥନ୍‌ଙ୍କ ଜୀବନୀ ଉପରେ ଏହି ସିନେମା ଆଧାରିତ ଅଟେ।ଅରୁଣାଚଳମ୍‌ ହେଉଛନ୍ତି ଗ୍ରାମୀଣ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଜରୁରୀ ଇକୋ ଫ୍ରେଣ୍ଡ୍‌ଲି ଓ ପକେଟ୍‌ ଫ୍ରେଣ୍ଡ୍‌ଲି ନାପ୍‌କିନ୍‌ ପ୍ରସ୍ତୁତ କରିଥିବା ପ୍ରଥମ ବ୍ୟକ୍ତି।

photo-amarujala

‘ପ୍ୟାଡ଼୍‍ମ୍ୟାନ୍‌’ରେ ଅକ୍ଷୟ କୁମାରଙ୍କ ସହିତ ସୋନମ୍‌ କପୁର୍‌ ଓ ରାଧିକା ଆପ୍‌ଟେ ଫିମେଲ୍‌ ଲିଡ଼୍‍ରେ ଅଛନ୍ତି।‘ଚିନିକମ୍‌’‘ପା’ଓ ‘ସମିତାଭ୍‌’ଭଳି ଫିଲ୍ମର ନିର୍ଦ୍ଦେଶକ ଆର୍‌ ବାଲକୀ ‘ପ୍ୟାଡ଼୍‍ମ୍ୟାନ୍‌’ର ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧିତ ଖବର